ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଲକ୍ଷ୍ମୀଧର ନାୟକ
ବିରଜା ବଳ
ମହାପାତ୍ର ନୀଳମଣି ସାହୁ
ଆଶିଷ କୁମାର କର
ରମାକାନ୍ତ ରଥ
କୃଷ୍ଣଚନ୍ଦ୍ର ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ସେପ୍ଟେମ୍ବର୍ ୧, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଭୁବନେଶ୍ବର: ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି୤ ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ହୋଇଛି୤ ଆସନ୍ତା କାଲି ବିଧାନସଭାରେ ଏନେଇ ଆବଶ୍ୟକ ବିଲ୍ ଉପସ୍ଥାପିତ ହୋଇ ଏହା ଗୃହୀତ ହେଲା ପରେ ପୁଣି ଓଡ଼ିଆ ଝାଡଖଣ୍ଡର ଦ୍ବିତୀୟ ରାଜଭାଷା ମାନ୍ୟତା ଫେରିପାଇବ ବୋଲି ଜଣାପଡ଼ିଛି୤ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକ ରହୁଛନ୍ତି୤ ଏହା ସହିତ ଏହି ରାଜ୍ୟର ମୋଟ ଲୋକ ସଂଖ୍ୟାର ଏକ ସିଂହଭାଗ ଲୋକ ସଂଖ୍ୟା ହେଉଛନ୍ତି ଓଡ଼ିଆ ଭାଷାଭାଷିର ଲୋକ୤ ତେଣୁ ୨୦୦୩ ମସିହାରେ ଝାଡ଼ଖଣ୍ଡ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହେଲା ପରେ ସେଠାରେ ଦ୍ବିତୀୟ ଭାଷା ଭାବେ ଓଡ଼ିଆ ଭାଷାକୁ ମାନ୍ୟତା ମିଳିଥିଲା୤ କିନ୍ତୁ କିଛି ଦିନ ତଳେ ଏହି ମାନ୍ୟତାକୁ ପ୍ରତ୍ୟାହାର କରି ରାଜ୍ୟ ସରକାର ବଙ୍ଗଳାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେଇଥିଲେ୤ ଏହା ବିରୋଧରେ ଓଡ଼ିଶା ଏବଂ ଝାଡଖଣ୍ଡରେ ତୀବ୍ର ସ୍ବର ଉତ୍ତୋଳନ ହୋଇଥିଲା୤ ଏ ନେଇ ନିକଟରେ ସମାପ୍ତ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ମାନ୍ୟତା ଲୋପ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ୤ ଏହା ସହିତ ବିଧାୟକମାନେ ଏ ନେଇ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ଏହି ପ୍ରସଙ୍ଗରେ ତୁରନ୍ତ ସରକାର ଏବଂ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ୤ ଏହା ବ୍ୟତୀତ ଉତ୍କଳ ସମ୍ମିଳନୀ ପକ୍ଷରୁ ଏ ନେଇ ଅଭିଯାନ ମଧ୍ୟ କରାଯିବା ବିଧାନସଭା ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା୤

ଗତ ସପ୍ତାହରେ ଓଡ଼ିଆ ଭାଷାର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ବହୁ ବୁଦ୍ଧିଜୀବୀ, ଉତ୍କଳ ସମ୍ମିଳନୀ କାର୍ଯ୍ୟକର୍ତ୍ତା ଓ ସାହିତ୍ୟିକମାନେ ଝାଡ଼ଖଣ୍ଡ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ପ୍ରସଙ୍ଗରେ ଭେଟିଥିଲେ୤ ସେହିଭଳି ଝାଡ଼ଖଣ୍ଡ ବିଧାନସଭା ସମ୍ମୁଖରେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା୤ ଶେଷରେ ରାଜ୍ୟ କ୍ୟାବିନେଟ ବୈଠକରେ ଝାଡ଼ଖଣ୍ଡ ସରକାର ଓଡିଆ ଭାଷାକୁ ପୁଣି ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ଅନୁମୋଦନ ଦେଇଛନ୍ତି୤ ଏହାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ବାଗତ କରାଯାଇଛି୤ ଝାଡ଼ଖଣ୍ଡ କ୍ୟାବିନେଟ୍ର ଏହି ନିଷ୍ପତ୍ତି ସଂପର୍କରେ ଜଣାପଡିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି୤ ଏହି ପ୍ରସଙ୍ଗରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଝାଡ଼ଖଣ୍ଡ ସରକାରଙ୍କୁ ପତ୍ର ମଧ୍ୟ ଲେଖିଥିଲେ୤୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. କେଦାରନାଥ ତ୍ରିପାଠୀ |  ସେପ୍ଟେମ୍ବର୍ ୨, ୨୦୧୧ - ୮:୪୮ ପୂର୍ବାହ୍ନ

    ବହୁତ ଭଲ ଲାଗୁଛି ଯେ ମୁଁ ଆଜି ମୋର ମାତୃଭାଷା ଓଡ଼ିଆ ରେ ବହୁତ ସହଜରେ ଟାଇପ୍‌ କରି ପାରୁଛି୤

    ମୁଁ ମୋର ଅଶେଷ ଧନ୍ୟବାଦ ଅପ୍ରାନ୍ତ ଓଡ଼ିଆ ଏବଂ ତାହାର ସମସ୍ତ କର୍ମକର୍ତ୍ତାଙ୍କୁ ଦେଉଛି ଏବଂ ଏହା ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣମାନଙ୍କର ଚଲାପଥ ସଦା କୁସୁମିତ ହେଉ୤

    କେଦାରନାଥ ତ୍ରିପାଠୀ

  • ୨. ରବିନ୍ଦ୍ର ସାହୁ |  ସେପ୍ଟେମ୍ବର୍ ୨, ୨୦୧୧ - ୯:୧୭ ପୂର୍ବାହ୍ନ

    ଝାଡ଼ଖଣ୍ଡ ସରକାରଙ୍କର ଏହି ଓଡିଅ ଭାଷା ପାଇଁ ସ୍ବାଗତଯୋଗ୍ୟ .

  • ୩. ସ୍ବାଧୀନ ପଟନାୟକ |  ସେପ୍ଟେମ୍ବର୍ ୨, ୨୦୧୧ - ୧୧:୩୮ ପୂର୍ବାହ୍ନ

    ମୋତେ ଆଜି ବହୁତ ଭଲ ଲାଗୁଛି ଯେ ମୁଁ ଆଜି ମୋର ମାତୃଭାଷା ଓଡ଼ିଆ ରେ ବହୁତ ସହଜରେ ଟାଇପ୍‌ କରି ପାରୁଛି୤ ମୁଁ ମୋର ଅଶେଷ ଧନ୍ୟବାଦ ଅପ୍ରାନ୍ତ ଓଡ଼ିଆ ଏବଂ ତାହାର ସମସ୍ତ କର୍ମକର୍ତ୍ତାଙ୍କୁ ଦେଉଛି ଏବଂ ପ୍ରଭୁ ଜଗନଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣମାନଙ୍କର ଚଲାପଥ ସଦା କୁସୁମିତ ହେଉ
    ସ୍ୱାଧୀନ ପଟନାୟକ, ରାୟଗଡ଼

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤