ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୋ ଜୀବନ ନାଟକ ସହିତ ଅଭିନୟ କରି ତଥାପି ମଧ୍ୟ ତମେ ହୋଇଗଲ ଜଣେ ବ୍ୟର୍ଥ ଅଭିନେତ୍ରୀ| ତମର ଅଭିନୟ ଭିତରେ ରହିଯାଇଥିଲା କିଛି ତୃଟି ଆଉ ଯେଉଁ ତୃଟି ଲକ୍ଷ୍ୟକରି ସାରା ବିଶ୍ବବ୍ରହ୍ମାଣ୍ଡର ଅନ୍ତର୍ଯ୍ୟାମୀ ଶ୍ରୀ ନାରାୟଣ ବଦଳାଇ ଦେଇଥିଲେ ତମ ମନଗଢ଼ା କାହାଣୀର କଳ୍ପିତ ଦୃଶ୍ୟାବଳୀକୁ ଆଉ ସେଇ ଦୃଶ୍ୟ ମୁଁ ମଧ୍ୟ ଉପଭୋଗ କରୁଥିଲି ସେଇ ପାର୍କରେ ଥାଇ କିନ୍ତୁ ଶବ ହିସାବରେ ନୁହେଁ ଠିକ୍ ତମଭଳି ଜଣେ ଦର୍ଶକ ହିସାବରେ କାରଣ ମୁଁ ସେ ପର୍ଯ୍ୟନ୍ତ ଜାଣି ନ ଥିଲି ଯେ, ମୋ ଭୂମିକାରେ ଅନୂରୂପ ଅଭିନୟ କରି ମୋ ସ୍ଥାନରେ ମୃତ୍ୟୁବରଣ କଲା ଆଉ ଜଣେ କିଏ ? ତା’ହେଲେ ସେ ଶବଟି କାହାରି ? ମୁଁ କେବଳ ଏତକି ଜାଣେ ଯେ, ତମେ ମୋତେ ମିଷ୍ଟାନ୍ନ ଖାଇବାକୁ ଦେଇ ଚାଲି ଯାଇଥିଲ ଅନ୍ୟ କେଉଁଠିକୁ ମୁଁ ଅପେକ୍ଷା କଲି ତମ ଫେରନ୍ତା ପଥକୁ କିନ୍ତୁ ଜାଗ୍ରତ ନୁହେଁ ସୁପ୍ତ ଅବସ୍ଥାରେ ହଠାତ୍ ଉଠି ଦେଖେତ ସେଠାରେ ତମେ ନ ଥିଲ ଅଥଚ଼ ବିଷ ମିଷ୍ଟାନ୍ନକୁ ଖାଇ ମୃତ୍ୟୁର ସମାଧି କୋଳରେ ଶୋଇ ରହିଥିଲା ଆଉ ଜଣେ ଏହା ସ୍ବପ୍ନ ନା ସତ୍ୟ ବୁଝି ପାରିଲି ତମ ଛଳନା, ତମ ପ୍ରତାରଣା, ଜାଣିପାରିଲି ତମ ପ୍ରେମ କେତେଦୂର ସତ୍ୟ, କେତେଦୂର ମିଥ୍ୟା ସତରେ ନାରୀମାନେ କ’ଣ ପ୍ରକୃତରେ ଏଭଳି ନିଖୂଣ ଅଭିନୟ କରିପାରନ୍ତି ତା’ହେଲେ ପୁରୁଷମାନେ କ’ଣ ନାରୀମାନଙ୍କ ହାତରେ ଗୋଟିଏ ଗୋଟିଏ ମାଟିର କଣ୍ଢେଇ ? ସେମାନେ ଯେତେବେଳେ ଚାହିଁବେ ତାକୁ ଭାଙ୍ଗି ପକେଇବେ କିନ୍ତୁ ମୁଁ ଥିଲି ସରଳ, ଯେହେତୁ ମୁଁ ଛଳନା କରି ଜାଣି ନ ଥିଲି
ମଥାରେ ଅବଗୁଣ୍ଠନ ତଥା ସୀମନ୍ତରେ ସିନ୍ଦୁର ଲଗାଇ ସମସ୍ତ ନାରୀ କ’ଣ ବଧୂ ହୋଇପାରନ୍ତି ହିନ୍ଦୁ ଶାସ୍ତ୍ରାନୁସାରେ ବଧୂହେବା ନିମନ୍ତେ ପବିତ୍ର ମନ ଆବଶ୍ୟକ ଆଉ ସତ କହିବାକୁ ଗଲେ ବିବାହ କରିବା ପୂର୍ବରୁ ତମ ମନ କ’ଣ ଅପବିତ୍ର ହୋଇନାହିଁ ମୁଁ ଜାଣେନା ତମ ହୃଦୟରେ ମୋ ପାଇଁ କିଛି ସ୍ଥାନ ଅଛି କି ନା ! କିନ୍ତୁ ସେ ଯାହାବି ହେଉନା କାହିଁକି ତୁମେ ଆଜି ବହୁତ ଦୂରରେ ନିଜକୁ ଖୁସି କରିବା ନିମନ୍ତେ ତୁମେ ମୋ ନାମରେ ଅନେକ ଅପପ୍ରଚାର ଚଳାଇଛ ଯେତେବେଳେ ତୁମ ସାଥୀମାନେ ମୋ ବିଷୟରେ ପ୍ରଶ୍ନ କରନ୍ତି ତୁମେ ତାଙ୍କ ଉତ୍ତରରେ ଭରି ଦେଉଛ ମୁଁ ଏକ ଚରିତ୍ରହୀନ ବେକାର ବ୍ୟକ୍ତି ବୋଲି ହେଲେ ମୁଁ ପ୍ରତିଜ୍ଞା କରୁଛି ତୁମପରି ମୋ ଜୀବନକୁ ସୁଖମୟ କରିବାକୁ, ତମ ଜୀବନରେ କେବେ ଦୁଃଖର ଝରଣା ବୋଳିବାକୁ ଦେବି ନାହିଁ ତୁମେ ମନେ ମନେ ଭାବୁଥିବ ଯେ, ମୁଁ ତମ ପ୍ରେମର ଶିକାର ହୋଇ ଆଜି ମଧ୍ୟ ତମ ବିଚ୍ଛେଦ ନିଆଁରେ ଜଳି ଜଳି ଅନୁତାପ କରୁଛି ହେଲେ ତମ ସହିତ ଅନେକ ଦିନ ଏକତ୍ର ମିଳିମିଶି ରହିଥିଲେ ମଧ୍ୟ ତମ ଦେହକୁ ସୁଦ୍ଧା ସ୍ପର୍ଶ କରିନାହିଁ କାହିଁକି ନା ମୁଁ ଜଣେ ନାରୀମାସଂ ଲୋଭି ଋପ କାଙ୍ଗାଳ ନଥିଲି କାରଣ ମୁଁ ତୁମର ମନକୁ ଭଲ ପାଉଥିଲି, ଯେହେତୁ ଋପର ମୃତ୍ୟୁ ଅଛି
++ ++ ++ ++
ହଁ…. ମୁଁ ଆଜି ତମ ପାଇଁ କେହି ନୁହେଁ ପ୍ରକୃତରେ ମୁଁ ଆଜି ତମ ପ୍ରେମ ଯୁଦ୍ଧର ପରାଜିତ ସୈନିକ ତମେ ମୋତେ ଭୁଲି ଯାଇଛ ସତ, ମୁଁ କିନ୍ତୁ ଭୁଲି ପାରିବିନି ବିଶ୍ବାସଘାତରେ ବିଷ ଦେଇଥିବା ତମ ଛଳନା ଭରା ଅସତ୍ୟ ପ୍ରେମକୁ ତଥା ଏ ମହାନ ଆଘାତକୁ କାରଣ-
“ରୋହତେ ସାୟକୈ ବିଦ୍ବଂ ବନଂ ପରଶୁନାହତମ୍
ବାଚା ଦୂଋକ୍ତଂ ବିଭତ୍ସଂ ନ ସଂରୋହତ ବାକ୍ଷତମ୍”
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ରଞ୍ଜନ କୁମାର ପଣ୍ଡା | ଜୁଲାଇ ୫, ୨୦୧୧ - ୬:୧୪ ପୂର୍ବାହ୍ନ
ଗଳ୍ପ ଗୁଡିକ ସୁନ୍ଦର ହୋଇଛି
୨. ରାମକୃଷ୍ହ୍ଣ ଦାସ | ଅଗଷ୍ଟ୍ ୯, ୨୦୧୧ - ୪:୩୮ ପୂର୍ବାହ୍ନ
ଅତି ଉତ୍ତମ
୩. ଶରତ କୁମାର ସାହୁ ସେକ୍ଟର-୧ ରାଉରକେଲା | ମେ ୧, ୨୦୧୨ - ୧:୧୪ ପୂର୍ବାହ୍ନ
ଗପଗୁଡିକ ବହୁତ ସୁନ୍ଦର ଲାଗୁଚି
କିଛି ନୂଆ ବିଭାଗ ଜୋଡିବାକୁ ଅନୁରୋଧ
୪. Sambeet | ମେ ୧୩, ୨୦୧୨ - ୧୨:୪୦ ଅପରାହ୍ନ
Bhai Antima Patra galpa bhari bhala heichi…ahuri kichi lekhantu apanka jibanaru..
୫. ଦାମୋଦର ବେହେରା, ଗୋହିରିବାଡ଼ି ,ଗଞ୍ଜାମ | ଜୁନ୍ ୨୪, ୨୦୧୪ - ୭:୧୬ ପୂର୍ବାହ୍ନ
ମତେ ଗପ ପଢ଼ିବାକୁ ଭଲଲାଗେ
ଏହି ଗପଟି ବହୁତ ସରଳ ଓ ସୁନ୍ଦର ।
ଧନ୍ୟବାଦ