ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜଗଦୀଶ ମହାନ୍ତି
ରାଧାନାଥ ରାୟ
ଆଶିଷ କୁମାର କର
ମନୋଜ ଦାସ
ଦେବେନ୍ଦ୍ର ମହାନ୍ତି
ଦୟାନିଧି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଲୁଡୁ ଖେଳ
 |- ବିଭୁ ସାମନ୍ତ
 
 
ତା: ମେ ୨, ୨୦୧୮  
 

ନିଝୁମ ଖରାବେଳେ, ପାଲି ଆଉ ସାର ଧରି, ସେ ଚାଲିଆସେ ଲୁଡୁ ଖେଳିବାକୁ। ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ, କେତେ ଅଳିକରେ; କେତେ ଝଗଡା ପରେ, ମୁଁ ରାଜି ହୁଏ ତା କଥାରେ, ବାଜିଏ ଖେଳିବାକୁ। ବାଜି ରହେ ସିନେମା ଯିବା ନ ହେଲେ ଆଇସ୍କ୍ରିମ ଖୋଇବା।

ସେ ନିଏ ଲାଲ ମୋର ନୀଳ, ସେ ଆଗ ବାହାରେ ମୋ ଘରକୁ ଚାଲିଆସେ, ଆସି ବାଟ ଜଗେ। ମୋର ଘରୁ ବାହାରିବାକୁ ଅପେକ୍ଷା କରେ। ମୁଁ କିନ୍ତୁ ଏତେ ଜଲ୍‌ଦି ବହାର ପାରେନା। ତା’ର ଗୋଟିକ ପରେ ଗୋଟିଏ ପାଚିଯାଏ। ମୁଁ ତାର ବାଟ ଜଗେ, ଯୁଗ ବସାଏ, ହଇରାଣ କରେ। ସେ ତଥାପି ମାନେନି। ଲାଗିଯାଏ ଯୋକ ପରିକା, ମିଛିମିଛିକା ରାଗେ। ମୁଁ ଛାଡ଼ି ଦିଏ ତା ରାସ୍ତା, ସେ ଚାଲିଯାଏ ସହଜରେ। ଠିକ ଶେଷ ସାରଟି ପାଚିବା ବେଳକୁ, ତା’ର ଦାନା ପଡ଼େନି ଭଲ। ସେ ବିବ୍ରତ ହୁଏ। ମୁଁ ଖେଳ କମ୍‌ ତାକୁ ବେଶି ଦେଖୁଥାଏ। ମୁଁ ଜାଣିଜାଣି ହାରିବା ଆଗରୁ ଉଠିଯାଏ। ସେ କିନ୍ତୁ ଛାଡ଼େନି।

ଜୀବନଟା ଆମର ବି ଏମିତି ଅବିକଳ ଲୁଡୁ ଖେଳପରି। କେବେ ସେ ଆଗରେ ତ, କେବେ ମୁଁ ଆଗରେ। ମୋତେ କିନ୍ତୁ ଆଗରେ ରହିବାକୁ ଭଲ ଲାଗେନି। କାରଣ ଆଗରେ ରହିଲେ ମୁଁ ଏକା ପଡ଼ିଯାଏ। ଏକା ରହିବାକୁ କ’ଣ କାହାକୁ ଭଲଲାଗେ? ବେଳେବେଳେ ଠିକ୍ ଦାନ ପଡ଼େନି, ବେଳେବେଳେ ସାର ଭୁଲ୍‌ ଚଲାହୁଏ। ଆଉ ପଛକୁ ଫେରିବାର ନାହିଁ। ଦଣ୍ଡ ଭୋଗିବାକୁ ବି ପଡ଼େ। ଦୋଛକିର ନିଷ୍ପତ୍ତି କେତେ ଠିକ, ଭାଗ୍ୟ ଉପରେ କଥା। ଖେଳ ଚାଲିଥାଏ, ପରିଣାମର ମୁହଁ ଦେଖିବାକୁ ସମୟର ହାତ ଧରି।

ଶେଷରେ ଜିତେ ସିଏ। ଖୁସିରେ ତାଳିମାରି, ଝୁମିଯାଏ। ମୁଁ ମିଛିମିଛିକା ରାଗେ, ସେ କିନ୍ତୁ ଜାଣିଦିଏ। ଆଲମାରୀରୁ ପର୍ସଟା ନେଇଆସେ। ତା ଭିତରୁ ସବୁ ନେଇଯାଇ ଖାଲି ପର୍ସଟା ଧରେଇଦିଏ। ପର୍ସଟା ଖାଲି ନ ରଖିବାକୁ ଦୟାରେ ଅଳ୍ପ ନୋଟ ରଖିଦିଏ। ମୁଁ ଚୁପ୍‌ଚାପ୍‌ ଦର୍ଶକଟିଏ ହୋଇ ସବୁ ଦେଖୁଥାଏ। ତା ହସ, ତା ଖୁସି ଆଗରେ ଏଇ କାଗଜ ଟୁକୁଡ଼ାଗୁଡିକ ମୂଲ୍ୟହୀନ ଲାଗେ। ସତରେ, ଜାଣିଶୁଣି ହାରିବାର ଖୁସିଟା ବୁଝାପଡ଼େ।

କିଏ ଜାଣିଥିଲା ଏମିତି ହେବ? ବାଜି ଜିତି ସେ ଚାଲିଯିବ, କଥା କ’ଣ ଏମିତି ସରେ କି? ମିଛିମିଛିକା ହାରୁ ହାରୁ ମୁଁ ସତରେ ହାରିଯାଏ। ସେ ମୋତେ ଠକି ଚାଲିଯାଏ। ଆଉ ଜୀବନର ସାର ସବୁ ସେମିତି ପଡ଼ିଥାଏ, ଅଧବାଟରେ, ଅଧଖଣ୍ଡିଆ ହେଇ। ଦୂରରେ ଠିଆ ସେ ମୋତେ ଚିଡ଼ାଏ, ଜିଭ କାଢ଼ି ଖତେଇ ହୁଏ। ଆଉ କହେ….
“ମୁଁ ପୁଣି ଆସିବି ଖରାବେଳକୁ,
ଏଥର ତୁମକୁ ସାଙ୍ଗରେ ନେବାକୁ”

ଅନୁଭୂତି ହିଁ ଯୋଗାଏ ପ୍ରେରଣା, ମନରେ ଅନେକ କଥା ଆସେ ପୁଣି ଚାଲିଯାଏ, ସମୁଦ୍ର ର ଲହଡି ପରି, ତାକୁ ସାଇତି ନ ରଖିଲେ କ’ଣ ଆଉ ପାଇହୁଏ? ଜାଣିନି କେତେ ଛୁଇଁବ କାହାକୁ , ଗାଳି ହେଉ କି ଆଦର ଯାହା ଦେଲେ ଚଳିବ। [email protected] ରେ ଜଣେଇବେ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤