ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେଶ ବିଶ୍ବାଳ
କାଳିନ୍ଦି ଚରଣ ପାଣିଗ୍ରାହୀ
ସୁଶାନ୍ତ ଦାଶ
ଅଶୋକ ଚନ୍ଦ୍ର ମହାପାତ୍ର
ଭଗବତୀ ଚରଣ ପାଣିଗ୍ରାହୀ
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଦଳାପାଞ୍ଜିର ସାହିତ୍ୟିକ ମୂଲ୍ୟ
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ଫେବୃଆରୀ ୯, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

କାଶ୍ମୀରର ‘ରାଜରଙ୍ଗିଣୀ’, ଆସାମର ‘ବୁରୁଂଜି’ ଏବଂ ସିଂହଳର ‘ଧାତୁବଂଶ’ ପରି ‘ମାଦଳାପାଞ୍ଜି’ ଓଡ଼ିଶାରେ ରାଜତ୍ବ କରୁଥିବା ବିଭିନ୍ନ ରାଜବଂଶର କେବଳ ଇତିହାସଗ୍ରନ୍ଥ ନୁହେଁ ଏହା ଓଡ଼ିଶା ଜାତୀୟ ଜୀବନର ମର୍ମଗାଥା୤ ଖ୍ରୀଷ୍ଟୀୟ ଦ୍ବାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ମିଳିଥାଏ ମାଦଳାପାଞ୍ଜିରୁ୤ ରାଜା ଓ ଜଗନ୍ନାଥଙ୍କୁ ଏକତ୍ର କରିବାର ପ୍ରଚେଷ୍ଟା ହେଉଛି ମାଦଳାପାଞ୍ଜି୤ ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି୤ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ବତନ୍ତ୍ର୤

ମାଦଳାପାଞ୍ଜିର ନାମକରଣ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳିଥାଏ୤ ୧୯୧୯ ମସିହାରେ ଐତିହାସିକ ମଦନମୋହନ ଚକ୍ରବର୍ତ୍ତୀ ଲେଖିଥିଲେ ‘ମୁଦଲ ଅର୍ଥ ବନ୍ଦ କରିବା’୤ ତାଙ୍କ ମତରେ ମୁଦଲ – ମୁଦଳା – ମାଦଳା ଶବ୍ଦର ଉତ୍ପତ୍ତି ହୋଇଛି୤ ୧୯୨୭ ମସିହାରେ ରମାପ୍ରସାଦ ଚନ୍ଦ ‘ଓଡ଼ିଶା ଇତିହାସ’ରେ ମାଦଳା ସଂପର୍କରେ ଲେଖିଛନ୍ତି ‘ମର୍ଦ୍ଦଳ’ ଜାତୀୟ ଏକ ବାଦ୍ୟ ଶବ୍ଦରୁ ମାଦଳାର ଉତ୍ପତ୍ତି୤ ତାଙ୍କ ମତରେ ମର୍ଦ୍ଦଳ – ମଦ୍‌ଦଳ – ମଦଳ – ମଦଳା – ମାଦଳା ଏହିପରି ହୋଇଛି୤ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ‘ପାଂଜି’ ଲେଖିସାରିବାପରେ ଲିଖନକାରମାନେ ଏହାକୁ ମର୍ଦ୍ଦଳାକାରରେ ବାନ୍ଧୁଥିଲେ ଏବଂ ମୁଦଦେଇ ଶ୍ରୀମନ୍ଦିରରେ ରଖୁଥିଲେ, ତେଣୁ ଏହାକୁ ମାଦଳାପାଞ୍ଜି କୁହାଯାଏ୤ ଭିନ୍ନଭିନ୍ନ ମତାମତ ମଧ୍ୟରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ଷଢଙ୍ଗୀଙ୍କ ମତ ଅଧିକ ଯଥାର୍ଥ ମନେହୁଏ୤ ତାଙ୍କ ମତରେ ‘ମଦଳା’ ଆଭିଧାନିକ ଅର୍ଥ ଅପୂର୍ଣ୍ଣ ବା କାନ୍ତିଆ୤ ଶ୍ରୀଜଗନ୍ନାଥ ଅସଂପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ୤ ମାଦଳାପାଞ୍ଜିକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ୤

ଶ୍ରୀଜଗନ୍ନାଥ ଅସଂପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ୤ ମାଦଳାପାଞ୍ଜିକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ୤

ମାଦଳାପାଞ୍ଜି ଏକ ସାହିତ୍ୟିକ ସୃଷ୍ଟି ନୁହେଁ ବା ଏହାର ନିର୍ଦ୍ଧିଷ୍ଟ ଲେଖକ ନାହାଁନ୍ତି୤ ଅର୍ଦ୍ଧଶିକ୍ଷିତ ରାଜକର୍ମଚାରୀଙ୍କ ଦ୍ବାରା ଏହା ଲିଖିତ ହୋଇଆସୁଛି୤ ଏମାନେ ସ୍ବତଃ ଲେଖିନାହାଁନ୍ତି ଲେଖିବା ପାଇଁ ଗଜପତି ରାଜାଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି୤ ଲିଖନକାରମାନେ ବଂଶାନୁକ୍ରମେ ପାଂଜି ଲେଖିଆସୁଛନ୍ତି୤ ଏମାନେ ତିନିଭାଗରେ ବିଭକ୍ତ ଯଥା (୧) ଦେଉଳକରଣ (୨) ତିଢାଉକରଣ (୩) କୋଷ୍ଠକରଣ୤ ଦେଉଳକରଣଙ୍କ ଲିଖିତ ପାଂଜି ଶ୍ରୀଜଗନ୍ନାଥ ମନ୍ଦିରରେ, ଚଢାଉକରଣ ଦ୍ବାରା ଲିଖିତ ପାଂଜି ରାଜନଅରରେ ଓ କୋଷ୍ଠକରଣଙ୍କ ଦ୍ବାରା ଲିଖିତ ପାଂଜି ପାଂଜିକାର ଗୃହରେ ରହୁଥିଲା୤ ଅନ୍ୟକେତେକ ଗବେଷକଙ୍କ ମତରେ ଦେଉଳକରଣମାନେ ଶ୍ରୀଜଗନ୍ନାଥ ମନ୍ଦିରର ପର୍ବପର୍ବାଣୀ ତଥା ନୀତି ସଂପର୍କରେ ଲେଖୁଥିଲେ ଓ ତଢାଉକରଣମାନେ ଓଡିଶାର ରାଜାଙ୍କର ରାଜ୍ୟଶାସନ ଓ କୀର୍ତ୍ତିକଳାପର ଧାରାବାହିକ ବିବରଣୀ ଲିପିବଦ୍ଧ କରୁଥିଲେ୤

ଓଡିଶାର ଇତିହାସକୁ ମାଦଳାପାଞ୍ଜି ବହନ କଲେହେଁ ଲିଖନକାରମାନେ ବହୁ କିମ୍ବଦନ୍ତୀ ଓ କାହାଣୀ ସଂଯୋଗ କରି ସାହିତ୍ୟିକ ମର୍ଯ୍ୟାଦା ନେଇଛନ୍ତି୤ ପାଂଜି ମଧ୍ୟସ୍ଥ କାହାଣୀ ମଧ୍ୟରେ ଚୋଡଗଙ୍ଗ ଦେବଙ୍କ ସମୟରେ ନିତେଇ ଧୋବଣୀ କଥା ଚୋଡଗଙ୍ଗ ଦେବଙ୍କ ନିଜ କନ୍ୟା ସହ ଅବୈଧ ପ୍ରେମ ଓ ପ୍ରାୟଶ୍ଚିତ କଥା, ବୌଦ୍ଧଭ୍ରମଣ ଓ ବ୍ରାହ୍ମଣ ପରୀକ୍ଷା କଥା, ଅନଙ୍ଗଭୀମଦେବଙ୍କ ସମୟର ପଶୁପାଳକଥା, ସିବେଇସାମନ୍ତରା ଜାଉଖିଆ କଥା, ଅନ୍ଧଦଇତା ଦାସ କଥା, କପିଳେନ୍ଦ୍ରଙ୍କ ସମୟରେ ନାଗସାପ ପ୍ରସଂଗ ପ୍ରଧାନ୤ ଏସବୁ ଗଳ୍ପ ଓଡିଶାର ପୁରପଲ୍ଲୀରେ ବହୁଳ ପ୍ରଚଳିତ୤ ଏଥିରେ ସତ୍ୟତା ନଥିଲେହେଁ ଏଥିରେ ଅର୍ନ୍ତନିହିତ ଥିବା ସାମାଜିକ ଆନନ୍ଦବୋଧ ଓ ନୀତିଶିକ୍ଷା ତଥା ଧାର୍ମିକ ବିଶ୍ବାସକୁ କେବେହେଲେ ଅସ୍ବୀକାର କରାଯାଇନପାରେ୤ ପାଂଜିର ଥିବା କେତୋଟି କାହାଣୀ ପ୍ରଦତ୍ତ ହେଲା”

ଚୁଡଗଙ୍ଗଙ୍କ ସମ୍ବନ୍ଧରେ ଏକ କାହାଣୀ:-

” ଏ ରାଜା ବ୍ରାହ୍ମଣମାନଙ୍କୁ ପଚାରିଥିଲେ୤ ଯଉ ଫଳ ଉପୁଯାଇ ସେ ଫଳ ଖାଇ କି ନଖାଇ୤ ତହିଁକି ବ୍ରାହ୍ମଣେ ବୋଇଲେ ଯେ ଫଳ ଉପୁଯାଇ ସେ ଫଳ ଖାଇ୤ ସେଠାରୁ ରାଜା ଝିଅଙ୍କ ସଂଗେ ଅଙ୍ଗସଙ୍ଗ ହେଲେ୤ ସେ ଝିଅ ଗର୍ଭବାସ ହେଲେ୤ ତହିଁ ସକାସୁଁ ସେ କଥା ପ୍ରଘଟ ହେଲା ସେଠାରୁ ରାଜା ବ୍ରାହ୍ମଣଙ୍କୁ ପଚାରିଲେ ତହିଁକି ବ୍ରାହ୍ମଣମାନେ କହିଲେ ‘ତୁମ୍ଭେ ଝିଅ ସଂଗେ ଅଙ୍ଗସଙ୍ଗ ହେଲ୤ ଏକଥା ଗର୍ହିତ ହେଲା୤ ଏକଥା ଉଚିତ ନୁହଁ୤ ତହିଁକି ରାଜା ପଚାରିଲେ ଏଥିକି ପ୍ରାଶ୍ଚିତ୤ ତହିଁକି ବ୍ରାହ୍ମଣ କହିଲେ ‘ଦୁଇ ମାଠିଆ ପାଣି ଘେନି ଚାଲିଯିବ, ତାହା ଗୋଡରୁ ଯେଉଁଠାରେ ରୁଧିର ଜାତ ହେବ ସେଇଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବ୤ ମଧ୍ୟରେ ଦୀପିଦଣ୍ଡି ହେବ୤ ତହିଁ ଭିତରେ ସେ ଝିଅ ରହିବ୤ କାହାରି ମୁଖ ନ ଚାହିଁବ୤ ଏମନ୍ତ ଯେ ସେ ତାହାଙ୍କ ବିହକ ରହି୤ ତୁମ୍ଭ ଉପସ୍ଥ କଟାହୋଇ ଦୁମ ହୋଇଯିବ୤ ତେବେ ସେ ତହିଁରେ ଦୋଷଯିବ୤ ସେଠାରୁ ସେ ରାଜା ଏହା ଶୁଣି ଝିଅଙ୍କ ହାତରେ କାଖରେ ପାଣି ଦୁଇ ମାଠିଆ ଦେଇ ଚଳାଇଲେ୤ ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟଲୋକେ ଶୁଣି ବହୁତ ଉପହାସ କଲେ୤ ରାଜା ବଡ ସଂକୋଚ ପାଇଲେ ଝିଅକୁ ନଅରକୁ ନେଲେ୤ ଏ ଉତ୍ତାରୁ ଝିଅଙ୍କୁ ଯେଉଁଯାଏ ବୁଲାଇଲେ ରକତ ଗୋଡରୁ ବହିନଥିଲା୤ ସୀମାନ୍ତ ଘେନି ପୋଖରୀ ଦିପଦଣ୍ଡି କଲେ୤ ଦିପଦଣ୍ଡି କରି ଝିଅକୁ ଆଣି ତହିଁରେ ରଖିଲେ୤ ରାଣୀମାନେ ରାଜାଙ୍କ ମୁଣ୍ଡଛେଚି ମାଇଲେ ସେଇଦିନୁ ପୋଖରୀ କୌଶଲ୍ୟାଗଙ୍ଗ ହୋଇଲା୤ ଏହି କିମ୍ବଦନ୍ତୀରେ ତତ୍‌କାଳୀନ ବ୍ରାହ୍ମଣମାନଙ୍କର କଥା କିପରି ରାଜା ଗ୍ରହଣ କରୁଥିଲେ ଏହା ମାତ୍ର ଉଦାହରଣ୤ ଏତଦ୍‌ବ୍ୟତୀତ ପାପପୁଣ୍ୟର ବିଚାର ଗଳ୍ପରେ ପରିଲକ୍ଷିତ ହୋଇଥାଏ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Paresh Nayak |  ଫେବୃଆରୀ ୧୧, ୨୦୧୧ - ୬:୨୬ ପୂର୍ବାହ୍ନ

    Nice article. But who is its author ?

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤