ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଳାପ
  ଆଶାରାଣୀ ବେଉରା,ରାଉରକେଲା
 
 
ତା: ଜୁନ୍ ୨୯, ୨୦୧୩  
 

ପ୍ରିୟମ୍ବଦା ମନ ମୋର
ଫୁଲଫୁଟା ଋତୁର ବେଳରେ
ଯିବୁନାହିଁ ବସନ୍ତର ବଗିଚାକୁ
ବନ୍ଦି କରିଦେବ ତୋତେ ନାଗଫେଣୀ କଣ୍ଟାର ଅରଣ୍ୟ
କିଏ ବା କରିବ ମୁକ୍ତ?
ପକ୍ଷୀରାଜ ଘୋଡ଼ା ଚଢ଼ି ରାଜପୁତ୍ରମାନେ କେବେଠୁଁ ଗଲେଣି
ଏବେ ଯେ ଆସିବେ ସବୁ ଛଳନାରେ ଛଦ୍ମବେଶ ପିନ୍ଧି
ରାବଣର ମାୟାମୃଗ ହୋଇ ଅବା
ସୂବର୍ଣ୍ଣ କଙ୍କଣଧାରୀ ବାଘରୂପ ନେଇ

ପ୍ରିୟମ୍ବଦା ମନ ମୋର
ଯାଅ ନାହିଁ ପଦ୍ମପୋଖରୀକୁ
ଘୁମର ଘୁମର କଳାପାଣି ଭିତରେ ତ କୋରକିତ ପଦ୍ମର ବିପଣି
ମନ୍ଦ୍ର ନିରବତା ମଧ୍ୟେ କପଟୀ କୁମ୍ଭୀରର କୁଟିଳ ଚାହାଣି

ଛଳନାର ଦୁର୍ଗ ଯାହା ଚାରିଆଡ଼େ,
କପଟପାଶାର ଖେଳେ ପଣଟିଏ ହେବା ପାଇଁ ଖୋଜାପଡ଼େ ତୋର
ନୁହେଁ ତୁହି ପ୍ରିୟତିମା କା’ ର, ଦିଗ୍‌ବିଜୟୀ ସମ୍ରାଟର ଏକ ଜିତିଥିବା ଗଡ଼

ପ୍ରିୟମ୍ବଦା ମନ ମୋର
ଚାରିମେଘ ବର୍ଷିଲେ ବି ତୋଷ କରିପାରିବେନି
ଶୋଷ ତୋ ଚାତକୀ ଓଠର
ଯେ ଶ୍ରାବଣ ବେପଥୁରେ ଆଜି ତୁହିଁ ଉଚ୍ଚାଟ ଅଧିର
ସେ ଶ୍ରାବଣ ନୁହେଁ ଯେ ତୋହର

ପ୍ରିୟମ୍ବଦା ମନ ମୋର
ଫେରିଆ ସେ ମାୟାଜାଲ କାଟିଦେଇ
ନିଃସଙ୍ଗତା ମୁହୂର୍ତ୍ତକୁ ଆପଣାର କରି
ଗଭୀର ବିଶ୍ବାସରେ,
ଏକାନ୍ତ ଆଳାପର ଦୂର୍ଲଭ ମୁହୂର୍ତ୍ତର ଅପେକ୍ଷାରେ
ସେ ପରା ତୋର ପରମ ଆତ୍ମୀୟ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଶାରାଣୀ ବେଉରା,ରାଉରକେଲା
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୨, ୨୦୧୩ - ୪:୪୧ ପୂର୍ବାହ୍ନ

    ଆପଣଙ୍କ ଶବ୍ଦ ସଂଯୋଜନା, ତାସହ ଏକାନ୍ତ ଆଳାପର ଭାବଚିତ୍ର ବଢ଼ିଆ ହୋଇଛି |

  • ୨. Lipika Mohaptra, california |  ଜୁଲାଇ ୨, ୨୦୧୩ - ୩:୫୬ ଅପରାହ୍ନ

    କବିତାଟି ଭଲ ଲାଗିଲା୤

  • ୩. ଉଲ୍ଲସ, bbsr |  ସେପ୍ଟେମ୍ବର୍ ୮, ୨୦୧୩ - ୭:୨୮ ପୂର୍ବାହ୍ନ

    ସମ୍ପାଦକୀୟ
    “ଏମିତି” ଏମିତି ଭାବରେ କେମିତି ହେଲା ଏମିତିରେ କିଛି ବି ଜଣାଗଲା ନାହିଁ ୤ ଏମିତି ଦେଖିବାକୁ ଗଲେ “ଏମିତି” ରେ ସେମିତି କିଛି ନ ଲାଗିବା ପାଇଁ “ଏମିତି” ରେ ଆମେ ସବୁକିଛି ରଖିବାକୁ ଚେଷ୍ଟା କରୁଛୁ ୤ “ଏମିତି” ରେ ଏମିତି କିଛି ରହିବା ପାଇଁ ଆମେ ଆପଣଙ୍କ ସହଯୋଗ କାମନା କରୁଛୁ୤
    ଉଲ୍ଲାସ ସାହୁ
    ସମ୍ପାଦକ,ଏମିତି

  • ୪. ଶ୍ରୀ ଜ୍ୟୋତି ରଞନ ପଧାନ, BARGARH |  ମାର୍ଚ୍ଚ୍ ୨୭, ୨୦୧୪ - ୬:୪୭ ପୂର୍ବାହ୍ନ

    ମନ ଛୁଁଇକି ହୃଦୟ ନେଇ ଗଲା

  • ୫. ସଚିଦାନନ୍ଦ ପାତ୍ର, ନୟାଗଡ |  ସେପ୍ଟେମ୍ବର୍ ୨, ୨୦୧୪ - ୧୨:୪୯ ପୂର୍ବାହ୍ନ

    ଏହି ୱେବ୍ ସାଇଡ୍ ଜରିଆରେ ଓଡିଆ ଭାଷାରେ କବିତା, ଗଳ୍ପ, ଓ ପ୍ରବନ୍ଧ ଆଦି ପାଠ କରି ବହୁତ ଆତ୍ମତ୍ରୁପ୍ତି ଲାଗିଲା । ଆଜି କାହି ଓଡିଆ ବୋଲି ଗର୍ବ ଲାଗିଲା ।

  • ୬. ଅନନ୍ତ ବାଗ, ପିତାମହୁଲ,ରାଣୀପୁର ଝରିଆଲ,ବଲାଙ୍ଗୀର |  ଅକ୍ଟୋବର୍ ୧୩, ୨୦୧୬ - ୧୧:୦୧ ଅପରାହ୍ନ

    ଏହି ୱେବସାଇଟ ପ୍ରଥମ କରି ଦେଖିଲି ମନ ମୋର ଖୁସି ହୋଇଯାଇଛି, କବିତା ଭଲ ହୋଇଛି |

  • ୭. MANMATH KUMAR DALEI |  ଅଗଷ୍ଟ୍ ୧୨, ୨୦୧୯ - ୨:୩୧ ଅପରାହ୍ନ

    Wonderful creation.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )