ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କମଳା ଶତପଥି
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ବ୍ରହ୍ମାନନ୍ଦ ପଣ୍ଡା
ସାର୍‌ ବାସୁଦେବ ସୁଢ଼ଳଦେବ
ସ୍ବଭାବ କବି ଗଙ୍ଗାଧର ମେହେର
ସନ୍ଥକବି ଭୀମ ଭୋଇ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜାନୁଆରୀ ୨୮, ୨୦୧୧  
ମୂଳ ପୃଷ୍ଠାପୁସ୍ତକ ସମୀକ୍ଷା
 

ଲେଖକ : ସତ୍ୟପ୍ରିୟ ମହାଳିକଙ୍କ
ପ୍ରକାଶକ : ଟାଇମ୍ ପାସ୍‌ , କଟକ
ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ )

ସତ୍ୟପ୍ରିୟ ମହାଳିକଙ୍କ ଦ୍ବାରା ଲିଖିତ ଓ ଟାଇମ୍ ପାସ୍‌ ଦ୍ବାରା ପ୍ରକାଶିତ ମାତ୍ର ଛୟାନବେ ପୃଷ୍ଠାର ଛୋଟ ଉପନ୍ୟାସ ‘କଭର ଷ୍ଟୋରି’୤ ଆମ ସାମାଜିକ ଅସଙ୍ଗତି ଓ ଅବଜ୍ଞାର ଏକ ଶକ୍ତିଶାଳୀ କାରୁଣ୍ୟ୤ ଚାରିବର୍ଷର କୁନିଝିଅଟିଏ ଯିଏ ଜୀବନ କ’ଣ ବୁଝି ନାହିଁ, ଯିଏ ଯୌବନ କ’ଣ ଜାଣେ ନାହିଁ ତାକୁ ଧର୍ଷଣ କରାଯାଏ ଅତି ଭୀଷଣ ଭାବେ – ତା’ପରେ କ’ଣ ହୁଏ ?

ଦଳିତ ଜାତିର ଏକ ଧର୍ଷିତା କୁନି ଝିଅ ଓ ତା’ର ପରିବାର ନ୍ୟାୟ ପାଇଁ ଦଉଡନ୍ତି ଶାସନ ଓ ନ୍ୟାୟତନ୍ତ୍ରକୁ ଓ ପଶି ଯାଆନ୍ତି ଅନ୍ଧାରୀ ଗୁମ୍ଫା ଭିତରେ୤ ନ୍ୟାୟ ତା ପାଇଁ ଅପହଞ୍ଚ ପଦ୍ମଫୁଲ୤ ଅଣ୍ଟେ ପାଣିରେ ପଶି ତୋଳି ଆଣିବାର ଅଭିଶାପରେ ନୟାନ୍ତ ହୁଏ ଏ ପରିବାର୤ କୁନି ଝିଅର ମାନସିକ ପୀଡା, ସାମାଜିକ ପ୍ରତାରଣା ଓ ସର୍ବୋପରି ପୁରୁଷତାନ୍ତ୍ରିକ ବିଧିବ୍ୟବସ୍ଥାର କ୍ରୁର ଉପହାସ ଏ ସମଗ୍ର ଉପନ୍ୟାସକୁ ଯେତିକି କରୁଣ କରିଛି ସେତିକି କରିଛି କ୍ରାନ୍ତିକାରୀ୤
ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ୤ ତଥାକଥିତ କଳ୍ପନାର କାନଭାସ୍‌ରେ ମିଛ ଆଦର୍ଶ ଓ ଶସ୍ତା ସ୍ବପ୍ନ ଆଙ୍କିବା ତାଙ୍କର ସଉକ ନୁହେଁ୤ ବରଂ ଜୀବନର ଧୂଷର ବାସ୍ତବତା ଓ କାରୁଣ୍ୟ ଆଡେ ସେ ସଚେତନ ଦୃଷ୍ଟି ଚାହିଁ ରହିବାକୁ ଭଲ ପାଆନ୍ତି୤ ସେଇଥିପାଇଁ ‘କଭର ଷ୍ଟୋରି’ ଉପନ୍ୟାସ ସମ୍ବେଦନଶୀଳ ଓ ସଂକ୍ରାମକ୤

ଲେଖକଙ୍କ ଭାଷାରେ ଏହା ଏକ ସୁନ୍ଦର କାହାଣୀ ନୁହେଁ୤ ଏହା ଏକ ପରିକଳ୍ପନା ନୁହେଁ ବା ଏଥିରେ କେଉଁଠି ହେଲେ ବି ଏକ ଧାରାବାହିକ ଗଳ୍ପ ପ୍ରବଣତା ନାହିଁ୤ ଏହା ସତ୍ୟ ଓ କଳ୍ପନାର ଏକ ମଧ୍ୟମ ଅବସ୍ଥା୤

ଉପନ୍ୟାସର ଚରିତ୍ର, ତଥ୍ୟ, କାହାଣୀର ଉପସ୍ଥାପନା ଓ ନାମକରଣ ଆଦିରେ ଯେଉଁ ଅଭିନବତାର ସ୍ପର୍ଶ ରହିଛି ତାହା ଉପନ୍ୟାସକୁ ଏକ ସ୍ବତନ୍ତ୍ରତା ଆଣିଦିଏ୤ ଏହାର କଳାତ୍ମକ ଦିଗ ମଧ୍ୟ ଅଣ ପାରମ୍ପରିକ୤ ଲୋକକଥା, ମିଥ୍‌ ଓ ଅତିକଳ୍ପନାର ଏକ ମିଶ୍ରିତ ଉପସ୍ଥାପନରେ ଉପନ୍ୟାସଟି ସମୃଦ୍ଧ୤

ସତ୍ୟପ୍ରିୟଙ୍କ ଅନ୍ୟାନ୍ୟ ଉପନ୍ୟାସ (ଶୂନ୍ୟକାଳ, ଅର୍ଦ୍ଧକଥା, ଅଣପୁରୁଷ ଓ ଅପ୍ରାପ୍ତ ବୟସ୍କ) ଓ କାହାଣୀମାନଙ୍କରେ (ଅଳ୍ପଗଛ, ସେହିସବୁଦିନ, ଗଳ୍ପପୁରୁଷ, କଥାତନ୍ତ୍ର ଓ କୁହୁକଦର୍ପଣ) ସ୍ବତନ୍ତ୍ରତା ବ୍ୟବହୃତ ହୋଇଥାଏ ଓ ପ୍ରତ୍ୟେକ ଉପନ୍ୟାସ ପରସ୍ପରଠାରୁ ଭିନ୍ନ ହୋଇଥାଏ୤ ଏଥିରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି୤ ସର୍ବୋପରି ଛୋଟ ଛୋଟ ପାରାଗ୍ରାଫ ଓ ଗୋଟିଏ ଗୋଟିଏ ପାରାଗ୍ରାଫକୁ ନେଇ ଗୋଟିଏ ଅଧ୍ୟାୟର ପରିକଳ୍ପନା ଅପୂର୍ବ ଓ ଅଭିନବ୤ ଭାଷା ସଂରଚନା ଓ କାହାଣୀ କଥନରେ ସତ୍ୟପ୍ରିୟ ଅଦ୍ବିତୀୟ୤ ସମକାଳୀନ କଥା ସାହିତ୍ୟରେ ଅନାଲୋଚିତ, ଅଭିନବ ଓ ଅସ୍ପୃଶ୍ୟ ଘଟଣାକୁ କଳାତ୍ମକ ଢଙ୍ଗରେ ପ୍ରକାଶ କରିବାରେ ସତ୍ୟପ୍ରିୟଙ୍କ ଦକ୍ଷତା ଅତୁଳନୀୟ୤ କଭର ଷ୍ଟୋରି ଏକ ଚମତ୍କାର ଉପନ୍ୟାସ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. Sushant Biswal |  ଫେବୃଆରୀ ୨୭, ୨୦୧୧ - ୧୧:୨୩ ଅପରାହ୍ନ

    This story is very nice. thanks to you.

  • ୨. ଶୁଭେନ୍ଦୁ ଶେଖର ଗିରି |  ଅଗଷ୍ଟ୍ ୨୮, ୨୦୧୧ - ୨:୫୩ ପୂର୍ବାହ୍ନ

    ସତ୍ୟପ୍ରିୟ ମହାଳିକ ଙ୍କ ସବୁ ଲେଖା ଗୁଡିକ ସବୁବେଳେ ସହଜ ଆଉ ସୁନ୍ଦର ହୋଇଥାଏ ୤ ଲେଖକଙ୍କୁ ସାଧୁବାଦ ୤

  • ୩. Santosh Panda |  ମେ ୧୫, ୨୦୧୨ - ୧୨:୨୩ ପୂର୍ବାହ୍ନ

    Many many best wishes n thanks for enriching the odia literature by these new generation creators…

  • ୪. ମ୍ରୁତ୍ୟୁଞ୍ଜୟ ସାମଲ, Cuttack, Odisha |  ମାର୍ଚ୍ଚ୍ ୪, ୨୦୧୩ - ୨:୨୦ ପୂର୍ବାହ୍ନ

    ଏଭଳି ଏକ ସୁନ୍ଦର ପ୍ରୟାସ କରି ଆପଣ ପୁସ୍ତକ ପଠନ ପ୍ରତି ଆଗ୍ରହ ରଖିଥିବା ଲୋକଙ୍କୁ ଆକ୍ରୁଷ୍ଟ କରିପାରୁଛନ୍ତି, ସେଥିପାଇଇନ୍ ଧନ୍ୟବାଦ .କେମିତି ଆମେ ସହଜରେ ଓଡିଆ ଶିଖି ପାରିବୁ ଇ-ମେଲ୍ ରେ ଜନାନ୍ତୁ.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤