ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ରଜତ କୁମାର ମିଶ୍ର
ଭକ୍ତକବି ମଧୁସୂଦନ ରାଓ
ଉତ୍କଳମଣି ଗୋପବନ୍ଧୁ ଦାସ
ଗନ୍ତାୟତ ଶିବପ୍ରସାଦ
ଦେବେନ୍ଦ୍ର ମହାନ୍ତି
ଦିଲ୍ଲୀପ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅସଂଜ୍ଞା
 |- ରଜତ କୁମାର ମିଶ୍ର
 
 
ତା: ଫେବୃଆରୀ ୪, ୨୦୧୨  
 

ସ୍ବର କାହିଁକି ସିଢି ଚଢେ?
କାହା କଥା ମାନି?
“ସା ରୁ “ନି” ପର୍ଯ୍ୟନ୍ତ-
ଏକ ଅଦେଖା ସ୍ପନ୍ଦନର ତାରକସି ଶୃଙ୍ଖଳାରେ ବାନ୍ଧି ହୋଇ? (୧)

ସ୍ବପ୍ନ, ସ୍ମୃତି ଓ କ୍ରାନ୍ତି ର
ଗୁଡ଼ିଏ ଅନାବନା ଶିହରଣ,
ଦୁଇ ପାଖୁଡ଼ା ଓଦା ଓଦା ଆଖିରେ ଲଟେଇ ଗଲେ-
“ସା” ହସିଦିଏ,
“ନି” ଟିକିଏ କମ୍ପିଯାଏ୤ (୨)

ଏବଂ ଠିକ୍ ସେତିକିବେଳେ-
ସେ ଯେଉଁ ଉଦ୍ଦାମ ଉତ୍ସବଟି,
ଫେଣୁଆ ଅନ୍ତରକୁ ଧରି,
ପଞ୍ଜରା ହାଡ଼ଙ୍କ ଉପରେ ଗୋଡ଼ ଜମାଇ ଜମାଇ ଉପରକୁ ଖେଦି ଯାଏ-
ସେଇ ଅଶ୍ରୁତ ଅସ୍ବରର ଉସ୍ତାଦ୍, ଭିମା ଭୋଇଙ୍କୁ ପଚାର୤ (୩)

ସେ କହିବେ-
ହୁ ହୁ ବତାସରେ, କୋଣାର୍କର ଚୂଡ଼ାନ୍ତରେ ପଥର ଆବୋରି
ସେ ବଚ୍ଚା ଶୁଣିଥିଲା-
ଶୁଣି ପାରିଥିଲା ସେ ଧରମା-ଗୁଡ଼ିଏ ତୀବ୍ର ଆର୍ତ୍ତନାଦ | (୪)

ତାର କଙ୍କାଳରେ ଥିଲା ସେ ତାକତ୍
ସେ କମ୍ପନର ତାଣ୍ଡବକୁ ନିହାଣରେ ଖୋଳି ଖୋଳି
ଲେଖିଗଲା ସ୍ବରଙ୍କ ନୂଆ ବ୍ୟାକରଣ
ସିଢିକୁ ପାଦରେ ଠେଲିଦେଇ… (୫)

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରଜତ କୁମାର ମିଶ୍ର, ରାଜସ୍ଥାନ
ରଜତ କୁମାର ମିଶ୍ର
ଓଡ଼ିଶାଠାରୁ ଦୂରରେ ରହି ମଧ୍ୟ ଓଡ଼ିଆ ଓ ଓଡ଼ିଶାକୁ ଭଲ ପାଉଥିବା ରଜତ କୁମାର ମିଶ୍ରଙ୍କ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଶ୍ରୀ ମିଶ୍ର କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ରଚନା କରି ଜଣେ ଉଦୀୟମାନ ଲେଖକ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤
ରଜତ କୁମାର ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୧ ଆପଣଙ୍କ ମତାମତ ?

  • ୧. bishal mishra |  ଫେବୃଆରୀ ୯, ୨୦୧୨ - ୭:୩୨ ପୂର୍ବାହ୍ନ

    ବ‍ଢିଆ ହେଇଛି

  • ୨. ସଂଜୟ କୁମାର ମହାପାତ୍ର |  ଫେବୃଆରୀ ୧୨, ୨୦୧୨ - ୧୨:୩୨ ଅପରାହ୍ନ

    ବହୁତ ଭଲ ଲାଗିଲା୤ ଭାଷା ସାହିତ୍ୟର ଉନ୍ନତି ହେଉ୤

  • ୩. ବିଷଣୁ |  ଫେବୃଆରୀ ୧୨, ୨୦୧୨ - ୧୨:୪୭ ଅପରାହ୍ନ

    ଅତି ସୁନ୍ଦର

  • ୪. s.k.mishra |  ଫେବୃଆରୀ ୧୩, ୨୦୧୨ - ୧୨:୦୪ ପୂର୍ବାହ୍ନ

    Jete anabadya kruti re mundi mariba pachhare ehibhali Dharama manankara haat rahichhi, jhakau ki sidiru olhaiba paain anumati dia jai naahin. Kabita ti ati sundar hoichhi, KEEP IT UP

  • ୫. ଲିଙ୍ଗରାଜ ବେହେରା |  ଫେବୃଆରୀ ୧୩, ୨୦୧୨ - ୭:୦୭ ପୂର୍ବାହ୍ନ

    ବହୁତ ଭଲ ଲାଗୁଛି

  • ୬. ଅଜୟ କୁମାଋ ପାଢୀ |  ଫେବୃଆରୀ ୧୪, ୨୦୧୨ - ୩:୫୭ ପୂର୍ବାହ୍ନ

    ରଜତ୍,
    କବିତା ଭଲ ଲାଗିଲା;
    କିଛିଟା ହିନ୍ଦୀ ଶବ୍ଦ ରାଜସ୍ଥାନ୍ ର ପ୍ରଭାବ ଦର୍ଶାଉଛି….
    ତମେ କିନ୍ତୁ ଲେଖିଚାଲ;
    ଏଥିପାଇଁ ସମୟ ଦେଇପାରୁଛ, ଏହା ପ୍ରଶଂସନୀୟ

  • ୭. manashi sahoo |  ମାର୍ଚ୍ଚ୍ ୯, ୨୦୧୨ - ୭:୫୯ ଅପରାହ୍ନ

    khoob sundar….

  • ୮. ପ୍ରଦୀପ କୁମାର ବ୍ରହ୍ମା, ଇଂରାଜୀ ଅଧ୍ୟାପକ |  ମାର୍ଚ୍ଚ୍ ୧୮, ୨୦୧୨ - ୧୦:୫୦ ପୂର୍ବାହ୍ନ

    ବହୁତ ଭଲ ହୋଇଛି୤

  • ୯. କିଶୋର ଚନ୍ଦ୍ର ମିଶ୍ର |  ଏପ୍ରିଲ୍ ୧୩, ୨୦୧୨ - ୪:୦୨ ପୂର୍ବାହ୍ନ

    ପ୍ରକୃତରେ ଓଡିଆ ସାହିତ୍ୟ.କମ ର ପଦକ୍ଷେପମାନ ପ୍ରଶଂସନୀୟ୤ ଏଥିରେ ପ୍ରକାଶିତ ଲେଖା ମାନ ଉଚ୍ଚକୋଟିର ପରି ଲାଗେ୤ ଏହି ୱେବସାଇଟ ର ନିର୍ମାତା/ ପ୍ରତିଷ୍ଠାତାଙ୍କୁ ଅନେକ ଅନେକ ଶୁଭେଚ୍ଛା ତାଙ୍କର ଏପରି ଅଭିନବ ପଦକ୍ଷେପ ନିମନ୍ତେ୤

  • ୧୦. ପବିତ୍ର ମୋହନ କର |  ମେ ୧୮, ୨୦୧୨ - ୫:୪୩ ପୂର୍ବାହ୍ନ

    ବନ୍ଧୁ ରଜତ୍
    ବାଣୀବିହାର୍ ସମୟରେ ତମକୁ ଚିହ୍ନିଲି, ଅଲିଭା ଛାପ ଛାଡି ଯାଇଛ ତମେ, କବିତା କେବଳ ନୁହେଁ, ଗଦ୍ୟ କ୍ଷେତ୍ରରେ ମଧ୍ୟ ତମର ତୁଳନା ନାହିଁ , ଖୁବ ଭଲ ପ୍ରୟାସ, ଅନେକ ଭଲ ଲେଖାର ଅପେକ୍ଷାରେ ରହିଲି, ଧନ୍ୟବଦ .

  • ୧୧. ଗିରିଜା ଶଙ୍କର ପଣ୍ଡା |  ନଭେମ୍ବର୍ ୬, ୨୦୧୫ - ୯:୫୧ ପୂର୍ବାହ୍ନ

    ଲେଖାଟି ଆକର୍ଷଣୀୟ ହୋଇଛି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )