ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ତଥାଗତ ବାଙ୍ମୟ, କେନ୍ଦ୍ରାପଡାଦିନ ଥିଲା, ସକାଳ ହେଲେ
ପୂର୍ବାଶାକୁ ଆଲୋକିତ କରି
ଉଠୁଥିଲା ବାଳସୂର୍ଯ୍ୟ
ପୁଷ୍କରିଣୀର ନୀଳକଇଁ ସ୍ବପ୍ନ ଭାଙ୍ଗୁଥିଲା
ଆଖି ମେଲି ଚାହୁଁଥିଲା ସୁର୍ଯ୍ୟଆଡେ
ଅଣ୍ଟାଏ ପାଣିରେ ପଶି
ଶୀତରେ ଥୁରୁଥୁରୁ ହୋଇ
କଇଁଫୁଲ ତୋଳିଲାବେଳେ
ଟୁବଗାଡିଆ ବନ୍ଧ ଉପର ଗଛରୁ
କନିଅର ଫୁଲ ଲାଗି କଳି କଲାବେଳେ
ଆକାଶକୁ ଆସିଯାଉଥିଲେ ସୂର୍ଯ୍ୟ
ଆଜିକାଲି କେତେବେଳେ ସୁର୍ଯ୍ୟ ଉଠନ୍ତି
ପୁଣି କେତେବେଳେ ଖରା ଟାଣ ହୁଏ
ଜଣାପଡେନି
ନୀଳକଇଁର ବାସ୍ନା କେବଳ ସ୍ମୃତି
ଟୁବଗାଡିଆ ପୋତିହୋଇଗଲାଣି
କେଜାଣି ତା ହୁଡାରେ କନିଅର ଅଛିକି ନାହିଁ
ଥିଲେ ବି ସ୍ମୃତିପଟରେ ନାହିଁ ସେ ସବୁ
କୁଆଁର ପୁନେଇ ଜହ୍ନରାତିରେ ପାଳଭୂତ ହୋଇ
ସାଙ୍ଗସାଥିମାନଙ୍କୁ ଡରାଇବାର ମଜା
କାର୍ତ୍ତିକର ଥୁରୁଥୁରୁ ଶୀତରେ
ଟୁବଗାଡିଆକୁ ମହାନଦୀ ମନେ କରି
କଦଳୀ ବାସୁଙ୍ଗା ଭସାଇବାରେ
ଆଉ ମଗୁଶୀରର ବହଳ ଜହ୍ନରାତିରେ
ଗୁରୁବାର ଓଷା ଲାଗି ଫୁଲ ତୋଳିଗଲାବେଳେ
ଲାଗୁଥିଲା ଜୀବନ, ପ୍ରକୃତି ସବୁ କିଛି ଗୋଟାଏ ଯେମିତି
ହେଲେ ଆଜିକାଲି କୁଆଁର ପୁନେଇଁ କାର୍ତ୍ତିକ ପୁନେଇଁ ପାଇଁ
କ୍ୟାଲେଣ୍ଡର ଆଡଉ ଆଡଉ
କେବେଠାରୁ ସେମାନେ ଯାଇସାରିଥାନ୍ତି
ଗୁରୁବାର ଓଷା, ଲକ୍ଷ୍ମୀପୁରାଣର ଗୀତ ସବୁ
ସିଡି ଅବା କ୍ୟାସେଟ୍ରେ ଶୁଣିଲାବେଳେ
ଆଖି ଆଗକୁ ଆସେନା ଜହ୍ନ
ସେ ରାତି ସେ ସ୍ମୃତି ଓ ଜୀବନ
ଆଗକୁ ଯାଇଛି କି ପଛକୁ, ଜଣାପଡେନା
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. Rashmirekha das | ମାର୍ଚ୍ଚ୍ ୨, ୨୦୧୧ - ୧୨:୨୧ ଅପରାହ୍ନ
excellent!!!!!!!!!!!
୨. Harahrudayananda Mohanty | ମାର୍ଚ୍ଚ୍ ୬, ୨୦୧୧ - ୧୨:୪୧ ପୂର୍ବାହ୍ନ
very nice…….realy nice
୩. BIJAN RAY | ମାର୍ଚ୍ଚ୍ ୧୯, ୨୦୧୧ - ୧:୦୩ ପୂର୍ବାହ୍ନ
Khub Bhala
୪. Sanjay K Das(Pune) | ଫେବୃଆରୀ ୧୫, ୨୦୧୨ - ୪:୩୦ ପୂର୍ବାହ୍ନ
Beautiful composition……..
୫. Mr. Santosh Kumar Panda(M.Pharm) | ଫେବୃଆରୀ ୨୩, ୨୦୧୨ - ୬:୩୯ ପୂର୍ବାହ୍ନ
apananka kabita marma sparsi aau palli jiabana ra basna re subasita…ati uchha koti ra kabita…