ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
ବିଷ୍ଣୁପ୍ରିୟା ମହାପାତ୍ର
ବିରଜା ବଳ
ମଧୁସୂଦନ ଦାସ
ଅକ୍ଷୟ ମହାନ୍ତି
ଦିଲ୍ଲୀପ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତର୍ଜମା
  ମାନସୀ ସାହୁ, ରାଉରକେଲା
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୨  
 

ନିଦ ମାଉସୀର ଦୁନିଆ ବଣରେ
ସ୍ବପ୍ନ ବଣିକର ବଇଁଶି ଶୁଭିଲେ
କାମ ଥାଉ ବାକି ଆଖି ଯାଏ ଲାଗି
ଅଳସ ପଣରେ ଶୋଇଯିବା ପାଇଁ,
କେତେ ଅଳି ହୁଏ ଲୁହ ଢାଳି ହୁଏ
ପଲକରେ ନିଦ ସବାର ହୁଏ୥

ଜହ୍ନ ମାମୁଁ ଦେଶ ପରୀଙ୍କର ବେଶ
କେତେ ଅବକାଶ ଭଳି ଭଳି ଦେଶ,
ବୁଲୁ ବୁଲୁ ରାତି କ୍ଷଣକେ ପାହେ ୥

କିନ୍ତୁ..ଏବେ
ଆଉ କାହା ସ୍ବପ୍ନ ସତ କରିବାକୁ
ଆଖିର ନିଦ କୁ ଭୁଲିବାକୁ ହୁଏ
ଗୁମୁରି ହେବାକୁ, ଲୁହ ଢାଳିବାକୁ
ଶୋଇବାର ଏଠି ବାହାନା ହୁଏ ୥

ନିଦ କିଏ ଜାଣେ ?
ସ୍ବପ୍ନ କିଏ ବୁଣେ ?
ନିଦ ମାଉସୀର ହାତ ଆଉଁସା
ସହସ୍ର ଯୋଜନ ଦୂରେ…..
ଜୀବନ ବିଷାଦ କଷାଘାତେ
ଆଜି ତ୍ରାହି ଚିତ୍କାର କରେ ୥

ମନ ଆକାଶର ମନୁଆ ପାଗରେ
ଖେଳୁଆଳ ଜିଦ୍‌ ଜୁଆର ଉଠିଲେ
ଟିକି ଟିକି ହାତେ ନିଜ ଘର କରେ
ଅଫିସ୍‌ ଘର ପୁଣି ଗ୍ୟାରେଜ୍‌ କରେ
ଘର ଗଢୁଥାଏ ଗୀତ ଗାଉଥାଏ
ଗଢ଼ି ଭାଙ୍ଗିବାରେ ସନ୍ତୋଷ ଥାଏ ୥

କେତେ ମନ୍ଦିର ମିଛ ସଂସାର
ମିଛେ ରାଜାରାଣୀ ମିଛ ପରିବାର
ଖେଳୁ ଖେଳୁ ସଞ୍ଜ ଗଡ଼ି ହିଁ ଯାଏ୥

କିନ୍ତୁ ଏବେ
ତିଳ ତିଳ ଜଳି ଲୁହ ଲହୁ ଢାଳି
ଘରଟିଏ କରେ, କହେ ସ୍ବର୍ଗ ବୋଲି
ଆବଶ୍ୟକ ହେଲେ ସ୍ବର୍ଗ ଦିଏ ବିକି,
ସ୍ବପ୍ନ ବଳି ପଡ଼େ, କର୍ତ୍ତବ୍ୟରେ ଭିଜି
ବଞ୍ଚୁଛି ବା କିଏ? ସଞ୍ଚୁଛି ବା କିଏ ?

କୁଢ଼ କୁଢ଼ କୋହ ଅନ୍ତରେ ଜମାଇ କାଲି ପାଇଁ ବୀମା ଭରେ
ଜୀବନ ବିଷାଦ କଷାଘାତେ ଆଜି ତ୍ରାହି ଚିତ୍କାର କରେ ୥
ଜୀବନ ବିଷାଦ କଷାଘାତେ ଆଜି ତ୍ରାହି ଚିତ୍କାର କରେ ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମାନସୀ ସାହୁ, ରାଉରକେଲା
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. deb |  ଅକ୍ଟୋବର୍ ୧, ୨୦୧୨ - ୯:୫୭ ଅପରାହ୍ନ

    uchhakotira hoichhi….
    ehipari nirabachhirna vabare lekhiba jari rakhantu…

  • ୨. akshaya kumar rout |  ଅକ୍ଟୋବର୍ ୪, ୨୦୧୨ - ୭:୨୦ ପୂର୍ବାହ୍ନ

    ati sundara rachana….

  • ୩. ajit |  ଅକ୍ଟୋବର୍ ୪, ୨୦୧୨ - ୮:୩୫ ପୂର୍ବାହ୍ନ

    bahut bala lagila..

  • ୪. ଆଶାରାଣୀ ବେଉରା, ରାଉରକେଲା |  ଅକ୍ଟୋବର୍ ୮, ୨୦୧୨ - ୧୧:୩୦ ଅପରାହ୍ନ

    ଜୀବନଦର୍ଶନର ଗାଥା ବେଶ ମାର୍ମିକ ଭାବରେ ଉପସ୍ଥାପିତ

  • ୫. ବଳଭଦ୍ର କର, Odisha |  ନଭେମ୍ବର୍ ୧୭, ୨୦୧୨ - ୭:୩୧ ପୂର୍ବାହ୍ନ

    ଚମତ୍କାର

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )