ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଗୋଦାବରିଶ ମିଶ୍ର
ବାମାଚରଣ ମିତ୍ର
ଜଗଦୀଶ ମହାନ୍ତି
ସ୍ବଭାବ କବି ଗଙ୍ଗାଧର ମେହେର
ଫକୀରମୋହନ ସେନାପତି
ନୀଳମଣି ବିଦ୍ୟାରତ୍ନ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନେପଥ୍ୟେ କୋଳାହଳ
 |- ପ୍ରଭାକର ମହାରଣା
 
 
ତା: ଡିସେମ୍ବର୍ ୧, ୨୦୧୧  
 

ଶୋଷିତ ହେଉଛି ନିରୀହ ଜନତା
ଶୋଷିତ ଶାସନେ ରହି ରହି,
ପ୍ରତିବାଦ କଲେ ଶୋଷକ କହୁଛି
ତୁହି ଅଟୁ ପରା ଦେଶଦ୍ରୋହୀ୤

ପୂଣ୍ୟପ୍ରଭା ମାଟି ସତେକି ନୀରବ
ଶୋଷଣ ଶୋଷିତ ଜାଣେ ନାହିଁ,
ଗଣ୍ଡେ ଖାଇ ଏଠି ଦଣ୍ଡେ ଜିଇଁବାକୁ
ବିଧାତା ଜନମ ଦେଇନାହିଁ୤

ତଥାପି ସଢୁଛୁ ଶୋଷିତ ହାତରେ
ପ୍ରତିବାଦ କିଆଁ ତୋର ନାହିଁ,
ତୋର ଜାତି ଭାଇ ମରଣ ମୁଁହରେ
ଜାତିର ପଛୁଆ ନାମ ନେଇ୤

ଭଣ୍ଡାର ଭରୁଛି ଶୋଷକ ଏଠାରେ
ଗରୀବ ଛାତିର ରକ୍ତ ନେଇ,
ଗରୀବ କଙ୍କାଳେ ସଉଧ ତୋଳୁଛି
ସମାଜକୁ ଏଠି ଧୋକା ଦେଇ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ଜ୍ବୋତି ପ୍ରସାଦ ରାଉତ |  ଡିସେମ୍ବର୍ ୨୪, ୨୦୧୧ - ୭:୩୪ ପୂର୍ବାହ୍ନ

    ପ୍ରଭାକର ମହାରଣା ଭାଇ, ନମସ୍କାର୍ ।

    ଖୁବ୍ ପ୍ରଭାବଶାଳୀ କବିତା ଟିଏ ।କୋରାପୁଟ୍ ରେ ମୋର ବି ଜନ୍ମ, ତେଣୁ ମୁଁ ଏ ପଂକ୍ତି ର ଭାବ ବେଶ୍ ଭଲ ଭାବରେ ଉପଲବ୍ଧି କରି ପାରୁଛି ।ଆପଣଙ୍କ ଦୃଷ୍ଟିକୋଣ ସବୁ ସମୟ ପାଇଁ ସତ । ମୋ ମତ ରେ ସମାଜ ସବୁଠାରୁ ଅଧିକା ଶକ୍ତିଶାଳି ଏବଂ ସଚ୍ଚେତ୍ ମଣିଷ ସମାଜର ମେରୁଦଣ୍ଡ । ମୁଁ ବିଶ୍ୱାସ କରେ, ଆମ ସମାଜରେ ଥିବା ଅନୈତିକ ବ୍ୟକ୍ତି ଓ
    ଚିନ୍ତାଧାରା ସମୁହକୁ ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଏକ
    ସୁସ୍ଥତର ପରିବେଷ ନିର୍ମାଣ କରାଯାଇ ପାରିବ ।

    ବନ୍ଦେ ଉତ୍କଳ ଜନନୀ ॥

  • ୨. ସନତ୍ କୁମାର କର |  ମେ ୧୯, ୨୦୧୨ - ୧୧:୧୦ ପୂର୍ବାହ୍ନ

    ଭଲ ଲେଖା ଭାଇ.

  • ୩. ଆଶୁତୋଷ ପାତ୍ର |  ଜୁଲାଇ ୨, ୨୦୧୨ - ୪:୧୦ ପୂର୍ବାହ୍ନ

    ନିଃଛକ ସତ କଥା କବିତା ମଧ୍ୟମରେ ପ୍ରକାଶ କରାହୋଇଛି ୤ ସୁନ୍ଦର ଲେଖା ୤ ବୋଧହୁଏ ଏହି ଜାତିର ପ୍ରତିବାଦ କରିବାର ସ୍ବର ଥମିଯାଇଛି ୤ ଏପରି କବିତା ନିଶ୍ଚୟ ଜାଗୃତି ଆଣିଦେବ ୤

  • ୪. ଟୀକାଗୋବିନ୍ଦ ମହାନ୍ତ |  ଏପ୍ରିଲ୍ ୨, ୨୦୧୫ - ୧୦:୧୮ ପୂର୍ବାହ୍ନ

    ଖୁବ୍ ଭଲ ହେଇଛି ,ଏମିତି ଲେଖୁଥାନ୍ତୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )