ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ତିରିଶ ବର୍ଷରୁ ଊର୍ଦ୍ଧ୍ବ କବିତା ଭିତରେ ବୁଡିଥିବା କବି ଅଜୟ ପ୍ରଧାନଙ୍କର “ଅପୂର୍ବା ” ଯେତିକି ଅପୂର୍ବ ସେତିକି ବିସ୍ମୟ କର ଗୋଟିଏ ଲମ୍ବମାନ ପୃଷ୍ଠଭୂମି ଉପରେ କବିତାର ଲୌକିକ ଯାତ୍ରା ପାଠକକୁ ବେଳେବେଳେ ନୀରବ ସ୍ପର୍ଶର ଆଲୋଡନ ଦିଏ ତ, କେତେବେଳେ ଉଚ୍ଛ୍ବାସ ମୁଖର କରିପକାଏ “ପାଇଚି ଜଳିଜଳି” ଶବ୍ଦକୁ କବିତାରେ
ଜଳିଜଳି ପାଇଚି
ତୁମକୁ
ଶବ୍ଦକୁ
ଜୀବନ
ଓ ବାସ୍ନାଭିଜା ମାଟିକୁ (ପୃ ୧୧)
“ତମ ପାଖରେ ଥିଲାବେଳେ” କବିତାରେ:
ବଦଗୁଣ ବୋଇଲେ;
କାମରେ ଥିବାବେଳେ ମୁଁ କାମରେ
ତମ ପାଖରେ ଥିବାବେଳେ ତମେରେ
ଯେ କୌଣସି ମୁହୂର୍ତ୍ତରେ ଯୋଉଠି ନାଇ ସେଇଠି
ନିଜକୁ ଭାଗଭାଗ କରି ବାଣ୍ଟି ଦେଇ ପାରେ
କବିତା ଓ ପ୍ରେମିକା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ହୋଇ ସମକାଳୀନ ସାମାଜିକ ଚିତ୍ର ଅର୍ଥନୈତିକ ପରିବେଶ ବ୍ୟକ୍ତିର ସ୍ବପ୍ନ ଓ ସମର୍ପଣ ସୁଦ୍ଦୁ ସରଳ ଭାଷାରେ ଏଭଳି ଗୁମ୍ପିତ ଓ ସବ୍ଦିତ ହୋଇଛି ଯେ ଏକାଦି କ୍ରମେ ପ୍ରଥମରୁ ଶେଷଯାଏ ପଢିବାକୁ ଇଚ୍ଛାହୁଏ ବ୍ୟବହାରିକ ଜୀବନର ଦୃଶ୍ୟମାନ ଜଗତକୁ ଶବ୍ଦରେ ରୂପାୟିତ କଲାବେଳେ ଅଜୟ ପ୍ରଧାନଙ୍କ ସଂଳାପ କୌଶଳ ଦେଇ ଲକ୍ଷ୍ୟଣୀୟ
“ଶ୍ରବଣ ବଦଳେ ଆସିଥାନ୍ତା ଫଗୁଣ” କବିତାରେ:
ମାନିଥିଲେ ଏତେବେଳକୁ
ହୋଇଥାନ୍ତା କେଇଟା ଛୁଆ
ଧଇଁ ସଇଁ ଦୌଡୁଥାନ୍ତି କେତେ କୁଆଡେ
କିଏ ଯିବ ସ୍କୁଲ୍, କାର ଆସିବ ସାର୍ଟ ବେଲ୍ଟ୍ ଜୋତା
କାର ଦିଆହବ ଦରମା, କାର ଦରକାର ଔଷଧ
ଜଗୁ ଜଗୁ ଯାଇଥାନ୍ତା ବେଳ ଗାଡିମଟର
ପୁଣି କିଏ ଭାଙ୍ଗି ଦେଲାଣି ଟିଭି ଦେଖତ
କିଏ ଫିଙ୍ଗିଲାଣି କାଚ ବୋତଲ
କେଁ କେଁ ହେଲାଣି କିଏ ଖାଇବାକୁ ବିସ୍କୁଟ୍ ଚକୋଲେଟ୍
ଭୂମି ଓ ଭୂମା ଓ ଭୂମା ଓ ଭୂମିରେ ଏ କକିଙ୍କ କଳ୍ପନା ବାସ୍ତବର ପ୍ୟୁପା ଭିତରେ କେବେ ଥାଏ ତ କେବେ ବାସ୍ତବ କଳ୍ପନାର ଅଳଙ୍କାରରେ ଝଲ୍ସୁଥାଏ ଅଭିଜ୍ଞତା ଉପଲବ୍ଧିରେ ଅନୁପ୍ରାଣିତ “ଅପୂର୍ବା” ଗୋଟିଏ ପେଟିଙ୍ଗ୍
ଭୂମି ପର୍ବ, ଶବ୍ଦ ସାତତାଳର ସେଇ ସବୁ କବିତା ବଇଦା ନା ଓ ଅନ୍ୟମାନେ ଇତ୍ୟାଦି କବିତା ଗ୍ରନ୍ଥ ଗୁଡିକରେ ଥିବା ଜାଗତିକ ସୌନ୍ଦର୍ଯ୍ୟର ଅପରିସୀମ ବିନ୍ୟାସ ଅପୂର୍ବାରେ ଦୂଷ୍ଟି ଗୋଚର ହୁଏ ଚରିତ୍ରମାନଙ୍କର ମନଃଜଗତର ରହସ୍ୟକୁ ତତ୍କାଳିନ ସମୟରେ ଅନୁବନ୍ଦିତ କରିବାରେ ଅଜୟଙ୍କର ଯେଉଁ ଅପୂର୍ବ ସିଦ୍ଧହସ୍ତତା ତଥା ଶବ୍ଦଚଳନ ଓ ମିଶ୍ରଣରେ ଯେଉଁ ନିଆରପଣ ତାହାହିଁ ତାଙ୍କୁ ଓଡିଆ କବିତା ପରମ୍ପରାରେ ସ୍ବତନ୍ତ୍ର କରିରଖିବାର ପ୍ରୟାସ ରଖେ
ଶବ୍ଦର ବିସ୍ତୃତି କବିତାଠାରୁ ଯେ ବୃହତ୍ତର ଯେମିତି ପ୍ରେମିକ ପ୍ରେମିକାଠାରୁ ପ୍ରେମ କବିଙ୍କ ଭାଷାରେ:
କେବଳ ଅଧେ ମନେ ହୋଇଚି ଯେ
ସମୁଦ୍ର ତମ ନଖତଳେ, ଉପରେ ଆକାଶ
ଯାର ମୁଁ କିଛି ଅଂଶ
ଜମିଥିବା ମାଟି ପରି ମଇଳାର କିଛି ଅଂଶ
କିଛି, ଫୁଲ ହେଇ ଫୁଟିଥିବା ସୂର୍ଯ୍ୟର
ପଲିସ୍ ମାଗୁଥିବା ପବନର କିଛି
ଆଉ କିଛି, ପାପୁଲି ପରି ଦିବ୍ୟାଙ୍ଗନାର
ଭାବମନ୍ଥନ କରି “ଅପୂର୍ବା”ରେ ପ୍ରେମର ସରଣୀକରଣ ଏକ ନୂଆ କାବ୍ୟିକ ଉପନ୍ୟାସ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. bishnu mohan panda | ଏପ୍ରିଲ୍ ୮, ୨୦୧୧ - ୫:୫୦ ପୂର୍ବାହ୍ନ
i am impressed.thanks for your work. GOD BLESS YOU
DR.BISHNU MOHAN PANDA
MISSION COMPOUND
BALASORE-756001