ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ଦେଖିଛ କି ମୋ ଓଡ଼ିଶା କୁ …?
 |- ପ୍ରଶାନ୍ତ କୁମାର ଭୂୟାଁ
 
 
ତା: ଫେବୃଆରୀ ୨୨, ୨୦୧୨  
ମୂଳ ପୃଷ୍ଠାନବ ପ୍ରତିଭାକାବ୍ୟ ଓ କବିତା
 

ଦେଖିଛ କି ମୋ ଓଡ଼ିଶା କୁ …?
ଶୁଭ୍ର ସୈକତ ବେଳା ରେଣୁ ଧୌତ ପୁଣ୍ୟତୋୟା ମୋ ଜନ୍ମଦାତ୍ରୀ ମାଆ କୁ ……
ଏଠି ରେଣୁ ରେ ଝରଇ ମମତା…
ଏଠି ରଶ୍ମିରେ ଝରଇ ତେଜ…
ଏଠି ସର୍ବତ୍ର ଝଂକୃତ ପ୍ରେମ…
ଏଠି ଅଣୁ ପ୍ରତିକୋଣେ ପ୍ରତିଧ୍ବନିତ ହୁଏ ମନୁଷ୍ୟ ଜାତି ପାଇଁ ସ୍ନେହ ଦୟା ଆଉ ଧର୍ମ …!

ଆସିଛ କି ମୋ ଓଡ଼ିଶା କୁ …?
ବନ ଉପବନ ଲତା ଜୀବଜନ୍ତୁ ଗୁମ୍ଫା ରେ ଭରା ମୋ ଉତ୍କଳ କୁ …
ଏଠି ପ୍ରତି ପାଦେ ଲେଖା ଇତିହାସ
ଏଠି ସର୍ଜ୍ଜନା ର ଅଛି ପରିଭାଷା
ଏଠି ଗୁମ୍ଫା ପଥର ରେ ଶିଳାଲେଖ
ଏଠି ଶିମିଳିପାଳ, ଗନ୍ଧମାର୍ଦନ, ଭିତରକନିକା ଓ ଚନ୍ଦକା, ଜୀବ ଜଗତ ର ରୁପରେଖ!

ଜାଣିଛ କି ମୋ ଓଡ଼ିଶା କୁ …?
ଜୀବନ ପ୍ରଣାଳୀ ଉଛବମୁଖର ଖୁସି ର ଶାନ୍ତି ର ଧରଣୀ କୁ …
ଏଠି ସଇନୀକ ଜାଣେ ବୀର ଭାଷା
ଏଠି ସାଧବପୁଅ କରେ ବେଉଷା
ଏଠି ରାଜା ଆଉ ପ୍ରଜା ଜଗାଭକ୍ତ
ଏଠି ନିତି ଦିନ ହୁଏ ମେଳା ମଉଛବ, ଜୀବନ ଟା ଅଟେ ସ୍ନେହସିକ୍ତ …!

ଶୁଣିଛ କି ମୋ ଓଡ଼ିଶା କୁ … ?
ତାର ଜୀବନ ସରଳ, ସମ୍ପର୍କ ନିବିଡ଼, ବଳିଦାନ ଭରା କଳିଙ୍ଗ କୁ
ଏଠି ଖଇରୀ ଖେଳଇ ଗାଁ ଗହଳେ
ଏଠି ଧରମକୁ ଚଣ୍ଡାଶୋକ ଆଦରେ
ଏଠି ବାଜୀ ରାଉତ ର ବୀର କଥା
ଏଠି କୋଣାରକ ର ପ୍ରତି ଶିଳାଲିପି ଗାଇଯାନ୍ତି ଧର୍ମପଦ ର ଅମର ଗାଥା …. !

ବୁଝିଛ କି ମୋ ଓଡ଼ିଶା କୁ… ?
ଶୈବ, ବୈଷ୍ଣବ ବୌଦ୍ଧଧର୍ମ ର, ତନ୍ତ୍ର ବୈଦିକ କର୍ମର ମୋର ପବିତ୍ର ଜନନୀ କୁ …
ଏଠି କନ୍ଧ ବଣ୍ଡା ବୁଝେ ମାଟି କଥା
ଏଠି ଦୋହରା ବିରସା ଜାତିର ନେତା
ଏଠି ସୁଭଦ୍ରା ତଅପୋଇ ଅଲିଅଳି
ଏଠି ମୋ ଜଗା ଖୁଆଏ ନିତି ସମସ୍ତଙ୍କୁ ଆନନ୍ଦ ବଜାରେ ଷାଠିଏ ପଉଟି ଭୋଗଥାଳି…!

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଶାନ୍ତ କୁମାର ଭୂୟାଁ
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. monaj kumar muduli  |  ଫେବୃଆରୀ ୨୨, ୨୦୧୨ - ୧୨:୪୫ ଅପରାହ୍ନ

    khub sundar au hrudaya sparsi…

  • ୨. ଡ଼ା ଜ୍ୟୋତି ପ୍ରସାଦ ପଟ୍ଟନାୟକ  |  ଫେବୃଆରୀ ୨୨, ୨୦୧୨ - ୩:୪୫ ଅପରାହ୍ନ

    ପ୍ରଶାନ୍ତ ଭାଇ ଆପଣଙ୍କ କବିତା ବହୁତ୍ ବଢ଼ିଆ ହେଇଛି୤ ଆପଣ ଉତ୍କଳ ମାତାର ଜଣେ ସୁଯୋଗ୍ୟ ସନ୍ତାନ୤ ଆପଣଙ୍କୁ ଧନ୍ୟବାଦ୤

  • ୩. Amitav  |  ଫେବୃଆରୀ ୨୨, ୨୦୧୨ - ୯:୪୭ ଅପରାହ୍ନ

    Bahut badhia , padhi ki khusi lagila

  • ୪. Manoj Kumar Choudhury  |  ଫେବୃଆରୀ ୨୩, ୨୦୧୨ - ୨:୦୭ ପୂର୍ବାହ୍ନ

    Very meaningful poem. Nice :)

  • ୫. ବିଜନ ରାୟ୍  |  ଫେବୃଆରୀ ୨୩, ୨୦୧୨ - ୫:୦୫ ପୂର୍ବାହ୍ନ

    ସୁନ୍ଦର, ଖୁବ୍ ସୁନ୍ଦର .

  • ୬. Biswaranjan mishra  |  ମାର୍ଚ୍ଚ୍ ୨, ୨୦୧୨ - ୧:୦୬ ଅପରାହ୍ନ

    Bahuta badhia.

  • ୭. Arun  |  ମାର୍ଚ୍ଚ୍ ୯, ୨୦୧୨ - ୧୦:୫୯ ପୂର୍ବାହ୍ନ

    Bahut … bahut … badhia! Dhanyabad, Prashant Babu!

  • ୮. Mr. Prabhata Kumar Ray  |  ମାର୍ଚ୍ଚ୍ ୧୪, ୨୦୧୨ - ୩:୪୭ ପୂର୍ବାହ୍ନ

    My Dear Prasanta Bhai,
    I have no language to compare your song, this is excellent and heart beat of every “ORDIYA”.

    Thanks with regards a lot.

    Yours Truly,
    Mr. Prabhata Kumar Ray.
    Bhubaneswar (Odisha)

  • ୯. ପ୍ରଦୀପ କୁମାର ବ୍ରହ୍ମା, ଇଂରାଜୀ ଅଧ୍ୟାପକ  |  ମାର୍ଚ୍ଚ୍ ୧୮, ୨୦୧୨ - ୧୧:୦୫ ପୂର୍ବାହ୍ନ

    ଅତି ସୁନ୍ଦର୤ ଧନ୍ୟବାଦ୤

  • ୧୦. ଦିଲ୍ଲୀପ କୁମାର ବାରିକ  |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୫୨ ପୂର୍ବାହ୍ନ

    ଆମେ ତ କେବଳ ଭାବୁକ ଭାବି ଭାବି ଦିନଯାଏ ବିତି
    ଲେଖିଛନ୍ତି, ଲୋଖାଚାଲିଥାଉ ନ ହୋଇଣ କେବେ ଭିତି
    ବହୁ ମହା କବି ଲେଖିଥିଲେ ବୋଲି ଓଡିଆର ଦମ୍ଭ ଅଛି
    ପାଲା ଦାଶକାଠିଆ ଶୁଣି ମନ ଆମ୍ଭ ଖାଲି ଦୋହଲିବ
    କିଏ ନକହିବ ତବ ଲେଖାପୁଣି ଭବିଷ୍ୟତେ ନଚାଇବ

  • ୧୧. ସରୋଜ ସାହୁ  |  ଏପ୍ରିଲ୍ ୮, ୨୦୧୨ - ୪:୫୫ ପୂର୍ବାହ୍ନ

    ଆପଣଙ୍କ କବିତାରେ ବାସ୍ତବିକତାର ଛବି ପ୍ରଷ୍ପୁଟିତ, ଧନ୍ୟବାଦ ୤

  • ୧୨. କିଶୋର ତ୍ରିପାଠୀ  |  ଏପ୍ରିଲ୍ ୧୪, ୨୦୧୨ - ୭:୦୪ ପୂର୍ବାହ୍ନ

    Bahut Badhia Lagila,

  • ୧୩. SUBODH DAS  |  ମେ ୧୦, ୨୦୧୨ - ୭:୪୦ ଅପରାହ୍ନ

    Prashanta Bhuyan. namaskar. kavita dekhicha ki mo odishaku mote sparsha kari gala.

    dhanyabad

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤



♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ