ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବିଦ୍ୟୁତପ୍ରଭା ଦେବୀ
ମନୋଜ ଦାସ
ଜଗଦୀଶ ମହାନ୍ତି
ଦୟାନିଧି ମିଶ୍ର
କୃଷ୍ଣପ୍ରସାଦ ମିଶ୍ର
ନୀଳମଣି ବିଦ୍ୟାରତ୍ନ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୩, ୨୦୧୧  
ମୂଳ ପୃଷ୍ଠାପୁସ୍ତକ ସମୀକ୍ଷା
 

ଭାବଗତ ଦୃଷ୍ଟିରୁ ସଙ୍କଳନରେ ଥିବା ଛୟାଳିଶଟି କବିତାକୁ ତିନି ଭାଗରେ ବିଭକ୍ତ କରାଯାଇପାରେ୤ ପ୍ରଥମ ଭାଗରେ ରହିବେ ପ୍ରାୟ ପଚିଶଟି କବିତା ଯାହାଙ୍କ ମୂଳ ବିଷୟ ହେଉଛି ନିଃସଙ୍ଗତା୤ ଏହି ନିଃସଙ୍ଗତା କେତେବେଳେ ଶାରୀରିକ ତ ଆଉ କେତେବେଳେ ମାନସିକ୤ ଗୋଟିଏ ନିଃସଙ୍ଗ ଦିନ ଚବିଶ ଘଣ୍ଟା ଠାରୁ ବି ଲମ୍ବା ଲାଗେ କାରଣ କାହାର ବି ଦେଖା ମିଳେନା୤ ଯେଉଁମାନଙ୍କ ସହ ଦେଖାହୁଏ ସେମାନଙ୍କ ସହ ଭାବ ବିନିମୟ ହୋଇପାରେନା୤ ତେଣୁ କେବେଠାରୁ ଭୁଲି ସାରିଥିବା ସ୍ମୃତି ଓ ଜମା ଭୁଲି ନ ପାରୁଥିବା ସ୍ମୃତି ସବୁ ବେଶୀ ମନେପଡ଼େ୤ ଘର ଛାଡ଼ି ଦିନଯାକ ସାରା ସହର ଘୂରି ବୁଲି ଅଧରାତିରେ ଘରକୁ ଫେରିବା ବେଳେ ପୁଣି ସେଇ ନିଃସଙ୍ଗତା ଦୁଆର ମୁହଁରେ୤ ଆଉ ଏମିତି ଏକ ଏକାନ୍ତ ମୁହୂର୍ତ୍ତରେ ଅନୁଭବ ହୁଏ “କେତେ ମିଛରେ ଗଢା ଜୀବନ୤” ଜୀବନ-ଯାତ୍ରାର ଚିରନ୍ତନ ସତ୍ୟତାକୁ ଦୋହରାଇବାକୁ ଯାଇ ଅଶୋକ କହନ୍ତି-
“ଖାଲି ହାତରେ ଯାଇ ପହଞ୍ଚିଥିଲି
ଫେରିବା ବେଳକୁ ହାତ ମୁଠାରେ
ଅନୁଭୂତିର ସରୁ ବାଲି x x x
ଖାଲି ହାତରେ ଯାଇ ଫେରିବା ବେଳକୁ
ଆଙ୍ଗୁଠି ଫାଙ୍କ ଦେଇ ନିଗିଡ଼ିପଡ଼ିଛି
ଅନୁଭୂତିର ସରୁ ବାଲି, ହାତମୁଠାରୁ” (ଖାଲି ହାତରେ ଯାଇ)

ବୟସର ନିର୍ଦ୍ଧାରିତ ଗତିରେ ଭିନ୍ନ ଭିନ୍ନ ପାହାଚ ଦେଇ ଯାଉଯାଉ ଆସେ ବାର୍ଦ୍ଧକ୍ୟ୤ ବୁଢା ଲୋକଟି “ନିଜ ଶବର ହିଁ ଛାଇ” ଭଳି ଜିଏଁ୤ “ପୂରା ଜୀବନଟା ଖଟେଇ ଗଢିଥିବା ପରିବାରରେ ଏବେ ସେ ବଳକା ଗୋଟେ ଲୋକ/ ଦୃଷ୍ଟି ଆଢୁଆଳକୁ କୋଣଠେଲା ଏକ/ ଅଦରକାରୀ ଆସବାବ ଭଳି ଅଲୋଡ଼ା/ ତା’ର ନିଃସଙ୍ଗତା୤”
ଆମ ନିତିଦିନିଆ ଜୀବନର ସାଧାରଣ ଅଭିଜ୍ଞତାଗୁଡ଼ିକୁ ଅସାଧାରଣ ଏବଂ ବ୍ୟକ୍ତିଗତ ଅନୁଭୂତିକୁ ସାର୍ବଜନୀନ କରି ଗଢିତୋଳିବା ଅଶୋକଙ୍କର ବିଶେଷତ୍ବ୤ ତାଙ୍କ କବିତାରେ ନିଃସଙ୍ଗତା ଏକ ଜୀବନ୍ତ ଚରିତ୍ର୤ କେହି କୁଆଡ଼େ ନଥିବା ବେଳେ ଏକାନ୍ତ ପ୍ରିୟ ସାଥି୤ ଦୁହେଁ ମିଶି ଏକାଠି ରହନ୍ତି, ଦୁଃଖ ସୁଖ ହୁଅନ୍ତି, ବେଳେବେଳେ ଯେ ଯାହାର ଧ୍ୟାନରେ ନୀରବ, ପରସ୍ପରର ଅପରିଚିତ୤ ଆଉ କେବେ କେବେ ଦୁହେଁ ମିଶି ଘରବାହାର, ଗାଁ ସହର, ପୃଥିବୀ ଆକାଶ ଚାରିଆଡ଼େ ଘୂରାଫେରା କରନ୍ତି୤ କେତେବେଳେ ଦୋ’ଦୋଚିହ୍ନା ତ ଆଉ କେତେବେଳେ ଘନିଷ୍ଠ୤ ନିଃସଙ୍ଗତା ପୁଣି କେତେବେଳେ ପ୍ରେମିକା ହେଇ ଆସେ ତ ଆଉ କେତେବେଳେ ପତ୍ନୀ ରୂପରେ୤ ଯେମିତି ଏଇ ଦୁଇଟି କବିତାରେ-
“ଚରମ ନିବିଡ଼ତାର ପରିଣତିରେ
ଅଚିହ୍ନା ପାଲଟିଛୁ ଆମେ
ପରସ୍ପର ପାଖେ ଏବଂ ଏ ବିଚ୍ଛେଦ
ମିଳିଛି ଭାଗ୍ୟର ଉପହାର ଭାବେ” (ସବୁ କଥାବାର୍ତ୍ତା ସରିଛି)

“ନିଃସଙ୍ଗ ରାତି ସହ
ଏତେ ଦିନର ସଂପର୍କରେ
ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି କାଲିଠାରୁ
ଆଉ କିଛି ପାହୁଂଡ ଆଗେଇ ଯାଇ
ଅସରପା ଆଡ଼କୁ
ସାମନା କାନ୍ଥରେ ଅଟକିଯାଇଛି
ତୃତୀୟା ରାତିର ଝିଟିପିଟି” (କାଲି ଏତେବେଳକୁ)

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଡାକ୍ତର ପ୍ରଶାନ୍ତ କୁମାର ଦାଶ |  ଏପ୍ରିଲ୍ ୧୪, ୨୦୧୧ - ୧:୫୬ ପୂର୍ବାହ୍ନ

    ଆପଣଙ୍କ ଊଦ୍ୟମ ବହୁତ ଭଲ

  • ୨. Sushant Biswal |  ସେପ୍ଟେମ୍ବର୍ ୧୪, ୨୦୧୧ - ୧୦:୫୬ ଅପରାହ୍ନ

    its very nice. thanks to all the staffs.

  • ୩. ସୁସାନ୍ତ ବିସ୍ବାଳ |  ସେପ୍ଟେମ୍ବର୍ ୧୪, ୨୦୧୧ - ୧୧:୦୫ ଅପରାହ୍ନ

    ବହୁତ ଭଲ ହୋଇଛି. ସବୁ କର୍ମଚାରିଙ୍କୁ ଧନ୍ୟବାଦ.

  • ୪. Rasmi Ranjan Parida |  ସେପ୍ଟେମ୍ବର୍ ୨୩, ୨୦୧୧ - ୯:୨୦ ପୂର୍ବାହ୍ନ

    ଆଜିର ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ନିସଙ୍ଗ ୤ ଭଲ ଥିଲା ଆମର ସେ ପୁରୁଣା ଦୁନିଆ, ଯେଉଁଥିରେ ଏତେ ସ୍ବାଛନ୍ଦ୍ୟ ନଥିଲା ସତ କିନ୍ତୁ ସୁଖ ଥିଲା ୤

  • ୫. କଳ୍ପନା ଭୂଯ଼ାଁ |  ଫେବୃଆରୀ ୧୬, ୨୦୧୨ - ୩:୪୨ ପୂର୍ବାହ୍ନ

    ଏତେ ନିଃସଗତା ଭଲ ଲାଗେ ନାହିଁ. ସମସ୍ତଙ୍କୁ ନେଇ କବିତା ଲେଖନ୍ତୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤