ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ନିଶବ୍ଦ
  ଅପର୍ଣ୍ଣା ଦତ୍ତ, କେନ୍ଦୁଝର
 
 
ତା: ଜାନୁଆରୀ ୨୮, ୨୦୧୦  
 

ବିଶାଳ ଗଗନ ତଳେ ଅଛି ସେଇ ସବୁଜ ଧରଣୀ
ସମୁଦ୍ରର ସେଇ ଗର୍ଜନ ବି,
ଅଛି ପୁଣି କୋକିଳର କୁହୁତାନ
ତଥାପି ଲାଗେ କାହିଁକି ଏତେ ଶୁନ୍‌ଶାନ୍୤

ଅଛି ସେଇ ଚିହ୍ନା ଅଚିହ୍ନା ମଣିଷଙ୍କ ଭିଡ
ସହ ଖଟା ମିଠା ଅନୁଭୂତି ଯେତେ
ଅଛି ପୁଣି ସଙ୍ଗୀତର ମଧୁର ମୂର୍ଚ୍ଛନା
ତେବେ ବି ଲାଗେ କାହିଁକି ଏତେ ଶୁନ୍‌ଶାନ୍୤

ବଞ୍ଚିବାର ବାହାନା କିଛି ସତମିଛ
ଆଗକୁ ଯିବାର ଇଚ୍ଛା ବି,
ଅଛି ପୁଣି କିଛି ନୁଆ ସ୍ବପ୍ନ
ତଥାପି ଚାରିଆଡ କାହିଁକି ଏତେ ଶୁନ୍‌ଶାନ୍୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅପର୍ଣ୍ଣା ଦତ୍ତ, କେନ୍ଦୁଝର
author photo
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. dilu  |  ଜାନୁଆରୀ ୨୯, ୨୦୧୦ - ୧୨:୪୧ ଅପରାହ୍ନ

    “ନିଶବ୍ଦ” କବିତାଟି ମନ ଛୁଆଁ ହୋଇଛି୤

  • ୨. ମନୋଜ ଦଳବେହେରା  |  ଏପ୍ରିଲ୍ ୨୨, ୨୦୧୧ - ୧୧:୩୮ ପୂର୍ବାହ୍ନ

    ସବୁ ନିଶବ୍ଦତା ଭିତରେ ବି ଅନେକ ଶବ୍ଦ ଛପି ରହିଥାଏ. ଖାଲି ଅନୁଭବି ହେଲେ ହେଲା.

  • ୩. Tapas  |  ଅଗଷ୍ଟ୍ ୧୭, ୨୦୧୧ - ୫:୩୦ ପୂର୍ବାହ୍ନ

    ବହୁତ ଉଲ….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤



♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ