ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ବ୍ରହ୍ମାନନ୍ଦ ପଣ୍ଡା
ଅକ୍ଷୟ ମହାନ୍ତି
ରାଜକିଶୋର ରାୟ
ଭକ୍ତକବି ମଧୁସୂଦନ ରାଓ
ଶୈଳେନ୍ଦ୍ର କୁମାର ଜେନା
ଗୋଦାବରୀଶ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ସେପ୍ଟେମ୍ବର୍ ୨୮, ୨୦୧୨  
ମୂଳ ପୃଷ୍ଠାନାଟକ
 

* ପ୍ରଥମ ଦିନରେ ନାଟକ ଅସ୍ଥାୟୀ ଠିକଣା ଦେଖି କାନ୍ଦିଲେ ଦର୍ଶକ *
ରାଉରକେଲା: ଜୀବନକୁ ବୁଝି ହୁଏ ନାହିଁ କିନ୍ତୁ ଜୀବନ ବଞ୍ଚାଯାଏ୤ ଏହାଥିଲା ୨୬ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଆ ନାଟକ ମହୋତ୍ସବ ରଙ୍ଗ ସଙ୍ଗମର ପ୍ରଥମ ରଜନୀରେ ପ୍ରଦର୍ଶିତ ନାଟକ ଅସ୍ଥାୟୀ ଠିକଣାର ବାର୍ତ୍ତା୤ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ. ରାମଚନ୍ଦ୍ର ବେହେରାଙ୍କ ରଚିତ ତଥା କେନ୍ଦ୍ରାପଡ଼ା ସ୍ଥିତ ତୁଳସୀ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ପରିବେଶିତ ନାଟକ ଅସ୍ଥାୟୀ ଠିକଣା ରେ ସମସ୍ତ କଳାକାରଙ୍କ ନିଖୁଣ ତଥା ଜୀବନ୍ତ ଅଭିନୟରେ ଉପସ୍ଥିତ କଳାପ୍ରେମୀ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲାବେଳେ ଅଧିକାଂଶ ଦର୍ଶକଙ୍କ ଆଖିରେ ଲୁହ ଆସିଯାଇଥିଲା୤ ନାଟକର ପ୍ରମୁଖ ଚରିତ୍ରରେ ଜଗୁ ଭୂମିକାରେ ଅଭିନୟ କରିଥିବା ପ୍ରଦୀପ କୁମାର ନାୟକ, ହେମ ଚରିତ୍ରରେ ଅଭିନୟ କରିଥିବା ଧରିତ୍ରୀ ଖଣ୍ଡୁଆଳ ଏବଂ ଶିଶୁ କଳାକାର ଲିଲି ଚରିତ୍ରରେ ଅଭିନୟ କରିଥିବା ଭାଗ୍ୟଶ୍ରୀ କରଙ୍କ ସୁନ୍ଦର ଅଭିନୟ ସହିତ ଅନ୍ୟ ସମସ୍ତ କଳାକାରଙ୍କ ଅଭିନୟ ବେଶ୍‌ ଚମତ୍କାର ହୋଇଥିଲା୤ ଗୋଟିଏ ଗରିବ ଖଟିଖିଆ ପରିବାର କିପରି ସମସ୍ତ ଘାତ ପ୍ରତିଘାତ ସହି ମଧ୍ୟ ଜୀବନ ବଞ୍ଚାଇବା ପାଇଁ ହାରି ନ ଯାଇ ଲଗାତାର ସଂଘର୍ଷ ଜାରି ରଖିଛି ସେ ବାବଦରେ ଏହି ନାଟକରେ ଏକ ନିଚ୍ଛକ ପ୍ରତିଛବି ପ୍ରଦର୍ଶିତ ହୋଇଥିଲା୤ ସୁନ୍ଦର ମଞ୍ଚସଜ୍ଜା, ସଙ୍ଗୀତ ଓ ଆଲୋକ ସଜ୍ଜା ସହିତ ସଠିକ୍‌ ପରିଚାଳନା ଏବଂ ସର୍ବୋପରି ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶିତ ଏହି ନାଟକରେ ଉପସ୍ଥିତ ଦର୍ଶକ ଭାବବିହ୍ବଳ ହୋଇଯାଇଥିଲେ୤ ଏକ ସାମାଜିକ ତଥା ସାମ୍ପ୍ରତିକ ବିଷୟ ଉପରେ ପର୍ଯ୍ୟବେଶିତ ଏବଂ ହସ, କାନ୍ଦ, ସ୍ନେହ, ଆଦର, ମନୋରଞ୍ଜନ ଆଦି ସବୁ ପ୍ରକାରର ଉପାଦାନର ଏକ ବାରମଜାର ସମାହାର ଏହି ନାଟକରେ ଦେଖିବାକୁ ମିଳିଥିଲା୤ ନାଟକ ଶେଷରେ ଆୟୋଜକଙ୍କ ପକ୍ଷରୁ ନାଟକର ନିର୍ଦ୍ଦେଶକଙ୍କ ସମେତ ସମସ୍ତ କଳାକାର ଓ ସହାୟକ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤

ଗତକାଲି ଉକ୍ତ ନାଟକ ମହୋତ୍ସବକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇ ଉଦ୍‌ଘାଟନ କରି ଉତ୍କୃଷ୍ଟ କଳାର ଦେଶ ଓଡ଼ିଶା ବୋଲି କହିବା ସହ କଳା ସଂସ୍କୃତି କ୍ଷେତ୍ରରେ ରାଉରକେଲା ସମଗ୍ର ରାଜ୍ୟରେ ଅନନ୍ୟ ବୋଲି କହିଥିଲେ୤ ଏଥିରେ ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଶରତ ପୂଜାରୀ ଅଧ୍ୟକ୍ଷତା କରିବା ସହ ଏହିପରି ଏକ କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ଉପରେ ସୂଚନା ଦେଇଥିଲେ୤ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ରାମହରି ମିଶ୍ର, ବରିଷ୍ଠ ନାଟ୍ୟକାର ବିଶୁ ଭୂଷଣ ନନ୍ଦ ଏବଂ ଆର୍‌ଏସ୍‌ପି ମହାପ୍ରବନ୍ଧକ ନାରାୟନ ପତି ପ୍ରମୁଖ ଉପସ୍ଥିତ ଥିଲେ୤ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ରାଉରକେଲା ଇସ୍ପାତ କାରଖାନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଉଦ୍‌ଘାଟନୀ ଉତ୍ସବରେ ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିଆ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ୤ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ପ୍ରତି ସନ୍ଧ୍ୟାରେ ଗୋଟିଏ ଲେଖା ନାଟକ ମଞ୍ଚସ୍ଥ ହେବ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଦୁଷ୍ମନ୍ତ କୁମାର ଜେନା |  ଅକ୍ଟୋବର୍ ୧, ୨୦୧୨ - ୮:୩୮ ପୂର୍ବାହ୍ନ

    ମହାଶୟ,
    ଅନେକ ଆନ୍ତରିକତା ଓ ସାଧୁବାଦ ଆପଣମାନଙ୍କ ପ୍ରଚେଷ୍ଟା ପାଇଁ୤
    ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆପଣ ବାର୍ତ୍ତା ରଖନ୍ତୁ, ମତାମତ ଗ୍ରହଣ କରନ୍ତୁ୤ ଆପଣଙ୍କ କାର୍ଯ୍ୟ ଅନେକ ଦାୟିତ୍ବ ଗ୍ରହଣ କରିଛି ଆଶା ଆପଣଙ୍କ ମାଧ୍ୟମରେ ଓଡିଶା ଓ ଓଡିଆର ସ୍ଥାୟିତ୍ବ ଆସିବ୤ ଧନ୍ୟବାଦ୤ ଦୁଷ୍ମନ୍ତ କୁମାର ଜେନା, ଅଧିବକ୍ତା କେନ୍ଦୁଝର୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤