ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଜୀବନର ଅନେକ ରୂପ ମୁଁ ଦେଖେ
ଲୋକଙ୍କୁ ହସି ହସି ଦୁଃଖ ସହିଯିବାର ଦେଖେ,
ଆଉ ନିଜ ଲୋକଙ୍କୁ ଦୁଃଖ ଦେବାର ଦୃଶ୍ୟ ବି ଦେଖେ,
ଆଲୋକରୁ ବି ଅନ୍ୟାୟ ମୁଣ୍ଡ ଟେକିବାର ଦେଖେ,
ଧର୍ମ-ସୌଦାଗରଙ୍କର ଏଠି ଧର୍ମ-ଦ୍ରୋହ ବି ଦେଖେ,
ନିରସ ପ୍ରାଣର ଅର୍ଥ କବଳିତ ଲମ୍ଫ ବି ଦେଖେ
ଅଳ୍ପ ସ୍ବର୍ଣ୍ଣମୁଦ୍ରା ପାଇଁ ଲୋକଙ୍କୁ ନିମ୍ନଗାମୀ ହେବାର ବି ଦେଖେ,
ମା’ କ୍ଷୀର ବି ବିଷ ହେବାର ଦେଖେ
ମନୁଷ୍ୟତାକୁ ଅମାନବିକ ହେବାର ବି ଦେଖେ
ପ୍ରାର୍ଥନାର ପ୍ରଭାବ କମିବାର ବି ଦେଖେ
ଅଭଦ୍ରାମି ତୀବ୍ର ଗତିରେ ବଢ଼ିବାର ଦେଖେ,
ଏଇ ସବୁ ଦୃଶ୍ୟ ଦେଖିବା ଭିତରେ
ଧନୀର ଧନ ବଢ଼େ, ଗରିବ ହୁଏ ଶୋଷିତ
ପାପଭରା ଏ ସଂସାରେ, ମୋ ଅନ୍ତରାତ୍ମାରେ କିନ୍ତୁ
ଭଗବାନଙ୍କୁ ବି ମର୍ତ୍ତ୍ୟରେ ଆସି ଲାଜ କରିବାର ଦେଖେ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. akshaya kumar rout | ସେପ୍ଟେମ୍ବର୍ ୮, ୨୦୧୨ - ୬:୧୪ ପୂର୍ବାହ୍ନ
Jibanara rupaku besa sundara bhabe abhibyakta karichhanti…