ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବ୍ରହ୍ମାନନ୍ଦ ପଣ୍ଡା
ବୈକୁଣ୍ଠନାଥ ପଟ୍ଟନାୟକ
ସୁଶାନ୍ତ ଦାଶ
ଭୁବନେଶ୍ବର ବେହେରା
ଦେବେନ୍ଦ୍ର ମହାନ୍ତି
ମନମୋହନ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଣ୍ଟା
 |- ଶୈଳେନ୍ଦ୍ର କୁମାର ଜେନା
 
 
ତା: ଅକ୍ଟୋବର୍ ୨୧, ୨୦୧୬  
 

ଗଲା ବର୍ଷ ଦଶହରାରେ ଗାଆଁକୁ ଯାଇଥିଲା | ଘରେ ପହଞ୍ଚିଲାବେଳକୁ ବୁଢା ବସି ଚୁଲି ଫୁଙ୍କୁଥିଲା | ଜଡ଼ା ମୁଣ୍ଡିଆଟାଏ ମାରିବାରୁ, ବୁଢା ପଚାରିଲା, ‘ ହଇଓ ବାବୁ, ତମେ କିଏ ? ତମେ କାଇଁକି ମତେ ମୁଣ୍ଡିଆ ମାରୁଛ?’ ବୁଢା ନାଟକ କରିବା ଆରମ୍ଭ କରି ଦେଇଥିଲା | ଜଡ଼ା କହିଲା, ‘ ଓହୋ.. ଆଜ୍ଞା ଭୁଲ ହେଇଗଲା | ଏଇଟା ମୋ ଘର ନୁହଁ | ମୁଁ ବେକାରରେ କାହିଁକି ରସଗୋଲାଗୁଡ଼ାକ ଧରି ଆସିଲି? ମୁଁ ଯାଉଛି…|’ ବୁଢା ପଛରୁ ଡାକିଲା, ‘ ତମ ଚେହେରା କୋଉଠି ଶୁଣିବା ପରି ଲାଗୁଛି |’ ଜଡ଼ା ଚଟପଟ୍ କହିଲା, ‘ ହଁ ତମ ସ୍ୱର କୋଉଠି ଦେଖିବା ପରି ମତେ ବି ଲାଗୁଛି….| ’ ବୁଢା ତାକୁ ଧରି କାନ୍ଦିଲା | ‘ ମୋ ନିଧିଆ…’ କିନ୍ତୁ ଦିନ ଦି’ଟା ଯାଇଛି କି ନାହିଁ, କହିଲା ‘ ସହରକୁ ଯା | ମୋ ଯିବା ବେଳ ହେଲାଣି | ଆଉ ମାୟା ଲଗାନା…|’ ସେ ଦିନରୁ ଜଡ଼ା ଆସିଲାଣି | ଆର ମାସରେ ଦଶହରା | ଗାଆଁକୁ ଯାଇନି କି ବୁଢା କୁ ଦେଖିନି |

ତା ମୁଣ୍ଡକୁ ଆଉଁସି ଦେଇ କହିଲା, ‘କୁସିଆଟା ରଜା ଘରର ପୁଅ | ବାପ ଜେଜେର ନାଆଁ ସିନା ରଖିପାରିଲେନି, ରଜା ଘରର ପୁଅ ରଜା | ଲୋକ କହୁଥିଲେ, ତୁ ଜଡ଼ାକୁ କୁସିଆ ପାଖକୁ ପଠାନା | ସେମାନେ ଆଉ ମଣିଷ ହେଇ ନାହାଁନ୍ତି |… ସେମାନେ ମଣିଷ ନହେଲେ କଣ ହେଲା ? ଖରାପ ବେଳାରେ ଦମ୍ଭ ଧରି ଆଜି ଲକ୍ଷପତି | ତାଙ୍କଠାରୁ ଶିଖିବାର ଅଛି ବୋଲି ମୁଁ କାହା କଥା ନଶୁଣି ତତେ ପଠେଇଛି | ମଣିଷ ହେବାକୁ ହେଲେ କଷ୍ଟ କରି ଶିଖିବା ଦରକାର | ଡର ଭୟ ସବୁ ଛାଡ଼ିବା ଦରକାର’

ଦୁଇ ଭାଇଙ୍କର ବହୁତ ଟଙ୍କା ଥିଲା ବୋଲି ଜଡ଼ା ଜାଣିଥିଲା | ହେଲେ ସହରକୁ ଆସିବା ପରେ ଏକକୁ ଆର ଏକ ବଳି ଘର ଦେଖି ଜାଣିଲା। ଯେ ଏମାନଙ୍କ ଟଙ୍କା କିଛି ନୁହେଁ | ଦୁଇ ଭାଇ ଖୁବ୍ ଖଟନ୍ତି | ଭାଉଜ ବି ଖୁବ୍ ଖଟେ | ସବୁ ରୋଜଗାର ଖର୍ଚ୍ଚର ଟିକିନିକି ହିସାବ ହୁଏ | ହିସାବ ନ ମିଳିଲେ କୁସିଆନା ଓ ଭାଉଜ ହୁର୍ଷିଆନାକୁ ଜୁଆ ଖେଳରେ ଟଙ୍କା ଉଡ଼ଉଛି ବୋଲି ଦୋଷ ଦିଅନ୍ତି | ଜଡ଼ାର ବାକ୍ସ, ପ୍ୟାଣ୍ଟ ସାର୍ଟ ପକେଟ୍ ଚେକ୍ କରନ୍ତି |

ହୁର୍ଷିଆନା ଜୁଆ ଖେଳେ | କୁସିଆନା ବି ଜୁଆ ଖେଳେ | ସେ ଅଲଗା ପ୍ରକାରର ଜୁଆ | ଟଙ୍କା ଲଗାଣ ଜୁଆ | ସୁଧରେ ଟଙ୍କା ଲେଣ ଦେଣ କାରବାର କରେ | ଭଲ ଦି ପଇସା ଲାଭ ବି କରେ | ଟଙ୍କା ଲେଣ ଦେଣକୁ ନେଇ ଦି ଭାଇ କଳି ଝଗଡା ହୁଅନ୍ତି | ହୁର୍ଷିଆନା ଜୁଆରେ ହାରିଲେ, କୁସିଆନା ତାକୁ ଗାଳି କରେ, ମାରେ | ହୁର୍ଷିଆନା କହେ, ମତେ ଟଙ୍କା ଲେଣ ଦେଣର ହିସାବ ଦେ | ଦି ଭାଇ ଓ ଭାଉଜ ଜଡ଼ାକୁ ସାକ୍ଷୀ ରଖନ୍ତି | କିଏ କାହାକୁ କଣ କହିଲା | ଝଗଡା ହେଲେ ଜଡ଼ାକୁ ଡକାହୁଏ, ପ୍ରମାଣ ଦବାକୁ…| ପାଠ ମନ ରହିଲାନି ବୋଲି ମାଷ୍ଟ୍ର ବାଡେଇଲା। ଯେ ଅଧାରୁ ସ୍କୁଲ୍ ଗଲାନି | ୟ୍ୟାଙ୍କ ଅଛିଣ୍ଡା ଝଗଡ଼ାରେ କିଏ କାହାକୁ କେତେବେଳେ କଣ କହିଲା ମନେ ରଖିବ କେମିତି | ଅସହାୟ ହୋଇଉଠେ ଜଡ଼ା | ମନେ ମନେ ବାଆକୁ ଗାଳିଦିଏ | ‘ତୋରି ପାଇଁ… ଖାସ୍ ତୋରି ପାଇଁ ମୋ ଜୀବନ ଆଜି ହିନିମାନିଆ।’

ଜଡ଼ା ନିରୁପାୟ ହୋଇ ଠିଆ ହେଇଥିଲା ଲାଇଟ୍ ଖୁଣ୍ଟ ତଳେ | ହଠାତ୍ ବତୀ ଲିଭିଗଲା | ସିଏ ଚମକି ପଡ଼ିଲା | ସାଇକେଲକୁ ଛାଡ଼ି, ଆର ପାଖ ଖୁଣ୍ଟ ଆଡ଼କୁ ଦୌଡ଼ିଲା | ବାଆ’ର କଥା ମନେ ପଡ଼ିଲା | ଡରକୁ ମନରୁ ତଡ଼ିବାକୁ ହେବ | ଏମିତି ଡରିଲେ କି ଜୀବନ ଜୀଇଁବ? ତା’ ସାଙ୍ଗକୁ ଭୋକ ବି ତ’ ଲାଗିଲାଣି | ଦୁଇ ଭାଇଙ୍କ କଳିରେ ଭାଉଜ ରୋଷେଇ ଘରକୁ ଗଲେନି | ଜଡ଼ା କେବଳ ପରିବା ପତ୍ର କାଟି ରଖିଦେଇ ଆସିଥିଲା | ରୋଷେଇ ହେଇଥିବ କି ନାହିଁ |

ଏଥର ଭାବିଲା, ‘ ନାଁ, ଅନ୍ଧାର ସାଙ୍ଗରେ ବହୁତ ହେଇଗଲା ଲୁଚକାଳି ଖେଳ | ବାଆ କହିଥିଲା, ଡର ର ଘର ମନ | ମନକୁ ମଜଭୁତ କର… ଡର ଚାଲିଯିବ |’ ବେଶୀ ରାତି ହେଲେ ଚୋର ହାବୁଡ଼ରେ ବି ପଡ଼ିପାରେ | ଚୋର କିଛି ନ ହେଲେ ଶହେ ଟଙ୍କାର କିରୋସିନି, ଚାରିଶହ ଟଙ୍କାର ସାଇକେଲ ତା’ଠାରୁ ଛଡ଼େଇ ନବ | ଜଡ଼ା ଭାବିଲା, ଯଦି ଭୂତ କି ବ୍ରହ୍ମ ରାକ୍ଷସ ତାକୁ ଡରାଏ, ସିଏ ଜମା ଡରିବନି | ଓଲଟି ତାକୁ କହିବ, ପାରୁଛୁ ଯଦି ଖାଇଯା ମତେ | ମୋ ଦୁଃଖ କଷ୍ଟ ଏକା ଥରକେ ଦୂର ହେଇଯିବ | ଏମିତି ପ୍ରତିଦିନ ମରିବା ଅପେକ୍ଷା, ଦିନେ ମରିଯିବା ଭଲ |

ଖୁଣ୍ଟରେ ବତୀ ପୁଣି ଜଳିବାରୁ ସାହସ ସଞ୍ଚୟ କରି ସାଇକେଲ ପାଖକୁ ଫେରିଲା | ଏଥର ସାଇକେଲ ଉଠେଇ ଚାଲିବାକୁ ଆରମ୍ଭ କଲା | ଠାକୁରଙ୍କୁ ଡାକିଲା… ‘ ହେ ପ୍ରଭୁ ନୀଳମାଧବ | ଆଜି ତମର ପରୀକ୍ଷାର ବେଳ|, ପାରୁଛ’ତ ମତେ ବଞ୍ଚେଇକି ଦେଖାଅ |’ ଆଗକୁ ଆଉ ଦୁଇ ପାଦ ଯାଇଛି କି ନାହିଁ, ପଛ ଆଡୁ ଖଟର ଖଟର ଶବ୍ଦ ହେଲା | ପଛକୁ ଫେରି ଚାହିଁଲା | ପିଣ୍ଡରେ ପ୍ରାଣ ପଶିବା ପରି ଲାଗିଲା | ନୀଳ ମାଧବଙ୍କୁ ତାର ତାତ୍ସଲ୍ୟ ସହ୍ୟ ହେଲାନି | ପଠେଇ ଦେଲେ ଅଟୋଟାଏ | ମେନ୍ ରୋଡ୍‌ରୁ ଭାଙ୍ଗି ଖଟାଲ୍ ରାସ୍ତାରେ ଅଟୋଟା ପଶିଲା | ତାର ହେଡ୍‌ ଲାଇଟ୍ ମିଞ୍ଜି ମିଞ୍ଜି ଜଳୁଥିଲା | ଅଟୋକୁ ଅଟକେଇବାକୁ କିରୋସିନି ଜାର୍‌ବାଲା ହାତଟାକୁ ଟେକିଲା | ଅଟୋଟା ସାମାନ୍ୟ ଟିକେ ଆଗକୁ ଯିବା ପରେ ଅଟକି ଗଲା | ଡ୍ରାଇଭର ଅଟୋ ଭିତରୁ ବାହାରକୁ ମୁଣ୍ଡ କାଢ଼ି ପଚାରିଲା, ‘ କିଏ, କିଏ ସେ…|’

ଜଡ଼ାକୁ ଆଉ ବୁଝିବାକୁ ବାକି ରହିଲାନି | ଅଟୋ ବାଲା ହେଉଛି ଖଟାଲ୍ ମାଲିକ ରାମ ସିଂ ର ପୁଅ ରାଜୀବ ସିଂ | ତାର ଥିଲା ଗୋଟାଏ ଡାଲାବାଲା ଅଟୋ | ସେଥିରେ କ୍ଷୀର ନେଇ ଚିଲିଂ ପ୍ଲାଣ୍ଟକୁ ସକାଳୁ ସକାଳୁ ଯାଏ | ଦିନରେ ତାର କାମ କହିଲେ ଏତିକି | ବାକି ଦିନସାରା ଜୁଆ ଖେଳରେ ମାତିଥାଏ | ଦିନାକାତେ ହୁର୍ଷିଆନାର ସାଙ୍ଗ ଥିଲା | ଭାଉଜର ସାନ ଭଉଣୀକୁ ରାସ୍ତାରେ ଦିନେ କଣ କହିଲା ଯେ, ସେଦିନ ତା’ ସାଙ୍ଗରେ ମାର ପିଟ୍ ହେଇଗଲା | ତା ପରଠାରୁ ଅପଡ଼ | କୁସିଆନା ଆଉ ଭାଉଜ ସାଙ୍ଗରେ ଦିନାକାତେ ଭାରି ମିଶିଲା | ସେଇ ଟଙ୍କା ପଇସା କାରବାର | ଭାଉଜ ହୁର୍ଷିଆନାକୁ ଦେଖେଇ ଦେଖେଇ ତାର ପ୍ରଶଂସା କରୁଥିଲା |

ଆଜି ସକାଳର ତ କଥା | କୁସିଆନା ତାକୁ ଦେଖି ମାଡ଼ି ବସିଲା | କହିଲା,… ‘ ଲୁଚି ଲୁଚି କୁଆଡ଼େ ପଳଉଛୁ ବେ? ମୋ ପଇସା ଆଗ ଦେ….|’ ରାଜୀବ ସିଂ କହିଲା, ‘ କୋଉ ପଇସା, ମୋ ବାପା ପାଖରେ କଣ ପଇସା କମ୍ ଅଛି ଯେ ମୁଁ କାହାଠାରୁ ଉଧାରି ନେବି | ମୁଁ କାହାଠାରୁ କିଛି ପଇସା ନେଇନି|’ କୁସିଆନା ଡାକ ଦେଲା, ‘ ଜଡ଼ା … ଏ ଜଡ଼ା…| ମୁଁ ୟ୍ୟାକୁ ଧରିଛି | ତୁ ତା ପକେଟରୁ ପର୍ସ ବାହାର କର |’ ଜଡ଼ା ପାଖରେ ଆଉ କିଛି ବାଟ ନ ଥିଲା | ରାଜୀବ ପକେଟ୍ ରେ ହାତ ପୁରେଇବା ବେଳକୁ ସିଏ ତାକୁ ଶକ୍ତକରି ଲାତଟାଏ ଦେଲା | ଛାଟି ହେଇ ପଡ଼ିଲା ଜଡ଼ା | ପୁଣି ଉଠି ତା ପକେଟ୍ ରେ ହାତ ପୁରେଇ ପର୍ସ ବାହାର କଲା ଓ କୁସିଆନା ହାତକୁ ଦେଇଦେଲା | କଥାଟା ଆଜି ସକାଳର |

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶୈଳେନ୍ଦ୍ର କୁମାର ଜେନା
ଶୈଳେନ୍ଦ୍ର କୁମାର ଜେନା
ଜଣେ ଯୁବ ସାହିତ୍ୟିକଭାବେ ପରିଚିତ ଶୈଳେନ୍ଦ୍ର କୁମାର ଜେନା ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀଭାବେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରହି ମଧ୍ୟ ଗଳ୍ପ ଓ କବିତା ଆଦି ଲେଖାଲେଖି କରିଆସୁଛନ୍ତି। ତାଙ୍କର କବିତା ଓ ଗଳ୍ପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକୀୟ ଆଦୃତି ହାସଲ କରିଛି।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤