ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
ନନ୍ଦ କିଶୋର ବଳ
ରାଧାନାଥ ରାୟ
ଶକ୍ତି ମହାନ୍ତି
ସୁଶାନ୍ତ ଦାଶ
ଅନନ୍ତ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୨୭, ୨୦୧୩  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଟେକ୍ସଚାର୍‌ ବା ଭାଷା ଓ ଶୈଳୀ :
ଫକୀରମୋହନଙ୍କ ଆଖ୍ୟାନ ରୀତିରେ ଲୋକ କାହାଣୀର ଶୈଳୀ ଦେଖିବା ପାଇଁ ମିଳେ୤ ଲୋକ କାହାଣୀର ଚାରିତ୍ରିକ ବୈଶିଷ୍ଟ୍ୟ ହେଲା ଏହାର ପ୍ରାରମ୍ଭରେ ଆକସ୍ମିକତା ନ ଥାଏ୤ କିଞ୍ଚିତ୍‌ ଉପକ୍ରମଣିକା ପରେ ଘଟଣାର ଉପସ୍ଥାପନା କରାଯାଇଥାଏ୤

ରେବତୀ ଗଳ୍ପରେ ମଧ୍ୟ ଫକୀରମୋହନ ଏହି ଶୈଳୀର ଅନୁସରଣ କରିଛନ୍ତି୤ ଗଳ୍ପର ଆରମ୍ଭରେ ଲେଖକ ପାଟପୁର ଗାଆଁ, ତା ମଧ୍ୟରେ ଶ୍ୟାମବନ୍ଧୁ ମହାନ୍ତିଙ୍କ ଘର, ତାପରେ ତାଙ୍କ ଝିଅ ରେବତୀକୁ ପରିଚିତ କରାଇ ଦେଇ ଘଟଣାର ପରିବେଷଣ କରିଛନ୍ତି୤

ଲୋକ କାହାଣୀର ପରିସମାପ୍ତିରେ କାବ୍ୟିକ ଧର୍ମ ପ୍ରତିଷ୍ଠିତ ହୋଇଥାଏ – ଦୋଷୀ ଦଣ୍ଡପାଏ, ସାଧୁ ପୁରଷ୍କୃତ ହୁଏ୤ କିନ୍ତୁ କେବଳ ଅସାଧୁତା ଓ ଅଧର୍ମର ଯେ କେବଳ ଶାସ୍ତି ରହିଛି ତା ନୁହେଁ୤ ସାଧୁତା ଓ ଧର୍ମ ପ୍ରତି ମଧ୍ୟ ଶାସ୍ତି ଅଛି୤ ଏହି ଶାସ୍ତି ଅଦୃଷ୍ଟ ଜନିତ୤ ରେବତୀ ଗଳ୍ପରେ ରେବତୀର ବାପା, ମାଆ, ସେ ନିଜେ, ବାସୁଦେବ ଓ ଜେଜୀମା ପ୍ରତି ଏହି ଅଦୃଷ୍ଟ ଜନିତ ଶାସ୍ତି ପ୍ରଦାନ କରାଯାଇଛି୤

ଲୋକ କାହାଣୀର ଆଖ୍ୟାନରେ ଶ୍ରୋତା ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜର ପ୍ରତିକ୍ରିୟା ପ୍ରକାଶକରିଥାଏ୤ ଛପାପୁସ୍ତକ କ୍ଷେତ୍ରରେ ସେଥିପାଇଁ ସୁଯୋଗ ନ ଥାଏ୤ କିନ୍ତୁ ଫକୀରମୋହନ ତାଙ୍କ ଗଳ୍ପ ଓ ଉପନ୍ୟାସରେ ବାରମ୍ବାର ପାଠକକୁ ସମ୍ବୋଧନ କରି ଅଛନ୍ତି୤ ଜଣେ ଶ୍ରୋତା ସବୁବେଳେ ତାଙ୍କ ଆଗରେ ଥିବାର ସେ କଳ୍ପନା କରିଛନ୍ତି୤ ପାଠକର ପ୍ରତିକ୍ରିୟା କଳ୍ପନା କରି ରେବତୀ ଗଳ୍ପରେ ଫକୀର ମୋହନ ଅନେକତ୍ର ଆତ୍ମପ୍ରକାଶ କରିଛନ୍ତି୤

ଉଦାହରଣତଃ :

୧. “ପୂର୍ବେ ବୋଧକରୁଁ, କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର୤”
୨. “ଏହି କଥାର ମର୍ମ ସେ କ’ଣ ବୁଝିଲା ସେ ଜାଣେ, ମାତ୍ର ସେହିଦିନ ଠାରୁ ତା’ର ଭାବଭଙ୍ଗୀ ଅନ୍ୟରକମ ଦେଖୁଅଛୁଁ୤”
୩. “ସେ ସମୟର କଥା ଗୁଡ଼ିକ ଲେଖିବାକୁ ଆଉ ହାତ ଚଳୁ ନାହିଁ୤”
୪. “ଆମ୍ଭେ ଜାଣୁ ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବଙ୍କ ନିର୍ମାଲ୍ୟ ପରି ମନେକରେ୤”
୫. “ଏ ପର୍ଯ୍ୟନ୍ତ ବୁଢ଼ୀର ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନ କଥା କ’ଣ କହିବୁଁ୤”

ଲୋକ ସମାଜରେ ପାରମ୍ପରିକ ବିଶ୍ବାସର ପ୍ରଭାବ ଅତ୍ୟଧିକ୤ ଲୋକ ଜୀବନ ବସ୍ତୁତଃ ସରଳ ଓ ନିଷ୍ପାପ୤ ତାହା ବେଳେବେଳେ ଅନ୍ଧବିଶ୍ବାସ ଭିତରେ ଉଦ୍ଭ୍ରାନ୍ତ ହୋଇଥାଏ୤ ରୋଗ, ଶୋକ, ଦୈବୀଦୁର୍ବିପାକକୁ ଲୋକ ଅପଦେବତାର ଅଭିସମ୍ପାତ ବା ଅଦୃଷ୍ଟର ବିଧାନ ବୋଲି ମନେକରେ୤ ଝିଅପିଲା ପାଠ ପଢ଼ିବା ସମସ୍ତ ଅମଙ୍ଗଳର କାରଣ ବୋଲି ତତ୍କାଳୀନ ସମାଜରେ ପୁରାତନ ଅନ୍ଧବିଶ୍ବାସ ଏତେ ପ୍ରଭାବଶାଳୀ ଥିଲା, ଯାହା ଫଳରେ ସଂସ୍କାରବାଦୀ ଫକୀରମୋହନ ଗଳ୍ପର ପରିସମାପ୍ତି ବିୟୋଗାନ୍ତକ କରିଛନ୍ତି୤ ଏତଦ‌୍‍ବ୍ୟତୀତ ଶରଣରେ(ଶ୍ରବଣା ନକ୍ଷତ୍ର ସମୟରେ) ଘର ଛପର ନ କରିବା ଏବଂ ରୀପଞ୍ଚମୀରେ ବିଦ୍ୟାରମ୍ଭ କଲେ ଭଲ ପାଠ ହୁଏ ବୋଲି ଥିବା ଲୋକବିଶ୍ବାସ ବିଷୟରେ ଲେଖକ ଗଳ୍ପରେ ଉଲ୍ଳେଖ କରିଛନ୍ତି୤ ପିଲାଙ୍କୁ ପିହୁଳା ରୋଗ ହେଲେ ମୁଣ୍ଡରେ ଚତଲା ବୋତଲ ଚିହ୍ନ ଦେବା ଲୋକ ଚିକିତ୍ସା ବିଷୟ ମଧ୍ୟ ଗଳ୍ପରେ ଉଲ୍ଳେଖ ଅଛି୤

ଏକ ବିଶେଷ ବାକ୍ୟାଂଶ, ପଦ୍ୟାଂଶ ବା ଗୁରୁତ୍ବପୂର୍ଣ୍ଣ ଘଟଣାର ପୁନଃକଥନ ଲୋକ କାହାଣୀର ଅନ୍ୟତମ ଶୈଳୀଗତ ବୈଶିଷ୍ଟ୍ୟ୤ ଗୋଟିଏ ବି ଅନାବଶ୍ୟକ ଶବ୍ଦ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଏକ ଦୋଷ ରୂପେ ପରିଗଣିତ ହେଉଥିବା ବେଳେ ଗୁରୁତ୍ବପୂର୍ଣ୍ଣ ଘଟଣା ବା ବକ୍ତବ୍ୟ ପ୍ରକାଶିତ ହେଉଥିବା ବାକ୍ୟାଂଶର ପୁନରାବୃତ୍ତି ଲୋକ କାହାଣୀର ଅନ୍ୟତମ ପରିଚୟ୤ ଏହା ଶ୍ରୋତାର ମନରେ ଲାଖି ରହେ ଏବଂ କାହାଣୀ ଉପଭୋଗରେ ସହାୟକ ହୋଇଥାଏ୤ ‘ରେବତୀ’ ଗଳ୍ପରେ ଜେଜୀମାଙ୍କ “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି” ବାକ୍ୟଟି ଏହା ଅନାୟସରେ ଫକୀରମୋହନଙ୍କ ସୃଷ୍ଟି ସମ୍ଭାର ବୋଲି ପରିଚିତ କରାଇଦିଏ୤

ଲୋକ ସମାଜରେ ପ୍ରଚଳିତ ଢ଼ଗ ଢ଼ମାଳୀ, ଛଟା ଓ ପ୍ରବଚନର ବ୍ୟବହାର ଫକୀରମୋହନଙ୍କ ଶୈଳୀର ବୈଶିଷ୍ଟ୍ୟ୤ ରେବତୀ ଗଳ୍ପରେ ଏହାର ଉଦାହରଣ ଦେଖିବା ପାଇଁ ମିଳିଥାଏ୤ ଯଥା – ‘ଧନ ଦଉଲତ ନାହିଁ ବିଚାର, ଜାତି କଥା ଆଗେ ପଚାର’, ‘କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଢ଼ି ଉପରେ କୋରଡ଼ା’ ବା ‘ଯାହା ଆପଣା କିଆ, ତହିଁକି ଇଲାଜ କିଆଁ ?’ ଇତ୍ୟାଦି୤

ଫକୀରମୋହନ ଓଡ଼ିଆ ସାହିତ୍ୟରେ ଏକ ଅଭିନବ ଗଳ୍ପ ରୀତିର ସ୍ରଷ୍ଟା୤ ତାଙ୍କ ଗଳ୍ପ ଉପନ୍ୟାସରେ ସାଧାରଣ ଲୋକ କଥିତ ଭାଷାର ବ୍ୟବହାର କରାଯାଇଥିବା ଦେଖିବା ପାଇଁ ମିଳେ୤ ତାଙ୍କ ପୂର୍ବରୁ କୌଣସି ଲେଖକଙ୍କ ଲେଖାରେ ସାଧାରଣ ଜନତାଙ୍କ କଥିତ ଭାଷା ବା ଶବ୍ଦାବଳୀର ବହୁଳ ବ୍ୟବହାରର ଦୃଷ୍ଟାନ୍ତ ମିଳେ ନାହିଁ୤ ‘ରେବତୀ’ ଗଳ୍ପରେ ଲେଖକ ସାଧାରଣ ଲୋକ କଥିତ ଅନେକ ଶବ୍ଦ ଓ ବାକ୍ୟାଂଶର ବ୍ୟବହାର କରିଛନ୍ତି୤ ଯଥା – ମୁଣ୍ଡାମୁଣ୍ଡି (ଗ୍ରାମ ମୁଣ୍ଡାମୁଣ୍ଡି ଗୋଟିଏ ଘର), ଆଗିଲି ପିଛିଲି ( ଆଗିଲି ପିଛିଲି ଚାରି ବଖରା), ଲଗା ପଡ଼ିଆ (ଘରେ ଲଗା ପଡ଼ିଆ ବରଷ ବିଆଣୀ ଗାଈ), କୁହା ପୋଛା, ଘଡ଼ିଏ ଅଧେ, ଦୁଇ ଚିଲାରେ, ଡୁଗୁରିଟା, ଖପା ହେବା, ବୋଲାବୋଲି, ବାଡ଼ି ଧରିବା, ପୋଖରୀ ପାଣି, ଡାକ ପଡ଼ିବା, ସଟାବଟା, ବିକାବଟା, ଲଟ‌୍‍ ଛିଡ଼ିବା ଓ ଭୁଆସୁଣୀ ଇତ୍ୟାଦି ଶବ୍ଦ ଏବଂ ଦେହପା କୁ ଚାହିଁବା, ଗ୍ରାମରେ ହାଟ ହେବା, ଗୋଟାଏ ଚାଉଳରେ ଗଢ଼ା, ତୁଣ୍ଡରେ ବାଟୁଳି ବାଜିବା ଓ ମାଛିକି ମର କହିବା ଆଦି ବାକ୍ୟାଂଶ (ରୁଢ଼ି ବାକ୍ୟ)ର ବ୍ୟବହାର କରି ଅଛନ୍ତି୤

ସଂସ୍କାରବାଦୀ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ପ୍ରଚଳିତ ନାନା କୁସଂସ୍କାର ଓ ଅନ୍ଧବିଶ୍ବାସ ପ୍ରତି ଇଙ୍ଗିତ ପ୍ରଦାନ କରି ତାଙ୍କ ଗଳ୍ପ ଉପନ୍ୟାସ ରଚନା କରିଥିଲେ ମଧ୍ୟ ସେଥିରେ ଲୋକ କାହାଣୀ ବା ଲୋକ ସାହିତ୍ୟିକ ଉପାଦାନ ଅନେକତ୍ର ଦୃଷ୍ଟିଗୋଚର ହୁଏ୤ ତାଙ୍କର ପ୍ରଥମ ଗଳ୍ପ ‘ରେବତୀ’ରେ ମଧ୍ୟ ଏହା ସୁସ୍ପଷ୍ଟ୤

ସହାୟକ ଗ୍ରନ୍ଥସୂଚୀ :

୧. ସେନାପତି ଫକୀର ମୋହନ – ଗଳ୍ପ ସ୍ବଳ୍ପ – ୧ମ (୧୯୭୦)
୨. ସାମଲ ଡ. ବୈଷ୍ଣବ ଚରଣ – ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ – ୧ମ ଭାଗ,
ପ୍ରଥମ ପ୍ରକାଶ (୧୯୭୦)
୩. ସେନାପତି ଫକୀରମୋହନ – ଆତ୍ମ ଜୀବନ ଚରିତ – ଫକୀରମୋହନ ଗ୍ରନ୍ଥାବଳୀ – ୧ମ ଭାଗ – ୨ୟ ସଂସ୍କରଣ (୧୯୬୩), ପୃ – ୧୯୫ ୤
୪. ମହାନ୍ତି ସୁରେନ୍ଦ୍ର – ଫକୀରମୋହନ ସମୀକ୍ଷା (୧୯୭୨), ପୃ -୧୬୧
୫. ଦାଶ ଡ. କୁଞ୍ଜ ବିହାରୀ – ଓଡ଼ିଆ ଲୋକଗୀତ ଓ କାହାଣୀ, ପୃ – ୫ ୤
୬. ଦ୍ବିବେଦୀ ଡ. ହଜାରୀ ପ୍ରସାଦ – ଜନପଦ (ହିନ୍ଦୀ ପତ୍ରିକା) – ୧ମ ବର୍ଷ – ୧ମ ସଂଖ୍ୟା ୤
୭. ମହାପାତ୍ର ଡ. ଶ୍ୟାମ ସୁନ୍ଦର – ଓଡ଼ିଆ ଲୋକ କାହାଣୀର ଐଶ୍ବର୍ଯ୍ୟ ଓ ଆବେଦନ – ଝଙ୍କାର – ଜୁଲାଇ ୧୯୯୧ ୤
୮. ମହାପାତ୍ର ଡ. ଶ୍ୟାମ ସୁନ୍ଦର – ଫକୀରମୋହନଙ୍କ ସାହିତ୍ୟରେ ଲୋକ ସାହିତ୍ୟର ଭୂମିକା – ଝଙ୍କାର – ଅପ୍ରେଲ ୧୯୯୧ ୤
୯. ସାହୁ ଡ. ଆଦିକନ୍ଦ – ଓଡିଆ ଲୋକ ସାହିତ୍ୟରେ ଲୋକ ଜୀବନ : ଏକ ନୃତାତ୍ବିକ ଅଧ୍ୟୟନ – କୋଣାର୍କ – ୬୩ ତମ ସଂଖ୍ୟା – ୧୯୮୭ ୤
୧୦. ପଟ୍ଟନାୟକ ଡ. କଇଳାଶ – ଲୋକ ସାହିତ୍ୟ ଚର୍ଚ୍ଚା – ୧ମ ସଂସ୍କରଣ -୧୯୮୯

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରମେଶ ଚନ୍ଦ୍ର ଦାସ, ଭୁବନେଶ୍ବର
ରମେଶ ଚନ୍ଦ୍ର ଦାସ
ରମେଶ ଚନ୍ଦ୍ର ଦାସ ଜଣେ ଲେଖକ ସହିତ ଆଲୋଚକ, ବିଶେଷ ଭାବେ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ୤ କିଛି ବର୍ଷ ପୂର୍ବେ ଜଣେ ବ୍ୟାଙ୍କ୍‌ ଅଧିକାରୀଭାବେ କାର୍ଯ୍ୟରତ ଶ୍ରୀ ଦାସ ସ୍ବେଚ୍ଛାକୃତ ଅବସର ନେଇ ସାହିତ୍ୟ ଚର୍ଚ୍ଚା ଓ ଲେଖକଭାବେ ସକ୍ରିୟ ଅଛନ୍ତି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଶିଶୁ ସାହିତ୍ୟ ଚର୍ଚ୍ଚା’ ଆଲୋଚନା ପୁସ୍ତକ ରହିଥିଲାବେଳେ ତାଙ୍କ ରଚିତ ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤ ସମ୍ପ୍ରତି ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ହିମାନ୍ସୁ ଶେଖର ମହାପାତ୍ର, ବ୍ରହ୍ମପୁର୍ ଗଞ୍ଜାମ୍ ଓଡିଶା |  ସେପ୍ଟେମ୍ବର୍ ୨୯, ୨୦୧୩ - ୧:୨୪ ପୂର୍ବାହ୍ନ

    ମୁ ଓଡିଆ ରେ ଲେଖି ପାରିଲି

  • ୨. ରୂପଧର, HYDERABAD |  ଜାନୁଆରୀ ୨, ୨୦୧୪ - ୪:୩୮ ଅପରାହ୍ନ

    କାହାଣୀର ତତ୍ଵ ଯେପରି କଥାବସ୍ତୁ, କାଳ ବା ସମୟ , ପରିବେଶ ,ଚରିତ୍ର, ସଂବାଦ ଅଥବା କଥୋପକଥନ ଏବଂ ଉଦ୍ଦେଶ୍ୟ ଦୃଷ୍ଟିରେ ସମୀକ୍ଷା ପାରମ୍ପରିକ ଅଟେ କିନ୍ତୁ ଏଠାରେ ଲେଖକଙ୍କ ଲୋକଦୃଷ୍ଟି ସମୀକ୍ଷା ଏକ ଶୋଧ କାର୍ଯ ମନେ ହୁଏ । ଆଗାମୀ ପିଢି ପାଇଁ ଏହା ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ କିଛି ନୂଆ କରିବାକୁ । ଅଶେଷ ଧନ୍ୟବାଦ

  • ୩. ସମିର କୁମର ସାହୁ, ଓଡିସା |  ଅକ୍ଟୋବର୍ ୧୮, ୨୦୧୫ - ୮:୨୪ ପୂର୍ବାହ୍ନ

    ଚିର ସବୁଜ ଓଡିଆ ଲେଖା, ବହୁତ ଆନନ୍ଦ ଦୟକ

  • ୪. କୁଞ୍ଜବନ ପୃଷ୍ହ୍ତି, ବାରିପଦା ,ଓଡିଶା |  ଡିସେମ୍ବର୍ ୧୦, ୨୦୧୫ - ୮:୦୫ ପୂର୍ବାହ୍ନ

    ଲେଖିବା ଅତି ସହଜ ହେଉଛି

  • ୫. ରଘୁନାଥ ପ୍ରଧାନ, ବୌଦ୍ଧ,ଓଡିଶା  |  ମାର୍ଚ୍ଚ୍ ୧୮, ୨୦୧୮ - ୫:୪୪ ପୂର୍ବାହ୍ନ

    ମୁଁ ପ୍ରଥମ ଥର ଏହା ପଠନ କରିବା ପରେ ବହୁତ ଖୁସି ଲାଗୁଛି।
    ଏହା ନିଶ୍ଚିତ ମୋର ଛାତ୍ର ଜୀବନରେ ସାହାଯ୍ୟ କରିବ ବୋଲି ମୋ ଆଶା ଅଛି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤