ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
ଶୈଳେନ୍ଦ୍ର କୁମାର ଜେନା
ଶକ୍ତି ମହାନ୍ତି
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଫନି ମହାନ୍ତି
ଗୋଦାବରୀଶ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨୩, ୨୦୧୧  
ମୂଳ ପୃଷ୍ଠାନବ ପ୍ରତିଭାଗଳ୍ପ
 

“କି ସମ୍ପର୍କ ଦେଇ ଆରମ୍ଭ କରିବି ଭାବିତ ପାରୁନି କିଛି
ତମେ ତମେ ବୋଲି ସମ୍ବୋଧନ ଦେଲି ତମେ ଏକ ପ୍ରଶ୍ନବାଚୀ ?”

ଅମାନ୍ୟ କରିହେବନି-ପ୍ରେମ ଯୁଗେ ଯୁଗେ ପବିତ୍ର୤ କିନ୍ତୁ ସ୍ବୀକାରଯୋଗ୍ୟ ନୁହେଁ ଯେ, ପ୍ରେମ ଚୀରଦିନ ନିଷ୍କଳଙ୍କ୤ ସ୍ବଚ୍ଛ ଚନ୍ଦ୍ର ଦେହରେ କାଳୀମା ପରି କଳଙ୍କ ସଦୃଶ ପ୍ରେମ ଭିତରେ ମଧ୍ୟ ଛଳନା ଭଳି କଳଙ୍କ ଭରି ରହିଛି୤ ତଥାପି…. ଦୂର ଆକାଶର ଚାନ୍ଦ ଆଉ ଦୂର ଦିଗ୍‌ବଳୟର ପାହାଡ଼ ସଦୃଶ ଏହି ପ୍ରେମ ଦେଖିବାକୁ ଖୁବ୍‌ ସୁନ୍ଦର୤ ଏହି ସୌନ୍ଦର୍ଯ୍ୟର ଲାଳସା ପଛରେ ଗୋଡ଼ାଇବା ଯାହା, ଜଳ ମନେକରି ମରୁଦ୍ୟାନର ମରିଚୀକା ପଛରେ ଧାଇଁବା ତାହା୤ କିନ୍ତୁ…. ଲାଭ କିଛି ନାହିଁ, କେବଳ ଦୁଃଖ, ଯନ୍ତ୍ରଣା ଆଉ ହାହାକାର….୤ ଯେମିତି ଗୋଲାପର ସୌନ୍ଦର୍ଯ୍ୟତା ଲାଭ କରିବାକୁ ଯାଇ ତା ତୀକ୍ଷ୍ଣ କଣ୍ଟାଘାତରେ ବିଷାକ୍ତ ଯନ୍ତ୍ରଣା ପାଇଲା ଭଳି ଏହି ପ୍ରେମ ଭିତରେ ମଧ୍ୟ ବିଶ୍ବାସର ସତ୍ୟତା ଖୋଜିବାକୁ ଯାଇ ତା’ଠାରୁ ମିଳିଥାଏ ମିଥ୍ୟାର ବିଶ୍ବାସଘାତକତା୤

ତା’ହେଲେ ସତରେ କ’ଣ ତମ ଭଳି ନାରୀମାନେ ହସ ଛଡ଼ା ଅଶ୍ରୁର ଅର୍ଥ କ’ଣ ବୁଝି ପାରନ୍ତିନି୤ ବୋଧ ହୁଏ ନା…. ହୁଏତ ହୋଇଥାଇପାରେ ସେମାନଙ୍କ ହୃଦୟ ପାଷାଣରେ ତିଆରି…. ସତେ ଯେମିତି ସେମାନେ ଗୋଟିଏ ଗୋଟିଏ ପାଷାଣୀ ଅହଲ୍ୟା୤ ମୁଁ ଅହଲ୍ୟାର ସ୍ବାମୀ ଭଳି ତମକୁ ଅଭିଶାପ ଦେବି ନା ଆଶୀର୍ବାଦ କରିବି ?

ଠିକ୍‌ ଏଇ ଭଳି ତମେ ଦିନେ ବରଷାର ବିଜୁଳି ହୋଇ ମାୟା ସୃଷ୍ଟିକରି ଚାଲିଆସିଥିଲ ମୋ ନିକଟକୁ୤ ମୁଁ ବି ତମରି ହସ୍ତାଙ୍ଗୁଳିକୁ ସାଥୀ ମନେକରି ପାଦ ପକାଇଥିଲି ତମ ସହିତ୤ ଶେଷରେ ଅନେକ ଦୂର ପର୍ଯ୍ୟନ୍ତ ତମ ପଛରେ ଧାଇଁ ଦେଖିଲି ତ ତମେ ରହିଗଲ ଦୂରଦିଗ୍‌ବଳୟର ସେ ପାରିରେ୤ ଯେତେ ଚେଷ୍ଟା କଲେବି ମୁଁ ପହଞ୍ଚି ପାରିଲିନି ତମ ନିକଟରେ୤ ଛୁଇଁ ପାରିଲିନି ତମରି ସେଇ ହସ୍ତାଙ୍ଗୁଳିକୁ୤ ବୁଝି ପାରିଲିନି ଏହା ତମର ପ୍ରେମ ନା ପ୍ରତାରଣା୤ ସତ କହିବାକୁ ଗଲେ ତମଭଳି ନାରୀମାନେ ହିଁ ହେଉଛନ୍ତି ସମସ୍ତ ଦୁଃଖର ଏକମାତ୍ର କାରଣ୤ ଏଇ ନାରୀ ପାଇଁ ଦିନେ ସ୍ବର୍ଣ୍ଣମୟୀ ଲଙ୍କା ଶ୍ମଶାନରେ ପରିଣତ ହୋଇଥିଲା୤ ଭାଇ ଭାଇ ମଧ୍ୟରେ ମହାଭାରତ ଯୁଦ୍ଧର ସୃଷ୍ଟି ଘଟିଥିଲା୤ ତା’ହେଲେ ସତରେ କ’ଣ ତମ ଭଳି ନାରୀମାନେ ହସ ଛଡ଼ା ଅଶ୍ରୁର ଅର୍ଥ କ’ଣ ବୁଝି ପାରନ୍ତିନି୤ ବୋଧ ହୁଏ ନା…. ହୁଏତ ହୋଇଥାଇପାରେ ସେମାନଙ୍କ ହୃଦୟ ପାଷାଣରେ ତିଆରି…. ସତେ ଯେମିତି ସେମାନେ ଗୋଟିଏ ଗୋଟିଏ ପାଷାଣୀ ଅହଲ୍ୟା୤ ମୁଁ ଅହଲ୍ୟାର ସ୍ବାମୀ ଭଳି ତମକୁ ଅଭିଶାପ ଦେବି ନା ଆଶୀର୍ବାଦ କରିବି ?

ତମେ ଟିକିଏ ସ୍ମରଣ କରିପାରିବ ଅତୀତର ସେଇ ଘଟଣାବଳୀକୁ୤ ଯେଉଁ ଦିନ ତମେ ମୋତେ ମିଥ୍ୟା ପ୍ରେମର ମାୟାରେ ମାୟାୟିତ କରି କଳନାର ଅଭିନୟରେ ନେଇ ଯାଇଥିଲ କେଉଁ ଏକ ଅଜଣା ରାଇଜର ଅଚିହ୍ନା ପାର୍କକୁ୤ ମୁଁ କିନ୍ତୁ ଭାବି ପାରିଲିନି ଯେ, ପାର୍କର ପରିସରଟା ପ୍ରେମ ନାଟକର ପ୍ରଥମ ଦୃଶ୍ୟ ନା ଅନ୍ତିମ ଦୃଶ୍ୟ୤ କିଛି ସମୟ ପରେ ତମେ ମୋ ପାଇଁ ଆଣିଲ ସ୍ନେହଭରା ମିଷ୍ଟାନ୍ନ ପରିବର୍ତ୍ତେ ବିଷବୋଳା ମିଷ୍ଟାନ୍ନର ମଧୁ ପିଆଲା୤ ଠିକ୍‌ ଯେମିତି ମାୟା ନାରୀ ପୁତନା ନିଜ ସ୍ତନରେ ବିଷ ଭରି ଆସିଥିଲା ଶ୍ରୀକୃଷ୍ଣଙ୍କ ନିକଟକୁ୤ ତମେ ସେହିପରି ମୋ ସମ୍ମୁଖକୁ ଆସି ପରସି ଦେଲ ସେଇ ବିଷରୂପୀ ପିୟୂଷ୤ ମତେ ଭୋଜନାର୍ଥେ ଆଦେଶ ଦେଇ ତମେ ଚାଲିଗଲ ତମ ସଙ୍ଗ ଗହଣକୁ୤ ତମେ ତ ଚାଲିଗଲ ହେଲେ ମୁଁ….

ତା’ପରଦିନ ତମେ ଜଣେ ଦର୍ଶକର ମନୋବୃତ୍ତି ନେଇ ପୁଣି ଚାଲି ଆସିଥିଲ ସେଇ ପାର୍କକୁ ଦେଖିବାକୁ ମୋର ଅକାଳ ମୃତ୍ୟୁର ତାଣ୍ଡବଲୀଳା୤ କିଛି ଦୂରରୁ ଥାଇ ଦେଖିଲ ପାର୍କର ଜନଗହଳି ଭିତରେ ପଡ଼ିଥିଲା ଏକ ଶବ୤ ତମ ଆଖି କୋଣରୁ ବହିଯାଇଥିଲା କେଇଧାର ଲୁହର ଝରଣା୤ କିଏ ଜାଣେ ସେଇ ଲୁହ ଧାର ତ୍ରିବେଣୀର ନା ଛଳନାର୤ ଏଇ କେଇ ଟୋପା ଲୁହ ଝରାଇ ଅନ୍ତର ହେଇ ଯାଇଥିଲ ସେଇ ଅଜଣା ରାଇଜର ଅଚିହ୍ନା ପାର୍କର ପାଦ ଦେଶରୁ୤ କିନ୍ତୁ ଜାଣିବାକୁ ସାମାନ୍ୟ ଚେଷ୍ଟାଟିଏ ମଧ୍ୟ କଲନାହିଁ ଯେ, ସେ ଶବଟା କାହାର ? ତମେ ବୋଧେ ଭୁଲିଯାଇଥିଲ ଯେ, ମାୟାପୁତନାର କୁହୁକ ମାୟାରୁ ଶ୍ରୀକୃଷ୍ଣଙ୍କ ଜୀବନ ଅନ୍ତ ହୋଇଥିଲା ନା ଅନନ୍ତ ହୋଇରହିଥିଲା୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ରଞ୍ଜନ କୁମାର ପଣ୍ଡା |  ଜୁଲାଇ ୫, ୨୦୧୧ - ୬:୧୪ ପୂର୍ବାହ୍ନ

    ଗଳ୍ପ ଗୁଡିକ ସୁନ୍ଦର ହୋଇଛି

  • ୨. ରାମକୃଷ୍ହ୍ଣ ଦାସ |  ଅଗଷ୍ଟ୍ ୯, ୨୦୧୧ - ୪:୩୮ ପୂର୍ବାହ୍ନ

    ଅତି ଉତ୍ତମ

  • ୩. ଶରତ କୁମାର ସାହୁ ସେକ୍ଟର-୧ ରାଉରକେଲା |  ମେ ୧, ୨୦୧୨ - ୧:୧୪ ପୂର୍ବାହ୍ନ

    ଗପଗୁଡିକ ବହୁତ ସୁନ୍ଦର ଲାଗୁଚି
    କିଛି ନୂଆ ବିଭାଗ ଜୋଡିବାକୁ ଅନୁରୋଧ

  • ୪. Sambeet |  ମେ ୧୩, ୨୦୧୨ - ୧୨:୪୦ ଅପରାହ୍ନ

    Bhai Antima Patra galpa bhari bhala heichi…ahuri kichi lekhantu apanka jibanaru..

  • ୫. ଦାମୋଦର ବେହେରା, ଗୋହିରିବାଡ଼ି ,ଗଞ୍ଜାମ |  ଜୁନ୍ ୨୪, ୨୦୧୪ - ୭:୧୬ ପୂର୍ବାହ୍ନ

    ମତେ ଗପ ପଢ଼ିବାକୁ ଭଲଲାଗେ
    ଏହି ଗପଟି ବହୁତ ସରଳ ଓ ସୁନ୍ଦର ।
    ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤