ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ଚୈତାଳି ଦତ୍ତ, ସୁନ୍ଦରଗଡ଼ବୈଶାଖ ଆସିଲା
ବୈଶାଖର ପିଆଲାରେ ଶୂନ୍ୟ ହେଲା
ଚଇତାଳି ସୁରା
ତୃଣ ପଲ୍ଲବ ଚିବୁକରେ ନିଃଶେଷିତ
ଶିଶିରର ବୁନ୍ଦା
ବସନ୍ତର ଆୟୁଷ ଶେଷ
କୋକିଳ ଯେ ନିରୁଦ୍ଦେଶ
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା
ପ୍ରଥମ ସକାଳରେ ଭାସି ଆସେ
ମଲ୍ଲୀର ମହକ
ଯାମିନୀ ସୁଗନ୍ଧିତ ଯୂଇ, ହେନା, ଜାଇ
ଆଉ ରଜନୀଗନ୍ଧା ତ
ନୂତନ ବର୍ଷାରମ୍ଭେ
ସୁଗନ୍ଧିତ ଚଉଦିଗେ
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା
ଶାଗୁଣାର କଣ୍ଠେ ଶୁଭେ
କ୍ଲାନ୍ତିର ବିଳାପ
ଶୂନ୍ୟାକାଶେ ମଧ୍ୟେ ମଧ୍ୟେ
ବିଦ୍ୟୁତ ବିଭାସ
କ୍ଷଣିକ ବଜ୍ରଧ୍ବନି ସାଥେ
ସତେକି ତାଣ୍ଡବେ ମାତି
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ସଙ୍ଘମିତ୍ରା ରଥ ଶତପଥୀ | ଡିସେମ୍ବର୍ ୬, ୨୦୧୧ - ୧୧:୩୯ ପୂର୍ବାହ୍ନ
କବିତା ଟି ବହୁତ ସୁନ୍ଦର ହେଇଛି