ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୁଁ ଏକ ଜ୍ୟାମିତିକ ବିନ୍ଦୁ
ସ୍ଥିତି ଅଛି ଆୟତନ ନାହିଁ
ପରିଧି ମୁଁ ନିଜେ ମୁହିଁ
ପରିସୀମା ଖୋଜି ପାଏ ନାହିଁ ୧
ତୁମେ ଦୂରେ କାହିଁ କେତେ ଦୂରେ
ମୋ ମନର ସରହଦ ଡେଇଁ
ଦୀର୍ଘ ଏକ ଆୟତକ୍ଷେତ୍ର
ପାରିବି କି ତୁମକୁ ଗୋ ଛୁଇଁ ୨
ଆମେ ଦୁହେଁ ଜ୍ୟାମିତିକ ରେଖା
ସରଳ ଓ ସଦା ସମାନ୍ତର
ମିଳନ ଗୋ ଅସମ୍ଭବ ଏଠି
ଖାଲି ଯାହା ସମ୍ପର୍କ ଦୂରର ୩
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. áÄÊÚÕÛÖ999999 | ଜୁଲାଇ ୨୭, ୨୦୧୦ - ୪:୪୫ ପୂର୍ବାହ୍ନ
ବହୁତ ଭଲ ହେଇଛି