ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଏବେ ହିସାବ କରିବାର ବେଳ
ପ୍ରାରମ୍ଭରୁ ବର୍ତ୍ତମାନ
ବର୍ତ୍ତମାନଠାରୁ ଶେଷ ପ୍ରାନ୍ତ ଯାଏଁ
ହାନିଲାଭ କ୍ଷୟକ୍ଷତି
ସୁଖଦୁଃଖ ପ୍ରେମକ୍ରୋଧ
ହିସାବ ଅସ୍ପଷ୍ଟ, ପ୍ରଚ୍ଛଦପଟରେ
କେତେ ଯେ ଅଡ଼ୁଆ ଖିଅ
ଛନ୍ଦିହେଇଯାଏ
ଅଗମୂଳ ଖୋଜୁଖୋଜୁ
ଜୀବନର କାଳ ପୂରିଯାଏ
ତଥାପି ହିସାବ ରହିଯାଏ ବାକି
ଆର ଜନ୍ମକୁ, ବାକି ଖାତାରେ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. କେଶବ ଦାସ, ନୋଏଡା | ଜୁଲାଇ ୧୧, ୨୦୧୧ - ୪:୧୨ ପୂର୍ବାହ୍ନ
ଖୁବ୍ ଭଲ ହୋଇଛି ସତରେ ଏ ଜୀବନ ଟା ଗୋଟେ ବାକି ଖାତା…
୨. ସ୍ନିଗ୍ଧା ଦାସ | ଅକ୍ଟୋବର୍ ୧, ୨୦୧୧ - ୨:୩୦ ପୂର୍ବାହ୍ନ
ବହୁତ ଭଲ ଲାଗିଲା
୩. Mr. Santosh Kumar Panda(M.Pharm) | ଏପ୍ରିଲ୍ ୧୩, ୨୦୧୨ - ୫:୫୧ ପୂର୍ବାହ୍ନ
satare bastaba chitra e jibana ra kabita ti