ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୨

ଲେଖକ ଓ ଲେଖିକା

ମୃଣାଳ
ଗୋଦାବରିଶ ମିଶ୍ର
ଶକ୍ତି ମହାନ୍ତି
ସୀତାକାନ୍ତ ମହାପାତ୍ର
କମଳା ଶତପଥି
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତିନୋଟି ଲଘୁ କବିତା
  ଅଜୟ କୁମାର ଜେନା, ରାଉରକେଲା
 
 
ତା: ଜାନୁଆରୀ ୧୫, ୨୦୧୩  
 

ନୂଆ ବର୍ଷ
ଶୁଭ ସକାଳର ଶୁଭ ଅଭିନନ୍ଦନ ଘେନିବୁ ବୋଲି ମୋ ଆଶା
ଫୁଲ ଫୁଟୁଥାଉ ତୋ ଚଲାବାଟେ ପୂରଣ ହେଉ ତୋ ଆଶା୤

ତୋ ବାଟରୁ କଣ୍ଟା ତୋଳି ନେବାକୁ ରହିଛି ରହିବ ଜଣେ
ମନ୍ଦିରରେ ଜାଳେ ଦୀପ ତୋ ପାଇଁ ମନାସୁଛି ଶୁଭ ମନେ

ଦୁଃଖ ନେଇ ଯିଏ ସୁଖ ଦେଇପାରେ ସେଇ ତ ମଣିଷ ଜଣେ
ଛୋଟ କଥା ଏଇ ସବୁବେଳେ ଟିକେ ରଖୁଥିବୁ ତୋର ମନେ୤

ହଁ…. ନା
ଲେଖିଦେଲି ସାଥୀ ଏ ଜୀବନ ତୋ ନାଆଁରେ
ଯୋଡ଼ିଦେଲି ଭାଗ୍ୟ ମୋର ତୋହରି ସାଥିରେ

ତୋ ଓଠରୁ ସବୁଦିନ ହସ ଝରୁଥାଉ
ନିଜ ପାଇଁ ସପନ ମୁଁ ଦେଖୁନାହିଁ ଆଉ

ଛୋଟ ଏକ ‘ହଁ’ ତୋର ମୋ ପାଇଁ ଚାନ୍ଦିନୀ ରାତି
‘ନା’ ତୋର ମୋ ପାଇଁ ସ୍ମୃତିର ଅଲିଭା ଗୀତି୤

ନିଦ
ଆସେନା ସେ ଯେବେ ଆଖିକୁ
ମନ ବି ବୁଝେଇ ପାରେନା
ନିଜେ ଜଦି ସିଏ ଜଳାଏ ମନକୁ
ନିଜ କଥା କେବେ ଭାବେନା୤

କୁହୁକ ଛୁଆଁରେ କାହାର
ନିଦ ଆସିଯାଏ ଆଖିରେ
ନିଦରେ ଆସିଲେ ସପନ
ବସା ବାନ୍ଧିନିଏ ମନରେ

ଆଖି ଆଉ ନିଦ-ନିଦ ଆଉ ଆଖି
ଦୁହିଁଙ୍କ ପୀରତି ନିଆରା
ମନ ଯାହା ଖାଲି ଆବେଗର ସେତୁ
ଖୋଜୁଥାଏ ଟିକେ ସାହାରା ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଜୟ କୁମାର ଜେନା, ରାଉରକେଲା
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. dilipkumar acharya, khalikote |  ଜାନୁଆରୀ ୧୯, ୨୦୧୩ - ୧:୨୮ ପୂର୍ବାହ୍ନ

    i want to learn odia typewriting.

  • ୨. ଶଶଧର ମହାପାତ୍ର, ସିଲ୍ ଭର୍ ସ୍ପିଙ୍ଗ୍, ମେରୀଲାଣ୍ଡ, ଆମେରିକା |  ଜାନୁଆରୀ ୨୪, ୨୦୧୩ - ୨:୨୫ ଅପରାହ୍ନ

    ବହୁତ ଭଲ ଲାଗିଲା

  • ୩. Deepak Kumar Nayak, Greater Noida, U.P |  ଫେବୃଆରୀ ୨୬, ୨୦୧୩ - ୧:୫୦ ଅପରାହ୍ନ

    bahut badhia lagila tumar e chhota kabita ti padhi sariba pare……………dhanyabad

  • ୪. Deepak Kumar Nayak |  ଫେବୃଆରୀ ୨୬, ୨୦୧୩ - ୧:୫୨ ଅପରାହ୍ନ

    very nice…………go ahead my dear brother…………thank you for write the pome by odia language…………

  • ୫. ନମିତା ଦାଶ, ବ୍ରହ୍ମପୁର, ଗଞ୍ଜାମ |  ଫେବୃଆରୀ ୧୭, ୨୦୧୪ - ୩:୦୫ ପୂର୍ବାହ୍ନ

    ଖୁବ୍ ସୁନ୍ଦର୍ କବିତା…….

  • ୬. ବିଜନ ପ୍ରସାଦ ମାଝୀ, ବାମଡା |  ମେ ୨୭, ୨୦୧୫ - ୨:୩୪ ପୂର୍ବାହ୍ନ

    କବିତା ରୁ କବିତ୍ଵ ର ପରିଚୟ ନିର୍ଭୁଲ ଭାବରେ ଜଣା ପଡୁଛି ।

  • ୭. ମୀନକେତନ ବାରଲେବଡିଆ, Bhubaneswar |  ଜାନୁଆରୀ ୨୬, ୨୦୧୬ - ୫:୦୭ ପୂର୍ବାହ୍ନ

    ଖୁସି ଲାଗିଲା ଓଡିଆରେ ସାଇଟଟିଏ ଅଛି ଓ ଇଣ୍ଟରନେଟରେ ଓଡିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରୁଛି। ଧନ୍ୟବାଦ୍।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )