ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ହୁରି ପଡିଛି ବୁଢାବରଗଛ ଉପୁଡି ପଡିଛି ଯିଏ ଯାହାକୁ ଦେଖୁଛୁ ତାକୁ କହୁଛୁ ସେଇ ଗୋଟିଏ କଥା ଦୁଇଦିନ ହେଲା ଲଗାଣ ବର୍ଷା ଚାଲିଛି ସକାଳୁ ସକାଳୁ ପବନ ବାହାରିପଡିଲା ବୋଧେ ମୂଳ ବତୁରିଥିଲା – ଉପୁଡି ପଡିଲା ମଶାଣିପଦାରେ ସେଇ ବୁଢା ବରଗଛ ତା’ପଛପଟେ କେତେ କାହାଣୀ ! ମୁଁ ସକାଳୁ ବସି ଦାନ୍ତ ଘଷୁଛି, “ପୁଅ ଆସି କହିଲା, ବାପା-ବାପା ବୁଢାବରଗଛ ମରିଗଲା ମୁଁ ଯିବି ଦେଖିବାକୁ” ମୋ ଆଖ ସାମ୍ନାକୁ ସେଇ ବୃହତ୍କାୟ କାୟାଟି ଚଳଚ୍ଚିତ୍ରର ଦୃଶ୍ୟ ପରି ଉଭାହେଲା ଭାବିଲି, ଆହା ଶେଷରେ ଶୋଇପଡିଲା ଭୂଇଁ ଉପରେ ଶେଷଥର ପାଇଁ ଭୟଙ୍କ ଶବ୍ଦକରି
ସ୍କୁଲରେ ପାଠ ପଢିଲାବେଳେ ତା’ ଓହଳରେ କେତେ ଖେଳିଛି ଥରେ ଖସିପଡିଥିଲି ଯେ ଗୋଡ ଭାଙ୍ଗିଯାଇଥିଲା କଷ୍ଟ ପାଇଥିଲି ଏମିତି ବି ପରେ ପରେ ଅନେକଥର ତା ବହଳିଆ ଛାଇରେ ବସି ନିଶ୍ବାସ ମାରିଛି ଭୂଲି ପାରିବିନି- କେବେ ବି ଭୂଲି ପାରିବିନି ଆଉ ବାସନ୍ତୀ ଆଇର ତାଗିଦ ବି ଭୂଲି ପାରିବିନି ସେ କହିଥିଲା – ଶୁଣୁ, ଇସ୍କୁଲ ଯାଉଛୁ, ସେ ବୁଢା ବରଗଛ ତଳକୁ ଯିବୁନି ତା ଦେହରେ ଗୋଟେ ବ୍ରହ୍ମରାକ୍ଷସ ଅଛି ଯଦି ଦେହରେ ଲାଖିଯିବନା..ସତ୍ୟାନାଶ ହୋଇଯିବୁ ଏ ଭୟ ସେଇ ପିଲାଦିନରେ କେତେଦିନ ଥିଲା ତାପରେ ତାର ଛାଇ ମୋର ତା ସଂପର୍କରେ ସବୁ ଅନ୍ଧ ଧାରଣାକୁ ବଦଳାଇଦେଲା
ଏ ଭିତରେ ଭାବନାକୁ ଛାଡି କହିଲି ପୁଅକୁ, – ଶୁଣ, କାମ ସାର, ବର୍ଷା ଛାଡିଲେ ଏକାଠି ଯାଇ ଦେଖିଆସିବା ହଠାତ୍ ଦାଣ୍ଡ ଦୁଆରେ ଗୋବିନ୍ଦ ବାରିକ ଛତାଟିଏ ମଡାଇ ଆସି ପହଞ୍ଚିଗଲା କହିଲି, ସକାଳୁ ସକାଳୁ ?
ସେ କହିଲା – ଜାଣିଛନ୍ତି..
ମୁଁ କହିଲି – କଅଣ ?
ସେ କହିଲା – ଉଠିବେତ ଦିନ ଅଧକୁ ଜାଣିବେ କୁଆଡୁ ? ବୁଢାବରଗଛ ମରି ଶୋଇଛି ଆଜ୍ଞା ଏତେ ବଡ ବୋଡା ସାପ, ଦେଢ ହାତ ମୋଟା ହେବ, ଲମ୍ବ ବାରହାତରୁ କମ୍ ହେବନି ସାରା ଦେହ ଟିଙ୍କ ଯେମିତି ଗଛ ମଡମଡ ହାଇ ଶୋଇଗଲା, ସେମିତି ଧୀରେ ଧୀରେ ବାହାରି ଘୁଷୁରି ଘୁଷୁରି କେଉଁଆଡେ ଅଦୃଶ୍ୟ ହୋଇଗଲା
ଯେତେଲୋକ ଉପସ୍ଥିତ ଥିଲେ ସମସ୍ତେ ଅବାକ୍ ହୋଇଗଲେ ଓ! କି ଦୃଶ୍ୟ
କି ଉତ୍ତର ମୁଁ ତାକୁ ଦେଇ ସନ୍ତୁଷ୍ଟ କରିବି ? କହିଲି ମନ୍ତ୍ରୀ ଆସିବେ ସଭାହେବ ସେମାନେ ବେଳେ ବେଳେ ଏମିତି ଚଞ୍ଛା ହୁଅନ୍ତି ଅସଂଖ୍ୟ ଦୂବଘାସ ପାଇଁ ଶୋକ କରିବାପାଇଁ ପୃଥିବୀରେ ଲୋକମାନଙ୍କର ଘୋର ଅଭାବ ଏ ପୃଥିବୀରେ
ସେ ମୁହଁ ଆମ୍ବିଳେଇ ଦେଲା
ପାଠକେ କେହି ଯଦି ଏ ଦୂବଘାସ ପାଇଁ ଦୁଃଖ ପ୍ରକାଶ କରନ୍ତି ତେବେ ପତ୍ରଟିଏ ନିଶ୍ଚୟ ଦେବେ… ମୋ ପାଇଁ ନୁହେଁ ମୋ ପୁଅ ପାଇଁ..
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. nachiketa mishra | ମାର୍ଚ୍ଚ୍ ୧୦, ୨୦୧୧ - ୨:୧୭ ପୂର୍ବାହ୍ନ
Lekhati khub bhala hoi parichi. Lekhakanku ashes abhinandan.
୨. Arun | ମାର୍ଚ୍ଚ୍ ୧୬, ୨୦୧୧ - ୧୨:୪୧ ପୂର୍ବାହ୍ନ
One of the best short write-ups, seen especially in the context of deafening brouhaha over ecological imbalance… Kudos to Mr. Mishra!
୩. Divyajyoti Sarangi | ମେ ୨୨, ୨୦୧୧ - ୧୧:୧୯ ଅପରାହ୍ନ
Lekhakankara lekhibara shayali khub bhala o manachchuan…
୪. କ୍ଷୀରୋଦ ରାଉତ, ନାଗପୁର | ଅଗଷ୍ଟ୍ ୯, ୨୦୧୧ - ୬:୫୯ ପୂର୍ବାହ୍ନ
ପୁଅ ର ପ୍ରଶ୍ନ ମାଧ୍ୟମରେ ଏକ ନିରାଟ ସତ୍ୟ କୁ ତୋଳିଧରିଛନ୍ତି ଲେଖକ . ପ୍ରଶନ୍ସନିୟ .
୫. ସମ୍ବିତ୍ ପ୍ରକାଶ୍ ସହୁ | ଅଗଷ୍ଟ୍ ୯, ୨୦୧୧ - ୭:୨୧ ପୂର୍ବାହ୍ନ
ଭଲ ଲାଗିଲା
୬. debiprasad maharana | ଡିସେମ୍ବର୍ ୧୩, ୨୦୧୧ - ୫:୪୩ ପୂର୍ବାହ୍ନ
kebe kebe jibanare emiti kichi prasna ase jahara uttara dei huena…khub sundar prasna dele apana…duba ghasa pain kahari nigha nai…kahinki…
୭. ପ୍ରଭୂ | ମାର୍ଚ୍ଚ୍ ୩, ୨୦୧୨ - ୬:୪୭ ପୂର୍ବାହ୍ନ
ଲେଖାଟି ଅତ୍ୟନ୍ତ ଭଲ ଲାଗିଲା