ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତୁମକୁ ବସିଛି ଚାହିଁ ଯୁଗ ଯୁଗ ଯାଏ
ହେଲେ ତୁମେ କ’ଣ କେବେ ଭାବ?
ତୁମେ କ’ଣ ଜାଣ ସତେ
କେତେଦିନ ମିଶି ହୁଏ ବର୍ଷ
ଆଉ କେତେ ବର୍ଷ ମିଶି ଯୁଗ ହୁଏ?
ଯୋଗ ଓ ବିୟୋଗ ଯଦି
ଅଳ୍ପ ଅଳ୍ପ ଜାଣିଥାନ୍ତ
ତେବେ, କେବେ କେମିତି ତ ନିଶ୍ଚେ
ଆସୁଥାନ୍ତ ଯାଉଥାନ୍ତ
ହେଲେ ନା ତୁମେ ଆସ
ନା ତୁମେ ଯାଅ
ବଡ ଅଜବ ପ୍ରତୀକ୍ଷା ମୋର
ବଡ ଅଦ୍ଭୁତ ମୋ ଅଭିସାର
ନିତ୍ୟ ମିଳନରେ ନାଚେ
ମନ ପ୍ରାଣ ଦେହ
ଆଉ ବିରହ ତାତିରେ ପୁଣି
ଖଇ ଫୁଟା ଜର!
ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?
୧. ପ୍ରିତିରଞ୍ଜନ ତ୍ରିପାଠୀ | ଅକ୍ଟୋବର୍ ୨, ୨୦୧୨ - ୩:୪୫ ପୂର୍ବାହ୍ନ
ସୁରଥ ଭାଇ, ଖୁବ ସୁନ୍ଦର ହେଇଛି କବିତାଟି. ଆଗକୁ ଏମିତି ଆହୁରି ଭଲ ଭଲ କବିତା ପଢିବାର ସୁଯୋଗ ଦେଉଥିବେ :-)
୨. ajit | ଅକ୍ଟୋବର୍ ୪, ୨୦୧୨ - ୮:୨୭ ପୂର୍ବାହ୍ନ
good one..
୩. ଲକ୍ଷ୍ମୀକାନ୍ତ ତ୍ରିପାଠୀ | ଅକ୍ଟୋବର୍ ୯, ୨୦୧୨ - ୮:୪୬ ପୂର୍ବାହ୍ନ
ବହୁତ ଭଲ ଲାଗୁଛି
ଅପ୍ରାନ୍ତ କାର୍ଯ୍ୟାଳୟ ବୁଲିବାକୁ ଯାଇଥିଲି
ଭାରି ଭଲ ଲାଗିଲା
୪. ସୋମନାଥ ଦାଶ୍, ଭୁବନେଶ୍ବର , ଓଡିଶା | ଅକ୍ଟୋବର୍ ୧୨, ୨୦୧୨ - ୧:୪୮ ପୂର୍ବାହ୍ନ
ଓଡ଼ିଆ ଭାଷାର ସାଇଟ୍ ଦେଖି ବହୁତ ଖୁସି ଲାଗିଲା ଏବେ ଆମେ ସମସ୍ତେ ଓଡିଆ ମଧ୍ୟ ଲେଖି ପାରିବା ଏଥିପାଇଁ ସମସ୍ତଙ୍କୁ ବହୁତ ଧନ୍ୟବାଦ
ମୁଁ ଗର୍ବିତ ଯେ ମୁଁ ଓଡ଼ିଆ
୫. ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ଭଦ୍ରକ,ଓଡିଶା | ଜାନୁଆରୀ ୭, ୨୦୧୩ - ୨:୪୯ ଅପରାହ୍ନ
ମନଛୁଆଁ କବିତାଟିଏ..
୬. ସୌରଭ ରଞ୍ଜନ ଦାଶ, ଡଗମୁଣ୍ଡ,ଭଦ୍ରକ,ଓଡିଶା | ଜାନୁଆରୀ ୭, ୨୦୧୩ - ୨:୫୫ ଅପରାହ୍ନ
ଖୁବ୍ ମନୋମୁଗ୍ଧକର ଓ ପ୍ରଶଂସନୀୟ
୭. ଲେନିନ୍ ମହାନ୍ତି, କେନ୍ଦ୍ରାପଡା,ଓଡିଶା | ଜାନୁଆରୀ ୭, ୨୦୧୩ - ୨:୫୯ ଅପରାହ୍ନ
ସୁରଥ ବାବୁ,
ଆପଣଙ୍କ ଲେଖା ପଢି ବହୁତ ଖୁସି ଲାଗିଲା..
୮. ନମିତା ଦାଶ, ବ୍ରହ୍ମପୁର, ଗଞ୍ଜାମ | ଫେବୃଆରୀ ୧୭, ୨୦୧୪ - ୩:୧୪ ପୂର୍ବାହ୍ନ
ସତ, ହେଲେ ବେଶୀ ଆସ ଯା ରେ ପ୍ରେମ କମେ..ଦୂରରେ ଥିଲେ ବଢେ……
୯. Santosh Barik, Keshpur | ଡିସେମ୍ବର୍ ୧୫, ୨୦୧୮ - ୧୨:୨୭ ପୂର୍ବାହ୍ନ
ଖୁବ୍ ଭଲ ହୋଇଛି କବିତାଟି