ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ବିଶାଳ ଗଗନ ତଳେ ଅଛି ସେଇ ସବୁଜ ଧରଣୀ
ସମୁଦ୍ରର ସେଇ ଗର୍ଜନ ବି,
ଅଛି ପୁଣି କୋକିଳର କୁହୁତାନ
ତଥାପି ଲାଗେ କାହିଁକି ଏତେ ଶୁନ୍ଶାନ୍
ଅଛି ସେଇ ଚିହ୍ନା ଅଚିହ୍ନା ମଣିଷଙ୍କ ଭିଡ
ସହ ଖଟା ମିଠା ଅନୁଭୂତି ଯେତେ
ଅଛି ପୁଣି ସଙ୍ଗୀତର ମଧୁର ମୂର୍ଚ୍ଛନା
ତେବେ ବି ଲାଗେ କାହିଁକି ଏତେ ଶୁନ୍ଶାନ୍
ବଞ୍ଚିବାର ବାହାନା କିଛି ସତମିଛ
ଆଗକୁ ଯିବାର ଇଚ୍ଛା ବି,
ଅଛି ପୁଣି କିଛି ନୁଆ ସ୍ବପ୍ନ
ତଥାପି ଚାରିଆଡ କାହିଁକି ଏତେ ଶୁନ୍ଶାନ୍
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. dilu | ଜାନୁଆରୀ ୨୯, ୨୦୧୦ - ୧୨:୪୧ ଅପରାହ୍ନ
"ନିଶବ୍ଦ" କବିତାଟି ମନ ଛୁଆଁ ହୋଇଛି୨. ମନୋଜ ଦଳବେହେରା | ଏପ୍ରିଲ୍ ୨୨, ୨୦୧୧ - ୧୧:୩୮ ପୂର୍ବାହ୍ନ
ସବୁ ନିଶବ୍ଦତା ଭିତରେ ବି ଅନେକ ଶବ୍ଦ ଛପି ରହିଥାଏ. ଖାଲି ଅନୁଭବି ହେଲେ ହେଲା.୩. Tapas | ଅଗଷ୍ଟ୍ ୧୭, ୨୦୧୧ - ୫:୩୦ ପୂର୍ବାହ୍ନ
ବହୁତ ଉଲ....