ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ପ୍ରଶାନ୍ତ କୁମାର ବିଶ୍ବାଳ, ଅଳଗୁମ, ପୁରୀନିବୁଜ ପେଡ଼ି
କୁଆଁ କୁଆଁ ରଡ଼ି
ବଜାଇ ପାତକର ବାଡ଼ି
ବାଇଶ ପାହାଚ଼ ଚଢ଼ି
ପାପୁଲିରେ ସ୍ବପ୍ନର ଦୁହୁଡ଼ି
ଖୋଲିକି ପାରିବା ଆମେ ନିବୁଜ ପେଡ଼ି
ସେବକର ଦାଢ଼ି
ଭୋକିଲାର ରଡ଼ି
ବିରହୀର ଭିଜା ଶାଢ଼ି
ବିଧବାର ଭଙ୍ଗା ଚୁଡ଼ି
ପେଁ ପାଁ ମଟରଗାଡ଼ି
ଚଢ଼ିବାକୁ ପ୍ରାସାଦର ସିଢ଼ି
ଭିଡ଼ିବାକୁ ଚଲାପଥେ
ରଥର ଦଉଡ଼ି
ଖୋଲି କି ପାରିବା ଆମେ ନିବୁଜ ପେଡ଼ି
ଅହିଂସାର ଶସ୍ୟକ୍ଷେତ୍ର
ପାଲଟେ ମରୁଡ଼ି
ଏଇଆସ ସମ୍ବିଧାନ ପେଡ଼ି
ଯା’ଭିତରେ ଥିଲା
ଦେଖିଥିଲୁ ଦିନେ ରାଜରାସ୍ତାରେ
ସାପୁଆ କେଳାର ହାତେ ମୁକ୍ତିର ପେଡ଼ି
ଦଂଶନର ଜ୍ବାଳା
କେତେ କୋମଳ ମୟ….
ହାତତାର ଗଣ୍ଠି ପାଲଟିଲା
ଚକ୍ରର ବିଣ୍ଡିସବୁ ବକୁଳି ବାନ୍ଧିଲେ
ପଦ୍ମ ପାପୁଲି ତା’ର ବିଖଣ୍ଡିତହେଲା
ଭିକ୍ଷାର ଚାଉଳ ସବୁ
ରଙ୍ଗ ବଦଳିଲା
ଭୋକିଲା ପେଟରେ ବିଷ ପାଲଟିଲା
କଙ୍କାଳ ଧାଡ଼ି ଧାଡ଼ି
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. kabira kumar das | ମାର୍ଚ୍ଚ୍ ୧୮, ୨୦୧୧ - ୧୨:୪୧ ପୂର୍ବାହ୍ନ
Thank you prasant kumar Biswal
Jai Jagannath Varasha
୨. I can't write in odia | ମାର୍ଚ୍ଚ୍ ୧୮, ୨୦୧୧ - ୫:୪୨ ପୂର୍ବାହ୍ନ
ବହୁତ ଭଲ ହୋଇଛି ଲେଖାଟି ଭଲ ଲାଗିଲା| ଧନ୍ୟବାଦ|
narendra behera
୩. gaurishankar | ମାର୍ଚ୍ଚ୍ ୧୮, ୨୦୧୧ - ୮:୨୭ ପୂର୍ବାହ୍ନ
very nice poem…
୪. ଦିବ୍ୟ ରନଜନ ଦାସ୍, | ମାର୍ଚ୍ଚ୍ ୧୯, ୨୦୧୧ - ୧୨:୦୦ ପୂର୍ବାହ୍ନ
ବହୁତ ସୁନ୍ଦର ହେଇଛି. ଧନ୍ୟବାଦ
୫. Dillip Kumar Nayak | ମାର୍ଚ୍ଚ୍ ୨୦, ୨୦୧୧ - ୧୧:୧୭ ଅପରାହ୍ନ
dhanyabad, Prasanta Babu, duniata ebe pura puri janichhi bigidi
୬. ଦିଗନ୍ତ ମହାନ୍ତି | ମାର୍ଚ୍ଚ୍ ୨୬, ୨୦୧୧ - ୧:୫୧ ପୂର୍ବାହ୍ନ
ଭଲ ହେଇଛି ! ଧନ୍ୟବାଦ୍
୭. p.c. parida | ମାର୍ଚ୍ଚ୍ ୨୭, ୨୦୧୧ - ୧୦:୧୩ ପୂର୍ବାହ୍ନ
It is a best way to save our odia language