ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦୀପକ ମିଶ୍ର
ଦେବେନ୍ଦ୍ର ମହାନ୍ତି
ଶାରଦା ପ୍ରସାଦ ମିଶ୍ର
କୁନ୍ତଳା କୁମାରୀ ସାବତ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଗୋଦାବରୀଶ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଆ – ଏକ ଶାସ୍ତ୍ରୀୟ ଭାଷା
 |- ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
 
 
ତା: ନଭେମ୍ବର୍ ୯, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଭାଷାର ଶାସ୍ତ୍ରୀୟତା ପ୍ରମାଣ କରିବା ନିମିତ୍ତ ଭାଷାବିଜ୍ଞାନ ଅଧ୍ୟୟନ ଏକାନ୍ତ ଅପରିହାର୍ଯ୍ୟ୤ ଓଡ଼ିଆ ଭାଷାର ଭାଷାବିଜ୍ଞାନ ଆଲୋଚନା ଉନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଛି୤ ଭାଷାତତ୍ତ୍ବବିତ୍‌ ଜନ୍‌ ବୀମ୍‌ସଙ୍କ ମତରେ ଓଡ଼ିଆ ବ୍ୟାକରଣ ସଂସ୍କୃତ ଅନୁସାରୀ ଏବଂ ଓଡ଼ିଆ ଧ୍ବନିରେ ଅଧିକାଂଶ ସଂସ୍କୃତଧ୍ବନି ଅପରିବର୍ତ୍ତିତ ରହିଛି୤ ତାଙ୍କ ବିବେଚ଼ନାରେ ଓଡ଼ିଆ ଭାଷା ସଂସ୍କୃତ ଭାଷାର ନିକଟତର ତଥା ଅନ୍ୟାନ୍ୟ ଆର୍ଯ୍ୟଭାଷା ସହିତ ଏହାର ଅନେକ ସାମଞ୍ଜସ୍ୟ ରହିଛି୤ ତେଣୁ ଏହା ଶାସ୍ତ୍ରାନୁମୋଦିତ ଆର୍ଯ୍ୟଭାଷା୤ ଜନ ବୀମ୍‌ସ ସଦୃଶ ସାର୍‌ ଜର୍ଜ ଆବ୍ରାହମ୍‌ ଗ୍ରୀୟରସନ ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଏକ ମହତ୍ବପୂର୍ଣ୍ଣ ଆସନ ପ୍ରଦାନ କରିଅଛନ୍ତି୤ ସେ ଉଲ୍ଲେଖ କରିଛନ୍ତି ଯେ, “ଓଡ଼ିଆ ଭାଷା ଶାସ୍ତ୍ରୀୟ ଆହରଣ ଶୈଳୀରେ ସମୃଦ୍ଧ ହୋଇଥିବାରୁ ଓଡ଼ିଆ ଶବ୍ଦ ସମ୍ଭାର ବଙ୍ଗଳା, ହିନ୍ଦୀ, ଅସମୀୟା ଓ ତେଲୁଗୁ ପ୍ରଭୃତି ଭାଷାଠାରୁ ବୃହତ୍‌୤” ତାଙ୍କ ମତରେ ଓଡ଼ିଆ ଭାଷାର ବ୍ୟାକରଣ ପ୍ରାଚୀନ ସଂସ୍କୃତ ଭାଷାର ବ୍ୟାକରଣ ଠାରୁ ପ୍ରାଚୀନତର, ଅର୍ଥାତ୍‌ ବୈଦିକ ସଂସ୍କୃତସମ୤ ଏହି ଉକ୍ତିରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସୁସ୍ପଷ୍ଟ୤

ବିଂଶ ଶିତାବ୍ଦୀର ପ୍ରାରମ୍ଭରେ ପଣ୍ଡିତ ଗୋପୀନାଥ ନନ୍ଦ ଓଡ଼ିଆ ଭାଷା ତତ୍ତ୍ବ ଆଲୋଚ଼ନା କ୍ଷେତ୍ରରେ ସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ୤ ତାଙ୍କର ସର୍ବଶ୍ରେଷ୍ଠକୃତି “ଓଡ଼ିଆ ଭାଷାତତ୍ତ୍ବ” ସର୍ବବୃହତ୍‌ ପୂର୍ଣ୍ଣାଙ୍ଗ ଓ ସର୍ବୋକୃଷ୍ଟ ବ୍ୟାକରଣ ଗ୍ରନ୍ଥ୤ ଏହି ଗ୍ରନ୍ଥରେ ଓଡ଼ିଆ ଭାଷାର ଧ୍ବନିତତ୍ତ୍ବ, ଶବ୍ଦତତ୍ତ୍ବ, ରୂପତତ୍ତ୍ବ, ବ୍ୟୁତ୍ପତ୍ତିତତ୍ତ୍ବ ମୌଳିକ ଦୃଷ୍ଟିରେ ପ୍ରତିପାଦିତ୤ ଏହି ପରମଗ୍ରନ୍ଥରେ ସକଳ ପ୍ରକାର ଓଡ଼ିଆ ଶବ୍ଦର ବୈୟାକରଣିକ ଦୃଷ୍ଟିଦର୍ଶନ ଉଲ୍ଲିଖିତ୤ ପଣ୍ଡିତ ମହୋଦୟ ଓଡ଼ିଆ ବ୍ୟୁତ୍ପତ୍ତିବିଜ୍ଞାନର ମୂଳଭିତ୍ତି ଏହି ଗ୍ରନ୍ଥରେ ଉପସ୍ଥାପନା କରିଛନ୍ତି୤ ତାଙ୍କର ଓଡ଼ିଆ ବାକ୍ୟବିଜ୍ଞାନ, ରୂପବିଜ୍ଞାନ, ଶବ୍ଦବିଜ୍ଞାନ, ଅର୍ଥବିଜ୍ଞାନ, ଧ୍ବନିବିଜ୍ଞାନ, ବ୍ୟୁତ୍ପତ୍ତିବିଜ୍ଞାନ, ତୁଳନାତ୍ମକ ଭାଷାବିଜ୍ଞାନ, ଦର୍ଶନାତ୍ମକ ଭାଷାବିଜ୍ଞାନ ଏବଂ ସଂରଚନାତ୍କକ ଭାଷାବିଜ୍ଞାନ ବର୍ଣ୍ଣନା ଅନନ୍ୟ ଓ ଅନୁପମ୤ ଓଡ଼ିଆ ଭାଷାର ଏହି ଶ୍ରେଷ୍ଠ ବ୍ୟାକରଣ ଗ୍ରନ୍ଥ ହିଁ ଓଡ଼ିଆ ଭାଷାଶାସ୍ତ୍ର୤ ଏହି ଓଡ଼ିଆ ଭାଷାଶାସ୍ତ୍ରର ଗ୍ରନ୍ଥ ପ୍ରବେଶ ଲେଖିଛନ୍ତି ପଣ୍ଡିତ ନୀଳକଣ୍ଠ ଦାଶ୤ ଆପଣା ପ୍ରଜ୍ଞାଚ଼କ୍ଷୁରେ ସେ ଓଡ଼ିଆ ଭାଷାବିଜ୍ଞାନକୁ ଅବଲୋକନ ପୂର୍ବକ ଓଡ଼ିଆ ଭାଷାତତ୍ତ୍ବର ଦାର୍ଶନିକ ଓ ସାଂସ୍କୃତିକ ବିବେଚ଼ନ, ଐତିହାସିକ ଓ ତୁଳନାତ୍ମକ ବିବେଚ଼ନ, ଧ୍ବନିତାତ୍ତ୍ବିକ ବିବେଚ଼ନ, ବ୍ୟୁତ୍ପତ୍ତି ବିଜ୍ଞାନ ବିବେଚ଼ନ ଏବଂ ବ୍ୟାକରଣ ବିବେଚ଼ନ ପ୍ରଭୃତି ପାଞ୍ଚଗୋଟି ପର୍ଯ୍ୟାୟରେ ମୌଳିକ ଦୃଷ୍ଟିରେ ଉପସ୍ଥାପନା କରିଛନ୍ତି୤ ତୁଳନାତ୍ମକ ଭାଷାବିଜ୍ଞାନ ଅଧ୍ୟୟନରେ ସେ ଓଡ଼ିଆ ଭାଷା ସହିତ ଇଣ୍ଡୋ-ୟୁରୋପୀୟ ଭାଷାର ସାମ୍ୟ ଅନୁଭବ କରିଛନ୍ତି୤ ତାଙ୍କ ପରେ ଓଡ଼ିଶା, ଓଡ଼ିଶା ବାହାରେ ଓ ଭାରତ ବାହାରେ ବହୁ ବିଜ୍ଞ, ପ୍ରାଜ୍ଞ, ବ୍ୟାକରଣବିଦ୍‌ ଓ ଭାଷାଶାସ୍ତ୍ରୀ ଓଡ଼ିଆ ଭାଷାର ପ୍ରାଚୀନତା, ମୌଳିକତା ଓ ଶାସ୍ତ୍ରୀୟତା ଅଲୋଚନା କରି ଭାଷାର ଗୌରବ ବୃଦ୍ଧି କରିଛନ୍ତି୤

ଓଡ଼ିଆ ଭାଷାର ପୂର୍ଣ୍ଣାଙ୍ଗ ଉପଲବ୍‌ଧି ନିମନ୍ତେ ଅଧିକରୁ ଅଧିକ ଗବେଷକ ଓଡ଼ିଆ ଭାଷା ଓ ଉପଭାଷା ସମୂହର ବୈଜ୍ଞାନିକ ଭିତ୍ତିଭୂମିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ବ୍ୟାପକ କଲେଣି୤ ଓଡ଼ିଆ ଭାଷାର ପ୍ରତ୍ୟେକଟି ଶବ୍ଦର ବ୍ୟୁତ୍ପତ୍ତିକ୍ରମ ନିର୍ଣ୍ଣୟ, ଧ୍ବନିଗତ, ରୂପଗତ ଓ ଅର୍ଥଗତ ପରିବର୍ତ୍ତନ ସମ୍ବଳିତ ଭାଷାକୋଷ ପ୍ରଣୟନ ହେଲାଣି୤ ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟ, ଭାଷା ଶିକ୍ଷା କେନ୍ଦ୍ର, ଭାଷା ତତ୍ତ୍ବାନୁସନ୍ଧାନ କେନ୍ଦ୍ର ତଥା ଭାରତ ବାହାରେ କେତେକ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାର ଗବେଷଣାତ୍ମକ ଅନ୍ବେଷଣ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଭିତ୍ତିଭୂମିକୁ ସୁଦୃଢ଼ କଲାଣି୤ ଏହି ଗବେଷଣା ଦ୍ବାରା ଓଡ଼ିଆ ଭାଷାର ବିଜ୍ଞାନ ଭିତ୍ତିକ ଅଧ୍ୟୟନ ତଥା ଶାସ୍ତ୍ରୀୟ ସୌରଭ ଗଭୀର ଓ ଗମ୍ଭୀର ହୋଇପାରିଛି୤ ଧ୍ବନିବିଜ୍ଞାନୀଙ୍କ ଦ୍ବାରା ଓଡ଼ିଆ ଧ୍ବନିବିଜ୍ଞାନର ଦିଗଦିଗନ୍ତ ଉନ୍ମୋଚି଼ତ ହୋଇ ଓଡ଼ିଆ ଭାଷା ଧ୍ବନିଶାସ୍ତ୍ର ସମ୍ମତ ଭାଷାର ମାନ୍ୟତା ଲାଭ କଲାଣି୤ ସଂକ୍ଷେପରେ ଉଲ୍ଲେଖ କଲେ ଉଚ୍ଚାଙ୍ଗ ଭାଷାବିଜ୍ଞାନ ଓ ଶୃଙ୍ଖଳିତ ଧ୍ବନିବିଜ୍ଞାନ ଓଡ଼ିଆ ଭାଷାକୁ ଏକ ପୂର୍ଣ୍ଣାଙ୍ଗ ଓ ଶାସ୍ତ୍ରୀୟ ଭାଷାର ଗୌରବ ପ୍ରଦାନ କରିଛି୤

ଋଗ୍‌ବେଦରେ କୁହାଯାଇଛି ଭାଷାହିଁ ରାଷ୍ଟ୍ରନିର୍ମାର୍ତ୍ତୀ ଓ ସ୍ଥାପୟିତ୍ରୀ୤ ଏହି ଦୃଷ୍ଟିକୋଣରୁ ବିଚାରକଲେ ଓଡ଼ିଆ ଭାଷା ଦ୍ବାରା ହିଁ ଜାତୀୟ ଚେତନା ଜାଗରିତ ହୋଇ ବିଶାଳ ଓଡ଼ିଆ ସାମ୍ରାଜ୍ୟର ପ୍ରତିଷ୍ଠା ସମ୍ଭବ ହୋଇଥିଲା୤ ରସାନନ୍ଦ ପରିପୂର୍ଣ୍ଣ ଓଡ଼ିଆ ଭାଷା ଏକ ମଧୁର ଭାଷା୤ ଏହାର ଅନ୍ତର୍ନିହିତ ସ୍ବରୂପ ସରଳ, ସୁବୋଧ ଓ ରସୋତ୍ତୀର୍ଣ୍ଣ୤ ଏହି ପ୍ରାଚୀନ ତଥା ଶାସ୍ତ୍ରୀୟ ଆର୍ଯ୍ୟଭାଷାର ଉନ୍ମେଷ ଓ ବିକାଶର ଧାରା, ବୌଦ୍ଧିକ ସୃଜନଶୀଳତା, ଗୁଣାତ୍ମକ ଉତ୍କର୍ଷ, ଅନ୍ତଃସ୍ବର, ବର୍ଣ୍ଣମାଳା, ଲିପିର ଉତ୍ପତ୍ତି ଓ କ୍ରମବିକାଶ, ଧ୍ବନିତତ୍ତ୍ବ, ଉଚ୍ଚାଙ୍ଗ ବ୍ୟାକରଣ, ରୂପତତ୍ତ୍ବ, ଭାଷାବିଜ୍ଞାନ ତଥା ଆନୁଷଙ୍ଗିକ ଶାସ୍ତ୍ରୀୟ ଲକ୍ଷଣ ଅନୁଧ୍ୟାନ ଓ ଅଧ୍ୟୟନ କଲେ ହୃଦ୍‌ବୋଧ ହୁଏ, ଓଡ଼ିଆ ଭାଷା ବାସ୍ତବିକ ଏକ ପ୍ରାଚୀନ ତଥା ପୂର୍ଣ୍ଣାଙ୍ଗ ଶାସ୍ତ୍ରୀୟ ଭାଷା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଢେଙ୍କାନାଳ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ବିଶେଷ କରି ଆଧ୍ୟାତ୍ମିକ,ଧର୍ମ, ସଂସ୍କୃତି ଓ ପରମ୍ପରା ଏବଂ ଭାଷା ସାହିତ୍ୟ ଉପରେ ସ୍ବତନ୍ତ୍ର ଏବଂ ବଳିଷ୍ଠ ଲେଖନୀ ଚାଳନ କରୁଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ଏକାଧାରରେ ଜଣେ ସାହିତ୍ୟିକ, ସ୍ତମ୍ଭକାର, ପ୍ରାବନ୍ଧିକ, ଗବେଷକ, ତନ୍ତ୍ରାଚାର୍ଯ୍ୟ, ଜ୍ୟୋତିର୍ବିଦ୍, ଓ ବାସ୍ତୁବିଜ୍ଞାନୀ ଭାବରେ ଶ୍ରୀ ମିଶ୍ର ବେଶ୍ ସୁପରିଚିତ୤ ଧର୍ମ, ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କଦ୍ବାରା ରଚିତ ଏକାଧିକ ପୁସ୍ତକ ଅଜସ୍ର ପାଠକୀୟ ସ୍ବୀକୃତି ହାସଲ କରିଛି୤ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା... [ କ୍ରମେ ସବିଶେଷ ]
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. ପ୍ରସାନ୍ତ କୁମାର ସ୍ବାଇଁ |  ମେ ୩, ୨୦୧୨ - ୩:୩୦ ପୂର୍ବାହ୍ନ

    ଇନଟରନେଟ୍ ରେ ଓଡିଆରେ ପଢିବାର ସୁଯୋଗ ପାଇଥିବାରୁ ମୁଁ ବହୁତ୍ ଖୁସି ଏହାର କିପରି ଅଧିକ ପ୍ରଚାର ତଥା ପ୍ରସାର ହେବ ସେଥିପାଇଁ ଉଦ୍ୟମ ହେବାଦରକାର ୤

  • ୨. ରୋହିତ ସେଠ୍, ବଲାଙ୍ଗିର |  ଡିସେମ୍ବର୍ ୧୨, ୨୦୧୬ - ୫:୦୯ ପୂର୍ବାହ୍ନ

    ଇଣ୍ଟରନେଟ ରେ ମୁଁ ଅନେକ ଗୁଡ଼ିଏ ବହି ପଢ଼ି ପାରୁଅଛି ,
    ତେଣୁ ମୁଁ ବହୁତ ଖୁସି |
    ଧନ୍ୟବାଦ

  • ୩. ତପନ କୁମାର ଶତପଥୀ ।, ପାଲଲହଡା,  |  ମେ ୫, ୨୦୧୭ - ୯:୦୨ ପୂର୍ବାହ୍ନ

    ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ତାତ୍ପର୍ଯ୍ୟ ପୂର୍ଣ୍ଣ ଗ୍ରନ୍ଥ । ଏହି ଗ୍ରନ୍ଥ ପ୍ରକାଶିତ ହେବା ପରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଦାବି ମଝବୁତ ହୋଇ ପାରିଥିଲା।

  • ୪. ବିଭୂତି ଭୂଷଣ ସାହୁ, ତାଳଚେର, ଓଡିଶା |  ସେପ୍ଟେମ୍ବର୍ ୨୬, ୨୦୧୭ - ୯:୦୦ ପୂର୍ବାହ୍ନ

    ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅବଦାନ ଚିର ସ୍ମରଣୀୟ ।

  • ୫. ଅଧ୍ୟାପକ ଟି.ହୃଷୀକେଶ, Bhubaneswar & Odisha |  ନଭେମ୍ବର୍ ୮, ୨୦୧୭ - ୧:୧୨ ଅପରାହ୍ନ

    ଜଗତେ କେଵଳ ଜନେ ହସିବେ କବିତାର ସମ୍ପୂର୍ଣ ଏବଂ ବାସ୍ତବ ଅର୍ଥ ବୁଝିବାରେ ଏପର୍ଯନ୍ତ ବି ମୋର ଟିକେ ସନ୍ଦେହ ଅଛି l ତେଣୁ ସେ କବିତାର ସମ୍ପୂର୍ଣ୍ଣ ଅର୍ଥଟା ଟିକେ ପରିପୂର୍ଣ୍ଣ ଭାବରେ ପ୍ରକାଶ କରିପାରନ୍ତେ ଯଦି ତେବେ ନିଜର ମନଭିତରେ ଥିବା ସନ୍ଦେହ ଦୂର ହୋଇପାରନ୍ତା l ଆଶା ଅନୁରୋଧ ରକ୍ଷା କରିବେ l ଇତି ll ଆପଣଙ୍କର ଅଧ୍ୟାପକ ଟି.ହୃଷୀକେଶ

  • ୬. ଉମା ଶଙ୍କର ମାଝୀ |  ଡିସେମ୍ବର୍ ୨୮, ୨୦୧୭ - ୧୧:୧୯ ପୂର୍ବାହ୍ନ

    ଅତି ସୁନ୍ଦର ଉପସ୍ଥାପନ,ଆପଣଙ୍କୁ ଧନ୍ୟବାଦ l

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤