ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ବୁଢା ବରଗଛ
 |- ଉମାକାନ୍ତ ମିଶ୍ର
 
 
ତା: ଫେବୃଆରୀ ୨୬, ୨୦୧୧  
 

ହୁରି ପଡିଛି ବୁଢାବରଗଛ ଉପୁଡି ପଡିଛି୤ ଯିଏ ଯାହାକୁ ଦେଖୁଛୁ ତାକୁ କହୁଛୁ ସେଇ ଗୋଟିଏ କଥା୤ ଦୁଇଦିନ ହେଲା ଲଗାଣ ବର୍ଷା ଚାଲିଛି୤ ସକାଳୁ ସକାଳୁ ପବନ ବାହାରିପଡିଲା୤ ବୋଧେ ମୂଳ ବତୁରିଥିଲା – ଉପୁଡି ପଡିଲା୤ ମଶାଣିପଦାରେ ସେଇ ବୁଢା ବରଗଛ୤ ତା’ପଛପଟେ କେତେ କାହାଣୀ ! ମୁଁ ସକାଳୁ ବସି ଦାନ୍ତ ଘଷୁଛି, “ପୁଅ ଆସି କହିଲା, ବାପା-ବାପା ବୁଢାବରଗଛ ମରିଗଲା୤ ମୁଁ ଯିବି ଦେଖିବାକୁ୤” ମୋ ଆଖ ସାମ୍ନାକୁ ସେଇ ବୃହତ୍‌କାୟ କାୟାଟି ଚଳଚ୍ଚିତ୍ରର ଦୃଶ୍ୟ ପରି ଉଭାହେଲା୤ ଭାବିଲି, ଆହା ଶେଷରେ ଶୋଇପଡିଲା ଭୂଇଁ ଉପରେ ଶେଷଥର ପାଇଁ ଭୟଙ୍କ ଶବ୍ଦକରି୤

ସ୍କୁଲରେ ପାଠ ପଢିଲାବେଳେ ତା’ ଓହଳରେ କେତେ ଖେଳିଛି୤ ଥରେ ଖସିପଡିଥିଲି ଯେ ଗୋଡ ଭାଙ୍ଗିଯାଇଥିଲା୤ କଷ୍ଟ ପାଇଥିଲି୤ ଏମିତି ବି ପରେ ପରେ ଅନେକଥର ତା ବହଳିଆ ଛାଇରେ ବସି ନିଶ୍ବାସ ମାରିଛି୤ ଭୂଲି ପାରିବିନି- କେବେ ବି ଭୂଲି ପାରିବିନି୤ ଆଉ ବାସନ୍ତୀ ଆଇର ତାଗିଦ ବି ଭୂଲି ପାରିବିନି୤ ସେ କହିଥିଲା – ଶୁଣୁ, ଇସ୍କୁଲ ଯାଉଛୁ, ସେ ବୁଢା ବରଗଛ ତଳକୁ ଯିବୁନି୤ ତା ଦେହରେ ଗୋଟେ ବ୍ରହ୍ମରାକ୍ଷସ ଅଛି୤ ଯଦି ଦେହରେ ଲାଖିଯିବନା..ସତ୍ୟାନାଶ ହୋଇଯିବୁ୤ ଏ ଭୟ ସେଇ ପିଲାଦିନରେ କେତେଦିନ ଥିଲା୤ ତାପରେ ତାର ଛାଇ ମୋର ତା ସଂପର୍କରେ ସବୁ ଅନ୍ଧ ଧାରଣାକୁ ବଦଳାଇଦେଲା୤

ଏ ଭିତରେ ଭାବନାକୁ ଛାଡି କହିଲି ପୁଅକୁ, – ଶୁଣ, କାମ ସାର, ବର୍ଷା ଛାଡିଲେ ଏକାଠି ଯାଇ ଦେଖିଆସିବା୤ ହଠାତ୍‌ ଦାଣ୍ଡ ଦୁଆରେ ଗୋବିନ୍ଦ ବାରିକ ଛତାଟିଏ ମଡାଇ ଆସି ପହଞ୍ଚିଗଲା୤ କହିଲି, ସକାଳୁ ସକାଳୁ ?

ସେ କହିଲା – ଜାଣିଛନ୍ତି..

ମୁଁ କହିଲି – କଅଣ ?

ସେ କହିଲା – ଉଠିବେତ ଦିନ ଅଧକୁ୤ ଜାଣିବେ କୁଆଡୁ ? ବୁଢାବରଗଛ ମରି ଶୋଇଛି୤ ଆଜ୍ଞା ଏତେ ବଡ ବୋଡା ସାପ, ଦେଢ ହାତ ମୋଟା ହେବ, ଲମ୍ବ ବାରହାତରୁ କମ୍‌ ହେବନି୤ ସାରା ଦେହ ଟିଙ୍କ୤ ଯେମିତି ଗଛ ମଡମଡ ହାଇ ଶୋଇଗଲା, ସେମିତି ଧୀରେ ଧୀରେ ବାହାରି ଘୁଷୁରି ଘୁଷୁରି କେଉଁଆଡେ ଅଦୃଶ୍ୟ ହୋଇଗଲା୤

ଯେତେଲୋକ ଉପସ୍ଥିତ ଥିଲେ ସମସ୍ତେ ଅବାକ୍‌ ହୋଇଗଲେ୤ ଓ! କି ଦୃଶ୍ୟ୤

ପ୍ରକୃତରେ କେତେ ପକ୍ଷୀ ତା ଦେହରେ ବସା ବାନ୍ଧି ନଥିଲେ ! କିଏ କେଉଁଆଡେ ଚାଲିଯାଇଛନ୍ତି, ଆଉ ତାର ପ୍ରକାଣ୍ଡ ଛାଇଟା ଉଭେଇ ଯାଇଛି୤ କେତେ ବୟସ୍କ ସେ ବୁଢା ବରଗଛ ! କେମିତି ଶୋଇଛି ଆହା..୤ ମରଣର ଦୃଶ୍ୟ କେତେ ଭୟଙ୍କର୤
ମୁଁ ପୁଅକୁ ଧରି ଚାଲିଲି ବୁଢା ବରଗଛ ଦେଖିବାକୁ୤ ଦେଖିଲି ସେଠାରେ କାହାର ବର୍ଷାକୁ ଖାତିର ନାହିଁ୤ ପିଲାଠୁଁ ବୁଢାଯାଏଁ ସମସ୍ତେ ଏ ଦୃଶ୍ୟକୁ ଉପଭୋଗ କରୁଛନ୍ତି୤ ମୁଁ ବି ଆହା କରି ଦେବାକୁ ପଛାଇ ଯାଇ ନଥିଲି୤ ସମସ୍ତେ ସେଇ ଅତୀତ ବଖାଣି ହେଉଛନ୍ତି୤ ପ୍ରକୃତରେ କେତେ ପକ୍ଷୀ ତା ଦେହରେ ବସା ବାନ୍ଧି ନଥିଲେ ! କିଏ କେଉଁଆଡେ ଚାଲିଯାଇଛନ୍ତି, ଆଉ ତାର ପ୍ରକାଣ୍ଡ ଛାଇଟା ଉଭେଇ ଯାଇଛି୤ କେତେ ବୟସ୍କ ସେ ବୁଢା ବରଗଛ ! କେମିତି ଶୋଇଛି ଆହା..୤ ମରଣର ଦୃଶ୍ୟ କେତେ ଭୟଙ୍କର୤
ସେଇ ଝିପି ଝିପି ବର୍ଷାରେ ଦେଖିଲି ଅନେକ ଲୋକ ମଶାଣି ପଦାରେ ପଡିଆରେ ଚାଞ୍ଛୁଛନ୍ତି୤ ଦୂବ ପଡିଆ ଚଞ୍ଛା ଚାଲିଛି୤ ପୁଅ ପଚାରିଲା, ବାପା.. ପଡିଆରୁ ଦୂବଘାସ ଚଞ୍ଛା ହେଉଛି, କେହିତ ତା ବିଷୟରେ ପଦେ କହୁ ନାହାନ୍ତି ? ତାର କ’ଣ କେହି ନାହାନ୍ତି ? କେହି ତ ତାକୁ ଦେଖିବାକୁ ଆସୁ ନାହାନ୍ତି ?

କି ଉତ୍ତର ମୁଁ ତାକୁ ଦେଇ ସନ୍ତୁଷ୍ଟ କରିବି ? କହିଲି ମନ୍ତ୍ରୀ ଆସିବେ ସଭାହେବ୤ ସେମାନେ ବେଳେ ବେଳେ ଏମିତି ଚଞ୍ଛା ହୁଅନ୍ତି୤ ଅସଂଖ୍ୟ ଦୂବଘାସ ପାଇଁ ଶୋକ କରିବାପାଇଁ ପୃଥିବୀରେ ଲୋକମାନଙ୍କର ଘୋର ଅଭାବ ଏ ପୃଥିବୀରେ୤

ସେ ମୁହଁ ଆମ୍ବିଳେଇ ଦେଲା୤

ପାଠକେ କେହି ଯଦି ଏ ଦୂବଘାସ ପାଇଁ ଦୁଃଖ ପ୍ରକାଶ କରନ୍ତି ତେବେ ପତ୍ରଟିଏ ନିଶ୍ଚୟ ଦେବେ…୤ ମୋ ପାଇଁ ନୁହେଁ ମୋ ପୁଅ ପାଇଁ..

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଉମାକାନ୍ତ ମିଶ୍ର, ସାକ୍ଷୀଗୋପାଳ ପୁର, ପୁରୀ
ନୂତନ ପିଢୀର କଥାକାର ଉମାକାନ୍ତ ମିଶ୍ର ସମ୍ପ୍ରତି ଓଡ଼ିଆ ସାହିତ୍ୟ ଡଟ୍ କମ୍‌ରେ ସଂଯୋଜକଭାବେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. nachiketa mishra  |  ମାର୍ଚ୍ଚ୍ ୧୦, ୨୦୧୧ - ୨:୧୭ ପୂର୍ବାହ୍ନ

    Lekhati khub bhala hoi parichi. Lekhakanku ashes abhinandan.

  • ୨. Arun  |  ମାର୍ଚ୍ଚ୍ ୧୬, ୨୦୧୧ - ୧୨:୪୧ ପୂର୍ବାହ୍ନ

    One of the best short write-ups, seen especially in the context of deafening brouhaha over ecological imbalance… Kudos to Mr. Mishra!

  • ୩. Divyajyoti Sarangi  |  ମେ ୨୨, ୨୦୧୧ - ୧୧:୧୯ ଅପରାହ୍ନ

    Lekhakankara lekhibara shayali khub bhala o manachchuan…

  • ୪. କ୍ଷୀରୋଦ ରାଉତ, ନାଗପୁର  |  ଅଗଷ୍ଟ୍ ୯, ୨୦୧୧ - ୬:୫୯ ପୂର୍ବାହ୍ନ

    ପୁଅ ର ପ୍ରଶ୍ନ ମାଧ୍ୟମରେ ଏକ ନିରାଟ ସତ୍ୟ କୁ ତୋଳିଧରିଛନ୍ତି ଲେଖକ . ପ୍ରଶନ୍ସନିୟ .

  • ୫. ସମ୍ବିତ୍ ପ୍ରକାଶ୍ ସ୤ହୁ  |  ଅଗଷ୍ଟ୍ ୯, ୨୦୧୧ - ୭:୨୧ ପୂର୍ବାହ୍ନ

    ଭଲ ଲାଗିଲା୤

  • ୬. debiprasad maharana  |  ଡିସେମ୍ବର୍ ୧୩, ୨୦୧୧ - ୫:୪୩ ପୂର୍ବାହ୍ନ

    kebe kebe jibanare emiti kichi prasna ase jahara uttara dei huena…khub sundar prasna dele apana…duba ghasa pain kahari nigha nai…kahinki…

  • ୭. ପ୍ରଭୂ  |  ମାର୍ଚ୍ଚ୍ ୩, ୨୦୧୨ - ୬:୪୭ ପୂର୍ବାହ୍ନ

    ଲେଖାଟି ଅତ୍ୟନ୍ତ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤