ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବାମାଚରଣ ମିତ୍ର
ମହାପାତ୍ର ନୀଳମଣି ସାହୁ
ରାଧାନାଥ ରାୟ
ଦେବେନ୍ଦ୍ର ମହାନ୍ତି
ଦୀପକ ମିଶ୍ର
ବିଷ୍ଣୁପ୍ରିୟା ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କମ୍ପୁଟର୍‌କୁ ନେଇ ଦୁଇ କବିତା
  ଅରୁଣ କୁମାର ତ୍ରିପାଠୀ , ହାଇଦରାବାଦ୍‌
 
 
ତା: ଜୁଲାଇ ୩୦, ୨୦୧୨  
ମୂଳ ପୃଷ୍ଠାନବ ପ୍ରତିଭାକାବ୍ୟ ଓ କବିତା
 

କମ୍ପୁଟର୍‌
କାଲିଥିଲା ଯାହା ସପନ
ଆଜି ହୋଇଲା ସତ
କମ୍ପୁଟର୍ ବଳେ ମଣିଷ
ଏବେ ଉଡ଼ାଏ ନେତ !

ଏଇ ବସ୍ତୁ କେଡ଼େ ଅଜବ
ଅଛି ତାପାଖେ ଜ୍ଞାନ
ଶୂନ ଏକ ସାଥିରେ ଧରି
କରେ ସବୁ ସମାଧାନ !!

ସେତ ଜାଗ୍ରତ ପ୍ରହରୀ
ଏକବିଂଶ ଶତାବ୍ଦୀର
ଯାହା ବିନା ସତ୍ତା ମିଳେନି
ଏ ସଭ୍ୟ ସମାଜର !!!

ଇଣ୍ଟର୍‌ନେଟ୍

ଇନ୍ଦ୍ରଜାଲ ଇଏ କାହାର
ଗଲାସେ ରଚି କିଏ
କୋଣେ ଅନୁକୋଣେ ବିଶ୍ବର
ପ୍ରତିଫଳିତ ହୁଏ ୤

ଇଣ୍ଟର୍‌ନେଟ୍ ନାମ ତାହାର
ନେଟ୍ ଭାବେ ଜଣା ଶୁଣା
ୱାର୍ଲଡ୍ ୱାଇଡ଼୍ ୱେବ୍ ବୋଲି
ହୁଏ ନିତି ସେ ଗଣା ୤

ଗନ୍ତାଘର ଇଏ ଜ୍ଞାନର
ଅଛି ତା ପାଖେ ଚାବି
ଯେତେବେଳେ ଯାହା ମାଗିବ
ଦିଏ କିଛି ନ ଭାବି ୤

ଯେତେ ପାଠାଗାର ବିଶ୍ବର
ସବୁ ତା ପାଖେ ଅଛି
ବହିଟିଏ ତାକୁ ମାଗିଲେ
ସଙ୍ଗେ ସଙ୍ଗେ ଦେଉଛି ୤

ସମୟ ଆଉ ଦୂରତାକୁ
କରେ ନାହିଁ ଅପେକ୍ଷା
ନିମିଷକେ ପ୍ରଶ୍ନ ପଠାଇ
କରିପାରେ ସେ ପରୀକ୍ଷା୤

ଘରେ ବସି ବେପାର ଚାଲେ
ଇଣ୍ଟର୍‌ନେଟ୍ ଥିଲେ
ବ୍ୟାଙ୍କ୍ ଯିବା ତ ଲୋଡ଼ା ନାହିଁ
ନେଟ୍ ସଂଯୋଗ ହେଲେ ୤

ଆହୁରି ଅନେକ ସୁବିଧା
କେତେ ଯୋଗାଇ ଦିଏ
ସାନ ଠାରୁ ବଡ଼ ପର୍ଯ୍ୟନ୍ତ
ବନ୍ଧୁ ସଭିଙ୍କ ସିଏ!

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅରୁଣ କୁମାର ତ୍ରିପାଠୀ , ହାଇଦରାବାଦ୍‌
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ସ୍ୱରୁପ |  ଅଗଷ୍ଟ୍ ୩, ୨୦୧୨ - ୪:୨୨ ପୂର୍ବାହ୍ନ

    କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବିଷୟରେ ପ୍ରଥମ କରି କବିତାଟିଏ ପଢିଲା ଭଳି ଲାଗିଲା ୤ କବିଙ୍କୁ ଅନୁରୋଧ ଆହୁରି ଅନେକ କବିତା ଏ ନୂତନ ଯୁଗ ବିଷୟରେ ଲେଖନ୍ତୁ ୤

  • ୨. ସୁନିଲ ମିଶ୍ର |  ଅଗଷ୍ଟ୍ ୧୩, ୨୦୧୨ - ୬:୨୮ ପୂର୍ବାହ୍ନ

    କବିତାଟି ଭଲ ଲାଗିଲା୤ କବିଙ୍କୁ ଧନ୍ୟବାଦ୤ ଆହୁରି ଭଲ କବିତା ପାଠକଙ୍କୁ ଦେବେ ବୋଲି ଆଶା୤

  • ୩. sarat kumar bhol rourkela |  ଅଗଷ୍ଟ୍ ୧୩, ୨୦୧୨ - ୧୨:୪୧ ଅପରାହ୍ନ

    ଅରୁଣ ବାବୁ , କବିତାଟି ବହୁତ ଭଲ ହୋଇଛି .

  • ୪. ଲଲି |  ଅଗଷ୍ଟ୍ ୩୦, ୨୦୧୨ - ୧୦:୨୦ ପୂର୍ବାହ୍ନ

    ସରଳ ସୁନ୍ଦର କବିତାଟି୤ ଏମିତି ଆଉ କିଛି କବିତା ଆଶା କରୁଛୁ୤

  • ୫. akshaya kumar rout |  ସେପ୍ଟେମ୍ବର୍ ୮, ୨୦୧୨ - ୬:୧୨ ପୂର୍ବାହ୍ନ

    ati sundara barnana….sampratika samajre computer ebang internet ra prayoga ebang abashyakata apananka lekharu besa spasta….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )