ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରଳୟ
 |- ପ୍ରଭାକର ମହାରଣା
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
 

ଆମେ ଖଟିଖିଆ ଆମେ ସର୍ବହରା
ଆମେ ଏ ମାଟିର ସନ୍ତାନ,
ଆମ ପରିଚୟ, ଆମ ସ୍ବାଭିମାନ
ଆମ ପାଇଁ ଅଟେ ଗରୀୟାନ୤

ଆମ ହାତ ଲାଗି ସଉଧ ଉଠୁଛି
ଭୁଷୁଡ଼ି ଯାଉଛି ଆମ ଜୀବନ,
ଆମ ଛାତି ରକ୍ତ ଶୋଷୁଛ ତୁମେ ରେ
ଆମେ ହେଲୁ ସଇତାନ୤

ଉଜୁଡ଼ି ଯାଉଛି ଆମ ପରିବାର
କୁଡ଼ିଆରେ ନାହିଁ ସ୍ପନ୍ଦନ,
ଆମ ରକ୍ତ ଧାର ପ୍ରଳୟର ଗାର
ବେଳ ଥାଉଁ ହୁଅ ସାବଧାନ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ସରୋଜ ସାହୁ |  ଏପ୍ରିଲ୍ ୮, ୨୦୧୨ - ୩:୧୮ ପୂର୍ବାହ୍ନ

    ସାମ୍ୟବାଦୀ ଚିନ୍ତାଧାରା ଓ ଭାରତୀୟତା ମଧ୍ୟରେ ସାମଞ୍ଜସ୍ୟ ଆବଶ୍ୟକ, ମାଓବାଦ ବା ମାର୍କ୍ସବାଦ ନୁହେଁ ୤ ଆମକୁ ନୁତନ ସାମ୍ୟବାଦ ସନ୍ଧାନ କରିବାକୁ ହେବ

  • ୨. ହରପ୍ରସାଦ |  ଏପ୍ରିଲ୍ ୧୮, ୨୦୧୨ - ୧୨:୫୩ ପୂର୍ବାହ୍ନ

    ଆମେ ଖଟିଖିଆ ଠିକ। କିନ୍ତୁ କିଆଁ ସର୍ବହରା? ଏ ମାଟିର ତ ସନ୍ତାନ ଅଲବତ୍। ଆମ ପରିଚୟ ଆମ ସ୍ବାଭିମାନ ତ ଆମର। ଆମେ ତ ମନଦେଇ ବଳଦେଇ ସାଧ୍ୟଦେଇ ତାକୁ ଆହୁରି ଆହୁରି ଗରିୟାନ୍ କରିଚାଲୁଥିବା। ଆମ ହାତ କଥା ୟେ ନା! ଆମକୁ ସୟତାନ କିଏ କହିଲା କି? ଆମ ଛାତିରୁ ରକ୍ତ ଶୋଷିବାକୁ ଆମେ କାହାଆଗେ ପତେଇଦେଉଛେ କି ଆମ ଛାତି? ଆମେ କଣ ହୁସିୟାର ନୋହୁ? ଆମ ପରିବାର ଆମେ ନିଜେ ଉଜାଡ଼ୁ ନାହୁଁ? ଆମ କୁଡ଼ିଆରେ ଯେତିକି ସ୍ପନ୍ଦନ ଆଉ କୂ କୋଠାରେ ଅଛି ତାର ତିଳେ? କିନ୍ତୁ ଆମ ରକ୍ତଧାର ଅଲବତ୍ ପ୍ରଳୟର ଧାର। ଠିକ୍ ହୁସିୟାର କରିଛ ଭାଇ କେହି କେବେ ଯଦି ଆମ ରକ୍ତରେ ଲଗାଏ ହାତ କି ଅଙ୍ଗୁଳି!!! ଆମେ ମଣିଷ। ନିପଟସରଳ। ନାଇଁ କପଟ। ନାଇଁ ଛଳ। ତମ ନିଜ ଜାତି ଆମକୁ ମଣ। ନୋହିଲେ ତ ଆଗେ ବି ଖାଉଥିଲ ଏବେବି ଖାଇ ଚାଲିବ କଠୋର ବାଣ ଆଉ ହାଣ!!

  • ୩. ରଞ୍ଜନ କୁମାର ପାଣିଗ୍ରାହୀ |  ଏପ୍ରିଲ୍ ୧୮, ୨୦୧୨ - ୧୦:୦୪ ପୂର୍ବାହ୍ନ

    ସମସ୍ତେ ସମୟର ଦ୍ବାହି ଦେଇ ଏଇ କଥାକୁ ଏଡେଇ ଦେଉଛନ୍ତି୤ ନିଜ ଭାଗ୍ୟ ପରି ନିଜ ଜାତିକୁ ଆମେ ନିଜେ ଗଢିପାରିବା୤

  • ୪. ସନତ୍ କୁମାର କର |  ମେ ୧୯, ୨୦୧୨ - ୧୦:୫୮ ପୂର୍ବାହ୍ନ

    ଭଲ ଲେଖା ହେଇଛି ଭାଇ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )