ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ନିସ୍ପନ୍ଦ
  ବିକାଶ ରଞ୍ଜନ ରଥ
 
 
ତା: ଜାନୁଆରୀ ୨୭, ୨୦୧୦  
 

ଏମିତି ବି ହୁଏ,
ଚିହ୍ନା ଚିହ୍ନା ହସ ଓ ଲୁହରେ ବି
ହଜିଯାଏ ବେଳେବେଳେ ନିଜର ସ୍ବରୂପ,
ଆଶାର ଝଡରେ କି ସ୍ବପ୍ନର ଜୁଆରରେ
ଅକ୍ଷତ ଅକ୍ଷୁଣ୍ଣ ରୁହେ
ନୈରାଶ୍ୟର ବିକଟାଳ ରୂପ୤

କେବେ କେବେ ସାଗର ବି
କାନ୍ଦିଉଠେ ଆକାଶକୁ ଛୁଇଁବାକୁ
ଶିଥିଳ ସୃତି ସବୁ ଚେଇଁଉଠନ୍ତି
ଲୁହର ଶୀତଳ ସ୍ପର୍ଶରେ୤

ଉଜୁଡା ହୃଦୟର ପ୍ରତିଟି ତରଙ୍ଗେ
ସ୍ମୃତି କେତେ ସୁନେଲି ସ୍ବପ୍ନର,
ବିଡମ୍ବନା ଏହି ମାତ୍ର
ଚାରିଆଡେ ମୋର ଘନ ନିଶାକର୤

ଅସହ୍ୟ ବେଦନା ଆଉ ଅକୁହା ଯନ୍ତ୍ରଣା ସବୁ
ଚେଇଁଉଠନ୍ତି
ନିସ୍ପନ୍ଦ କେଉଁ ମୁହୂର୍ତ୍ତରେ,
ଅନ୍ତର ବିଦାରି
ରକ୍ତାକ୍ତ କରିବାକୁ କୋମଳ ଯେତେ
ମୂର୍ଚ୍ଛନାର ସ୍ବର୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିକାଶ ରଞ୍ଜନ ରଥ
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤



♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ