ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୋ ଭିତରର ଦୁଃଖ କୁ ଆଙ୍କିବାକୁ ବସିଲେ ଭାରତର ମାନଚିତ୍ର ଆଙ୍କି ହୋଇଯାଏ
ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ
ମଝିରେ ମଦ ର ନଈ ଚିର ପ୍ରବାହିତ,
ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତା ର ବାଡ଼
ଅଭାବ ଅନାଟନର ବେତ୍ରାଘାତ ରେ ଭଙ୍ଗାରୁଜା ଶହଶହ ନୀଡ
ଏଇ ଭାରତରେ ନଗନ୍ୟ ମଣିଷ ଟେ ମୁଁ ଆଉ ମୋ ଭିତରର ଦୁଃଖ
ଜମା ଦେଖା ଯାଏନି, ଅଥବା ବହୁତ୍ ହି ଝାପସା ଦେଖାଯାଏ,
ଆଉ ନିଜ ଦୁଃଖକୁ ଆଙ୍କିବାକୁ ବସିଲେ ଭାରତଟେ ଆଙ୍କି ହୋଇଯାଏ
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. Sandip K. Dasverma | ଜୁନ୍ ୩, ୨୦୧୧ - ୪:୫୨ ଅପରାହ୍ନ
Beautiful poem. Indeed you are blessed with unique talent.
୨. ଜୟ୍ କୁମାର ପ୍ରଧାନ | ଜୁନ୍ ୧୭, ୨୦୧୧ - ୮:୧୦ ପୂର୍ବାହ୍ନ
Mishra Madam Apanakara kavita ra sabu sabdare bhabanara aau bedanara badal. Bhala lekhuchanti ahuari lekhantu. Sudoora deshra ru odiya bhabana tie paiba aama odiynaka pain nutana asha aau nutan diganta srustikariba-Jay, Rourkela
୩. sudhanshu tripathy | ଜୁନ୍ ୧୮, ୨୦୧୧ - ୯:୫୧ ପୂର୍ବାହ୍ନ
Bahuta bhalalagila dhanyabad
୪. ସୁଭମ୍ ସାହୁ | ଅଗଷ୍ଟ୍ ୧୧, ୨୦୧୧ - ୧୨:୫୦ ଅପରାହ୍ନ
ଭଲ ଲାଗିଲା……
୫. ସଙ୍ଘମିତ୍ରା ରଥ ଶତପଥୀ | ଡିସେମ୍ବର୍ ୧୩, ୨୦୧୧ - ୧୧:୫୪ ପୂର୍ବାହ୍ନ
ବହୁତ ସୁନ୍ଦର କବିତା ଶବ୍ଦ ସଂଯୋଜନା ଅତି ଉତ୍ତମ
୬. prasant | ମେ ୧୩, ୨୦୧୨ - ୧୧:୦୭ ପୂର୍ବାହ୍ନ
videsha re thai bi odia prema , bahut bhala lagila,
dhanyabad
୭. ମନୋଜ ତ୍ରିପାଠୀ, ଭୂବନେଶ୍ୱର | ମେ ୨୯, ୨୦୧୨ - ୪:୪୪ ପୂର୍ବାହ୍ନ
ବାଗଦେବୀ ! ଲେଖା ବହୁତ୍ ଭଲ ଲାଗିଲା , ଆହୁରି ଲେଖ