ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ମନୋଜ ଦାସ
ଅନନ୍ତ ପଟ୍ଟନାୟକ
ବାମାଚରଣ ମିତ୍ର
ଭୂପେନ୍‌ ମହାପାତ୍ର
ଦେବେନ୍ଦ୍ର ମହାନ୍ତି
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରେମର ପରିଭାଷା
  ଆଶାରାଣୀ ବେଉରା,ରାଉରକେଲା
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୨  
 

ତୁମେ କି ଖୋଜୁଛ ପ୍ରେମ
ରଙ୍ଗମହଲରେ ଅବା ଚିତ୍ରାର୍ପିତ ମଧୁଶାଳାପୁରେ
ପ୍ରେମ କି ହୋଇଛି ବନ୍ଦୀ
ରାଜ ଅନ୍ତଃପୁରେ ଅବା ଚିତ୍ରସେନ ଗନ୍ଧର୍ବର ଅମରାବତୀରେ
ଅଥବା ଲୁଚିଛି କାହିଁ ଛଳନାର ଛଦ୍ମବେଶୀ ମଣିଷ ଆଖିରେ
ଅବା ଅନ୍ତହୀନ କାମନାର ପଳାଶବନରେ ?

ପ୍ରେମ ପରା ସମର୍ପିତ ଜୀବନର ଶୁଦ୍ଧ ପରିଭାଷା
ହୃଦୟର ଦଗ୍ଧ ଫୁଲବନେ ଭରିଦିଏ ଜୀଇଁବାର ଦୁର୍ବାର ଲାଳସା
ପ୍ରେମ ଅଟେ ହଳାହଳ ବିଷ
ପିଇଦେଲେ ପାଲଟେ ପୀୟୁଷ
ପ୍ରିତୀର ନନ୍ଦନବନ ମୋହ ର ମଦିରା
ଅନୁରାଗେ ଭରା ଏକ ସୁବର୍ଣ୍ଣ କଳସ
ନିନ୍ଦାର କଳଙ୍କ ଟୀକା ପିନ୍ଧି କିନ୍ତୁ ହସୁଥାଏ ସଂତୃପ୍ତିର ହସ୤

ଅପବାଦ ଆଭୁଷଣେ ସଜାଏ ତା କାୟା
ମନବୃନ୍ଦାବନେ ନିତି ରଚଇ ରାହାସ
ତୁମେ କି ଜାଣିଛ ପ୍ରେମ
ଜୀବନ ଯମୁନାଜଳେ ଆଞ୍ଜୁଳାଏ ଅମୃତର ବିନ୍ଦୁ|

ଦୁଃଖର ଅତଳ ପଙ୍କେ କୋରକିତ ଏକ ପଦ୍ମମଧୁ
କିଏ ବା ଜାଣିଛି ପ୍ରେମ
କେଉଁଠାରେ ନିବାସ ତା କେଉଁଠି ଠିକଣା
କାହିଁ ସେ ନିମଗ୍ନପ୍ରେମୀ,
କାହିଁ ଯେଇ ଅନାବିଳ ପ୍ରେମର ଝରଣା
ସେ ଏକ ଅକ୍ଷୟ ସତ୍ତା,
ନିଃସ୍ବାର୍ଥ ଇଚ୍ଛାର ଏକ ଭବ୍ୟ ଗନ୍ତାଘର
ଋତୁର ସପ୍ତମ ଲଗ୍ନେ,
ନିଃସର୍ତ୍ତ ଇଚ୍ଛାପତ୍ରର କ୍ଷୁଦ୍ର ଇସ୍ତାହାର ୤

ଦେହ ଦାହ ଦହନର ଊର୍ଦ୍ଧ୍ବରେ ତ ଆତ୍ମାର ନିବିଡ଼ ଆକର୍ଷଣ
ନୁହେଁ ସିଏ କାମନାର ଅନ୍ୟନାମ
ନିରେଖି ଦେଖିଲେ ଥରେ,
ହୃଦୟରେ ଈଶ୍ବର ଯେ ସ୍ବୟଂ ବିଦ୍ୟମାନ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଶାରାଣୀ ବେଉରା,ରାଉରକେଲା
author photo
 

ମତାମତ ସଂଖ୍ୟା - ୧୮ ଆପଣଙ୍କ ମତାମତ ?

  • ୧. akshaya kumar rout |  ଅକ୍ଟୋବର୍ ୪, ୨୦୧୨ - ୭:୧୬ ପୂର୍ବାହ୍ନ

    bhala lagila kabitati….

  • ୨. ajit |  ଅକ୍ଟୋବର୍ ୪, ୨୦୧୨ - ୮:୨୬ ପୂର୍ବାହ୍ନ

    very nice..

  • ୩. ମାନସୀ |  ଅକ୍ଟୋବର୍ ୫, ୨୦୧୨ - ୭:୪୭ ଅପରାହ୍ନ

    ବହୁତ ଭଲ ଲାଗିଲା୤ ଆଧୁନିକ ପୁରୁଷଙ୍କ ପାଇଁ ଶିକ୍ଷଣୀୟ ମଧ୍ୟ୤ ସତ କଥା ହୃଦୟ ରେ ହି ଈଶ୍ୱର ଙ୍କ ଅବସ୍ଥିତି୤ ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍୤

  • ୪. ଅରୁଣ, India |  ଅକ୍ଟୋବର୍ ୬, ୨୦୧୨ - ୯:୦୨ ପୂର୍ବାହ୍ନ

    ଚମତ୍କାର କବିତା… ମୋ ଅଳସ ସନ୍ଧ୍ୟାରେ ଜୀବନ ଭରିଦେଲା.. ଏମିତି ଆହୁରି ଲେଖା ଆଶା କରୁଛି !

  • ୫. ରମଣୀ ରଞ୍ଜନ ବେହେରା, Bangalore, Karnataka, India |  ଅକ୍ଟୋବର୍ ୬, ୨୦୧୨ - ୧୦:୨୧ ପୂର୍ବାହ୍ନ

    ଅଶେଷ ଧନ୍ୟବାଦ ଆପଣଙ୍କୁ୤ ବହୁତ ମର୍ମସ୍ପର୍ଶୀ କବିତା୤ ଏକ ନିଛକ ସତ୍ୟର ନିକୁଣ ବର୍ଣ୍ଣନା୤ ଆପଣଙ୍କ କାରିଗରୀ ପଣିଆକୁ ଶତ ନମସ୍କାର୤

  • ୬. ବିଜୟା ଲକ୍ଷ୍ମୀ ବେହେରା, ଭୁବନେଶ୍ବର |  ଅକ୍ଟୋବର୍ ୧୩, ୨୦୧୨ - ୬:୧୫ ପୂର୍ବାହ୍ନ

    ଦିଦି ବହୁତ ସୁନ୍ଦର୍ ହେଇଛି ଏ କବିତା ……

  • ୭. ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର |  ଅକ୍ଟୋବର୍ ୨୦, ୨୦୧୨ - ୬:୪୯ ପୂର୍ବାହ୍ନ

    ବହୁତ ଭଲ ଲଗିଲା

  • ୮. ଶଙ୍କର୍ଷଣ, ପୋଲସର|, ଗଞ୍ଜମ |  ଡିସେମ୍ବର୍ ୧, ୨୦୧୨ - ୯:୫୨ ପୂର୍ବାହ୍ନ

    କବିତାଟି ହୃଦୟ ସ୍ପର୍ଶି ହୋଇଅଛି
    ପ୍ରେମର ପରିଭାଷା କୁ ଅତିସୁନ୍ଦର ଭାବରେ ବୁଝାଇ ଥିବାରୁ
    ଧନ୍ୟବାଦ

  • ୯. Iswar prasad samarath, Bhawanipatna,kalahandi,odisha |  ଡିସେମ୍ବର୍ ୨, ୨୦୧୨ - ୮:୩୯ ପୂର୍ବାହ୍ନ

    Bahuta bhala kabita tie

  • ୧୦. Iswar prasad samarath, Bhawanipatna,kalahandi,odisha |  ଡିସେମ୍ବର୍ ୨, ୨୦୧୨ - ୮:୪୦ ପୂର୍ବାହ୍ନ

    kabita bahuta sundara hoechhi

  • ୧୧. Goutam Das, Rourkela |  ଡିସେମ୍ବର୍ ୯, ୨୦୧୨ - ୫:୧୦ ପୂର୍ବାହ୍ନ

    ମନକୁ ଛୁଇଁଚି ଏହି କବିତା୤

  • ୧୨. ଦ୍ରୋଣ ଜାନି, ଭୁବନେଶ୍ବର |  ଡିସେମ୍ବର୍ ୨୦, ୨୦୧୨ - ୧୧:୫୦ ପୂର୍ବାହ୍ନ

    କବିତା ପଢ଼ିସାରିଲାପରେ ମୁଁ ବହୁତ ଭାବିଛି୤

  • ୧୩. ଅମ୍ବିକା, ଚେନ୍ନଇ |  ଡିସେମ୍ବର୍ ୩୦, ୨୦୧୨ - ୧୨:୨୪ ଅପରାହ୍ନ

    ବହୁତ୍ ସୁନ୍ଦର୍ ଲେଖା,ଖୁବ୍ ଜୀବନ୍ତ ,ଖୁବ୍ ଦାର୍ଶନିକ

  • ୧୪. ବିଜନ ରାୟ୍ |  ଡିସେମ୍ବର୍ ୩୧, ୨୦୧୨ - ୪:୫୦ ପୂର୍ବାହ୍ନ

    ସୁନ୍ଦର କବିତା.

  • ୧୫. ମୁଁ ଓଡିଆ ଭାରି ବଢିଆ, ଭୁବନେଶ୍ବର  |  ଏପ୍ରିଲ୍ ୨୯, ୨୦୧୫ - ୫:୧୧ ପୂର୍ବାହ୍ନ

    ହୃଦୟସ୍ପର୍ଶୀ

  • ୧୬. ପ୍ରେମ୍ କୁମାର, ନୟାଗଡ଼ |  ଜୁଲାଇ ୧୮, ୨୦୧୫ - ୧୦:୪୬ ଅପରାହ୍ନ

    କବିତାର ଶାବ୍ଦିକ ପରିପ୍ରକାଶ ଅତ୍ୟନ୍ତ ଉଚ୍ଚକୋଟୀର | କବିତାଟି ହୃଦୟସ୍ପର୍ଶୀ |

  • ୧୭. କମଲେଶ୍ ପଟେଲ, Khariar,Nuapada,odisha |  ନଭେମ୍ବର୍ ୨୬, ୨୦୧୫ - ୧୧:୪୩ ଅପରାହ୍ନ

    ପ୍ରେମର ପରସେ ଯନ୍ତ୍ରଣା ବି ହସେ ଦୁଖ ମହମହ ବlସେ,
    ପାପ ଯେତେ ଲାଗେ ପୁଣ୍ୟ ସେତେ ଲାଗେ ନର୍କ ସ୍ଵର୍ଗ ପରି ଦିସେ ll

  • ୧୮. ମନ୍ମଥ କୁମାର ଦଳେଇ |  ଅକ୍ଟୋବର୍ ୨୬, ୨୦୧୬ - ୧୨:୪୧ ପୂର୍ବାହ୍ନ

    ପ୍ରେମର ପରିଭାଷା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି ଆପଣଙ୍କ ଲେଖନୀରେ । ଚମତ୍କାର ଉପସ୍ଥାପନା ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )