ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଆଶିଷ କୁମାର କର
ବୈକୁଣ୍ଠନାଥ ପଟ୍ଟନାୟକ
କାହ୍ନୁଚରଣ ମହାନ୍ତି
ଫନି ମହାନ୍ତି
କନକଲତା ସାହୁ
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୩, ୨୦୧୧  
ମୂଳ ପୃଷ୍ଠାପୁସ୍ତକ ସମୀକ୍ଷା
 

gotie-nisanga-dina

ଲେଖକ : ଅଶୋକ ଚନ୍ଦ୍ର ମହାପାତ୍ର
ପ୍ରକାଶକ : କାବ୍ୟଲୋକ, ୟୁନିଟ୍‌-୧, ଭୁବନେଶ୍ବର
ସମୀକ୍ଷକ : ଭାଗୀରଥି ମିଶ୍ର, ଆକାଶବାଣୀ, ସମ୍ବଲପୁର

“କଳାକାର ହେଉଛି ଜଣେ ନିଃସଙ୍ଗ ବ୍ୟକ୍ତିତ୍ବ ୤ ନିଃସଙ୍ଗତାର ଉତ୍ତୁଙ୍ଗ ଶିଖରରେ ସେ କାମ କରୁଥାଏ୤” – କହନ୍ତି ବିଖ୍ୟାତ ଚିତ୍ରକର ସାଲ୍‌ଭାଡୋର୍ ଡାଲି୤ ଆଉ ସେ ଶିଖରରେ ପହଞ୍ଚି କଳାକାର ସହ କିଛି ମୁହୂର୍ତ୍ତ ଏକାତ୍ମ ହେବାକୁ ଆମ ଭଳି ସାଧାରଣ ମଣିଷଙ୍କ ପ୍ରୟାସ୤ ଏମିତି ଏକ ପ୍ରକ୍ରିୟାକୁ ନେଇ ଯୋଗାଯୋଗ ଓ ନିଆରା ଭାବ ବିନିମୟ୤ କବି ଅଶୋକ ଚନ୍ଦ୍ର ମହାପାତ୍ରଙ୍କ କବିତା ସଙ୍କଳନ ‘ଗୋଟିଏ ନିଃସଙ୍ଗ ଦିନ’୤ କଳା ପ୍ରଚ୍ଛଦ ଉପରେ ଛାଇ ଆଲୁଅରେ ଗୋଟିଏ ସୁନ୍ଦର ଗୁଣ୍ଡୁଚି ଏକାକୀ ଚାହିଁରହିଛି କେଜାଣି କାହାକୁ୤ ଉତ୍କଣ୍ଠାର ସହ ସମଗ୍ର ସଙ୍କଳନକୁ ପଢିବା ପରେ ଭାବିଲି ବହି ସମ୍ପର୍କରେ କିଛି ଲେଖିବାକୁ୤ କବିତା ପଢି ଉପଭୋଗ କରିବା ଯେତିକି ସହଜ ତା’ ବିଷୟରେ ଲେଖିବା ସେତିକି କଠିନ୤ ବେଶ୍ କିଛିଦିନ ଧରି ବହିର କବିତାଗୁଡ଼ିକୁ ବହୁବାର ପଢିଛି, ପ୍ରତ୍ୟେକ ଧାଡ଼ିର ଆଢୁଆଳରେ ଥିବା ଅର୍ଥ ଅର୍ଥାନ୍ତରକୁ ଠଉରେଇବାକୁ ଚେଷ୍ଟା କରିଛି୤ ନିଃସଙ୍ଗତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି ମୋ ମନ ଭିତରେ୤

ଜୀବନର ପ୍ରତିଟି ମୁହୂର୍ତ୍ତରେ ଭରିରହିଥିବା କଳରୋଳ ସତ୍ତ୍ବେ କାହିଁକି ନିଃସଙ୍ଗ ଲାଗେ ବେଳେବେଳେ ? ସମ୍ପୂର୍ଣ୍ଣ ଏକାକୀତ୍ବ ଭିତରେ କାହିଁକି କେବେ କେବେ ଗହଳିର ଅନୁଭବ ହୁଏ ତ ଆଉ କେବେ ଭିଡ଼ ଭିତରେ ବି ଖୁବ୍ ଏକା ଏକା ଲାଗେ? ଏକାକୀ ନଈଟିଏ ଦି’ କୂଳ ଛୁଇଁ ନୀରବରେ ବହିଯାଉଥିବା ପରି ମଣିଷ୤ ଆଉ ତା’ର ଅନିର୍ଦ୍ଦିଷ୍ଟ ଆୟୁଷ୤ କେଉଁଠି ଧିର ତ କେଉଁଠି ପ୍ରଖର୤ ଇତିହାସ ପାଲଟିଯାଏ କ୍ରମଶଃ୤ ଯେଉଁଠି ସେ ଦିନେ ସ୍ବଦେହରେ ଚଳପ୍ରଚଳ ହେଉଥିଲା ସେଠି ତା’ର ଚିହ୍ନବର୍ଣ୍ଣ ନାହିଁ୤ ଏପରିକି ତା’ର ଏକଦା ଅସ୍ତିତ୍ବର ପ୍ରମାଣ ବି ନାହିଁ୤ ଠିକ୍ ସେମିତି ଜ୍ଞାତିବନ୍ଧୁ କୁଟୁମ୍ବ ଓ ଆତ୍ମୀୟସ୍ବଜନଙ୍କ ମେଳରେ ଏକ ଉହ୍ୟ ଉପସ୍ଥିତି ହୋଇ ରହିଯିବା, ଥାଇ ବି ନଥିବା ପରି ଅନୁଭବକୁ ପ୍ରତି ମୂହୁର୍ତ୍ତରେ ଭୋଗିବା, ଜୀବନକୁ ନିଠେଇ ଚାହୁଁ ଚାହୁଁ ଜିଉଁଜିଉଁ ଜୀବନରେ ହିଁ ଧିରେ ଧିରେ ଲୀନ ହେଇଯିବା, ଉହୁଙ୍କି ଉଠୁଉଠୁ ପୁଣି କବିତାଟିଏକୁ ଜନ୍ମ ଦେବା କ’ଣ ନିଃସଙ୍ଗତା ?

ଏସବୁ ପ୍ରଶ୍ନର ଉତ୍ତର ଅଶୋକଙ୍କ ଅଧିକାଂଶ କବିତାର ଧାଡ଼ିମାନଙ୍କ ଅନ୍ତରାଳରେ ରହିଛି ଯାହା ଇଙ୍ଗିତ କରେ ମଣିଷର ଅନିବାର୍ଯ୍ୟ ଭାଗ୍ୟକୁ୤ “ନିଜର କଣ୍ଠସ୍ବର ଶୁଭେ ନିଜକୁ ଅପରିଚିତ୤” ଅର୍ଥହୀନ ଲାଗେ ଶବ୍ଦ୤ ମନେହୁଏ “ନୀରବତା ହିଁ ଏକମାତ୍ର ପନ୍ଥା ଆତ୍ମପ୍ରକାଶର”୤ ତହିଁରୁ ଆସେ ନିଆରା ଉପଲବ୍‌ଧି୤
“ନୀରବତାରୁ ଯିଏ ଯାହା ବୁଝିଲା
ତାହା ତା’ର ଭାଗ୍ୟ x x x
ନୀରବତା ଆସେ ଯାଏ
ତା’ ନିଜ ଇଚ୍ଛାରେ
ଆମେ ଖାଲି ଅଯଥାରେ
କୋଳାହଳ ମୁଖର
ଓ ଫିଙ୍ଗାଫିଙ୍ଗି ଶବ୍ଦଙ୍କର ବୋମା୤ (ଥରେ ମୁହଁ ଫିଟିଲେ)

Ashok Ch. Mohapatraଏଭଳି ଏକ ଅସହାୟ ପ୍ରଚେଷ୍ଟାର ପୃଷ୍ଠଭୂମିରେ ଅ‌ଶୋକଙ୍କ କବିତା ସମୂହ୤ ସଙ୍କଳନର ଅନ୍ତିମ ପର୍ଯ୍ୟାୟରେ ‘ମୋ କବିତା ଓ ମୁଁ’ ଶୀର୍ଷକ ତାଙ୍କ ବିଶ୍ଳେଷଣାତ୍ମକ ସ୍ବୀକାରୋକ୍ତିରେ ସେ କହନ୍ତି “ବିଫଳତା ବି କ’ଣ କମ୍ ନିଃସଙ୍ଗ କରିଦିଏ ମଣିଷକୁ ! ନିଜ ଅନୁଭବର ପରିଧି ବାହାରକୁ ଯାଇ ଲେଖିପାରିବା ଭଳି ନିଃସ୍ବାର୍ଥପର ସ୍ତରରେ ପହଞ୍ଚିବାକୁ ମୋର ନିଃସଙ୍ଗତା ମୋତେ ଅନୁମତି ଦିଏ ନାହିଁ୤ ତେଣୁ ଯେଉଁଭଳି ମୁଁ ଜିଏଁ, ସେଇ ସବୁକୁ ଆଧାର କରି ହିଁ ଅଙ୍କୁରିତ ହୁଏ ମୋର କବିତାର ଭ୍ରୁଣ, ଯାହା କେବେ ଧରାଦିଏ ତ କେବେ ନା୤ ପୁଣି କେବେ ମିଳି ନଥିଲେ ହେଁ ମିଳିଯାଇଛି ଭାବି ମୁଁ ମିଛଟାରେ ମାତାଲ ହୋଇଉଠେ୤” ଏମିତି ଏକ ମତୁଆଲା ଭାବ ଆସିଲେ ସତ ମିଛ ବାରିହୁଏ ନାହିଁ୤ ଯାହା ଦିଶେ ତାହା ହୁଏତ ଦିଶୁ ନ ଥାଏ ଓ ଯାହା ଦିଶୁ ନ ଥାଏ ତାହା ହୁଏତ ସ୍ପଷ୍ଟ ଦିଶୁଥାଏ୤

ଅନୁଭବର ଖୋଳପା ଭିତରେ ଗଢିହେଉଥାଏ ଅନେକ ନିଆରା ରୂପ, ଠିକଣା ମୁହୂର୍ତ୍ତରେ ରୂପାନ୍ତରିତ ହେବାକୁ୤ “ସେଭଳି ସମୟ ଯେବେ ଆସେ, ସେତେବେଳେ ଆଖିରେ ଯାହା ପଡ଼େ ଲାଗେ ସବୁଥିରେ କବିତା ଇ କବିତା ଭର୍ତ୍ତି୤ … … … ତା’ ନ ହେଇଥିଲେ ମେଘ ଭିତରେ ଗଛ … … ରାସ୍ତା କଡ଼ରେ ମାତାଲ୍ ହୋଇ ପଡ଼ିଥିବା ଠିକା ଶ୍ରମିକ ମୁହଁରେ ବା କିଆଁ ଦିଶନ୍ତା ଈଶ୍ବରଙ୍କ ଅସହାୟ ଚେହେରା୤”

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଡାକ୍ତର ପ୍ରଶାନ୍ତ କୁମାର ଦାଶ |  ଏପ୍ରିଲ୍ ୧୪, ୨୦୧୧ - ୧:୫୬ ପୂର୍ବାହ୍ନ

    ଆପଣଙ୍କ ଊଦ୍ୟମ ବହୁତ ଭଲ

  • ୨. Sushant Biswal |  ସେପ୍ଟେମ୍ବର୍ ୧୪, ୨୦୧୧ - ୧୦:୫୬ ଅପରାହ୍ନ

    its very nice. thanks to all the staffs.

  • ୩. ସୁସାନ୍ତ ବିସ୍ବାଳ |  ସେପ୍ଟେମ୍ବର୍ ୧୪, ୨୦୧୧ - ୧୧:୦୫ ଅପରାହ୍ନ

    ବହୁତ ଭଲ ହୋଇଛି. ସବୁ କର୍ମଚାରିଙ୍କୁ ଧନ୍ୟବାଦ.

  • ୪. Rasmi Ranjan Parida |  ସେପ୍ଟେମ୍ବର୍ ୨୩, ୨୦୧୧ - ୯:୨୦ ପୂର୍ବାହ୍ନ

    ଆଜିର ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ନିସଙ୍ଗ ୤ ଭଲ ଥିଲା ଆମର ସେ ପୁରୁଣା ଦୁନିଆ, ଯେଉଁଥିରେ ଏତେ ସ୍ବାଛନ୍ଦ୍ୟ ନଥିଲା ସତ କିନ୍ତୁ ସୁଖ ଥିଲା ୤

  • ୫. କଳ୍ପନା ଭୂଯ଼ାଁ |  ଫେବୃଆରୀ ୧୬, ୨୦୧୨ - ୩:୪୨ ପୂର୍ବାହ୍ନ

    ଏତେ ନିଃସଗତା ଭଲ ଲାଗେ ନାହିଁ. ସମସ୍ତଙ୍କୁ ନେଇ କବିତା ଲେଖନ୍ତୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤