ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୯ Back to Vote Screen

ଲେଖକ ଓ ଲେଖିକା

ଶାରଦା ପ୍ରସାଦ ମିଶ୍ର
ଭାନୁଜୀ ରାଓ
ଚନ୍ଦ୍ରଶେଖର ରଥ
ବାମାଚରଣ ମିତ୍ର
ବିଦ୍ୟୁତପ୍ରଭା ଦେବୀ
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଗକୁ ନା ପଛକୁ
  ତଥାଗତ ବାଙ୍ମୟ, କେନ୍ଦ୍ରାପଡା
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ଦିନ ଥିଲା, ସକାଳ ହେଲେ
ପୂର୍ବାଶାକୁ ଆଲୋକିତ କରି
ଉଠୁଥିଲା ବାଳସୂର୍ଯ୍ୟ
ପୁଷ୍କରିଣୀର ନୀଳକଇଁ ସ୍ବପ୍ନ ଭାଙ୍ଗୁଥିଲା
ଆଖି ମେଲି ଚାହୁଁଥିଲା ସୁର୍ଯ୍ୟଆଡେ
ଅଣ୍ଟାଏ ପାଣିରେ ପଶି
ଶୀତରେ ଥୁରୁଥୁରୁ ହୋଇ
କଇଁଫୁଲ ତୋଳିଲାବେଳେ
ଟୁବଗାଡିଆ ବନ୍ଧ ଉପର ଗଛରୁ
କନିଅର ଫୁଲ ଲାଗି କଳି କଲାବେଳେ
ଆକାଶକୁ ଆସିଯାଉଥିଲେ ସୂର୍ଯ୍ୟ ୥

ଆଜିକାଲି କେତେବେଳେ ସୁର୍ଯ୍ୟ ଉଠନ୍ତି
ପୁଣି କେତେବେଳେ ଖରା ଟାଣ ହୁଏ
ଜଣାପଡେନି
ନୀଳକଇଁର ବାସ୍ନା କେବଳ ସ୍ମୃତି
ଟୁବଗାଡିଆ ପୋତିହୋଇଗଲାଣି
କେଜାଣି ତା ହୁଡାରେ କନିଅର ଅଛିକି ନାହିଁ
ଥିଲେ ବି ସ୍ମୃତିପଟରେ ନାହିଁ ସେ ସବୁ୥

କୁଆଁର ପୁନେଇ ଜହ୍ନରାତିରେ ପାଳଭୂତ ହୋଇ
ସାଙ୍ଗସାଥିମାନଙ୍କୁ ଡରାଇବାର ମଜା
କାର୍ତ୍ତିକର ଥୁରୁଥୁରୁ ଶୀତରେ
ଟୁବଗାଡିଆକୁ ମହାନଦୀ ମନେ କରି
କଦଳୀ ବାସୁଙ୍ଗା ଭସାଇବାରେ
ଆଉ ମଗୁଶୀରର ବହଳ ଜହ୍ନରାତିରେ
ଗୁରୁବାର ଓଷା ଲାଗି ଫୁଲ ତୋଳିଗଲାବେଳେ
ଲାଗୁଥିଲା ଜୀବନ, ପ୍ରକୃତି ସବୁ କିଛି ଗୋଟାଏ ଯେମିତି୥

ହେଲେ ଆଜିକାଲି କୁଆଁର ପୁନେଇଁ କାର୍ତ୍ତିକ ପୁନେଇଁ ପାଇଁ
କ୍ୟାଲେଣ୍ଡର ଆଡଉ ଆଡଉ
କେବେଠାରୁ ସେମାନେ ଯାଇସାରିଥାନ୍ତି
ଗୁରୁବାର ଓଷା, ଲକ୍ଷ୍ମୀପୁରାଣର ଗୀତ ସବୁ
ସିଡି ଅବା କ୍ୟାସେଟ୍‌ରେ ଶୁଣିଲାବେଳେ
ଆଖି ଆଗକୁ ଆସେନା ଜହ୍ନ
ସେ ରାତି ସେ ସ୍ମୃତି ଓ ଜୀବନ
ଆଗକୁ ଯାଇଛି କି ପଛକୁ, ଜଣାପଡେନା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ତଥାଗତ ବାଙ୍ମୟ, କେନ୍ଦ୍ରାପଡା
author photo
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Rashmirekha das |  ମାର୍ଚ୍ଚ୍ ୨, ୨୦୧୧ - ୧୨:୨୧ ଅପରାହ୍ନ

    excellent!!!!!!!!!!!

  • ୨. Harahrudayananda Mohanty |  ମାର୍ଚ୍ଚ୍ ୬, ୨୦୧୧ - ୧୨:୪୧ ପୂର୍ବାହ୍ନ

    very nice…….realy nice

  • ୩. BIJAN RAY |  ମାର୍ଚ୍ଚ୍ ୧୯, ୨୦୧୧ - ୧:୦୩ ପୂର୍ବାହ୍ନ

    Khub Bhala

  • ୪. Sanjay K Das(Pune) |  ଫେବୃଆରୀ ୧୫, ୨୦୧୨ - ୪:୩୦ ପୂର୍ବାହ୍ନ

    Beautiful composition……..

  • ୫. Mr. Santosh Kumar Panda(M.Pharm) |  ଫେବୃଆରୀ ୨୩, ୨୦୧୨ - ୬:୩୯ ପୂର୍ବାହ୍ନ

    apananka kabita marma sparsi aau palli jiabana ra basna re subasita…ati uchha koti ra kabita…

  • ୬. ପ୍ରଦିପ ବିଶ୍ବାଳ |  ନଭେମ୍ବର୍ ୧୩, ୨୦୧୪ - ୨:୪୪ ପୂର୍ବାହ୍ନ

    ପିଲାଦିନ ମନେ ପଡ଼ିଲେ ଆଖି ନିଶ୍ଚଯୃ ଓଦା ହେବ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )
  • This story mesmerises my school days.. I miss those days. After a long time,I read it and I loved it…
    ( Shelly Pal )
  • ଖୁବ୍ ଭଲ ହୋଇଛି କବିତାଟି
    ( Santosh Barik )