ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ନନ୍ଦ କିଶୋର ବଳ
କାମାକ୍ଷୀ ପ୍ରସାଦ ଦାଶ
ଡ.ହରେକୃଷ୍ଣ ମହତାବ
ଜୟନ୍ତ ମହାପାତ୍ର
ଫକୀରମୋହନ ସେନାପତି
ସୁବ୍ରତ ପ୍ରିୟବ୍ରତ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅକ୍ଟୋବର୍ ୩, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଇତିହାସ ଐତିହ୍ୟ :

ବର୍ତ୍ତମାନ ଓଡ଼ିଆ ଭାଷାର କ୍ଲାସିକାଲ ମାନ୍ୟତା ପ୍ରସ୍ତାବ ଉପସ୍ଥାପନ କରିବା ଚିନ୍ତା କଲାବେଳେ ଏହାର ଇତିହାସ ଓ ଐତିହ୍ୟ ପ୍ରସଙ୍ଗର ପୁନରାଲୋଚନର ପ୍ରୟୋଜନ ଅତି ଜରୁରୀ୤ ଅନ୍ୟୁନ ଦୁଇ ହଜାର ବର୍ଷର ପ୍ରାଚୀନତାର କଥାକୁ ଅନୁସନ୍ଧାନ ଓ ପ୍ରମାଣ ବଳରେ ସତଃସିଦ୍ଧ କରିବାକୁ ପଡ଼ିବ୤ ଉତ୍କଳ ସାହିତ୍ୟ ସମାଜର ଅଧିବେଶନରେ ସଭାପତି ଅଭିଭାଷଣ ପ୍ରସଙ୍ଗରେ ଥରେ ‘ବିପନ୍ନ ମାତୃଭାଷାର କୁଶଳୀ ସେନାପତି’ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷାର ଉପରୋକ୍ତ ପ୍ରାଚୀନତାର କଥା ସୂଚନା ଦେଇଥିଲେ୤ ତା’ ପରଠାରୁ ତାଙ୍କର ଯୋଗ୍ୟ ଦାୟାଦ ଭାବରେ ଆମେ କିନ୍ତୁ ଆମର ଜାତୀୟ କର୍ତ୍ତବ୍ୟ କରିବାରେ ସମର୍ଥ ହୋଇପାରିନାହୁଁ୤ ବର୍ତ୍ତମାନ ଏଥିପାଇଁ ଐତିହାସିକଙ୍କ ଅନ୍ବେଷଣ, ଭାଷା ବିଜ୍ଞାନୀଙ୍କ ବିଶ୍ଲେଷଣ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ସମନ୍ବିତ ପ୍ରୟୋଜନ୤ ଏକଥାକୁ ସାମ୍ପ୍ରତିକ ସମୟର ଏକ ଜାତୀୟ ଆହ୍ବାନ ଭାବରେ ଗ୍ରହଣ କଲେ ଆମେ ଆମର ନ୍ୟାଯ୍ୟ ଦାବି ଯଥୋଚିତ ଭାବେ ଉପସ୍ଥାପନ କରିପାରିବା୤ ରାଷ୍ଟ୍ରଭାଷା ଭାବରେ ହିନ୍ଦୀ ଓ ଆଧୁନିକ ଭାରତର ଅନ୍ୟତମ ଶକ୍ତିଶାଳୀ ଭାଷା ଭାବରେ ଆମର ପ୍ରତିବେଶୀ ଭାଷା ବଙ୍ଗଳା ହୁଏତ ଏଇ ଦାବିକୁ ଗୌଣ ମନେ କରିପାରନ୍ତି ବା ଅକ୍ଳେଶରେ କ୍ଲାସିକାଲ ମାନ୍ୟତା ପାଇବାର ଅଦ୍ଭୁତ କୌଶଳ ଉଦ୍‌ଭାବନ କରିପାରନ୍ତି, କିନ୍ତୁ ଆମକୁ ତ ସବୁ କଥା ଭଳି ଏଥିପାଇଁ ବହୁ ଶ୍ରମସାଧନା କରିବାକୁ ପଡ଼ିବ୤ ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ, ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ସାଂସଦ, ସବୁ ସମ୍ବାଦପତ୍ର ସମ୍ପାଦକ, ବିଶିଷ୍ଟ ଭାଷାତତ୍ତ୍ବବିତ୍‌ ଓ ସାହିତ୍ୟିକ ବୃନ୍ଦ, ଉତ୍କଳ ସମ୍ମିଳନୀ, ଆମ ଓଡ଼ିଶା, ନୀଳଶୈଳ, ଆମେ ଓଡ଼ିଆ ଭଳି ସବୁ ଜାତୀୟବାଦୀ ସଙ୍ଗଠନ ଓ ସର୍ବୋପରି ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଆ ପାଇଁ ଏହା ଏକ ଜାତୀୟ କର୍ତ୍ତବ୍ୟ ବୋଲି ମୋର ବିନୀତ ମତ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବସନ୍ତ କୁମାର ପଣ୍ଡା, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସୁରେନ୍ଦ୍ର କୁମର ମିସ୍ର |  ଅକ୍ଟୋବର୍ ୭, ୨୦୧୧ - ୮:୪୩ ପୂର୍ବାହ୍ନ

    ନିଶ୍ଚୟ…………….

  • ୨. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୮, ୨୦୧୧ - ୫:୧୬ ପୂର୍ବାହ୍ନ

    ଖୁବ ଭଲ କଥା ୤ ଓଡିଆ ମାନଙ୍କୁ ଜାଗ୍ରତ ହେବାକୁ ପଡିବ ୤ ନହେଲେ କଥା ସରିଲ ୤

  • ୩. ରମେଶ ଚନ୍ଦ୍ର ଦାସ,ଭୁବନେଶ୍ବର ୤ |  ଡିସେମ୍ବର୍ ୨୭, ୨୦୧୧ - ୧୨:୫୬ ଅପରାହ୍ନ

    ଦୁଃଖର ବିଷୟ ଅ‍ାଜି ଅ‍ାମର ଶିକ୍ଷିତ ଓଡ଼ିଅ‍ା ଭାଇମାନେ ଓଡ଼ିଅ‍ା ଭାଷା ବିମୁଖ୤ ଓଡ଼ିଶାର ଶାସନ ମୁଖ୍ୟ ଓଡ଼ିଅ‍ା ଭାଷା-ନିରକ୍ଷର୤ ଏପରି ପରିସ୍ଥିତିରେ ଏହି କାମ ତ ନିଶ୍ଚିତ କଠିନ୤ ତଥାପି, ଏଥିପାଇଁ ଓଡ଼ିଅ‍ା ଭାଷାପ୍ରେମୀମାନଙ୍କୁ ଜାଗ୍ରତ କରିବାକୁ ପଡ଼ିବ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤