ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଅଚ୍ୟୁତାନନ୍ଦ କର
ବୈକୁଣ୍ଠନାଥ ପଟ୍ଟନାୟକ
ଲକ୍ଷ୍ମୀଧର ନାୟକ
ରବି ଶତପଥୀ
ଉତ୍କଳମଣି ଗୋପବନ୍ଧୁ ଦାସ
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୮, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଓଡ଼ିଆ ଘରର ପିଲା ପ୍ରଥମେ ଯେଉଁ ବହିକୁ ଧରି ଓଡ଼ିଆ ଶିକ୍ଷା ଆରମ୍ଭ କରେ ସେହି ବହି ହେଉଛି ‘ବର୍ଣ୍ଣବୋଧ’୤ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ‘ବର୍ଣ୍ଣବୋଧ’ ଓଡ଼ିଆ ଭାଷା ଶିକ୍ଷାର ଶିଶୁବେଦ୤ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତିକୁ ତୃଣମୂଳସ୍ତରରୁ ଦୃଢ଼ କରିବା ଉଦ୍ଦେଶ୍ୟରେ ମଧୁସୂଦନ ରାଓ ଏହି ବହିକୁ ରଚନା କରିଥିଲେ୤ ସମ୍ପ୍ରତି ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଦୃଷ୍ଟିହୀନ ପିଲାଙ୍କୁ ଓଡ଼ିଆ ଅକ୍ଷର ଓ ଭାଷା ଶିକ୍ଷା ଦେବା ପାଇଁ କଟକ ଜିଲ୍ଲା ପ୍ରଶାସନ ବର୍ଣ୍ଣବୋଧ ପୁସ୍ତକକୁ ବ୍ରେଲୀ ଅକ୍ଷରରେ ଛାପିବାର ନିଷ୍ପତ୍ତି ନେଇଛି୤ ଦୃଷ୍ଟିହୀନ ଓ ସାଧାରଣ ଛାପା ଅକ୍ଷର ପଢ଼ିବାକୁ ଅସମର୍ଥ ଥିବା ପିଲାଙ୍କ ପାଇଁ ବ୍ରେଲୀ ଅକ୍ଷରରେ ପୁସ୍ତକ ଛପା ଯାଇଥାଏ୤

ମଧୁବାବୁଙ୍କ ଦ୍ବାରା ବର୍ଣ୍ଣବୋଧ ପୁସ୍ତକ ପ୍ରଥମେ ୧୮୯୫ ମସିହାରେ ଛାପା ଯାଇଥିଲା୤ ବର୍ତ୍ତମାନ ଏହାର ୧୧୮ ବର୍ଷ ପରେ ବ୍ରେଲୀ ଅକ୍ଷରରେ ଏହି ପୁସ୍ତକ ଛାପା ହେବାକୁ ଯାଉଛି୤ ଚଳିତ ମାସରେ ଏହି ପୁସ୍ତକ ଉନ୍ମୋଚନ କରାଯିବାକୁ ଯୋଜନା ରହିଛି୤ ୧୮୯୫ରେ ପ୍ରକାଶିତ ମୂଳ ବହି ଓ ନିକଟରେ ପ୍ରକାଶ ପାଇଥିବା ବର୍ଣ୍ଣବୋଧ ବହି ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ବୋଲି ଏହାର ପ୍ରକାଶକ, ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି୤ ସବୁଠାରୁ ଭଲ କଥା ହେଉଛି ନୂତନ ବହିର ପ୍ରତି ପୃଷ୍ଠାରେ ପୁରୁଣା ବହିର ଏକ ପ୍ରତିଲିପି ରଖାଯାଇଛି୤

ବ୍ରେଲୀ ଅକ୍ଷରରେ ବର୍ଣ୍ଣୋବୋଧ ପୁସ୍ତକ ଛପାଯିବା ଏକ ମହତ୍ ଉଦ୍ୟମ୤ ଓଡ଼ିଆ ଭାଷାର ପ୍ରାରମ୍ଭରେ ସମସ୍ତ ପିଲା ବର୍ଣ୍ଣବୋଧ ପୁସ୍ତକରୁ ହିଁ ଶିକ୍ଷା ଲାଭ କରୁଥିବା ବେଳେ ଦୃଷ୍ଟିହୀନମାନେ ଏଥିରୁ ବଞ୍ଚିତ ହେଉଥିଲେ୤ ୧୮୯୫ ମସିହାରେ ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ପ୍ରକୃତ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକକୁ ହିଁ ବ୍ରେଲୀ ଅକ୍ଷରରେ ଛାପାଯିବାର ଯୋଜନା ରହିଛି୤ ପ୍ରକୃତ ବର୍ଣ୍ଣବୋଧ ପୁସ୍ତକର ପ୍ରଥମ ସଂସ୍କରଣ ଲଣ୍ଡନରେ ୧୮୯୫ ମସିହାରେ ଛାପା ଯାଇଥିଲା୤ ଏହାପରେ ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ଉପଲବ୍ଧ ନଥିଲା୤ ସମ୍ପ୍ରତି ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏହାର ନୂତନ ସଂସ୍କରଣ ଛାପାଯାଇଛି୤ ବଜାରରେ ପ୍ରକୃତ ବର୍ଣ୍ଣବୋଧ ମିଳୁନଥିବା ସମୟରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ପ୍ରକାରର ବିକଳ୍ପ ବର୍ଣ୍ଣବୋଧ ଉପଲବ୍ଧ ହେଉଛି୤ ଏହା ଫଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଅନେକ ଦ୍ବନ୍ଦ ସୃଷ୍ଟି ହେଉଥିଲା୤

ପୁଣିଥରେ ପ୍ରକୃତ ବର୍ଣ୍ଣବୋଧ ପିଲାଙ୍କୁ ଯୋଗାଇ ଦେବାଲାଗି ଏହି ଯୋଜନା ଆରମ୍ଭ ହୋଇଛି୤ ଦୃଷ୍ଟିହୀନଙ୍କ ଲାଗି ବ୍ରେଲୀ ଅକ୍ଷରରେ ପ୍ରକାଶିତ ହେବାକୁ ଥିବା ବର୍ଣ୍ଣବୋଧ ବହିଟି ନିଶ୍ଚିତ ଭାବରେ ସଫଳତା ପାଇବ ବୋଲି ନୂତନ ସଂସ୍କରଣର ସଂକଳନ ଓ ସମ୍ପାଦନା କରିଥିବା ଡ.ବିଜୟାନନ୍ଦ ସିଂହ କହିଛନ୍ତି୤ କାରଣ ବର୍ଣ୍ଣବୋଧ ବହିରୁ ବର୍ଣ୍ଣଶୁଦ୍ଧି ସହିତ ଓଡ଼ିଆ ଭାଷା ଉପରେ ସମସ୍ତ ପ୍ରାରମ୍ଭିକ ତଥ୍ୟ ସମ୍ବନ୍ଧିୟ ଜ୍ଞାନ ପିଲାମାନେ ଆହରଣ କରିପାରିବେ୤ ମଧୁସୂଦନ ରାଓଙ୍କ ଲିଖିତ ପ୍ରକୃତ ବର୍ଣ୍ଣବୋଧ ବହିକୁ ହିଁ ବ୍ରେଲୀ ଅକ୍ଷରରେ ଛାପିବା ପାଇଁ ଆମ ସହ କଟକ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲେ୤ ଏହାଦ୍ବାରା ଦୃଷ୍ଟିହୀନ ପିଲାମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ସମରେନ୍ଦ୍ର ଭୁତିଆ, ବରଗଡ,ପଦ୍ମପୁର  |  ଏପ୍ରିଲ୍ ୨୬, ୨୦୧୩ - ୫:୨୬ ପୂର୍ବାହ୍ନ

    ବହୁତ୍ ବଢିଆ ସଫ୍ଟ୍ଓୟାର୍ ହେଇଛି . ଆପଣଙ୍କୁ ଅନେକ ଧନ୍ୟବାଦ୍.

  • ୨. ସମରେନ୍ଦ୍ର ଭୁତିଆ |  ଏପ୍ରିଲ୍ ୨୬, ୨୦୧୩ - ୫:୩୪ ପୂର୍ବାହ୍ନ

    ଓଡିଆ ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ପାଇଁ ଆପଣଙ୍କର ଉଦ୍ୟମ ଏବଂ ଆନ୍ତରିକ ସ୍ପୃହା ବାସ୍ତବିକ ପ୍ରଶଂସନୀୟ ୤ଆପଣଙ୍କର ଏହି ଉଦ୍ୟମ ପାଇଁ ମୁଁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ୤ ଆପ୍ରାନ୍ତ ଓଡିଆ ଲିପି ଆମାନଙ୍କ ପାଇଁ ବରଦାନ ସଦ୍ରୁଶ.

  • ୩. ଶୁସାନ୍ତ କୁମାର ପରିଡା, ଭୁବନେଶ୍ବର |  ମେ ୮, ୨୦୧୩ - ୪:୪୮ ପୂର୍ବାହ୍ନ

    ଜୟ ଓଡିଆ ଜୟ ଓଡିଶା

  • ୪. ଆଶୁତୋଷ ରଥ, ଭୁବନେଶ୍ବର୍ |  ମେ ୩୧, ୨୦୧୩ - ୧:୩୮ ଅପରାହ୍ନ

    ଅତି ସୁନ୍ଦର୍ ଓଡ଼ିଆ ଫଣ୍ଟ୍‌ର ଆବିଷ୍କାର୍ କରା ଯାଇଅଛି

    ଧନ୍ୟବାଦ
    ଆଶୁତୋଷ ରଥ

  • ୫. ତସିଲ କୁମାର ସାହୁ |  ଜୁନ୍ ୧୫, ୨୦୧୩ - ୮:୨୪ ପୂର୍ବାହ୍ନ

    ଅତି ସୁନ୍ଦର ଭାବରେ ଓଡିଆ ଭାଷାକୁ ସର୍ବ ଭାରତୀୟ ସ୍ତରରେ ପହଞ୍ଚାଇ ପାରିବ ୤ ଏହା ମୋର ଆଶା ୤ ଧନ୍ୟବାଦ

  • ୬. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, କାନାଡ଼ା, |  ଅଗଷ୍ଟ୍ ୨୮, ୨୦୧୩ - ୧୦:୪୯ ଅପରାହ୍ନ

    ଧନ୍ୟବାଦ..!!

    ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

    ପ୍ରଶାନ୍ତ କୁମାର ଭୂୟାଁ,
    ଟରୋଣ୍ଟୋ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୭. ସନ୍ତୋଷ କୁମାର ମହାନ୍ତି, Mysore, Karnataka |  ଫେବୃଆରୀ ୫, ୨୦୧୪ - ୫:୨୬ ପୂର୍ବାହ୍ନ

    ପ୍ରକୃତରେ ଏ ବହିକୁ ଛାପିବାରେ କୌଣସି ଆବଶ୍ୟକତା ନ ଥିଲା | କାରଣ -୧. ୧୯୦୦/୧୯୦୧ରେ ପ୍ରକାଶିତ ସଂଶୋଧିତ ସଂସ୍କରଣ ୧୮୮୫ ଠାରୁ ସଂପୂର୍ଣ ଅଲଗା | ସେଥିରେ ସେ ଆମୂଳଚୂଳ ପରିବର୍ତନ କରିଥିଲେ | ୨. ୧୦୦ ବର୍ଷ ତଳେ ଲେଖାଥିବା ବହିକୁ ପଢ଼ିବା ଅପେକ୍ଷା ବର୍ତମାନର ଆବଶ୍ୟକତାକୁ ଚାହିଁ ବର୍ଣବୋଧ ରଚନା ହେବା ବିଧେୟ | ୧୦୦ ବର୍ଷର ପୁରୁଣା ମାନଚିତ୍ର ଧରି ରାସ୍ତା ଖୋଜିବା ଯାହା ଏ କ୍ଷେତ୍ରରେ ମଧ୍ୟ ତାହା !

    -ସନ୍ତୋଷ କୁମାର ମହାନ୍ତି
    କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ, ମହୀଶୂର, କର୍ଣାଟକ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤