ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ସ୍ବଭାବ କବି ଗଙ୍ଗାଧର ମେହେର
ଜୟନ୍ତ ମହାପାତ୍ର
ରଜତ କୁମାର ମିଶ୍ର
ସାର୍‌ ବାସୁଦେବ ସୁଢ଼ଳଦେବ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
କମଳା ଶତପଥି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବସ୍ତ୍ର ହରଣ
  ଅକ୍ଷୟ କୁମାର ରାଉତ, ନୂଆଦିଲ୍ଲୀ
 
 
ତା: ଏପ୍ରିଲ୍ ୨୭, ୨୦୧୨  
ମୂଳ ପୃଷ୍ଠାନବ ପ୍ରତିଭା
 

ଦୁଃଶାସନ ଆସିଅଛି ବସ୍ତ୍ର ହରିବାକୁ
ବସ୍ତ୍ର ଦୁର୍ଲଭ ଦିସେ ମର୍ତ୍ତେ, ସେ ହରିବ କାହାକୁ
ମନେ ମନେ ଦୁଃଶାସନ ସଂସୟେ ପଡ଼ିଲା
ବସ୍ତ୍ର ଅବା ଅନ୍ତବସ୍ତ୍ର କହ ଆରେ ବଳା
ନାରୀ ହୋଇ ସମାଜକୁ ଭ୍ରମିତ କରୁଛୁ
ପୁରୁଷ ପୋଷାକ ପିନ୍ଧି ବଜାରେ ଚାଲୁଛୁ୤

ଏ ଯେ ସର୍ଟ ପ୍ୟାଣ୍ଟ ଉପରେ ମିନି ଟପ୍‌
ମୁଁ ଏଜୁକେଟେଡ୍‌ ଫିମେଲ,ଏ ଯେ ମୋର ଫେସନ୍‌ ଲେଟେଷ୍ଟ ଅପ୍‌ଡ଼େଟ୍‌
ନାରୀ ପୁରୁଷରେ ଏଠି ନାହିଁ ଭେଦ ବା ବିଚାର
ସଭିଙ୍କୁ ମିଳେ ଏଠି ସମାନ ଅଧିକାର୤

ଦ୍ବାପର ଯୁଗରେ ଦ୍ରୌପଦୀ ବସ୍ତ୍ର ହରିଥିଲି
ବସ୍ତ୍ର ହରି ହରି ମୁଁ ଯେ ଥକିଗଲି
ନାହିଁ ତୋର ଦେହେ ଶାଢ଼ୀ, ନାହିଁ କି ଚାଦର
ହାଡ଼ଭଙ୍ଗା ଶୀତରେ ବସ୍ତ୍ର ଉପରେ ଦୟା ଆସିଲାନି ତୋର
ବସ୍ତ୍ର ନାମେ ପ୍ରହସନ କର କାହିଁ ପାଇଁ
ମର୍ତ୍ତ୍ୟରେ କି ପିନ୍ଧିବାକୁ ବସ୍ତ୍ର ମିଳୁନାହିଁ୤

ମୁଁ ନୁହେଁ ଅସହାୟା ଦ୍ରୌପଦୀ ପରି
ଏକା ପଞ୍ଝାରେ ରେ ତୋର ଦାନ୍ତ ଦେବି ଝାଡ଼ି
ଆମେ ନୁହଁ ମୂର୍ଖ, ଅନ୍‌ସିଭିଲାଇଜଡ୍‌ ତୁମ ପରି
ବସ୍ତ୍ର ସଞ୍ଚୟ କରୁ ଆମେ ନେକ୍‌ଷ୍ଟ ଜେନେରେସନ୍‌ ଲାଗି
ଅଧିକ ବସ୍ତ୍ରରେ ଏଠି ହୁଏ ଚର୍ମ ରୋଗ
ବିନା ବସ୍ତ୍ରେ ମର୍ତ୍ତ୍ୟେ ମିଳେ ନିର୍ମଳ ସ୍ବଭାବ୤

ଆରେ ରେ ମୂର୍ଖ ବାଳିକା ନାହିଁ କିବା ଡର
ମୁହିଁ ଦୁଃଶାସନ, ଦୁର୍ଯ୍ୟୋଧନ ଭ୍ରାତା ଅଟେ ମୋର
ତୋର ବସ୍ତ୍ର ହରି ନେଇ ଯିବି ମୁଁ ଦ୍ବାପର
ଦେଖାଇବି ଶ୍ରୀକୃଷ୍ଣଙ୍କୁ ନମୁନା ତାଙ୍କ ସୃଷ୍ଟିର
ପଚାରିବି ଶ୍ରୀକୃଷ୍ଣଙ୍କୁ ଏ କି ସଂସାର ଗଢ଼ିଛ
ବସ୍ତ୍ର ଦେଇ ପାରୁନା ମର୍ତ୍ତେ କିସ କରତା ହୋଇଛ୤

ଡରେନାହିଁ ତୋତେ ଅବା ତୋର ଭ୍ରାତାକୁ
ଅଣ୍ଡର ୱାର୍ଲଡ଼ ଡନ୍‌ ହୋଇଥିଲେ ଡରିଥାନ୍ତି ତାକୁ
ବେସି ବକ୍‌ ବକ୍‌ ହେଲେ କରିବି ଚିତ୍କାର
ଯୁବକ ଠୁ ବୃଦ୍ଧ ଯାଏ ସଭିଏଁ ହୋଇବେ ଏକାକାର
ମୋ କହିବା ଆଗରୁ ତୋର ଦାନ୍ତ ଦେବେ ଝାଡ଼ି
ବଞ୍ଚିବାର ଥିଲେ ମୋହ ଯାଅ ମର୍ତ୍ତ୍ୟ ଛାଡ଼ି୤

ଦୁଃଶାସନ ମନେମନେ ବିଚାର କରିଲା
ଭୀମଠୁ ବଳିୟାନ ଏତ ମର୍ତ୍ତ୍ୟର ବାଳା
କ୍ଷମାକର ଭ୍ରାତା ଦୁର୍ଯ୍ୟୋଧନ ମୋତେ
ମର୍ତ୍ତ୍ୟର ଲୋକେ ମାମୁଁ ଶକୁନି ଠାରୁ ବିଷାକ୍ତ ସତେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅକ୍ଷୟ କୁମାର ରାଉତ, ନୂଆଦିଲ୍ଲୀ
author photo
 

ମତାମତ ସଂଖ୍ୟା - ୧୮ ଆପଣଙ୍କ ମତାମତ ?

  • ୧. ଅବିନାଶ ସାମଲ |  ଏପ୍ରିଲ୍ ୨୭, ୨୦୧୨ - ୮:୦୧ ଅପରାହ୍ନ

    ହେ ଦୁଃଶାସନ ଟିକେ ଥୟଧର ବସ୍ତ୍ର ହରଣ କଥାଭାବିବ ଆସିଲେ ଯୁଗ ଦ୍ଵାପର…..

  • ୨. ମମତା କର |  ମେ ୭, ୨୦୧୨ - ୧୦:୩୩ ଅପରାହ୍ନ

    ବସ୍ତ୍ର ହରଣ କବିତା ବହୁତ ସୁନ୍ଦର ହୋଇଛି

  • ୩. ପ୍ରଭାସ ଚନ୍ଦ୍ର ପଟ୍ଟନୟକ |  ମେ ୧୩, ୨୦୧୨ - ୧୧:୧୫ ଅପରାହ୍ନ

    କବିତାଟି ସୁନ୍ଦର ହୋଇଚି୤ କିନ୍ତୁ କେତୋଟି ଜାଗାରେ କିଛି ଅସାମଞ୍ଜସ୍ୟ ତଥା ବ୍ୟକରଣଗତ ତ୍ରୁଟି ରହିଗଲାପରି ବୋଧ ହୋଉଛି୤

  • ୪. sanat |  ମେ ୧୯, ୨୦୧୨ - ୬:୪୨ ପୂର୍ବାହ୍ନ

    kabitati bhalaheichhi. Srastanku dhanyabad.

  • ୫. ଗିରିଜା |  ମେ ୨୧, ୨୦୧୨ - ୬:୦୯ ପୂର୍ବାହ୍ନ

    କବିତାଭଲ ହୋଇଛି୤ ଭବିଷ୍ୟତରେ ବ୍ୟାକରଣଗତ ତୃଟି ପ୍ରତି ଦୃଷ୍ଟିଦେବାକୁ ଅନୁରୋଧ୤

  • ୬. akshaya kumar rout |  ଜୁନ୍ ୨, ୨୦୧୨ - ୬:୫୭ ପୂର୍ବାହ୍ନ

    comments dee thiba samasta bandhu mananku dhanyabad….bodha hue chhapiba samaya re byakarana gata truti prati dhyana deba katha 1st stanza re ”BALA heba katha 3rd stanza re BASTRA HARI THILI” heba katha 4th stanza re AAME NUHNA MURKHA heba katha

  • ୭. Pradeep Kumar Chand |  ଜୁନ୍ ୫, ୨୦୧୨ - ୭:୨୫ ପୂର୍ବାହ୍ନ

    ବେଶ୍ ସୁନ୍ଦର୍

  • ୮. ତନ୍ମୟ ମିଶ୍ର |  ଜୁନ୍ ୭, ୨୦୧୨ - ୫:୧୭ ପୂର୍ବାହ୍ନ

    ଖୁବ୍ ସୁନ୍ଦର୍ ହୋଇଛି ଅକ୍ଷୟ ବାବୁ……

  • ୯. Arun das |  ଜୁନ୍ ୭, ୨୦୧୨ - ୫:୪୦ ପୂର୍ବାହ୍ନ

    sundar heichhi.prathame prathame purusha poshaka ta para ta kahi heba nahin,

  • ୧୦. ହାଡିବନ୍ଧୁ ମାଝୀ |  ଜୁନ୍ ୭, ୨୦୧୨ - ୬:୧୧ ପୂର୍ବାହ୍ନ

    ବସ୍ତ୍ର ହରିବାକୁ ଦୁଶା ନକର ପ୍ରୟାସ,
    ନହେଲେ ଏ ବାଳା ହାତେ ସର୍ବନାଶ.

  • ୧୧. ଅଦିତ୍ୟ ସହୁ |  ଜୁନ୍ ୭, ୨୦୧୨ - ୬:୨୩ ପୂର୍ବାହ୍ନ

    bahuta badhia heichi bhai dusasana ka bastraharan ra praysa auu samja ra narika besa auu bhusan ku nei eka nua pratichanbi apan deichanti..jai jaggnath akhsya bhai

  • ୧୨. ଭଗବାନ ସାହୁ |  ଜୁନ୍ ୯, ୨୦୧୨ - ୨:୨୫ ପୂର୍ବାହ୍ନ

    ଖୁବ୍ ସୁନ୍ଦର୍ ହୋଇଛି ,

  • ୧୩. ବଦ୍ରିନାଥ ବେହେରା |  ଅଗଷ୍ଟ୍ ୭, ୨୦୧୨ - ୧:୪୪ ପୂର୍ବାହ୍ନ

    କବିତାଟି ବଢିଆ ହେଇଛି, ପଢିବାକୁ ଯେମିତି ମଜା ଲାଗୁଛି ସେମିତି ବିଷୟର ସତ୍ୟତା ରହିଛି, ଏ ଭଳି ଆଗକୁ ଆସା ରଖୁଛୁ …….

  • ୧୪. chinmay |  ଅଗଷ୍ଟ୍ ୨୫, ୨୦୧୨ - ୪:୧୬ ପୂର୍ବାହ୍ନ

    khub bhala heichi

  • ୧୫. -ନାରାୟଣ ସାହୁ, ହାଇଦରାବାଦ୍ |  ଅଗଷ୍ଟ୍ ୨୮, ୨୦୧୨ - ୫:୧୯ ପୂର୍ବାହ୍ନ

    ବହୁତ ବଢିଆ ହୋଇଛି ଏଇ ସାଇଟ୍, ଖୁବ୍ ଚମତ୍କାର, ଦେଖି ଖୁସି ଲାଗିଲା

  • ୧୬. Ramkrushna |  ସେପ୍ଟେମ୍ବର୍ ୧୫, ୨୦୧୨ - ୧:୩୧ ଅପରାହ୍ନ

    Fantastic…A real and pathetic story in our society you have shown us again. We (guys) are ashamed of seeing them (girls) half-nacked but they do not feel any guilty wearing this type of dress. I can remember one thing said in “Geeta” that ‘when female would cross their limit then they would give birth Hybrid, at that time you could hope to be impending disaster and the end of an Era’.

  • ୧୭. ଶୁଭକାନ୍ତ ସାହୁ, ପୋଲସରା |  ଏପ୍ରିଲ୍ ୧୯, ୨୦୧୪ - ୧୨:୫୮ ଅପରାହ୍ନ

    ବହୁତ ବଢିଆ କବିତା

  • ୧୮. ମୁନା ସାହୁ |  ଡିସେମ୍ବର୍ ୧୪, ୨୦୧୫ - ୪:୩୭ ପୂର୍ବାହ୍ନ

    ଆପଣଙ୍କ ର କବିତା ସତରେ ବହୁତ ଭଲ ହୋଇଛି ।
    ସତରେ ବିସ୍ମୟ ଲାଗେ ଆଜିର ଏ ଆଧୁନିକ ସଭ୍ୟତା କୁ ଦେଖି ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )