ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ବିକାଶ ରଞ୍ଜନ ରଥଏମିତି ବି ହୁଏ,
ଚିହ୍ନା ଚିହ୍ନା ହସ ଓ ଲୁହରେ ବି
ହଜିଯାଏ ବେଳେବେଳେ ନିଜର ସ୍ବରୂପ,
ଆଶାର ଝଡରେ କି ସ୍ବପ୍ନର ଜୁଆରରେ
ଅକ୍ଷତ ଅକ୍ଷୁଣ୍ଣ ରୁହେ
ନୈରାଶ୍ୟର ବିକଟାଳ ରୂପ
କେବେ କେବେ ସାଗର ବି
କାନ୍ଦିଉଠେ ଆକାଶକୁ ଛୁଇଁବାକୁ
ଶିଥିଳ ସୃତି ସବୁ ଚେଇଁଉଠନ୍ତି
ଲୁହର ଶୀତଳ ସ୍ପର୍ଶରେ
ଉଜୁଡା ହୃଦୟର ପ୍ରତିଟି ତରଙ୍ଗେ
ସ୍ମୃତି କେତେ ସୁନେଲି ସ୍ବପ୍ନର,
ବିଡମ୍ବନା ଏହି ମାତ୍ର
ଚାରିଆଡେ ମୋର ଘନ ନିଶାକର
ଅସହ୍ୟ ବେଦନା ଆଉ ଅକୁହା ଯନ୍ତ୍ରଣା ସବୁ
ଚେଇଁଉଠନ୍ତି
ନିସ୍ପନ୍ଦ କେଉଁ ମୁହୂର୍ତ୍ତରେ,
ଅନ୍ତର ବିଦାରି
ରକ୍ତାକ୍ତ କରିବାକୁ କୋମଳ ଯେତେ
ମୂର୍ଚ୍ଛନାର ସ୍ବର
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →