ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
ଅଖିଳମୋହନ ପଟ୍ଟନାୟକ
ଜୟନ୍ତ ମହାପାତ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ବ୍ରଜନାଥ ରଥ
ବୈକୁଣ୍ଠନାଥ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାଳିଝିଅ ସବୁଜାଣେ - ପୁସ୍ତକ ସମୀକ୍ଷା
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ଜାନୁଆରୀ ୨୮, ୨୦୧୨  
ମୂଳ ପୃଷ୍ଠାପୁସ୍ତକ ସମୀକ୍ଷା
 

kali_jhia_sabu_jane

ଲେଖକ : ଡ.ତୀର୍ଥାନନ୍ଦ ମିଶ୍ର
ପ୍ରକାଶକ : ଅନ୍ବେଷା ପ୍ରକାଶନୀ
ସମୀକ୍ଷକ : ଉମାକାନ୍ତ ମିଶ୍ର (ସଂଯୋଜକ)

କବି ଓ ସମାଲୋଚକ ଓଡ଼ିଆ ପ୍ରାଧ୍ୟାପକ ଡ.ତୀର୍ଥାନନ୍ଦ ମିଶ୍ର ଓଡ଼ିଆ ଆଧୁନିକ କବିତାରେ ଏକ ସୁପରିଚିତ ନାମ୤ କେବଳ କବି ଭାବରେ ନୁହେଁ ସମାଲୋଚନା ସାହିତ୍ୟ ଓ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନରେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି୤ ପକ୍ଷୀଟିଏ ହେଲେ, ଶ୍ୟାମଳ ସାରାଂଶ ଓ କାଳିଝିଅ ସବୁଜାଣେ ଆଦି ସୃଷ୍ଟି କରି ଆଧୁନିକ ଓଡ଼ିଆ କବିତାରେ ସେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି୤ ସେହିପରି ପ୍ରାଚୀନ ସାହିତ୍ୟର ଆଲୋଚନାରେ ଡ.ମିଶ୍ର ଶତତଃ ଚେଷ୍ଟିତ୤

ତାଙ୍କର ‘କାଳିଝିଅ ସବୁଜାଣେ’ର ଇଲାକା ଏକ ଭିନ୍ନ ଇଲାକା୤ କାଳିଝିଅ ସବୁଜାଣେ କବିତା ସଙ୍କଳନରେ ମୋଟ ସତଚାଳିଶଟି କବିତା ସନ୍ନିବେଶିତ ହୋଇଛି୤ କବି ତାଙ୍କର ଏକ ଆଧ୍ୟାତ୍ମିକ କବିତା ନୀଳଚକ୍ରରେ ଲେଖିଛନ୍ତି :

ପବନ ଆଉ ପତାକା ଏକତ୍ର
ନୀଳଚକ୍ର
ଆଗରେ ଖୋଦିତ ହୁଏ ବିଶ୍ବ
ପବନରେ ଖେଳେ ଅଣଚାଶ
ପତାକାରେ ନିଃଶ୍ବାସ
ଚକ୍ରରେ ବିଶ୍ବାସ
ଜୀବନରେ ବିତିଯାଏ
ଦିନ ମାସ ବର୍ଷ୤

ଗିରିବାଳା ମହାନ୍ତିଙ୍କ କାଳିଝିଅ ପରି ତୀର୍ଥାନନ୍ଦ ମିଶ୍ରଙ୍କର କାଳିଝିଅ ନିର୍ବୋଧ ନୁହେଁ୤ ସବୁଜାଣେ, ମିଶାଶ ଫେଡାଣ, ତାରଣ ମାରଣ ସବୁକିଛି କବିଙ୍କ ଭାଷାରେ ସରଳ ଭାବେ ବର୍ଣ୍ଣିତ୤ ସେହିପରି କାଳିଝିଅର ବହୁ ଆଶା ଆକାଂକ୍ଷା ସବୁରି ପାଖରେ ଅଳି ଅଝଟ ରହିଛି୤ ଏ ବାବଦରେ କବିଙ୍କ ଭାଷାରେ –
‘ଅନେକରେ ମା ପାଖରେ ରଙ୍ଗ ରୂପ
ବାପା ପାଖେ ଐଶ୍ବର୍ଯ୍ୟମଖା ଆୟୁଷ
ଫୁଲ ପାଖେ ଗହଳ ଗଭା
ନଈ ପାଖେ କଳା ଭଅଁର ଖେଳ୤’

ମାଗିବାରେ ତୃଷ୍ଣା ମେଣ୍ଟିନି କାଳିଝିଅର ଓ ତାର ମଧ୍ୟ ଦାନ ପାଇଁ ଇଛା ଥାଏ୤
ପୃଥିବୀକୁ ଅକୁଣ୍ଠ ଚିତ୍ତରେ ସମର୍ପଣରେ ଆତ୍ମତୃପ୍ତି ଥାଏ ତାର୤ କବିଙ୍କ ଭାଷାରେ କାଳିଝିଅ :

ଝରଣାକୁ କ୍ଷିପ୍ରଗତି
ଗୁମ୍‌ସୁମ୍‌ ଆକାଶକୁ
ଦରଦୀ ଦୀର୍ଘଶ୍ବାସ
ସମର୍ପଣରେ କେହି
ନିଃସ୍ବ ହୁଏନି ବୋଲି
ଜାଣିଚି ତାହେଲେ କାଳିଝିଅ

‘ହଜିଲା ଦିନ’ର କବିତାରେ କବି ତୀର୍ଥାନନ୍ଦ ମିଶ୍ର ନିଜର ଆତ୍ମଲିପି ଭଳି ବ୍ୟକ୍ତିଗତ ଜୀବନର ସତ୍ୟ ପ୍ରକାଶ କରିବାରେ ନିପୁଣତା ପ୍ରକାଶ କରିଛନ୍ତି୤ “ହଜିଲା ଦିନ” କବିତାରେ କବିଙ୍କର ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ଏବଂ ରୋମାଣ୍ଟିକ ଚେତନା ବେଶ ସାବଲୀଳ ଭାବେ ବର୍ଣ୍ଣିତ୤ ଉଦାହରଣସ୍ବରୂପ କବିଙ୍କ ଭାଷାରେ :-

ମୁଁ ଆଉ ଗୌତମୀ
ସହଧ୍ୟାୟୀ ଥିଲୁ ଭଞ୍ଜବିହାରରେ
କାନ୍ଥବାଡ଼ରେ ଆମ ଦିହିଁଙ୍କ ନାଁ
ପ୍ରତିଟି ଗଛମୂଳେ
ଉଭା ରାତିରେ ବିତିଥିଲା ହଜିଲା ଦିନ

ସେଇ ବିଶ୍ବବିଦ୍ୟାଳୟରେ ଏବେ ରାହୁଳ
ପଦାର୍ଥ ବିଜ୍ଞାନରେ ପଞ୍ଚମ ବର୍ଷରେ

କହିଥିଲି ଗୌତମୀକି
ପୁଅକୁ ପଠାଇବନି ଭଞ୍ଜବିହାର
ତା କାନ୍ଥରେ ବାଡ଼ରେ ତ ନିଭି ନଥିବ ଆମ ନାଁ ଦାଗ
ମାନିଲା ନାହିଁ, ପୁଅ ସେଇଠି ପଢ଼ିଲା୤

ସେହିପରି ଦେଖା ସରିନାହିଁ, ସାରା ରାତି ଉଭାରାତି, ଆଖି ଅଭିନୟ, ପାଶାଖେଳ, ନାହିଁ ନଥିବା ଅନୁରାଗ, ଯାତ୍ରା, ଶ୍ୟାମଳ କୁହୁକ, ଆସନ୍ତାକାଲିର ଇତିହାସ ଆଦି କବିତା ସମାଜର ବ୍ୟସ୍ତବହୁଳ ଜୀବନର ନିରୋଳା ପ୍ରତିଛବି୤ ସେହିପରି ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ସହ ଅବକ୍ଷୟମୁଖୀ ସମାଜ ପାଇଁ କବିମନ ଶତତଃ ପ୍ରଚେଷ୍ଟାଶୀଳ୤ କବିଙ୍କ ଭାଷାରେ “ଗରାଖ” କବିତାରେ:

ସବୁ ହେବ ଯେ,
ହେଲେ ଦିନ ଶେଷକୁ
ଲେଖିବି କ’ଣ ଖାତାରେ
ବାଟ ଚାହିଁଥିବା ସାହୁକାରକୁ
କହିବି କ’ଣ ?

ଟୋପାଏ କିରାସିନି ଆଉ
ମୁଠାଏ ଚାଉଳର ଅପେକ୍ଷାରେ ଥିବା
ଉପାସିଆ ପରିବାର ହାତରେ
ଧରେଇବି କ’ଣ କୁହତ ?

କବି ତୀର୍ଥାନନ୍ଦ ଦୋକାନୀ କବିତାରେ ଲାଭ ଲୋଭର ଏକ ବ୍ୟାଙ୍ଗାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି୤ ତାଙ୍କ ଭାଷାରେ:-

ହେଲେ ପରତେ ଯାଅ ହୋ ଗରାଖ ଈଶ୍ବର
ଲାଭ, ଲୋଭରେ ଅଛିକି ନାହିଁ କହି
ଦିଗୁଣ ଦରରେ ବିକିନି କେବେ
ସେମିତି ହୋଇଥିଲେ

ରାତାରାତି
ଭରି ସାରନ୍ତିଣି ଅମାର
କହିସାରନ୍ତିଣି ପିଲାଙ୍କୁ
ସାଇତି ରଖିଗଲି ମୌରସି
ବିକିଭାଙ୍ଗି ଖାଉଥା ଅକାଳକାଳ୤

ତୀର୍ଥାନନ୍ଦ ମିଶ୍ରଙ୍କ କାଳିଝିଅ ସବୁଜାଣେ କବିତାର ସଙ୍କଳନ ଓଡ଼ିଆ ଆଧୁନିକ କବିତାରେ ସହୃଦୟ ପାଠକ ପାଇଁ ଏକ ମାଇଲ ଖୁଣ୍ଟ୤ ଏଥିରେ ପାଠକ ଜୀବନର ବିଭିନ୍ନ ଦିଗ ବାବଦରେ ସୁକ୍ଷ୍ମ ଦୃଷ୍ଟିଭଙ୍ଗୀ ପାଇଥାଏ୤ ତେଣୁ ଡ.ତୀର୍ଥାନନ୍ଦଙ୍କର ଏହି ସୃଷ୍ଟି ଓଡ଼ିଆ ପାଠକ ଦରବାରରେ ଆଦୃତ ହେବା ସଙ୍ଗେ ସଙ୍ଗେ କାଳଜୟୀ ହେଉ ବୋଲି ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ର ଆଶା ଓ ବିଶ୍ବାସ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. ପ୍ରବୋଧ କୁମାର ମହାନ୍ତି |  ଫେବୃଆରୀ ୩, ୨୦୧୨ - ୧:୫୫ ପୂର୍ବାହ୍ନ

    ବହୁତ ସୁନ୍ଦର

  • ୨. ମନୋଜ |  ଫେବୃଆରୀ ୪, ୨୦୧୨ - ୬:୩୭ ପୂର୍ବାହ୍ନ

    Thanks, It is a very simple and fantastic,

  • ୩. ଦେବବ୍ରତ ରାଉତ |  ଫେବୃଆରୀ ୧୩, ୨୦୧୨ - ୧୨:୦୬ ପୂର୍ବାହ୍ନ

    ବହୁତ ଭଲ ହୋଇଛି, ସେଥି ପାଇଁ ବହୁତ ଧନ୍ୟବାଦ୍ ୤

  • ୪. ପ୍ରଦିପ କୁମାର ଦାଶ |  ଫେବୃଆରୀ ୧୩, ୨୦୧୨ - ୧୨:୫୧ ପୂର୍ବାହ୍ନ

    ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ର ଆଶା ଓ ବିଶ୍ବାସ, ତୀର୍ଥାନନ୍ଦ ମିଶ୍ରଙ୍କ କାଳିଝିଅ ସବୁଜାଣେ କବିତାର ସଙ୍କଳନ ନିସ୍ଚିତ ପୁରଣ୍ କରିବ୤

  • ୫. ନିହାର କାନ୍ତ ପଟ୍ଟନାୟକ |  ଫେବୃଆରୀ ୧୫, ୨୦୧୨ - ୩:୨୪ ପୂର୍ବାହ୍ନ

    “କାଳି ଝିଅ ସବୁ ଜାଣେ”- ପୁସ୍ତକଟି ବହୁତ ସୁନ୍ଦର ହୋଇଛି

  • ୬. Ramesh |  ମାର୍ଚ୍ଚ୍ ୧୨, ୨୦୧୨ - ୧୧:୪୮ ଅପରାହ୍ନ

    Nice Job.

  • ୭. Debapriya Priyadarshi Chakra |  ମାର୍ଚ୍ଚ୍ ୧୩, ୨୦୧୨ - ୧:୪୬ ପୂର୍ବାହ୍ନ

    kalijhia sabujane bahudinaruTirthananda sirnkara parkasaita kabita sankalana. samikhya bhala heichi

  • ୮. dilipkumar acharya |  ମେ ୨୭, ୨୦୧୨ - ୧୧:୫୩ ପୂର୍ବାହ୍ନ

    ବହୁତ ଭଲ ଲାଗୁଛି

  • ୯. santosh Mohanty, mysore |  ଅଗଷ୍ଟ୍ ୨୩, ୨୦୧୨ - ୫:୫୮ ପୂର୍ବାହ୍ନ

    prakutare a bahira samikshya hei nahi. bahiru kabita matra khali udhar kara jaichi. samikshyakanka nijara kichhi mata nahi. khali sirnka bahi boli padhili na hele padhi nathanti. a bhali lekhaku samikshya kuha jibani. suchana boli kuha jaipare.

  • ୧୦. Manoj Kumar Nath |  ଅଗଷ୍ଟ୍ ୩୧, ୨୦୧୨ - ୭:୩୫ ପୂର୍ବାହ୍ନ

    The book is very nice and interesting.

  • ୧୧. ପ୍ରସନଜିତ, ଦିଲ୍ଳୀ |  ଜାନୁଆରୀ ୯, ୨୦୧୩ - ୧୦:୫୨ ପୂର୍ବାହ୍ନ

    ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ର ତୀର୍ଥାନନ୍ଦ ମିଶ୍ରଙ୍କ କାଳିଝିଅ ସବୁଜାଣେ କବିତାର ସଙ୍କଳନ ପଡ଼ି ମୁଁ ତୀର୍ଥାନନ୍ଦ ମିଶ୍ର ବିଶେଷ ଧନ୍ୟାବାଦ ଦେବା ଚାହେଁ।

  • ୧୨. ସୁଚରିତା, ନୂଅଅ ଦୀଲ୍ଲୀ |  ଜାନୁଆରୀ ୧୧, ୨୦୧୩ - ୧:୪୩ ପୂର୍ବାହ୍ନ

    କାଳଜୟୀ କାଳୀଝିଅ ସତରେ ହୃଦୟସ୍ପର୍ଶୀ। ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ର ପାଠକଙ୍କ ମନରେ ବାସ୍ତବତା ପ୍ରତି ଏକ ନୂତନ ପନ୍ଥା ଦେଖାଇବ।

  • ୧୩. Sunil Majhi, City-khordha state-odisha |  ଜାନୁଆରୀ ୧୭, ୨୦୧୩ - ୮:୨୮ ଅପରାହ୍ନ

    Mate bahuta bhala lagila. Mu english re lekhuchi boli apana mane ragu thibe. A ha mu jane. Kintu mobilere odia nahi. Odisara purbatana lekhaka o kabi manankara duwara pustak gudika internet re milile bahuta bhala huanta.

  • ୧୪. ମନୋଜ କୁମାର କିଷାନ, ଓଡ଼ିଶା |  ଅକ୍ଟୋବର୍ ୨୭, ୨୦୧୩ - ୬:୪୯ ଅପରାହ୍ନ

    ବହୁତ ବଢ଼ିଆ

  • ୧୫. ରାଜଶ୍ରୀ ବେହେରା ,ସଂପାଦିକା-ସମ୍ଭାବନା, ଅନୁଗୋଳ,ଓଡିଶା |  ଅଗଷ୍ଟ୍ ୩୧, ୨୦୧୪ - ୪:୪୦ ପୂର୍ବାହ୍ନ

    କାଳିଝିଅ କାଳଜୟୀ ହେଉ ,ସବୁରି ହୃଦୟେ ରହିଥାଉ
    ସବୁ ଜାଣି ସଭିଙ୍କୁ ଜଣାଉଁ ,କବିତାର ଧାରା ବର୍ଷୁଥାଉ
    କାଳିଝିଅ ଭଲରେ ଥାଉ,କବିର କବିତାରେ ରହୁ
    ସଭିଙ୍କୁ ହସାଇ ନିଜେ ହସୁଥାଉ ୤

  • ୧୬. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ, ଓଡିଶା  |  ଫେବୃଆରୀ ୧୩, ୨୦୧୬ - ୧୨:୧୩ ଅପରାହ୍ନ

    ସସ୍ୱାର୍ଥ ସମର୍ପଣ ନିଷ୍ପ୍ରଭ ହୁଏ ; ନିଷ୍ପ୍ରଭରୁ ବିଶାଦ ଆଉ ବିଶାଦରୁ ନିଃସ୍ୱତା ଜାତ ହୁଏ କିନ୍ତୁ; କାଳିଝିଅର ସମର୍ପଣ ସ୍ୱାର୍ଥମୁକ୍ତ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤