ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମହାପାତ୍ର ନୀଳମଣି ସାହୁ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଅମରେନ୍ଦ୍ର ଖଟୁଆ
ଗନ୍ତାୟତ ଶିବପ୍ରସାଦ
କାହ୍ନୁଚରଣ ମହାନ୍ତି
ଭଗବତୀ ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୨୭, ୨୦୧୩  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଉତ୍କଳୀୟ ନବ ଜାଗରଣ ଯୁଗର ଜଣେ ସମୟ ସଚେତନ କର୍ମୀ ଓ କଳାକାର, ଓଡ଼ିଆ ସାହିତ୍ୟରେ ଏକ ଅଭିନବ ଗଦ୍ୟରୀତିର ପ୍ରବର୍ତ୍ତକ ଓ ସଫଳ ପରୀକ୍ଷାକାରୀ ରୂପେ ସ୍ବୀକୃତ ଓ ସମ୍ମାନିତ ତଥା ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସେନାପତି ଫକୀର ମୋହନ ଓଡ଼ିଆ ଭାଷାରେ ସାର୍ଥକ ଉପନ୍ୟାସ ଓ ଆଧୁନିକ କ୍ଷୁଦ୍ରଗଳ୍ପର ସ୍ରଷ୍ଟା୤ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସାଧାରଣ ଜନତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟକ୍ଷ ଅନୁଭୂତି ତଥା ପ୍ରଶାସକ ଜୀବନର ପ୍ରଚୁର ଅଭିଜ୍ଞତାକୁ ଭିତ୍ତି କରି ପରିଣତ ବୟସରେ ସୃଷ୍ଟି କରିଥିବା ତାଙ୍କ କଥା ସାହିତ୍ୟରେ ସାଧାରଣ ଲୋକ ଜୀବନର ପ୍ରତିଛବି ଫୁଟି ଉଠିଛି୤

ପ୍ରକୃତ ପକ୍ଷେ ଫକୀର ମୋହନ ଆଧୁନିକ ଓଡ଼ିଆ ଗଳ୍ପର ଆଦ୍ୟ ଜନକ୤ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ତାଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ରଚନାର ଭିତ୍ତି ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଏହି ପ୍ରାକ‌୍‍ ଫକୀର ମୋହନୀୟ ଗଳ୍ପରେ ମୁଖ୍ୟତଃ ବିଦେଶୀୟ କଥାବସ୍ତୁ ଅନୁସରଣରେ ପ୍ରେମ ଓ କାରୁଣ୍ୟ ଏବଂ ଉତ୍କଳୀୟ ସମାଜ ସଂସ୍କାର ଆଧାରରେ ବ୍ୟଙ୍ଗାତ୍ମକ ଧାରାକୁ ଭିତ୍ତି କରି ଗଳ୍ପ ରଚନା ହୋଇଥିବା ଦୃଷ୍ଟିଗୋଚର ହୁଏ୤ ଏହି ଗଳ୍ପଗୁଡ଼ିକରେ ରୋମାଞ୍ଚକର ପରିବେଶ, ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି, କଥାବସ୍ତୁର ଆରମ୍ଭ ଓ ପରିଣତିରେ ଚମତ୍କାରିତା ଓ କଥାର କ୍ରମବିକାଶ ଥିଲେ ମଧ୍ୟ କ୍ଷୁଦ୍ରଗଳ୍ପର ଆତ୍ମିକ ଓ ଆଙ୍ଗିକ ମୂଲ୍ୟବୋଧ ନ ଥିବାରୁ ତାହାକୁ ଯଥାର୍ଥ କ୍ଷୁଦ୍ରଗଳ୍ପ ବୋଲି କୁହାଯାଇ ପାରିବ ନାହିଁ୤

୧୮୯୮ ମସିହା ଅକ୍ଟୋବର ମାସରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ରେବତୀ’ ଗଳ୍ପ ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ୤ ‘ରେବତୀ’ ଗଳ୍ପ ରଚନା ପୂର୍ବରୁ ଫକୀର ମୋହନ ‘ବୋଧଦାୟିନୀ’ ପତ୍ରିକାରେ ‘ଲଛମନିଆ’ ନାମକ ଏକ କ୍ଷୁଦ୍ରଗଳ୍ପ ଲେଖିଥିଲେ୤ ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି – “ବାଲେଶ୍ବରରେ ଶିକ୍ଷକତା କାର୍ଯ୍ୟ କରୁଥିବା ସମୟରେ ମୋର କବିତା ଲେଖିବାର ପ୍ରବୃତ୍ତି ଥିଲା୤ ସେଠାକାର ପ୍ରେସ୍‌ରୁ ଖଣ୍ଡେ ମାସିକ ପତ୍ରିକା ବାହାରୁ ଥିଲା୤ ମୁଁ ସେଥିରେ ଆମୋଦ ଜନକ କବିତା ଲେଖୁଥିଲି୤ ସେହି ‘ବୋଧଦାୟିନୀ’ ପତ୍ରିକାରେ ମୁଁ ଗୋଟିଏ ଗଳ୍ପ ଲେଖିଥିଲି, ତାହାର ନାମ ‘ଲଛମନିଆ’୤ ବୋଧକରେ, ଉତ୍କଳରେ ତାହାହିଁ ପ୍ରଥମ ମୁଦ୍ରିତ ଗଳ୍ପ୤”

‘ବୋଧଦାୟିନୀ’ ଓ ‘ବାଲେଶ୍ବର ସମ୍ବାଦ ବାହିକା’ ପତ୍ରିକା ୧୮୬୮ ଜୁଲାଇରୁ ୧୮୭୧ ଜୁଲାଇ ପର୍ଯ୍ୟନ୍ତ ମାସିକ ପତ୍ର ରୂପେ ପ୍ରକାଶ ପାଇଥିବାରୁ ଏହି ସମୟ ମଧ୍ୟରେ ‘ବୋଧଦାୟିନୀ’ର କୌଣସି ଏକ ସଂଖ୍ୟାରେ ‘ଲଛମନିଆ’ ଗଳ୍ପ ପ୍ରକାଶିତ୤ ବୋଧଦାୟିନୀର ଏହି ସଂଖ୍ୟା ଦୁଷ୍ପ୍ରାପ୍ୟ ହେତୁ କେହି କେହି ସମାଲୋଚକ ଏହାର ଅସ୍ତିତ୍ବକୁ ଅସ୍ବୀକାର କରନ୍ତି୤ ଅନ୍ୟ କେତେକ ସମାଲୋଚକ ‘ଲଛମନିଆ’ ନାମକୁ ସ୍ବୀକାର କରିଥିଲାବେଳେ ଏହାର ଅସ୍ତିତ୍ବକୁ ସ୍ବୀକାର କରନ୍ତି ନାହିଁ୤ କିନ୍ତୁ, ସମାଲୋଚକ ସୁରେନ୍ଦ୍ର ମହାନ୍ତି ‘ଲଛମନିଆ’କୁ ସମଗ୍ର ଭାରତୀୟ ସାହିତ୍ୟରେ ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପର ଗୌରବ ପ୍ରଦାନ କରିଛନ୍ତି୤ ତେବେ, ‘ଲଛମନିଆ’ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଅନୁମାନ ଭିତ୍ତିରେ କୌଣସି ମତ ପ୍ରଦାନ କରିବା ସମିଚୀନ ନୁହେଁ୤ ତେଣୁ, ‘ରେବତୀ’ ଓଡ଼ିଆ ସାହିତ୍ୟର ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ୤

ଫକୀର ମୋହନ ନିଜ ଜୀବନର ଦୀର୍ଘ ତିରିଶି ବର୍ଷ କାଳ ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜୀବନ ଅତିବାହିତ କରି ବିପୁଳ ଲୋକ ଜୀବନ ସମ୍ପର୍କରେ ଆସିବା ଫଳରେ ଲୋକ ଚରିତ୍ରର ଅଧ୍ୟୟନ ଓ ଅନୁଶୀଳନ କରିବାର ସୁଯୋଗ ପାଇଥିଲେ୤ ଫଳରେ ତାଙ୍କ ଗଳ୍ପ ଉପନ୍ୟାସରେ ଲୋକ ଜୀବନ ଓ ଲୋକ ସଂସ୍କୃତିର ଚିତ୍ର ବହୁଳ ଭାବରେ ଦେଖିବା ପାଇଁ ମିଳେ୤ ଏହି ପରିପ୍ରେକ୍ଷୀରେ ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ‘ରେବତୀ’ରେ ଲୋକ ସାହିତ୍ୟିକ ଉପାଦାନ ବିଷୟରେ ଆଲୋଚନା କରାଯାଉଛି୤
ଲୋକ ସାହିତ୍ୟ, ‘ଲୋକ’ ଓ ‘ସାହିତ୍ୟ’, ଏହି ଦୁଇଟି ପଦର ସମନ୍ବୟରେ ଗଠିତ୤ ‘ଲୋକ’ ଶବ୍ଦ ଅତ୍ୟନ୍ତ ବ୍ୟାପକ୤ ଏହାର ଅର୍ଥ ସାଧାରଣ ଜନତା୤ ଓଡ଼ିଆ ଲୋକ ସାହିତ୍ୟର ଗବେଷକ ଡ.କୁଞ୍ଜ ବିହାରୀ ଦାଶ ତାଙ୍କ ଗବେଷଣା ଗ୍ରନ୍ଥ ‘ଓଡ଼ିଆ ଲୋକଗୀତ ଓ କାହାଣୀ’ରେ ‘ଲୋକ’ ଶବ୍ଦର ଅର୍ଥକୁ ବ୍ୟାଖ୍ୟା କରିବା ପାଇଁ ଉଲ୍ଲେଖ କରିଛନ୍ତି –“ ‘ଲୋକ’ ଶବ୍ଦ ବିଶେଷ ବ୍ୟାପକ୤ ଏହାର ଅର୍ଥ ସର୍ବସାଧାରଣ, ଜନତା୤ କନ୍ଧ, କୋହ୍ଲ, ସାନ୍ତାଳ, ଭୂୟାଁ, ଗଣ୍ଡ, ଗଦବାଙ୍କ ଠାରୁ ଆରମ୍ଭ କରି ପଲ୍ଲୀ ଆଉ ନଗରର ଅଶିକ୍ଷିତ, ଅର୍ଧ ଶିକ୍ଷିତ ପର୍ଯ୍ୟନ୍ତେ ସମସ୍ତେ ଏହାର ଅନ୍ତର୍ଗତ୤” ହିନ୍ଦୀ ଭାଷାର ପ୍ରଖ୍ୟାତ ସାହିତ୍ୟିକ ଓ ଶିକ୍ଷାବିତ‌୍‍ ଡ.ହଜାରୀ ପ୍ରସାଦ ଦ୍ବିବେଦୀ ‘ଲୋକ’ ଶବ୍ଦକୁ ସମୀକ୍ଷା କରି ଲେଖିଛନ୍ତି – “ଲୋକ୍‌ ଶବ୍ଦକା ଅର୍ଥ ଜନପଦ ୟା ଗ୍ରାମ୍ୟ ନହିଁ ହୈ୤ ବଲ‌୍‍କି ନଗରେ ଔର ଗାଓଁ ମେ ଫୈଲି ହୁଇ ୱହ ସମୁହ ଜନତା ହୈ, ଜିନକେ ବ୍ୟବହାରିକ ଜ୍ଞାନକା ଆଧାର ପୋଥିୟାଁ ନହିଁ ହୈ୤ ୟେ ଲୋଗ‌୍‍ ନଗର ମେ ପରିଷ୍କୃତ, ରୁଚି ସମ୍ପନ୍ନ ତଥା ସୁସଂସ୍କୃତ ସମଝେ ଜାନେୱାଲେ ଲୋଗୋଁକି ଅପେକ୍ଷା ଅଧିକ ସରଳ ଔର ଅକୁତ୍ରିମ ଜୀବନ୍‌କେ ଅଭ୍ୟସ୍ତ ହୋତେ ହେଁ୤” ଲୋକ ଶବ୍ଦକୁ Folk ଅର୍ଥରେ ମଧ୍ୟ ଗ୍ରହଣ କରାଯାଇଛି୤ ଜର୍ମାନ ଭାଷାରେ ଏହାକୁ Volk କୁହାଯାଏ୤ ଡ.ବର୍କରଙ୍କ ମତରେ Folk ଅର୍ଥ ସଭ୍ୟତା ଠାରୁ ଦୂରରେ ବାସ କରୁଥିବା ବିଭିନ୍ନ ଗୋଷ୍ଠୀର ଲୋକଙ୍କୁ ବୁଝାଏ୤

ତେଣୁ ସାଧାରଣ ଲୋକ ଜୀବନର କାହାଣୀ ହିଁ ଲୋକ ସାହିତ୍ୟ୤ ଏଥିରେ ଲୋକ ଜୀବନର ସୁଖ, ଦୁଃଖ, ହାନୀ, ଲାଭ, ହାରିବା, ଜିତିବାର କାହାଣୀ, ଲୋକକଥା, ଲୋକଗୀତ, ଅଜସ୍ର ପ୍ରବାଦ, ପ୍ରବଚନ, ଲାଳିକା, ଛଟା ଓ ଢ଼ଗ ଇତ୍ୟାଦି ରୂପରେ ହିଁ ପ୍ରକାଶ ପାଇଥାଏ୤ ଯେଉଁଥିରେ କି ଲୋକମନର ସରଳ ଓ ମୌଳିକ ବିଶ୍ବାସ ଗ୍ରଥିତ ହୋଇଥାଏ୤

ଆଧୁନିକ ଲୋକ ସାହିତ୍ୟବିତ‌୍‍ ମାନେ ଲୋକ ସାହିତ୍ୟର ତିନିଗୋଟି ଉପାଦାନ କଥା କହିଥାନ୍ତି୤ ଯଥା – ଟେକ‌୍‍ଷ୍ଟ, ଟେକ୍ସଚାର ଓ କଣ୍ଟେକଷ୍ଟ ବା ବିଷୟ, ଭାଷା ଓ ପଟ୍ଟଭୂମି୤ ଲୋକ କାହାଣୀ କ୍ଷେତ୍ରରେ ଏଗୁଡ଼ିକ ମଧ୍ୟ ପ୍ରଯୁଜ୍ୟ୤ ଲୋକ ସାହିତ୍ୟ ତଥା ଲୋକ କାହାଣୀର ଉପରୋକ୍ତ ଉପାଦାନଗୁଡ଼ିକ ପରିପ୍ରେକ୍ଷୀରେ ଏହି ରେବତୀ ଗଳ୍ପର ଆଲୋଚନା କରିବା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରମେଶ ଚନ୍ଦ୍ର ଦାସ, ଭୁବନେଶ୍ବର
ରମେଶ ଚନ୍ଦ୍ର ଦାସ
ରମେଶ ଚନ୍ଦ୍ର ଦାସ ଜଣେ ଲେଖକ ସହିତ ଆଲୋଚକ, ବିଶେଷ ଭାବେ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ୤ କିଛି ବର୍ଷ ପୂର୍ବେ ଜଣେ ବ୍ୟାଙ୍କ୍‌ ଅଧିକାରୀଭାବେ କାର୍ଯ୍ୟରତ ଶ୍ରୀ ଦାସ ସ୍ବେଚ୍ଛାକୃତ ଅବସର ନେଇ ସାହିତ୍ୟ ଚର୍ଚ୍ଚା ଓ ଲେଖକଭାବେ ସକ୍ରିୟ ଅଛନ୍ତି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଶିଶୁ ସାହିତ୍ୟ ଚର୍ଚ୍ଚା’ ଆଲୋଚନା ପୁସ୍ତକ ରହିଥିଲାବେଳେ ତାଙ୍କ ରଚିତ ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤ ସମ୍ପ୍ରତି ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ହିମାନ୍ସୁ ଶେଖର ମହାପାତ୍ର, ବ୍ରହ୍ମପୁର୍ ଗଞ୍ଜାମ୍ ଓଡିଶା |  ସେପ୍ଟେମ୍ବର୍ ୨୯, ୨୦୧୩ - ୧:୨୪ ପୂର୍ବାହ୍ନ

    ମୁ ଓଡିଆ ରେ ଲେଖି ପାରିଲି

  • ୨. ରୂପଧର, HYDERABAD |  ଜାନୁଆରୀ ୨, ୨୦୧୪ - ୪:୩୮ ଅପରାହ୍ନ

    କାହାଣୀର ତତ୍ଵ ଯେପରି କଥାବସ୍ତୁ, କାଳ ବା ସମୟ , ପରିବେଶ ,ଚରିତ୍ର, ସଂବାଦ ଅଥବା କଥୋପକଥନ ଏବଂ ଉଦ୍ଦେଶ୍ୟ ଦୃଷ୍ଟିରେ ସମୀକ୍ଷା ପାରମ୍ପରିକ ଅଟେ କିନ୍ତୁ ଏଠାରେ ଲେଖକଙ୍କ ଲୋକଦୃଷ୍ଟି ସମୀକ୍ଷା ଏକ ଶୋଧ କାର୍ଯ ମନେ ହୁଏ । ଆଗାମୀ ପିଢି ପାଇଁ ଏହା ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ କିଛି ନୂଆ କରିବାକୁ । ଅଶେଷ ଧନ୍ୟବାଦ

  • ୩. ସମିର କୁମର ସାହୁ, ଓଡିସା |  ଅକ୍ଟୋବର୍ ୧୮, ୨୦୧୫ - ୮:୨୪ ପୂର୍ବାହ୍ନ

    ଚିର ସବୁଜ ଓଡିଆ ଲେଖା, ବହୁତ ଆନନ୍ଦ ଦୟକ

  • ୪. କୁଞ୍ଜବନ ପୃଷ୍ହ୍ତି, ବାରିପଦା ,ଓଡିଶା |  ଡିସେମ୍ବର୍ ୧୦, ୨୦୧୫ - ୮:୦୫ ପୂର୍ବାହ୍ନ

    ଲେଖିବା ଅତି ସହଜ ହେଉଛି

  • ୫. ରଘୁନାଥ ପ୍ରଧାନ, ବୌଦ୍ଧ,ଓଡିଶା  |  ମାର୍ଚ୍ଚ୍ ୧୮, ୨୦୧୮ - ୫:୪୪ ପୂର୍ବାହ୍ନ

    ମୁଁ ପ୍ରଥମ ଥର ଏହା ପଠନ କରିବା ପରେ ବହୁତ ଖୁସି ଲାଗୁଛି।
    ଏହା ନିଶ୍ଚିତ ମୋର ଛାତ୍ର ଜୀବନରେ ସାହାଯ୍ୟ କରିବ ବୋଲି ମୋ ଆଶା ଅଛି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤