ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାନ୍ଦୁଛି ପତିତ ସିଂହ ଦୁଆରେ
  ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
 
 
ତା: ଏପ୍ରିଲ୍ ୪, ୨୦୧୭  
ମୂଳ ପୃଷ୍ଠାନବ ପ୍ରତିଭାକାବ୍ୟ ଓ କବିତା
 

ଜ୍ଞାନୀ ଜନ ଯଦି ହୋଇବେ ଅଜ୍ଞାନୀ
ଜଗତ କିସ ହୋଇବ।
ଦାରୁବ୍ରହ୍ମ ଯଦି ହୋଇବେ ପାଷାଣ
ମୋ ଡାକ କିଏ ଶୁଣିବ॥

ଦୁଷ୍ଟ ନିବାରଣ ସନ୍ଥଙ୍କ ପାଳନ
ଏହା ଯଦି ତୁମ ଧର୍ମ।
ପ୍ରାରବ୍ଧ କର୍ମରୁ ହୋଇଲି କି ଦୀନ
ବାସ୍ତବରେ ଏଡ଼େ ହୀନ॥

କରିଛି କୀର୍ତ୍ତନ ଗାଇଛି ଜଣାଣ
ଶୁଣିନ କି କାନ ଡେରି।
କିମ୍ପାଇଁ ନଶୁଣ ହେ ଚକାନୟନ
ତ୍ରୁଟି କେଉଁଠି ମୋହରି॥

ଦଶ ଅବତାର ଧାରଣ କରିଣ
ଦୁଷ୍ଟ ନିବାରଣ କଲ।
ଦୁଃଖୀ ପତିତ କୁ ସିଂହ ଦୁଆରୁ
ଖାଲିହାତେ ଫେରାଇଲ॥

ନୀଳାଚଳ ଧାମ ନୀଳ କନ୍ଦରରୁ
ଖାଲି ହାତେ ଗଲେ ଫେରି।
କେଉଁଠି ରହିବ ବଡ଼ପଣ ଯଶ
ଆକାଶ ପଡିବ ଛିଡ଼ି॥

ବ୍ରହ୍ମାଣ୍ଡର ପତି ଯଦି ନ ଶୁଣିବେ
ଦୀନ-ଜନଙ୍କ ଚିତ୍କାର।
ରାଜାକି ଶୁଣିବ ମନ୍ତ୍ରୀ କି କରିବ
ସମସ୍ତେ କରିବେ ଧିକ୍କାର॥

ପତିତ-ପାବନ ବାନା ଉଡ଼ାଇଣ
ଆଉ କି’ ଲାଭ ହେବ।
ଦୁଃଖରେ ପତିତ କାନ୍ଦି କାନ୍ଦି ମଲେ
ତୁମ୍ଭ ଯଶ କି ରହିବ॥

ତ୍ରି-ଭୂବନେ ଯଦି ସତ୍ୟ, ଧର୍ମ ଥାଏ
ସତ୍ୟ ଯଦି ନୀଳାଚଳ।
ଜଗତର ନାଥ ଆହେ ଜଗନ୍ନାଥ
ଆସି ମୋତେ ରକ୍ଷାକର॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ପ୍ରଦିପ କୁମାର ମିଶ୍ର, DOMBOSORA |  ଏପ୍ରିଲ୍ ୪, ୨୦୧୭ - ୧୦:୦୧ ଅପରାହ୍ନ

    This type of poetry not come again into the UK (WORLD).
    I heartyfully SALUTE to the Poetor…
    I can’t tell it in words, jst saying through my little Heart…
    A LOT OF THANKS TO ODIASAHITYA.COM Founder.

  • ୨. ସିପୁନ୍ ମହାଳିକ, ନିହଲ ପ୍ରସାଦ,ଢେଙ୍କାନାଳ ୭୫୯୦୧୬ |  ଏପ୍ରିଲ୍ ୯, ୨୦୧୭ - ୬:୦୨ ପୂର୍ବାହ୍ନ

    ଅତି ସୁନ୍ଦର୍ (ଜୟ କଳା)

  • ୩. ଶ୍ରୀକାନ୍ତ ତ୍ରିପାଠୀ, ସ୍ୱାମପାଟଣା |  ଏପ୍ରିଲ୍ ୧୯, ୨୦୧୭ - ୫:୧୧ ପୂର୍ବାହ୍ନ

    ଖୁବ୍ ସୁନ୍ଦର ହୋଇଛି

  • ୪. ରଶ୍ମି, ଦିଲ୍ଲୀ |  ସେପ୍ଟେମ୍ବର୍ ୮, ୨୦୧୭ - ୧୦:୧୦ ଅପରାହ୍ନ

    ପ୍ରାଚୀନ ଶୈଳୀରେ ନବ ପ୍ରୟାସ ।

  • ୫. ସୌମ୍ୟ ରଞ୍ଜନ |  ଅକ୍ଟୋବର୍ ୧୭, ୨୦୧୭ - ୪:୦୮ ପୂର୍ବାହ୍ନ

    ‘ଅଜ୍ଞାନୀ’ ଶବ୍ଦଟି ବ୍ୟାକରଣର ତ୍ରୁଟିପୂର୍ଣ୍ଣ ଅଟେ। ଅଜ୍ଞାନ ଶବ୍ଦ ଠିକ।

    ଖୁବ ସୁନ୍ଦର ।ମନଛୁଆଁ କବିତା।

  • ୬. ରଞ୍ଜିତ ରାଉତ, ରାଉରକେଲା |  ଜାନୁଆରୀ ୮, ୨୦୧୮ - ୧୧:୧୦ ପୂର୍ବାହ୍ନ

    ଅତି ସୁନ୍ଦର

  • ୭. କୃଷ୍ଣା ମିଶ୍ର, ରାୟଗଡ, ଛତିଶଗଡ  |  ମାର୍ଚ୍ଚ୍ ୧୩, ୨୦୧୮ - ୧:୩୯ ଅପରାହ୍ନ

    ସବୁ କିଛି ଭଲ। କିନ୍ତୁ, ମୁଁ କିଛି ଲେଖା କବିତା ପାଇଥିଲି । ସେଗୁଡିକ ପ୍ରକାଶିତ ହୋଇଛି କି ନାହିଁ, ମୁଁ କିଭଳି ଜାଣିବି?

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )