ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭୂପେନ୍‌ ମହାପାତ୍ର
ତ୍ରିନାଥ ସିଂହ
ବ୍ରଜନାଥ ରଥ
ଗୋପାଳ ଚନ୍ଦ୍ର ପ୍ରହରାଜ
କାମାକ୍ଷୀ ପ୍ରସାଦ ଦାଶ
ଉତ୍କଳମଣି ଗୋପବନ୍ଧୁ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଦଳାପାଞ୍ଜିର ସାହିତ୍ୟିକ ମୂଲ୍ୟ
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ଫେବୃଆରୀ ୯, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ସେହିପରି ଗଜପତି କପିଳେନ୍ଦ୍ରଙ୍କ ସଂପର୍କରେ ପାଞ୍ଜିରେ ବହୁ କାହାଣୀ ଦୃଷ୍ଟିଗୋଚର ହୋଇଥାଏ୤ ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି – ‘କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡିଲାକୁ ନାଗସାପ ଫଣା ଟେକିଅଛି୤ ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ୤ ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ୤ ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ୤ ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି୤ ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ୤ କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ୤ ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ୤ ଏଥକୁ କପିଳ ରାଉତ ଚାକର ରହିଲେ୤ ଥୋକାଏ ଦିନ ଉତ୍ତାରୁ ପରମେଶ୍ବର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ୤

ମାଦଳାପାଞ୍ଜିକୁ ବିଶ୍ଳେଷଣ କଲେ ଅନେକ କିମ୍ବଦନ୍ତୀ ଓ କାହାଣୀ ଉପଲବ୍‌ଧ ହୋଇଥାଏ୤ କିମ୍ବଦନ୍ତୀ ଓ କାହାଣୀ ସଂଯୋଗରେ ଏହାର ଐତିହାସିକ ମୂଲ୍ୟ କ୍ଷୁର୍ଣ୍ଣ ହେଲେହେଁ ସାହିତ୍ୟିକ କଳାତ୍ମକତା ପରିଲକ୍ଷିତ ହୋଇଥାଏ୤ ଓଡିଆ ଗଦ୍ୟ ସାହିତ୍ୟ ବିକାଶରେ ମାଦଳାପାଞ୍ଜିର ସ୍ଥାନ ସ୍ବତନ୍ତ୍ର୤ ଡକ୍ଟର ସୁନୀତ କୁମାର ଚାଟାର୍ଜୀଙ୍କ ମତରେ ଖୁଟିନାଟି ବ୍ୟାପାରରେ ଭୁଲଭ୍ରାନ୍ତି ଦୋଷତ୍ରୁଟି ଥାକିଲେ ଓ ପାଂଜିତେ ଅନ୍ତତଃ ମଧ୍ୟଯୁଗର ଉଡିୟା ଗଦ୍ୟର ମୂଲ୍ୟବାନ ନିଦର୍ଶନ ଲିଖିତ ହୋଇଛି ତାହା ସ୍ବୀକାର କରିତୟେ୤’ ଯଥାର୍ଥରେ ଓଡିଆ ଗଦ୍ୟ ସାହିତ୍ୟ ବିକାଶ ଆଲୋଚନାରେ ମାଦଳାପାଞ୍ଜି ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି୤

ମାଦଳାପାଞ୍ଜିରେ ତିନିପ୍ରକାର ଭାଷା ପରିଲକ୍ଷିତ ହୁଏ୤ ଯଥା (୧) ସାଧାରଣ ଭାଷା (୨) ମୁଦଲଭାଷା (୩)ଘୋଷଣାଭାଷା୤ ସାଧାରଣ ଭାଷା ସରଳ ଓ ସୁବୋଧ୤ ମୁଦଲର ଭାଷା ସଂସ୍କୃତ ଶଦ୍ଦ ବହୁଳ୤ ଏହାର କାବ୍ୟ ଯଥେଷ୍ଟ ଦୀର୍ଘ ଓ ଜଟିଳ୤ ଘୋଷଣାଭାଷା କେତେକ କ୍ଷୁଦ୍ର ବାକ୍ୟର ସମ୍ମିଶ୍ରଣ୤ ଏହା ବ୍ୟତୀତ ପୂଜାବିଧି, ଚିଠି ଓ ପରୱାନାର ଭାଷା ସ୍ବତନ୍ତ୍ର୤ ମାଦଳାପାଞ୍ଜି କୌଣସି ନିର୍ଦ୍ଧିଷ୍ଟ ଭାଷା ଶୈଳୀକୁ ଅନୁସରଣ କରିନାହିଁ୤ ବିଭିନ୍ନ ଲିଖନକାରଙ୍କଦ୍ବାରା ବିଭିନ୍ନ ସମୟରେ ଲିଖନ କରାଯାଇଥିବାରୁ ଏହାର ଭାଷାରେ ଶୈଳୀଗତ ପାର୍ଥକ୍ୟ ପରିଲକ୍ଷିତ ହେବା ସ୍ବାଭାବିକ୤ ଅଳଙ୍କାର ସଂଯୋଜନା କ୍ବଚିତ ପରିଲକ୍ଷିତ ହୋଇଥାଏ୤

ପରବର୍ତ୍ତୀ କାଳରେ ଓଡିଆ ସାହିତ୍ୟରେ ମାଦଳାପାଞ୍ଜିର ପ୍ରଭାବ ସ୍ପଷ୍ଟ୤ ବହୁକାବ୍ୟ ନାଟକ ଉପନ୍ୟାସରେ ମାଦଳାପାଞ୍ଜି ବର୍ଣ୍ଣିତ କାହାଣୀକୁ ନେଇ ସୃଷ୍ଟି ହୋଇଛି୤ ଓଡିଆ ଲୋକ ସାହିତ୍ୟ ଦିଗରୁ ମାଦଳାପାଞ୍ଜି ସ୍ବତନ୍ତ୍ର ଆଲୋଚନା ଆବଶ୍ୟକ୤ ଓଡିଆ ପୁରପଲ୍ଲୀରେ ଅଦ୍ୟାବିଧି ନିତେଇ ଧୋବଣୀ, କାଉଁରୀ ମନ୍ତ୍ର, ଗୁଣିଗାରେଡି ପ୍ରଭୃତି ଲୋକକଥା ପ୍ରଚଳିତ୤

ପୁରୁଷୋତ୍ତମଙ୍କ ‘କାଞ୍ଚକାବେରୀ କାବ୍ୟ’ର କଥାବସ୍ତୁ ମାଦଳାପାଞ୍ଜିରୁ ସଂଗୃହୀତ କାଞ୍ଚିରୁ ଗଣେଶ ଶ୍ରୀକ୍ଷେତ୍ର ଆସିବା, ସାନବିପ୍ର ବଡବିପ୍ର କଥା, ମାଣିକ ଗଉଡୁଣୀ କଥା ଓ ଛେରା ପହରା ପ୍ରସଙ୍ଗ ଇତ୍ୟାଦି ଏହି କାବ୍ୟରେ ବର୍ଣ୍ଣିତ୤ ବଳରାମଦାସଙ୍କ ଜଗମୋହନ ଛାନ୍ଦ, ଚକ୍ରପାଣି ପଟ୍ଟନାୟକଙ୍କ ଗୁଣ୍ଡିଚା ଚାମ୍ପୁର କଥାବସ୍ତୁ ଉପରେ ମାଦଳାପାଞ୍ଜିର ପ୍ରଭାବ ପରିଲକ୍ଷିତ ହୋଇଥାଏ୤ କୃପାସିନ୍ଧୁ ଦାସଙ୍କ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ ଦାସଙ୍କ ନିତ୍ୟନୀଳାଦ୍ରି ବିଳାସ ଓ ଦାରୁବ୍ରହ୍ମ ଗୀତାରେ ସେବାଉପାସନା ପ୍ରସଙ୍ଗ, ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପ୍ରଭୃତି ମାଦଳାପାଞ୍ଜିର ଅନୁରୂପ୤ ମାଗୁଣି ଦାସ, ଦାମୋଦର ଦାସ ଓ ନୀଳାମ୍ବର ଦାସଙ୍କ ଦେଉଳ ତୋଳାରେ ବର୍ଣ୍ଣିତ ଗାଲମାଧବ ପ୍ରସଂଗ ପାଞ୍ଜିର ଅନୁସରଣରେ କରାଯାଇଛି୤ ସେହିପରି ଚାନ୍ଦଦାସ ଗୋପୀଚନ୍ଦନ କାବ୍ୟରେ ବର୍ଣ୍ଣିତ ରାମଚନ୍ଦ୍ରଦେବଙ୍କ ଅଭିନବ ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପାଂଜିର ଅନୁରୂପ୤ ସପ୍ତଦଶ ଶତାଦ୍ଦୀରେ ଜଗନ୍ନାଥ ନାରାୟଣ ଦେବଙ୍କ ଲିଖିତ ଗଙ୍ଗାଯାତ୍ରା ବିବରଣୀରେ ଶ୍ରୀଜଗନ୍ନାଥଙ୍କୁ ପାତାଳି ପାଇଁ ନିଆଯାଇଥିବା ଗତିପଥର ସ୍ଥାନ ବର୍ଣ୍ଣନା ଅବିକଳ ପାଞ୍ଜିରେ କରାଯାଇଛି୤

କବିବର ରାଧାନାଥ ରାୟ ‘ପାର୍ବତୀ’ କାବ୍ୟରେ ଚୋଡଗଙ୍ଗ ଦେବ ଓ କୌଶଲ୍ୟାଙ୍କର ଯେଉଁ ଅବୈଧ ପ୍ରଣୟର ବର୍ଣ୍ଣନା କରିଛନ୍ତି ସେଥିପାଇଁ ସେ ପାଂଜି ଉପରେ ନିର୍ଭରଶୀଳ୤ ରାଧାନାଥ ‘ଚିଲିକା’ କାବ୍ୟରେ ରକ୍ତବାହୁ ପ୍ରସଙ୍ଗ ମାଦଳାପାଞ୍ଜିର ଅବଲମ୍ବନରେ ଲିଖିତ ଗଜପତି ପୁରୁଷୋତ୍ତମ ଦେବଙ୍କ ସହ କାଞ୍ଚିରାଜ ଜେମାଙ୍କ ବିବାହ ବିବାଦ ପ୍ରସଙ୍ଗରେ କାଞ୍ଚିଯୁଦ୍ଧରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଳାଘୋଡା ଓ ଧଳାଘୋଡା ଚଢିଯିବା, ମାଣିକ ଗଉଡୁଣୀଠୁ ଦୁହେଁ ଦହିଖାଇବା ପାଞ୍ଜି ବର୍ଣ୍ଣିତ କହାଣୀ୤ ପାଂଜିବର୍ଣ୍ଣିତ କାହାଣୀକୁ ଅନୁସରଣ କରି ରାମଶଙ୍କର ରାୟ ‘କାଞ୍ଚିକାବେରୀ’ ନାଟକ, ଗୋଦାବରୀଶ ମିଶ୍ର ପୁରୁଷୋତ୍ତମ ଦେବଙ୍କ ନାଟକ ଓ କାଳୀ ଚରଣ କାଞ୍ଚିଅଭିଯାନ ନାଟକ ଲିଖିତ ଓ ପାଠକ ଆଦିଙ୍କ ଦ୍ବାରା ଆଦୃତ୤ ଗୋଦାବରୀଶଙ୍କ ମୁକୁନ୍ଦଦେବ ଓ ଅଶ୍ବନୀକୁମାର କଳାପାହାଡ ନାଟକରେ ମୂଳ ଘଟଣା ପାଂଜିକୁ ଅନୁସରଣ କରିଛି୤ ସୁରେନ୍ଦ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଉପନ୍ୟାସ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ୤ ଦ୍ବିତୀୟ ରାମଚନ୍ଦ୍ରଦେବଙ୍କ ସମୟରେ ମୁସଲମାନ ଆକ୍ରମଣରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷାକରିବା ପାଇଁ ଚିଲିକାରେ ଲୁକାୟିତ ଭାବରେ ରହିବା ଓ ପରେ ରତ୍ନସିଂହାସନରେ ବିଜେହେବାର ଘଟଣାକୁ ନେଇ ଏ ଦୁଇ ଉପନ୍ୟାସ ରଚିତ୤ ପାଂଜି ବର୍ଣ୍ଣିତ କିମ୍ବଦନ୍ତୀକୁ ସୁରେନ୍ଦ୍ର ମହାନ୍ତି ବିଷୟବସ୍ତୁ ରୂପେ ଗ୍ରହଣ କରିଛନ୍ତି୤ ପର୍ଯ୍ୟାଲୋଚନା କଲେ ଜଣାଯାଏ ଆଜିପର୍ଯ୍ୟନ୍ତ ମାଦଳାପାଞ୍ଜି ଓଡିଆ ସାହିତ୍ୟର ବିଭିନ୍ନ ଦିଗକୁ ପ୍ରଭାବିତ କରିଆସିଛି୤

ମାଦଳାପାଞ୍ଜିର ପ୍ରଭାବରେ ଓଡିଶାରେ ଅନେକ ଗୁଡିଏ ପାଞ୍ଜି ଦେଖାଯାଏ୤ ଜଗନ୍ନାଥ ମହାପ୍ରଭୁ ଓ ଠାକୁର ରାଜାଙ୍କ ଉପରେ ମାଦଳାପାଞ୍ଜି ରଚିତ ହୋଇଥିବାରୁ ଉତ୍କଳରେ ଏହା ସର୍ବତ୍ର ସୁପରିଚିତ ସହ ପ୍ରଭାବ ବିସ୍ତାର କରିବା ସ୍ବାଭାବିକ୤ ମାଦଳାପାଞ୍ଜିର ଅନୁକରଣରେ ‘କଳାହାଣ୍ଡିମାଦଳା’, ‘କେଉଁଝରମାଦଳା’ ରଚିତ୤ ଏହା ବ୍ୟତୀତ ଗୋପୀନାଥ ମିଶ୍ରଙ୍କ ପଟିଆ ରାଜାଙ୍କ ବଂଶାବଳୀ, ସୂର୍ଯ୍ୟମଣି ଚ୍ୟାଉ ପଟ୍ଟନାୟକଙ୍କ ‘ଘୁମୁସୁର ଭଟ୍ଟ ବଂଶାବଳୀ’ ପଦ୍ମନ ସିଂହଙ୍କ ‘ନାଗବଂଶ ରଚିତ’ ଫକୀର ଚଇନଙ୍କ ‘ଚଇନଙ୍କ ଚକଡା’ ମାଦଳାପାଞ୍ଜି ପ୍ରଭାବରେ ରଚିତ୤

ମାଦଳାପାଞ୍ଜିକୁ ସାହିତ୍ୟ ରୂପେ ଗ୍ରହଣ ନକଲେହେଁ ଅତୀତ ଘଟଣାବଳୀର ଲିପିବଦ୍ଧ କରିବାର ପ୍ରଥମ ପ୍ରୟାସ୤ ଏଥିରେ ଅନେକ ସାହିତ୍ୟିକ କଥାବସ୍ତୁର ଐତିହାସିକ ତଥ୍ୟ ରହିଛି୤ ପାଂଜି ବର୍ଣ୍ଣିତ ଅନେକ ଅଦ୍ଭୁତ କାହାଣୀ ମଧ୍ୟ ପାଠକକୁ ଆନନ୍ଦ ପ୍ରଦାନ କରିଥାଏ୤ ମାଦଳାପାଞ୍ଜି ସମ୍ପର୍କରେ ଏତିକି କୁହାଯାଇପାରେ ପାଞ୍ଜିକାରଗଣ ଯଥାର୍ଥତଃ ସାହିତ୍ୟିକ ନହେଲେହେଁ ସେମାନଙ୍କର କଳ୍ପନା ବିକାସିତା ଓ କାହାଣୀ ବର୍ଣ୍ଣନାର କଳା ଆଜି ପର୍ଯ୍ୟନ୍ତ ଓଡିଆ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଥିବାରୁ ଏହାର ସାହିତ୍ୟିକ ଅବଦାନକୁ ଅସ୍ବୀକାର କରାନଯାଇପାରେ୤ ଏବଂ ମାୟାଧର ମାନସିଂହଙ୍କ ମତ ହେଲା ‘ଛିନ୍ନ-ବିଚ୍ଛିନ୍ନ ଭାବରେ ଆମେ ପାଞ୍ଜିର ପୃଷ୍ଠାମାନଙ୍କରୁ ପ୍ରାଚୀନ ଓଡିଶାର କେତୋଟି ସାମାଜିକ ଚିତ୍ରାବଳୀ ପାଉ ତାହାହିଁ ବୋଧହୁଏ ଏହି ଗ୍ରନ୍ଥର ଏକମାତ୍ର ସାହିତ୍ୟିକ ମୂଲ୍ୟ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Paresh Nayak |  ଫେବୃଆରୀ ୧୧, ୨୦୧୧ - ୬:୨୬ ପୂର୍ବାହ୍ନ

    Nice article. But who is its author ?

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤