ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଦୀପକ ମିଶ୍ର
ରଜତ କୁମାର ମିଶ୍ର
ଅଚ୍ୟୁତାନନ୍ଦ କର
ଦିଲ୍ଲୀପ ଦାସ
ବ୍ରଜନାଥ ରଥ
ନନ୍ଦ କିଶୋର ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୩, ୨୦୧୧  
ମୂଳ ପୃଷ୍ଠାପୁସ୍ତକ ସମୀକ୍ଷା
 

ଜୀବନର ବିବିଧ ବିରୋଧାଭାସ ଭିତରେ କେଉଁଠି ଗୋଟେ ଥାଏ ଅଜଣା ସମ୍ପର୍କର ସୂତ୍ର୤ ଅନ୍ଧାର ଓ ଆଲୁଅ, ଛାଇ ଓ ଅସ୍ତିତ୍ବ, ପାଇବା ଓ ନ ପାଇବା ସବୁ ଏକା ଭଳି ଲାଗେ୤ ଆଉ ସେତେବେଳେ ଲିଭିଯାଏ ଜୀବନ ଓ ମୃତ୍ୟୁକୁ ଅଲଗା କରି ରଖୁଥିବା ଅତି କ୍ଷୀଣ ରେଖାଟିଏ୤ ଗୋଟିଏ ଅଦୃଶ୍ୟ ବିନ୍ଦୁରେ ଥାଇ ନିଃସଙ୍ଗ ମଣିଷ ଆବିଷ୍କାର କରେ-
“ସହଜରେ ମାନି ନେଲେ ଥରେ
ସବୁ କିଛି ଅବଶ୍ୟ ସମ୍ଭବ
ମାନିନେଇ ପାରିଲେ ହିଁ
ଏକା ଭଳି ସବୁ
ନିର୍ଜନତା ହେଉ କି କୋଳାହଳ
ସବୁଠୁ ଭଲ ଗୋଟିଏ ଦିନ
ଅବା ଭୟଙ୍କର କୌଣସି ରାତି
ସରିଆସୁଥିବା ଜୀବନ ଏବଂ
କ୍ରମଶଃ ନିକଟତର ହେଉଥିବା ମୃତ୍ୟୁ
ସବୁ ଏକା ଭଳି, ଖାଲି
ମାନିନେଇ ପାରିଲେ ହେଲା ଯେ
ଯାହା ମିଳିଲା ନାହିଁ
ତାହା କେବେ ବି ନ ଥିଲା ଆମର୤” (ମାନିନେଇ ପାରିଲେ)

ଅସହ୍ୟ ଯେଉଁଠି ଉଭୟ ପାଇବାର ଆନନ୍ଦ ଓ ହରେଇବାର ବିଷାଦ, ଏକୁଟିଆ ବେଳ ପାଇଁ ଯେଉଁଠି ଥାଏ ଅନେକ ଘାତକ ସ୍ମୃତି ଓ ଅପରାଧର ରକ୍ତ ଛିଟା, ଅଧାରାସ୍ତାରେ ହଜିଯାଏ ଯେବେ ଲକ୍ଷ୍ୟସ୍ଥଳର ନକ୍‌ସା, ବାହାରେ ଟାଣ ଦିପହର ଓ ଘର ଭିତରେ କିଟିକିଟି ଅନ୍ଧାର ଯେବେ, ନିଜ ନିଃସଙ୍ଗପଣରୁ ମୁକ୍ତିର ଆଶା ସଞ୍ଚାର ହୁଏ୤ ଆରମ୍ଭ ହୁଏ ନିଃସଙ୍ଗତାରୁ ମୁକୁଳିଯିବାର ଚେଷ୍ଟା-
“ପୃଥିବୀରୁ ବାସନ୍ଦ
ଏଇ ନିରନ୍ଧ୍ର କୋଠରୀରେ ବି
ଅଛି ଆଉ ଏକ ପୃଥିବୀ
ଓ ଆଶ୍ଚର୍ଯ୍ୟ ଯେ
ଏତେ ଅଳ୍ପରେ ବି ଗଢାଯାଇପାରେ
ଏକ ମୌଳିକ ପୃଥିବୀ
କିଛି ସମୟ ତଳେ
କି ନିଃସଙ୍ଗ ଲାଗିଥିବା ଏଇ ବଖରାରେ୤ (ଫାଟକ ଯାଏଁ ତ)

ତା’ପରେ କ୍ରମଶଃ ବଦଳିଥାଏ ମନୋଭାବ୤ ସବୁତକ ଦୁର୍ବଳ ମୁହୂର୍ତ୍ତରୁ ନିଜକୁ ସାଉଁଟିଆଣି ପୁଣି ଥରେ ସୁନ୍ଦର ଭାବରେ ଗଢିଦେବାର ପ୍ରୟାସ୤ ଜୀବନ ସହିତ, ନିଃସଙ୍ଗତା ସହିତ, ସ୍ବପ୍ନ ଓ ନିଜ ସହ ଏକ ମଧୁର ଲୁଚକାଳି ଖେଳର ଆରମ୍ଭ୤ ଶୁଖିଲା ଗଛର ଶାଖାପ୍ରଶାଖା ଭିତରେ କ୍ରମଶଃ ଜୀବନର ରସ ସଞ୍ଚରିଯାଇ ସବୁଜ ପିକ କଅଁଳେ ଯେମିତି୤ ତେଣୁ ଅଶୋକଙ୍କ କବିତାରେ ନିଃସଙ୍ଗତା ଏମିତି ଏକ ମାନସିକ ଅବସ୍ଥା ଯାହାକୁ ନେଇ ନିଜ ଇଚ୍ଛା ମୁତାବକ ଏକ ସୁନ୍ଦର ପୃଥିବୀ ଗଢାଯାଇପାରେ୤ ଆଉ ସଙ୍କଳନର କବିତା ସମୂହ ଏହାର ପ୍ରମାଣନ୍

ଦୁର୍ଘଟଣା ପରେ, ଅଭିନୟ, ନାରୀଶ୍ବର, ବୋଉ, ଭଲ ଖରାପ ଓ ଆର୍ଦ୍ରତା ପ୍ରଭୃତି ପ୍ରାୟ ପନ୍ଦରଟି କବିତାରେ ରହିଛି ବିଭିନ୍ନ ଭାବଧାରା୤ ଏମାନେ ରହିବେ ଦ୍ବିତୀୟ ଭାଗରେ୤ ଏସବୁ କବିତାରେ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ଭାବନା, କିଛି ଘଟଣ ଅଘଟଣ ସମ୍ପର୍କରେ ପ୍ରତିକ୍ରିୟା, ଏକାନ୍ତ ବ୍ୟକ୍ତିଗତ ଜୀବନର କିଛି ଅନୁଭୂତିକୁ ନେଇ ବିଶ୍ଳେଷଣ ଓ ଏକ ସିଦ୍ଧାନ୍ତରେ ପହଂଚିବାର ଚେଷ୍ଟା, ଗତାନୁଗତିକ ଅଭିଜ୍ଞତାକୁ ଅର୍ଥପୂର୍ଣ୍ଣ କରିଦେବାର ପ୍ରୟାସ ଏବଂ ସର୍ବୋପରି ଅନେକ ନିଆରା ଆତ୍ମ-ନିରୀକ୍ଷଣର ମୁହୂର୍ତ୍ତକୁ ଲିପିବଦ୍ଧ କରିବାର ଉଦ୍ୟମ ପରିଲକ୍ଷିତ ହୁଏ୤ କେଉଁଠି କମାରଶାଳରେ ଶବ୍ଦମାନେ ଶାଣ ହେଉଥାଆନ୍ତି ତ ଆଉ କେଉଁଠି ମନ୍ତ୍ରପାଠ ବଦଳେଇଦିଏ ଝିଅଟିଏର ଠିକଣା ଓ ଅବଶିଷ୍ଟ ଆୟୁଷ୤ ଭାବନା ବହିର୍ଭୂତ କଥା ସବୁ ପାଲଟିଯାଆନ୍ତି ଅନୁଭୂତି୤ କେଉଁଠି ଅତିରଞ୍ଜିତ ଅଭିନୟ ଯୋଗୁଁ ତ ଆଉ କେଉଁଠି ଅତି ସନ୍ତର୍ପଣ ଜୀବନଚର୍ଯ୍ୟା ସତ୍ତ୍ବେ ଅନାବୃତ ହୁଏ ଦେଖାଇବାକୁ ଚାହୁଁ ନ ଥିବା ଚେହେରା୤ ନିଜ ଭିତରର “ଭୟାନକ ଆର୍ଦ୍ରତା” ପାଇଁ ଲୋଡ଼ା ହୁଏ “ଅଳ୍ପ ଟିକେ ସୂର୍ଯ୍ୟ ରଶ୍ମି”୤ କିନ୍ତୁ କିଛି ବି ବଦଳିଯାଏନା୤ ହାତ ପାଆନ୍ତାରେ ସବୁ ସାଜସରଞ୍ଜାମ ଥାଇ ବି ଗଢିହୁଏନା ମନ ପସନ୍ଦ ପୃଥିବୀ୤
“କେବଳ ପ୍ରସ୍ତୁତିରେ ହିଁ
ବିତିଯାଏ ସାରାଟା ଜୀବନ
ପ୍ରସ୍ତୁତି ସରିଲା ବେଳକୁ ଏଣେ
ସମୟ ବି ଶେଷ” (କେବଳ ପ୍ରସ୍ତୁତିରେ)

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଡାକ୍ତର ପ୍ରଶାନ୍ତ କୁମାର ଦାଶ |  ଏପ୍ରିଲ୍ ୧୪, ୨୦୧୧ - ୧:୫୬ ପୂର୍ବାହ୍ନ

    ଆପଣଙ୍କ ଊଦ୍ୟମ ବହୁତ ଭଲ

  • ୨. Sushant Biswal |  ସେପ୍ଟେମ୍ବର୍ ୧୪, ୨୦୧୧ - ୧୦:୫୬ ଅପରାହ୍ନ

    its very nice. thanks to all the staffs.

  • ୩. ସୁସାନ୍ତ ବିସ୍ବାଳ |  ସେପ୍ଟେମ୍ବର୍ ୧୪, ୨୦୧୧ - ୧୧:୦୫ ଅପରାହ୍ନ

    ବହୁତ ଭଲ ହୋଇଛି. ସବୁ କର୍ମଚାରିଙ୍କୁ ଧନ୍ୟବାଦ.

  • ୪. Rasmi Ranjan Parida |  ସେପ୍ଟେମ୍ବର୍ ୨୩, ୨୦୧୧ - ୯:୨୦ ପୂର୍ବାହ୍ନ

    ଆଜିର ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ନିସଙ୍ଗ ୤ ଭଲ ଥିଲା ଆମର ସେ ପୁରୁଣା ଦୁନିଆ, ଯେଉଁଥିରେ ଏତେ ସ୍ବାଛନ୍ଦ୍ୟ ନଥିଲା ସତ କିନ୍ତୁ ସୁଖ ଥିଲା ୤

  • ୫. କଳ୍ପନା ଭୂଯ଼ାଁ |  ଫେବୃଆରୀ ୧୬, ୨୦୧୨ - ୩:୪୨ ପୂର୍ବାହ୍ନ

    ଏତେ ନିଃସଗତା ଭଲ ଲାଗେ ନାହିଁ. ସମସ୍ତଙ୍କୁ ନେଇ କବିତା ଲେଖନ୍ତୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤