ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
ସୁଧାଂଶୁ ଶେଖର ପାତ୍ର
ସୁଶାନ୍ତ ଦାଶ
ସୁରେନ୍ଦ୍ର ମହାନ୍ତି
ବରେନ୍ଦ୍ର କୃଷ୍ଣ ଧଳ
କୁନ୍ତଳା କୁମାରୀ ସାବତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନୁବାଦର ପ୍ରାସଙ୍ଗିକତା
 |- ଶକୁନ୍ତଳା ବଳିଆରସିଂହ
 
 
ତା: ଜୁଲାଇ ୨୭, ୨୦୧୨  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଭାଷାକୁ ଦେଶ ସହିତ ଓ ଦେଶକୁ ବିଶ୍ବ ସହିତ ଯୋଡ଼ିବାର ଏକମାତ୍ର ଅବଲମ୍ବନ ହେଉଛି ଅନୁବାଦ୤ ଭାଷା ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ ଏହା ଅନ୍ୟତମ୤ ଏହାକୁ ଏକ ସ୍ବତନ୍ତ୍ର ବିଭାଗ ବୋଲି ବିଚାରିବାର ଆବଶ୍ୟକତା ନାହିଁ୤ ଏହାର ଉପାଦେୟତା ଯୁଗେ ଯୁଗେ ପ୍ରତ୍ୟେକ ଭାଷାସାହିତ୍ୟ ପାଇଁ ରହି ଆସିଛି ଏବଂ ଆଜିର ବିଶ୍ବୀକରଣ କାଳରେ ଏହି ଉପାଦେୟତା ଅଧିକ ଅନୁଭୂତ ହେଉଛି୤

ପ୍ରଥମ କଥା ହେଲା, ପ୍ରତ୍ୟେକ ଭାଷାସାହିତ୍ୟ ମୂଳ ଭାଷାରୁ ଶକ୍ତି ଓ ସାମର୍ଥ୍ୟ ଆହରଣ କରିଥାଏ, ଯେପରି ସଂସ୍କୃତରୁ ବିଭିନ୍ନ ଭାରତୀୟ ଭାଷା ଓ ଲାଟିନ୍‌ରୁ ଇଂରାଜୀ ସମେତ ୟୁରୋପୀୟ ଭାଷାସମୂହ୤ ଏ ଶକ୍ତି ଏମାନେ ପାଇଲେ କିପରି ? ଉତ୍ତର-ଅନୁବାଦ ଜରିଆରେ୤ ଦ୍ବିତୀୟତଃ, ଅନୁବାଦ ଦ୍ବାରା କେବଳ ଭାଷା ନୁହେଁ, ସାମାଜିକ ଜୀବନ, ସଂସ୍କୃତି ଓ ଭୂଗୋଳ ମଧ୍ୟ ଅନୂଦିତ ହୋଇଥାଏ୤ ଯେ କୌଣସି ଦେଶ ଓ ଜାତିର ସମୃଦ୍ଧିରେ ଏହାର ଆବଶ୍ୟକତା ସମସ୍ତେ ହୃଦୟଙ୍ଗମ କରନ୍ତି୤

ତୃତୀୟରେ, ବିଭିନ୍ନ ଦେଶର ବୈଷୟିକ ଜ୍ଞାନକୌଶଳର ଅନୁବାଦ୤ ବୈଷୟିକ ତତ୍ତ୍ବସମ୍ବଳିତ ଗୋଟିଏ ଅନୁଚ୍ଛେଦ କରିବାକୁ ଚେଷ୍ଟା କରନ୍ତୁ୤ ଦେଖିବେ ଯେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସ୍ଥଳରେ ଆପଣଙ୍କୁ ଏଭଳି ଗୋଟିଏ ଶବ୍ଦ ଖୋଜିବାକୁ ପଡ଼ୁଛି, ଯାହାର ଉତ୍ସ ସାହିତ୍ୟରେ ଅଛି୤ କହିବାର ତାତ୍ପର୍ଯ୍ୟ ହେଉଛି, ଅନୁବାଦର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ମନରେ ସନ୍ଦେହ ରଖନ୍ତୁ ନାହିଁ୤ କାରଣ ଅନୁବାଦ ଯେତିକି ସମସ୍ୟା ନୁହେଁ, ତା’ଠାରୁ ଅଧିକ ସମାଧାନ୤ ସାହିତ୍ୟର ଅନୁବାଦରେ ହିଁ ଯେକୌଣସି ଅନ୍ୟ ଅନୁବାଦର ମୂଳଦୁଆ ପଡ଼େ୤ କେଉଁ କଥାକୁ କିଭଳି କୁହାଯାଇ ପାରେ, ତା’ର ଦିଗ୍‌ଦର୍ଶନ ମଧ୍ୟ ଥାଏ ସୃଜନଶୀଳ ରଚନାରେ୤ ବୈଷୟିକ ଓ ବୈଜ୍ଞାନିକ ପାଠକମାନଙ୍କର ଅନୁବାଦ କରୁଥିବା ସମସ୍ତ ବ୍ୟକ୍ତି ସାହିତ୍ୟରେ ପ୍ରବୀଣ୤

ଭାରତ ଭଳି ଗୋଟିଏ ବହୁ ଭାଷାଭାଷୀ ଦେଶରେ କେବଳ ବିଭିନ୍ନ ଭାଷାମାନଙ୍କର ଆଦାନପ୍ରଦାନ ଦ୍ବାରା ହିଁ ଭାରତୀୟ ସାହିତ୍ୟର ପ୍ରକୃତ ରୂପ ବିକଶିତ ହୋଇପାରିବ ଓ ଜାତୀୟ ସଂହତି ସ୍ଥାପିତ ହୋଇପାରିବ୤ ବିଶ୍ବ ସାହିତ୍ୟ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ୤ ଲାଟିନ୍‌ ଭାଷାକୁ ଆମୂଳଚୂଳ ଅନୁବାଦ କରି ଏକଦା ଇଂରାଜୀ ସାହିତ୍ୟ କେବଳ ସୁସ୍ଥ ଜୀବନ ଜୀଇଁଲା ନାହିଁ; ପରିପୁଷ୍ଟ ହୋଇ ଅମରତ୍ବ ମଧ୍ୟ ହାସଲ କରିନେଲା୤ ଫରାସୀ ଭାଷା ସାହିତ୍ୟ ଇଂରାଜୀ ଅନୁବାଦ ଜରିଆରେ ହିଁ ଗୋଟିଏ ପ୍ରାନ୍ତୀୟ ଭାଷାରେ ଅନୂଦିତ ହୁଏ ଆଉ ଫ୍ରାନ୍ସର କେଉଁ ନିପଟ ମଫସଲର ମାଟିର ମଣିଷଟି ତା’ କଥିତ ଭାଷାରେ ଆମୋଦିତ ହୁଏ୤ ଏହାହିଁ ତ ‘ଏକବିଶ୍ବ’ର ପରିକଳ୍ପନା ସାକାର ହୋଇଥିବାର ଗୋଟିଏ ବଡ଼ ପ୍ରମାଣ୤ ସେହିଭଳି ବିଭିନ୍ନ ଭାରତୀୟ ଭାଷାର ହିନ୍ଦୀ ଅନୁବାଦ ଦିନକୁ ଦିନ ବଢ଼ିଚାଲିଛି୤ ୧୯୯୭ ରୁ ‘ଶତଭିଷା’- ତ୍ରୈମାସିକୀ ଅନୁବାଦ ପତ୍ରିକାର ପ୍ରକାଶନରୁ ଏହି ନିଷ୍କର୍ଷରେ ଆମେ ପହଞ୍ଚିଛୁ ଯେ, ଏକ କ୍ଷୁଦ୍ର ଉଦ୍ୟମ ରୂପେ ଯାହା ଦିନେ ଆରମ୍ଭ ହୋଇଥିଲା, ତାହା ଏବେ ଆମର ବୃହତ୍ତର ସ୍ବାର୍ଥକୁ ଉଜ୍ଜୀବିତ କରିବା ସହିତ ଅଧିକରୁ ଅଧିକ ଓଡ଼ିଆ ସାହିତ୍ୟିକଙ୍କୁ ଅନୁବାଦ କର୍ମରେ ଆଗ୍ରହୀ କରାଇ ପାରିଛି୤

ଆମେ ଦେଖୁ, ଜ୍ଞାନପୀଠ ବିଜେତା ଶ୍ରୀ ଗିରୀଶ କନ୍ନଡ଼ ନିଜ ନାଟକମାନଙ୍କୁ ନିଜେ ଇଂରାଜୀରେ ଅନୁବାଦ କରନ୍ତି ଓ ଇଂରାଜୀରୁ ତାଙ୍କ ନାଟକ ଅନ୍ୟ ଭାଷାରେ ପ୍ରସାରିତ ହୁଏ୤ ଆମର ବିଶିଷ୍ଟ ସାହିତ୍ୟିକମାନେ ଏହି ବ୍ୟବସ୍ଥାକୁ ଯଦି ଆପଣେଇ ପାରନ୍ତେ, ତେବେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଅନ୍ୟ ଭାଷାଭାଷୀ ପାଠକଙ୍କ ନିକଟରେ ପହଞ୍ଚି ପାରନ୍ତା୤ ‘ସତୀର୍ଥ’ ଅନୁଷ୍ଠାନ ଦ୍ବାରା ଫକୀରମୋହନଙ୍କ ‘ଆତ୍ମଜୀବନୀ ଚରିତ’ ଓ ‘ବାବାଜୀ’ ନାଟକର ଅନୁବାଦ ପ୍ରକାଶନ ଏକ ଐତିହାସିକ ପଦକ୍ଷେପ୤

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏ ଦିଗରେ କିଛି ପଦକ୍ଷେପ ନେଇଛନ୍ତି୤ ଆମ ବିଶ୍ବବିଦ୍ୟାଳୟମାନଙ୍କରେ ଅନୁବାଦ ବା ତୁଳନାତ୍ମକ ସାହିତ୍ୟ ବିଭାଗ ଖୋଲିବା କାର୍ଯ୍ୟକ୍ରମ କେତେଦୂର ଯାଇଛି, ମୋର ଧାରଣା ନାହିଁ୤ ତେବେ ତୁଳନାତ୍ମକ ସାହିତ୍ୟର ଗବେଷଣା ପାଇଁ ଆମର କ୍ଷେତ୍ର ଯେ ପ୍ରସ୍ତୁତ ହୋଇନାହିଁ, ଏକଥା ସମସ୍ତେ ଜାଣନ୍ତି୤

ଆଜିଠୁ ଦେଢ଼ଶହ ବର୍ଷ ଆଗରୁ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସେକ୍‌ସ୍ପିୟରଙ୍କ ସମେତ ସମସ୍ତ ବିଶିଷ୍ଟ ଲେଖକଙ୍କ ଗ୍ରନ୍ଥାବଳୀ ଇଂରାଜୀ ଭାଷାରୁ ବଙ୍ଗଳାରେ ଅନୁବାଦ କରି ସାରିଛନ୍ତି୤ ଫଳରେ ତୃଣମୂଳ ସ୍ତରର ବଙ୍ଗଳା ପାଠକମାନେ ବି ବିଶ୍ବ ସାହିତ୍ୟ ସହିତ ଅନୁବାଦ ଜରିଆରେ ପରିଚିତ ହୋଇପାରିଛନ୍ତି୤ ମୁଁ ହିସାବ କରିପାରେ ନାହିଁ, ମୋ ମୁଣ୍ଡ ବିନ୍ଧେ, ଆପଣ ହିଁ କହନ୍ତୁ- ଆମକୁ ଏସବୁ ଗ୍ରନ୍ଥାବଳୀ ଅନୁବାଦ କରିବାକୁ କେତେ ବର୍ଷ, ମାସ, ଦିନ, ଲାଗିବ ? ମୋର ତ ମନେ ହୁଏ, ଅନୁବାଦର ଅଭାବ ଆମ ମୌଳିକ ରଚନାର ଦିଗନ୍ତକୁ ସୀମିତ କରିଦେଇଛି୤ ଆଉ ସେଥିପାଇଁ ଅନ୍ୟ ସାହିତ୍ୟରେ ଆମ ସାହିତ୍ୟକୁ ନେଇ କିଛି କୁଣ୍ଠା ରହିଯାଇଛି୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶକୁନ୍ତଳା ବଳିଆରସିଂହ, ଭୁବନେଶ୍ବର
ଅଧ୍ୟାପିକାଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ଶକୁନ୍ତଳା ବଳିଆରସିଂହ ଓଡ଼ିଆ ଭାଷାର ଗବେଷିକା ସହିତ ଜଣେ ପ୍ରତିଷ୍ଠିତ ଅନୁବାଦିକା ଭାବେ ସୁପରିଚିତ୤ ‘ଓଡ଼ିଆ ସାହିତ୍ୟରେ ଜାତୀୟବାଦୀ ଚେତନା’ ନାମକ ଏକ ଗବେଷଣାତ୍ମକ ସନ୍ଦର୍ଭ ସହିତ ଶ୍ରୀମତୀ ବଳିଆରସିଂହଙ୍କ ଅନୁବାଦ ପୁସ୍ତକ ମଧ୍ୟରେ ପରାଜିତ ନାୟକ, ମୋପାସାଁଙ୍କ ଅନନ୍ୟ ଗଳ୍ପ, ଭିନ୍ନ ମଣିଷ ଆଦି ଅନ୍ୟତମ୤ ବିଭିନ୍ନ ଭାରତୀୟ ଓ ବିଦେଶୀ ଭାଷାର ଉତ୍କୃଷ୍ଟ ରଚନାଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ସହିତ ଅନୁବାଦ ଲେଖାଗୁଡ଼ିକୁ ନେଇ ଏକ ପତ୍ରିକା ପ୍ରକାଶିତ କରିବାରେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ଗୌତମ୍ ଧଳ, ନୁଆ ଦିଲ୍ଲି |  ଜୁଲାଇ ୧୨, ୨୦୧୩ - ୧୨:୦୭ ପୂର୍ବାହ୍ନ

    ଏହି ଓଡିଆ ୱେବ୍‌ସାଇଟ୍‌ଟି ମୋବାଇଲ୍ ରେ ସଠିକ୍ ଭାବରେ ଆସୁ ନହି ୤

  • ୨. Dr. Ganesh Prasad Sahu, Central University of Orissa, Koraput, Odisha |  ଅଗଷ୍ଟ୍ ୨୧, ୨୦୧୪ - ୪:୨୧ ପୂର୍ବାହ୍ନ

    The above article based on translation is good. I will sire with my students.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤