ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋତେ ଭଲପାଅ
  ତନ୍ମୟ ମିଶ୍ର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା
 
 
ତା: ଜାନୁଆରୀ ୨୭, ୨୦୧୦  
 

ହେ ସୂର୍ଯ୍ୟ! ଫେରିଆସ
ଫେରାଅ ମୋ ଅଭୁଲା ଅତୀତ
ସ୍ମୃତି ମୋର ଭୁଲିନାହିଁ ତାହା
ଆଙ୍କିଛି ମୁଁ ତାର ଚିତ୍ରପଟ୤

ଚିତ୍ର ନୁହେଁ, ଛବି ନୁହେଁ
ସେ ଏକ ଜୀବନ୍ତ ପ୍ରତିମା
ଶିଳ୍ପୀ କିବା ଗଢିପାରେ ତାରେ
କିଏ ତାର କି ଦେବ ଉପମା?

ରୂପ ତାର ଅନୂପମ
ବର୍ଣ୍ଣନା କେ କରିବ ଭାଷାରେ
ଡାକିଅଛି ସିଏ ମୋତେ
ଖୋଲି ତାର ହୃଦୟ ଦୁଆର
ଦେଇଅଛି ଜାଗା ମୋତେ
ତା ଭିତରେ କରିବାକୁ ଘର୤

ସପନ ସାଗର ସିଏ
ବାହିନିଏ ମୋ ଜୀବନ ତରୀ
ଭ୍ରମ ସୃଷ୍ଟି ହୁଏ କେବେ କେବେ
ସତେ କି ମୁଁ ହେବି ତାର ସରି୤

ଭୟ ମୋର ଚିର ସାଥୀ
ଯେବେଠାରୁ ଭଲ ମୁଁ ପାଇଲି
ଜାଣେନାହିଁ ଆଉ କିଏ ଆସି
କାଳେ ତାକୁ ନେଇଯିବ ବୋଲି୤

ହେ ସୂର୍ଯ୍ୟ! କ୍ଷମାକର
ପାରିଲିନି ଜୀବନକୁ ବୁଝି
ଜୀବନଟା ଏଡିକି ଅବୁଝା, କିନ୍ତୁ
ମୋ ଲାଗି ଅବୁଝା ତୁମେ ଆଜି୤

ଖୋଜିନାହଁ କେବେ ମୋତେ
ଲୋଡିନାହଁ ମୋର ପରିଚୟ
ଅନୁରୋଧ ତୁମକୁ ଏତିକି
ଭଲପାଅ ମୋତେ ଭଲପାଅ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ତନ୍ମୟ ମିଶ୍ର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା
author photo
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସସ୍ମୀତା ବେହେରା |  ଅକ୍ଟୋବର୍ ୨୧, ୨୦୧୧ - ୪:୦୦ ପୂର୍ବାହ୍ନ

    ବହୁତ ସୁନ୍ଦର ହେଇଛି ତୁମ କବିତା ଟି ବନ୍ଧୁ!!!!!!!!! ମୋର ଅନେକ ଅନେକ ଶୁଭକାମନା ତୁମକୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ…
    ( ଅଶୋକ ପରିଡା )
  • ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା "ବରଜୀବ ରସେ ଦେଇ......... ହୋଇବ ଗାଈ…
    ( Saidev patel )
  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )