ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ଅନ୍ଧାରରେ କାଳି ଗାଈ
 |- ଉମାକାନ୍ତ ମିଶ୍ର
 
 
ତା: ଜାନୁଆରୀ ୨୮, ୨୦୧୧  
ମୂଳ ପୃଷ୍ଠାନବ ପ୍ରତିଭାଗଳ୍ପ
 

ମୁଁ ଗୋଟିଏ ଦରବୁଢୀ ଦେଶୀ ଗାଈ୤ ବୟସ କେତେ ହେବ କହିପାରିବିନି୤ ଜୀବନଟା କଟିଗଲା ସୁଖରେ ସୁଖରେ୤ ଆଜି କିନ୍ତୁ ମୃତ୍ୟୁକୁ ଅପେକ୍ଷା କରିଛି କଂସେଇଖାନାରେ୤ ଦେହଗୋଡ ସାରା ଶରୀର ଥରୁଛି୤ ବିଗତ ଦିନର କଥାସବୁ ମନେପଡୁଛି୤ ଯଦିବା ଆଉ କେଇଘଣ୍ଟା ବା କେଇ ମୁହୂର୍ତ୍ତ ପରେ ଏ ପୃଥିବୀରୁ ମୁଁ ଅବସର ନେଇଯିବି – ହେଲେ ସାଆନ୍ତଙ୍କ ମୁହଁଟା ମୋତେ ଜକଜକ ଦିଶୁଛି୤

ସାଆନ୍ତାଣୀଙ୍କ ସଙ୍ଗେ ମୁଁ ଯୌତୁକ ହୋଇ ଆସିଥିଲି୤ ସାଆନ୍ତ ମା’ ମୋ ମୁଣ୍ଡରେ ହଳଦୀ ବୋଳି ବନ୍ଦାପନା କରି ଗୁହାଳକୁ ନେଇଗଲେ୤ ମୁଁ ଥିଲି ଭାରି ସୁନ୍ଦରୀ୤ କଳା ମଚମଚ ଶରୀର୤ ମୁଣ୍ଡରେ ଚାନ୍ଦ୤ ଲାଞ୍ଜଟି ମାଟି ଛୁଉଁଥିଲା୤ ତେଣୁ ବୁଢୀ ମା’ ମତେ ଲକ୍ଷ୍ମୀ ବୋଲି ଭାବୁଥିଲେ୤ ମୋ ନାମ ଦେଇଥିଲେ ଚାନ୍ଦି୤ ସାଆନ୍ତ ମୋତେ ଖାଇବାକୁ ଦିଅନ୍ତି୤ ଗାଧୋଇ ଦିଅନ୍ତି୤ ଠିକ୍ ସମୟରେ ଦେହପା ଜଗନ୍ତି୤ ଭାରି ଶରଧା କରନ୍ତି୤
ସାଆନ୍ତାଣୀଙ୍କ ସଙ୍ଗେ ମୁଁ ଯୌତୁକ ହୋଇ ଆସିଥିଲି୤ ସାଆନ୍ତ ମା’ ମୋ ମୁଣ୍ଡରେ ହଳଦୀ ବୋଳି ବନ୍ଦାପନା କରି ଗୁହାଳକୁ ନେଇଗଲେ୤ ମୁଁ ଥିଲି ଭାରି ସୁନ୍ଦରୀ୤ କଳା ମଚମଚ ଶରୀର୤ ମୁଣ୍ଡରେ ଚାନ୍ଦ୤ ଲାଞ୍ଜଟି ମାଟି ଛୁଉଁଥିଲା୤ ତେଣୁ ବୁଢୀ ମା’ ମତେ ଲକ୍ଷ୍ମୀ ବୋଲି ଭାବୁଥିଲେ୤ ମୋ ନାମ ଦେଇଥିଲେ ଚାନ୍ଦି୤ ସାଆନ୍ତ ମୋତେ ଖାଇବାକୁ ଦିଅନ୍ତି୤ ଗାଧୋଇ ଦିଅନ୍ତି୤ ଠିକ୍ ସମୟରେ ଦେହପା ଜଗନ୍ତି୤ ଭାରି ଶରଧା କରନ୍ତି୤

ଦିନେ ଏମିତି କ’ଣ ହେଲା ଯେ ସବୁ ଅଡୁଆ ଲାଗିଲା୤ ମୁଁ ଖାଲି ବୋବେଇଲି୤ ସାଆନ୍ତ ମୋତେ ଯେତେ ଆଉଁଷାପାଉଁସା କଲେ କିଛି ମାନିଲିନି, ଖାଇବା ବି ଛାଡିଦେଲି୤ ସେମାନେ କ’ଣ କ’ଣ ହିସାବ କଲେ୤ ମୋତେ ନେଇ ବାନ୍ଧିଦେଲେ ଗୋବରି ପଡିଆରେ୤ ତା’ପରେ ଯାହା ହେବାର କଥା ହେଲା୤ ମୁଁ ହେଲି ଗର୍ଭବତୀ୤ ଜନ୍ମଦେଲି ପୁଅଟିଏ୤ ଦୁଃଖ ଯେ ତା’ ପିଠିରେ ଗୋଟିଏ କୁଜ୤ ସମସ୍ତେ ମୁହଁ ଆମ୍ବିଳେଇଦେଲେ୤ କିଛି ଦିନାନ୍ତେ ସେ ମୋତେ ଛାଡି ଚାଲିଗଲା୤ ସତ କି ମିଛ ; ସତ ହେଉଛି, ତାକୁ ବିଦା କରିଦିଆଗଲା୤ ସେ ଏବେ ଗୋଟିଏ ମସ୍ତବଡ ଷଣ୍ଢ ହୋଇ ବୁଲୁଛି୤ ବେଳେବେଳେ ତାର ଭେଟ ପାଏ ହେଲେ ତା’ର ଦୁଷ୍ଟାମୀ ମୋତେ ଆଦୌ ଭଲ ଲାଗେନା୤
ମୋର ଥରେ ଦେହ ଖରାପ ହେଲା୤ ଡାକ୍ତର ଆସିଥିଲା୤ ସବୁ ଦେଖିଲା ୤ ଏମିତି ଗୋଟେ ଇଞ୍ଜେକ୍ଶ୍ନ ଦେଲା ଯେ ମୋର ଆଖି ଖୋସିହୋଇଗଲା ଓ ପ୍ରାଣ ଉଡିଗଲା ପରି ଲାଗିଲା୤ ସେତେବେଳେ ଅନୁଭବ କରିଛି ମୋ ସାଆନ୍ତ କେତେ ଦୁଃଖରେ ଥାଆନ୍ତି୤ ଯା’ ହେଉ ମୋ ଦେହ ଭଲ ହୋଇଗଲା୤ ତା’ପରେ ସବୁବେଳେ ଡାକ୍ତରକୁ ଡରେ୤

ସାଆନ୍ତଙ୍କର ପୁଅଟିଏ ହେଲା୤ ସେଦିନ ମୁଁ ଆନନ୍ଦରେ ଫାଟି ପଡିଥିଲି୤ଏହାର କିଛି ଦିନ ପରେ ପୁଣି ହେଲି ଗର୍ଭବତୀ୤ ଜନ୍ମଦେଲି ଏକ ସନ୍ତାନ୤ ସେ ଏବେ ଶଗଡ ବାହୁଛି୤ ସାଆନ୍ତ ବହୁ ଚେଷ୍ଟା କଲା ପରେ ବି ତା ସାଙ୍ଗକୁ ଗୋଟିଏ ବଳଦ ଖଞ୍ଜିପାରିଲେନି ଠିକ୍ କରି୤ ସେ ଭାରି ବଳୁଆ ଓ କାମିକା ବୋଲି ମୁଁ ଗର୍ବ କରେ୤ ପରେ ପରେ ସାଆନ୍ତ ତାକୁ ଘର ବଗିଚାକୁ ନେଇଗଲେ୤
ହଠାତ୍ ସାଆନ୍ତ ମା’ ଆଖି ମୁଦିଦେଲେ୤ ଦୁଃଖରେ ମୁଁ ଭାଙ୍ଗିପଡିଲି, ବୁଝେଇଦେଲି ମନକୁ ସାଆନ୍ତ ଅଛନ୍ତି୤ ସେ ଥିବା ଯାଏଁ ସତରେ ଦୁଃଖ କ’ଣ ! ଏଇମିତି ଛୁଆ ଜନମ କରିକରି କଟିଗଲା ଅନେକ ବର୍ଷ୤ ଯୌବନ ବି ଚାଲିଗଲା୤ ମୁଁ ହୋଇଗଲି ଦରବୁଢୀ ଦେଶୀ ଗାଈ୤

ହଠାତ୍ ଏକ ଦୁଃଖଦ ଘଟଣା ମୋତେ ହତଚକିତ କରିଦେଲା୤ ସାଆନ୍ତ ଚାଲିଗଲେ ଆରପାରିକୁ୤ ଦୁଃଖ ଥିଲା ମୋର ସାଆନ୍ତାଣୀ ଶଙ୍ଖାସିନ୍ଦୁର ହରେଇଲେ୤ ସେ ଏକୁଟିଆ ପୁଅକୁ ଧରି ଜୀବନ ବାହିବା ଆରମ୍ଭ କଲେ୤ ସାଆନ୍ତାଣୀଙ୍କର କିନ୍ତୁ ଏତେ ଟୋପେ ଦୟାମାୟା ନ ଥିଲା୤ ମୋ ଆଖିର ଦରୋଟି ଭାଷାକୁ ହିଁ ସାଆନ୍ତ ବୁଝୁଥିଲେ୤ ସମେସ୍ତ ତ ସବୁ ବୁଝନ୍ତିନି୤

ଦିନେ ବଳୁଆ ବଳୁଆ ତିନି ଚାରିଟା ଲୋକ ଆସି ପହଞ୍ଚିଲେ୤ ଦେହରେ ହାତ ମାରିଲେ, କେତେ ଚିମୁଟିଲେ୤ କହିଲେ ଏଇଟାକୁ ଛାଡିଦିଅ୤ ଇଏ ଆଉ ଜନମ କରିବ ନାହିଁ୤ ସେତେବେଳେ ମୁଁ କିଛି ବୁଝି ପାରୁ ନ ଥିଲି୤ ଆଜି ଜାଣୁଛି ସେମାନେ ମୋ ମାଉଁସକୁ ହିସାବ କରୁଥିଲେ୤

ମୁଁ ବିକ୍ରି ହୋଇଗଲି କେଇଟି ଟଙ୍କାରେ୤ ସାଆନ୍ତାଣୀ ଖୁସ୍ ଓ ପୁଅ ବି ଖୁସ୍୤ ସେମାନେ ମୋତେ ଘୋଷାରି ଘୋଷାରି ନେଲେ୤ ଯେତେ ଘରକୁ ଚାହିଁଲି, ଭିଡିହେଲି; ଖାଇଲି ମାଡ୤ ସେମାନ ମୋତେ କେଉଁ ଆଡକୁ ନେଉଚନ୍ତି ବୁଝି ପାରୁ ନ ଥିଲି୤

ଏବେ ମୁଁ କଂସେଇଖାନାରେ୤ ଜାଣେନା ମୋ ପାଳି କେତେବେଳେ୤ ଆଉ ଭୟ ନାହିଁ୤ ମୋତେ ଖାଲି ସାଆନ୍ତର ମୁହଁଟା ଦିଶୁଛି୤

ହଠାତ୍ ସବୁ ଅନ୍ଧାର ଲାଗିଲା୤ ଶେଷରେ ଭିଡାଓଟରା ହୋଇ ଅନ୍ଧାରରେ ହଜିଗଲି ମୁଁ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଉମାକାନ୍ତ ମିଶ୍ର, ସାକ୍ଷୀଗୋପାଳ ପୁର, ପୁରୀ
ନୂତନ ପିଢୀର କଥାକାର ଉମାକାନ୍ତ ମିଶ୍ର ସମ୍ପ୍ରତି ଓଡ଼ିଆ ସାହିତ୍ୟ ଡଟ୍ କମ୍‌ରେ ସଂଯୋଜକଭାବେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ତନ୍ନ୍ମୟ ମିଶ୍ର  |  ଫେବୃଆରୀ ୫, ୨୦୧୧ - ୧୨:୪୦ ପୂର୍ବାହ୍ନ

    ମର୍ମାନ୍ତିକ ପରିପ୍ରକାଶ…
    ନିଶ୍ଚିତ ଭାବରେ ଏକ ଉତ୍ତମ ସୃଷ୍ଟି.

  • ୨. ଜ୍ୟୋତି ପ୍ରକାଶ ସାହୁ  |  ସେପ୍ଟେମ୍ବର୍ ୨୪, ୨୦୧୧ - ୮:୨୯ ପୂର୍ବାହ୍ନ

    ଅତ୍ୟନ୍ତ ଦୁଃଖଦ ପରିପ୍ରକାଶ…….ଗପଟି ଭଲ ଲାଗିଲା. ଏହିଭଳି କିଛି ମର୍ମାନ୍ତିକ ପରିପ୍ରକାଶ ଥିବା ଗପ ଆପଣଙ୍କଠାରୁ ଆଶା କରୁଛି.

  • ୩. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା  |  ଅକ୍ଟୋବର୍ ୫, ୨୦୧୧ - ୩:୪୯ ପୂର୍ବାହ୍ନ

    ଲେଖାଟି ଅତ୍ୟନ୍ତ ଭଲ ଲାଗିଲା ୤ ବିଚାର ବିଷୟ ଆମ ସମାଜରେ ଗାଈକୁ ଗୋ ମାତା କହୁ ଥିବା ବେଳେ , ହୃଦୟରେ ସେପରି ସମ୍ବେଦନା ନାହିଁ ୤ ଜୀବନ ଯେମିତି ଟଙ୍କା ପଇସାରେ ବାନ୍ଧି ହୋଇ ଯାଇଛି ……

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤