ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି
ଅଥଚ ଏ ସାମାନ୍ୟ କଥାଟା
ପାରୁନ ଏ ସୂକ୍ଷ୍ମ ଓଠରୁ ଖୋଲି
କାଳେ କଳଙ୍କ ଲାଗିଯିବ ଆମ ବନ୍ଧୁତ୍ବରେ
କାଳେ ନିଆଁ ଲାଗିଯିବ ଆମ ସ୍ନେହ ମୀନାରରେ
ହେଲେ କେତେଦିନ ସହିଥିବ ମୁହଁ କରି ନାଲି
ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି|
ଶରତର ସ୍ବଚ୍ଛ ଚନ୍ଦ୍ରାକାଶରେ
ଶୋଇଥାଅ ଯେବେ ରଜନୀଗନ୍ଧା ଶେଯରେ
ଭାବୁଥାଅ ମୋ କଥା ପ୍ରତି ରଜନୀରେ
ମୁଁ ଥାଏ ତୁମ ସ୍ବପ୍ନ ପାଖେ ପାଖେ
କାଳେ ସପନରେ ଥରେ ହେଲେ କହିଦେବ ବୋଲି
ମୁଁ ଜାଣେ ତୁମେ ମୋତେ ଭଲ ପାଅ ବୋଲି|
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. asd | ଫେବୃଆରୀ ୨୫, ୨୦୧୧ - ୭:୩୬ ପୂର୍ବାହ୍ନ
Very fine
୨. Hari Krishna Sahu | ମାର୍ଚ୍ଚ୍ ୧୭, ୨୦୧୧ - ୧:୪୮ ପୂର୍ବାହ୍ନ
Very good…
୩. ସଂଗ୍ରାମ ବିଶ୍ଵାଳ | ସେପ୍ଟେମ୍ବର୍ ୨୯, ୨୦୧୨ - ୪:୫୭ ପୂର୍ବାହ୍ନ
ଆପଣଙ୍କର ଲେଖା ବହୁତ ସୁନ୍ଦର ଲାଗିଲା……….
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ