ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନୋଜ ଦାସ
ଚନ୍ଦ୍ରଶେଖର ରଥ
ବାମାଚରଣ ମିତ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଅମରେଶ ବିଶ୍ବାଳ
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିମିତ୍ୟ
 |- ରଜତ କୁମାର ମିଶ୍ର
 
 
ତା: ଏପ୍ରିଲ୍ ୨୬, ୨୦୧୨  
 

ସେମିତି ସମୟରେ
ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ
ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା
ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା ପ୍ରଶ୍ନବାଚୀ ପରି
ମୃଦଙ୍ଗର ଧିମିଂ ଧିମିଂରେ ଅଣାୟତ୍ତ ହୁଏ ଶମ୍ଭୁଙ୍କ ତାଣ୍ଡବ
ରାଗିଣୀ ମାନେ ନାଚନ୍ତି
ଝାଞ୍ଜ ଖଡ଼ତାଲର ହାତ ଧରି, ଇସ୍ପାତର ଝଂନ୍‌ଝଂନାହଟ୍ କୁ କାନଡ଼େରି ୤
ଏତେ ହୋମାଗ୍ନି ଥିଲେବି ଥାଏ, ଧାରେ ଦୀପର ରୋଶଣି
ବୈଦୁର୍ଯ୍ୟ ମକୁଟ ନଇଁ ନିଉଛାଳି ହୁଏ
କାନ ଡେରିଥାଏ, ଶୁଣିବାକୁ ସିନ୍ଦୂରିତ ପଥରରୁ ଆଦେଶର ଭାଷା୤

ସେମିତି ସମୟରେ
ଅବୋଲକରା ହାତରେ ବି ଶୁଭ ଘଣ୍ଟ ବାଜିଗଲେ
ଚହଟି ଯାଏ, ମାଳତୀ ପରି ସରଳ, ବଜ୍ରମଲ୍ଲୀ ପରି ଧୁଆସଜ ଧ୍ବନି
ଇଚ୍ଛାହୁଏ, ହଜାରେ ସନ୍ଧ୍ୟାତାରାଙ୍କୁ ସମର୍ପି ଦେବାକୁ ତା ପାଦ ତଳେ
ଯାର ଅଭଡ଼ା ସାଙ୍ଗେ ମିଳେ ଏତେଗୁଡ଼ିଏ ଶବ୍ଦର ସାଲାଡ଼୍‌ !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରଜତ କୁମାର ମିଶ୍ର, ରାଜସ୍ଥାନ
ରଜତ କୁମାର ମିଶ୍ର
ଓଡ଼ିଶାଠାରୁ ଦୂରରେ ରହି ମଧ୍ୟ ଓଡ଼ିଆ ଓ ଓଡ଼ିଶାକୁ ଭଲ ପାଉଥିବା ରଜତ କୁମାର ମିଶ୍ରଙ୍କ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଶ୍ରୀ ମିଶ୍ର କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ରଚନା କରି ଜଣେ ଉଦୀୟମାନ ଲେଖକ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤
ରଜତ କୁମାର ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. Swayam Brahma |  ଜୁନ୍ ୧୪, ୨୦୧୨ - ୨:୧୬ ଅପରାହ୍ନ

    What a composition Rajat! I know you from your VaniVihar days. You are same, amazing, unpredictable talent. I liked the finishing of this poem. Rich language..really.

  • ୨. SUBODH DAS |  ଜୁଲାଇ ୧୨, ୨୦୧୨ - ୨:୧୭ ପୂର୍ବାହ୍ନ

    SABDAR SALAD. KHUB CHAMTKAR LAGILA.

  • ୩. akshaya kumar rout |  ସେପ୍ଟେମ୍ବର୍ ୮, ୨୦୧୨ - ୬:୧୫ ପୂର୍ବାହ୍ନ

    mana mugdhakara barnana

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )