ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଏମିତି କିଛି ଅଭାବବୋଧ, ବିଫଳତା ଜନିତ କ୍ଷୋଭ, ଅତୀତ ପ୍ରତି ସମ୍ବେଦନଶୀଳତା ଓ ଆଗତ ପ୍ରତି ଆଶଙ୍କାକୁ ନେଇ ଏସବୁ କବିତା
ପାଳଭୂତ, କଚେରୀ, ତାନ୍ତ୍ରିକ, ଚିହ୍ନଟ, ନେପାଳୀ ଝିଅ ଓ କବର – ଏଇ ଛଅଟି କବିତା ରହିବେ ତୃତୀୟ ଭାଗରେ ଏକ ନିର୍ଦ୍ଦିଷ୍ଟ ଭାବସତ୍ତାକୁ ନେଇ ଏମାନେ ଗଢା ଏଥିରେ ସଙ୍କଳନର ଅନ୍ୟ କବିତା ଭଳି ବହୁମୁଖୀ ଗତି ନାହିଁ ଯେମିତି ପ୍ରତ୍ୟେକ କବିତା ଅତି ଯତ୍ନରେ ଅଙ୍କା ହୋଇଥିବା ଚିତ୍ର ଆକାରରେ ସଂକ୍ଷିପ୍ତ ଓ ପ୍ରକାଶ ଭଙ୍ଗୀରେ ତୀକ୍ଷ୍ଣ ସବୁଥିରେ ନିପୁଣ କାରିଗରୀ
“ଗୀତାକୁ ଛୁଇଁ
ସତ କହିବାର ଶପଥ ପରେ
ମିଛ ହିଁ କୁହାଯାଏ
ଯେହେତୁ
ସମ୍ଭବାମି ଯୁଗେ ଯୁଗେ
କଥା ଦେଇ
ଈଶ୍ବର କେବେ ବି ତ
ଦେଖା ଦିଅନ୍ତିନି” (କଚେରୀ)
ଏସବୁ କବିତା ସଙ୍କଳନର ଏଠି ସେଠି ଗୁନ୍ଥା ହୋଇଥିଲେ ବି ନିଜସ୍ବ ବିଶେଷତ୍ବ ଯୋଗୁଁ ବାରିହେଇପଡ଼ନ୍ତି ଯେମିତି ଆକୃଷ୍ଟ କରନ୍ତି ବି ସେମିତି
ଆଧୁନିକ ଓଡ଼ିଆ କବିତାରେ ବ୍ୟବହୃତ ଭାଷାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି କିନ୍ତୁ କବିତା ନିଜେ ହିଁ ବାଛିନିଏ ନିଜର ପ୍ରକାଶ ମାଧ୍ୟମ ଅଶୋକଙ୍କ କବିତାଗୁଡ଼ିକରେ କଥିତ ଭାଷାର ସାବଲୀଳତା ରହିଛି କବିତାରେ ଶବ୍ଦଗୁଡ଼ିକୁ ନେଇ ଅଯଥା ଗାଂଭୀର୍ଯ୍ୟ ପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ବା ଠାଏଠାଏ ଦର୍ଶନ ସୁଲଭ ବକ୍ତବ୍ୟ ରଖିବାକୁ ସେ ଚାହିଁ ନାହାନ୍ତି ଯାହା ଯେମିତି ଆସିଲା ତାକୁ ସେମିତି ଲେଖିଦେବାକୁ ସେ କୁଣ୍ଠା ବୋଧ କରିନାହାନ୍ତି ପ୍ରକାଶ ଭଙ୍ଗୀରେ ଅନାବଶ୍ୟକ ଜଟିଳତାକୁ ଗ୍ରହଣ କରି ନ ଥିବାରୁ କବିତାଗୁଡ଼ିକ ଆପାତତଃ ସରଳ ମନେ ହେଉଥିଲେ ବି ଗଭୀର ଉପଲବ୍ଧିର କଥା କହନ୍ତି ଅଶୋକ କେବେ କେବେ ଗପ ଲେଖୁଥିବାରୁ ବୋଧ ହୁଏ କେତେକ କବିତା ବର୍ଣ୍ଣନା ପ୍ରଧାନ ଥିବା ଲକ୍ଷ୍ୟ କରି ହୁଏ, ଯାହା ହୁଏତ ତାଙ୍କର ଏକ ନିଜସ୍ବ ଶୈଳୀ ପ୍ରତିଷ୍ଠା କରିବାରେ ସହାୟକ ହୋଇଛି କବିତାଗୁଡ଼ିକର ଶେଷରେ ସେ ପୂର୍ଣ୍ଣଚ୍ଛେଦ ନ ଦେଇ କେଉଁଠି କେମିତି ସମ୍ବୋଧନ ବା ପ୍ରଶ୍ନଚିହ୍ନର ବ୍ୟବହାର କରିଛନ୍ତି ଏହା ଆହୁରି କିଛି ବକ୍ତବ୍ୟ ତଥାପି ରହିଯାଇଛି ବୋଲି ସୂଚେଇଦିଏ
ଶେଷରେ ଏତିକି କୁହାଯାଇପାରେ ଯେ ଅଶୋକଙ୍କ “ଗୋଟିଏ ନିଃସଙ୍ଗ ଦିନ” ସଙ୍କଳନରେ ଥିବା କବିତାଗୁଡ଼ିକ ନିଃସଙ୍ଗତାରୁ କ୍ରମଶଃ କୋଳାହଳ ଆଡ଼କୁ ଏକ ଅସରନ୍ତି ଯାତ୍ରା ଏହି ଯାତ୍ରାରେ ଆନନ୍ଦ ଯେତିକି ବିଷାଦ ସେତିକି ଏସବୁକୁ ହୃଦୟଙ୍ଗମ କରିବା ପାଇଁ ପାଠକୀୟ ସହୃଦୟତା ଲୋଡ଼ା ମାଟିରୁ ଉଠି ଆକାଶ ଆଡ଼କୁ କ୍ରମଶଃ ଖେପିଯାଉଥିବା ନିଃସଙ୍ଗ କାବ୍ୟସତ୍ତାର ସାହଚର୍ଯ୍ୟ ଲୋଡ଼ା କିଛି ହୁଗୁଳାପଣ, କିଛି ଦ୍ରବୀଭୂତ ହେବାର ଗୁଣ ଏବଂ କିଛିଟା ନିବିଡ଼ ହେବାର ଆକାଂକ୍ଷା ଲୋଡ଼ା ଅଶୋକ କହନ୍ତି – “ କବିତା, ମୋତେ ଜୀବନଠାରୁ ବି ବଡ଼ ଲାଗିଛି ଅନେକ ସମୟରେ….ସେଇ ଧାଡ଼ିଗୁଡ଼ିକର ଗଠନ ପାଇଁ, ଯେତେବେଳେ ଶବ୍ଦମାନେ ଆସି କଲମ ମୁନରେ ଧରା ଦେଉଥାନ୍ତି ସେ ମୁହୂର୍ତ୍ତଗୁଡ଼ିକର ଅନୁଭବ ବିରଳ, ଇନ୍ଦ୍ରିୟାତୀତ, ଐଶ୍ବରୀୟ ସେଭଳି ଅନୁଭବର ଯୋଗ୍ୟ ଆଧାର ହେବା ପାଇଁ, ମଣିଷ ହିସାବରେ, ମୁଁ ବୋଧେ ନିଅଣ୍ଟ ପଡ଼େ” ଏହି ସ୍ବୀକାରୋକ୍ତି କେବଳ ଜଣେ କବିର ନୁହେଁ, ଜଣେ ସହୃଦୟ ପାଠକର ମଧ୍ୟ କବିତାରେ ଯେମିତି ସବୁ କଥା କୁହାଯାଇପାରେନି, ଠିକ୍ ସେମିତି କବିତାରେ ଥିବା ସବୁ କଥାକୁ ଠିକଣା ଭାବେ ଧରାଯାଇପାରେନି ତାହା ହିଁ ହୁଏତ କବିର, କବିତାର ଓ ପାଠକର ସଫଳତା
କବିତାରେ ଆମେ କ’ଣ ଖୋଜୁ ? ହୁଏତ କିଛିଟା ନିଜର ଅନୁଭୂତି ଯାହାକୁ ବଖାଣି ହେଲା ନାହିଁ ହୁଏତ ଏକ ପୃଥିବୀ ଯାହା ଆମର ନିତିଦିନିଆ ଜୀବନରୁ ସାମାନ୍ୟ ଅଲଗା ଏମିତି କିଛି ଦୃଶ୍ୟ ଯାହା ଆମର ଆଖି ଆଢୁଆଳରେ ରହିଗଲା ବୋଲି ଆମକୁ ଦିଶିଲା ନାହିଁ ବ୍ୟକ୍ତିଗତ ଅନୁଭବକୁ ସୁନ୍ଦର ଭାବରେ ଜଣେ କବି ପରଶିଦେଲେ ତାହା ଗ୍ରହଣଯୋଗ୍ୟ ହୁଏ ଆଉ ଆମେ ସହଜରେ ସେଥିରେ ଆମର ପ୍ରତିଛବି ପାଉ ସାଲ୍ଭାଡୋର୍ ଡାଲିଙ୍କ ଉକ୍ତି ପରି ନିଃସଙ୍ଗତାର ଉତ୍ତୁଙ୍ଗ ଶିଖରରେ କାର୍ଯ୍ୟରତ କଳାକାର ସହ ଏକାତ୍ମ ହେଇଯାଉ ଆଉ ସେମିତି ଏକ ମୁହୂର୍ତ୍ତରେ ନା ପାଦ ତଳେ ଥାଏ ମାଟି ନା ମଥା ଉପରେ ଆକାଶ ନା ସ୍ବଚ୍ଛ ଚଉପାଶ ଏକ ଅଦୃଶ୍ୟ ଭାବବିନ୍ଦୁରେ ମିଳିତ ହୋଇଥାଆନ୍ତି ସ୍ରଷ୍ଟା ଆଉ ସୃଷ୍ଟି, ଯେଉଁଠାରୁ ବିଚ୍ଛୁରିତ ହୁଏ ଅପୂର୍ବ ଭାବତରଙ୍ଗ ସେଥିରେ ତରଙ୍ଗାୟିତ ହେଇ ଚିରକାଳ ରହିଥିବାକୁ ଆମ ସଭିଙ୍କର ପ୍ରୟାସ କାରଣ ଆମେ ସଭିଏଁ ଉଣା ଅଧିକେ ନିଃସଙ୍ଗ ଏବଂ ସବୁବେଳେ ନିସଙ୍ଗତା ବିରୋଧରେ ଆମେ ଜୀବନ ସଙ୍ଗରେ
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ଡାକ୍ତର ପ୍ରଶାନ୍ତ କୁମାର ଦାଶ | ଏପ୍ରିଲ୍ ୧୪, ୨୦୧୧ - ୧:୫୬ ପୂର୍ବାହ୍ନ
ଆପଣଙ୍କ ଊଦ୍ୟମ ବହୁତ ଭଲ
୨. Sushant Biswal | ସେପ୍ଟେମ୍ବର୍ ୧୪, ୨୦୧୧ - ୧୦:୫୬ ଅପରାହ୍ନ
its very nice. thanks to all the staffs.
୩. ସୁସାନ୍ତ ବିସ୍ବାଳ | ସେପ୍ଟେମ୍ବର୍ ୧୪, ୨୦୧୧ - ୧୧:୦୫ ଅପରାହ୍ନ
ବହୁତ ଭଲ ହୋଇଛି. ସବୁ କର୍ମଚାରିଙ୍କୁ ଧନ୍ୟବାଦ.
୪. Rasmi Ranjan Parida | ସେପ୍ଟେମ୍ବର୍ ୨୩, ୨୦୧୧ - ୯:୨୦ ପୂର୍ବାହ୍ନ
ଆଜିର ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ନିସଙ୍ଗ ଭଲ ଥିଲା ଆମର ସେ ପୁରୁଣା ଦୁନିଆ, ଯେଉଁଥିରେ ଏତେ ସ୍ବାଛନ୍ଦ୍ୟ ନଥିଲା ସତ କିନ୍ତୁ ସୁଖ ଥିଲା
୫. କଳ୍ପନା ଭୂଯ଼ାଁ | ଫେବୃଆରୀ ୧୬, ୨୦୧୨ - ୩:୪୨ ପୂର୍ବାହ୍ନ
ଏତେ ନିଃସଗତା ଭଲ ଲାଗେ ନାହିଁ. ସମସ୍ତଙ୍କୁ ନେଇ କବିତା ଲେଖନ୍ତୁ