ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆ’ରେ ଆ ମୋ କଳାକାହ୍ନୁ
ମୋ କୋଳକୁ ଫେରିଆ
ପଥର ଦେଉଳେ ପଥର ହେଲୁ ତୁ
କାନ୍ଦୁଛି ଯଶୋଦା ମାଆ ୦
ସାରା ବୃନ୍ଦାବନେ ଖୋଜି ମୁଁ ଆସିଲି
ଖୋଜିଲି ଯମୁନା କୂଳେ
ଗୋଧନ ବାହୁଡ଼ା ପଥକୁ ଚାହିଁଲି
ଫେରିବ ମୋ ଧନ କାଳେ
ଆ’ରେ ଆ ମୋ କଳାକାହ୍ନୁ… ଗୋପଦାଣ୍ଡେ ଫେରିଆ
ଗମ୍ଭୀରା ଭିତରେ କିମ୍ପାଇଁ ଲୁଚିଛୁ
ରାଗିଥିଲେ ଭୁଲି ଯା’ ମୋ ଧନ.. ରାଗିଥିଲେ ଭୁଲି ଯା ୧
ସର, ଲବଣୀ କି ତୁଚ୍ଛ କରିଦେଇ
ଷାଠିଏ ପଉଟି ଖାଉ
ରତ୍ନ ସିଂହାସନେ ରଜା ପରି ବସି
କି ସୁଖ ସତେ ତୁ ପାଉ
ଆ’ରେ ଆ ମୋ କଳାକାହ୍ନୁ.. ମା’ କୋଳେ ଫେରିଆ
ମାଆର-ମମତାଠାରୁ କିବା ବଡ଼
ଅଛି ଏ ଜଗତେ ଆହା..ମୋ ଧନ ଅଛିଏ ଜଗତେ ଆହା ୨
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ଦେବୀ ପ୍ରସାଦ ଖଡୀରତ୍ନ, ଭୁବନେଶ୍ବର | ଏପ୍ରିଲ୍ ୨୮, ୨୦୧୪ - ୧:୩୭ ଅପରାହ୍ନ
ଆପଣଙ୍କୁ ହ୍ରୁଦୟର ଅନ୍ତରତମ ପ୍ରଦେଶରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି
୨. sauravkanta | ମେ ୨୭, ୨୦୧୪ - ୨:୫୬ ପୂର୍ବାହ୍ନ
ଅତି ସୁନ୍ଦର.ଏବେ ଏମିତି କବିତା ଲେଖିବ ଯୁବ ପିଡିଙ୍କ ପାଇନ୍ ଅସମ୍ଭବ
୩. sauravkanta | ମେ ୨୭, ୨୦୧୪ - ୨:୫୬ ପୂର୍ବାହ୍ନ
ଅତି ସୁନ୍ଦର.ଏବେ ଏମିତି କବିତା ଲେଖିବ ଯୁବ ପିଡିଙ୍କ ପାଇନ୍ ଅସମ୍ଭବ
୪. ବିଭୁତି ଭୁଷଣ୍ ବେହେରା, ଶାଳଣିଆ,କେନ୍ଦୁଝର୍ ଓଡିଶା | ଅଗଷ୍ଟ୍ ୨୭, ୨୦୧୪ - ୬:୧୯ ପୂର୍ବାହ୍ନ
ବିଳମ୍ବରେ ପଢିଲି ସୁନ୍ଦର୍ ଲେଖା ଧନ୍ୟବାଦ୍
୫. ବିକାଶ ବେହେରା, balugaon main road | ଅକ୍ଟୋବର୍ ୫, ୨୦୧୪ - ୬:୩୨ ପୂର୍ବାହ୍ନ
ବହୁତ ଭଲ ଗୀତଟିଏ !
ଏହିପରି ଆଉ କିଛି ନୂଆଗୀତ ଲେଖି ପଠାନ୍ତୁ