ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନତ୍‌ ରାୟ
ବିପ୍ର ଆଚାର୍ଯ୍ୟ
ନନ୍ଦ କିଶୋର ବଳ
ଭୁବନେଶ୍ବର ବେହେରା
ଜଗଦୀଶ ମହାନ୍ତି
ଭାନୁଜୀ ରାଓ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଚି଼ହ୍ନା ପ୍ରେମିକା
 |- ଜୀବର୍ଦ୍ଧନ ରଣା
 
 
ତା: ମାର୍ଚ୍ଚ୍ ୫, ୨୦୧୧  
ମୂଳ ପୃଷ୍ଠାନବ ପ୍ରତିଭାଗଳ୍ପ
 

“ହୋଇ ଅତି ଚିହ୍ନା-ତଥାପି ଅଚି଼ହ୍ନା
ନୁହେଁ ପରିଚିତ-ନୁହେଁ ସେ ଅଜଣା୤”

ଏଭଳି ବ୍ୟକ୍ତିଟି କିଏ ଜାଣିବାକୁ ଯାଇ ମୋ ଅଜାଣତରେ ପାଦ ଦୁଇଟି ଚଢ଼ିଗଲା ଯାତ୍ରୀବାହୀ ବସ୍‌ ଉପରକୁ୤ ବସ୍‌ଟି ଚାଲିଲା ତା ଗନ୍ତବ୍ୟ ପଥରେ୤ ବସ୍‌ର ଗତି ପଥ ସହ ତାଳଦେଇ ମୋ ମନର ଗତିପଥର ବେଗ ବଢ଼ିଚାଲିଲା ବସ୍‌ଠାରୁ ଆହୁରି ବେଗରେ୤ ନୂତନ ବର୍ଷର ନବୀନ ପ୍ରଭାତରେ ବସ୍‌ଟି ଯେମିତି ଚାଲିଛି, ଠିକ୍‌ ସେମିତି ନବ ଉଲ୍ଲାସରେ ନୂତନ ଆବେଗରେ ମୋ ମନ ଭିତରେ ଭାବନାର ସୁଅ ଛୁଟିଛି୤ ସତେ କ’ଣ ସେଇ ଅଚି଼ହ୍ନା ଅଜଣା ବ୍ୟକ୍ତି ସହ ମୋର ଚିହ୍ନା ପରିଚୟ ହୋଇପାରିବ୤ ତଥାପି କେତେ ଆଶା କେତେ ଆକାଙ୍କ୍ଷା ନେଇ ମୁଁ ଭାବୁଛି ବସ୍‌ଟି କେତେବେଳେ ସମ୍ବଲପୁର ପହଞ୍ଚିବ୤ ମନର ଉଦ୍‌ବେଗକୁ ଦମନ କରି ନ ପାରି ପକେଟରୁ କାଢ଼ି ପୁଣି ଥରେ ପଢ଼ିବସିଲି “ମମତାର ସପ୍ତମ ପତ୍ର”୤ ଆଶା ଓ ହତାଶାରେ କେଇପଦ ଲେଖାଥିଲା୤ “ପତ୍ର ପାଇବାର ପାଞ୍ଚଦିନ ମଧ୍ୟରେ ଯଦି ମୋ ପାଖରେ ପହଞ୍ଚି ନପାର ତା’ହେଲେ ହୁଏତ ତୁମଠାରୁ ଦୂରେଇ ଯିବି୤” ସତେ କ’ଣ ମମତାର ସେଇ ଅଚି଼ହ୍ନା ଚେହେରା ତମ ପାଇଁ ଚୀରଦିନ ଅଦେଖା ରହିଯିବ ?? ହେଲେ ଆଜି ତ ପତ୍ର ପାଇବାର ସପ୍ତମ ଦିନ୤ ସେ ଯାହା ହେଉନା କାହିଁକି ମୁଁ ଆଜି ମମତାକୁ ଦେଖିବି୤ ଯିଏ ମୋତେ ବିଗତ ଦୁଇ ବର୍ଷ ହେଲା ଭଲପାଇ ଆସୁଛି୤ ଅଥଚ ତା’ସହିତ ମୋର ଚିହ୍ନା ପରିଚୟ ହୋଇନି୤ ହଁ…… କେବଳ ଏତିକି ମନେ ପଡ଼େ ଯେ, ଦୁଇବର୍ଷ ଆଗରୁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଭିଡ଼ ମଧ୍ୟରୁ ତିନୋଟି ଅଦେଖା ଚେହେରା ମୋ ଆଖିର ପରଦାରେ କିଛିକ୍ଷଣ ପାଇଁ ଭାସି ଆସିଥିଲା୤ ନାନୀର କଥାରୁ ଜାଣିଲି ସେମାନେ ତାର ପଡ଼ୋଶୀ୤ ସେହି କିଛି ସମୟ ମାତ୍ର ତାଙ୍କ ସହ ଆଳାପ କରି ନାନୀ ପାଖରୁ ବିଦାୟ ନେଇ ମୁଁ ଫେରି ଆସିଥିଲି ମୋ ଗାଁ ଭୁଇଁକୁ୤ କିଛିଦିନ ପରେ ଆସିଲା ଗୋଟିଏ ଚିଠି୤ ଚିଠିର ପ୍ରେରକ ସ୍ଥାନରେ ଲେଖାଥିଲା “ମମତା”୤ ହେଲେ କିଏ ସେ “ମମତା” ? ତିନୋଟି ଚେହେରା୤ ଭିତରୁ ମୋ ଆଖି ଖୋଜି ବସିଲା ମମତାର ଚେହେରାକୁ୤ କିନ୍ତୁ ପାରିଲା ନାହିଁ୤ ସେମାନେ ତ ମୋ ଠାରୁ ବୟସରେ ବଡ଼ ଥିଲେ୤ ତଥାପି ଯେ, ମୋତେ ଭଲପାଇ ବସିଲେ୤ ଏଭଳି ପତ୍ରରୁ ଏ ଯାଏ ମୁଁ ବୁଝି ପାରୁନି ଯେ, ଏ ଭଲ ପାଇବାର ମାନେ ପ୍ରେମ ନା ଆଉ କ’ଣ ?

ମୁଁ ତାକୁ ମନେ ମନେ ଭଲ ପାଇଥିଲି୤ ତା ସହିତ ନିତିଦିନ ଦେଖା ନିତିଦିନ କଥାବର୍ତ୍ତା ହେଉଥିଲା କିନ୍ତୁ ଗୋଟିଏ ବର୍ଷର ବ୍ୟବଧାନରେ ଯେତେବେଳେ ପୁନର୍ବାର ତା’ସହ ଦେଖାହେଲା ସେ ଉତ୍ତର ଦେଲା ଦାଦା ତୁମେ କିଏ ? ମୋତେ କେମିତି ଜାଣିଲ ?
ଆଜି କିନ୍ତୁ ସେଇ ପ୍ରେମ ମାନେଟା କ’ଣ ନିଶ୍ଚୟ ଜାଣିପାରିବି୤ ପ୍ରେମ….. ଏହାକୁ ସ୍ମରଣ କଲାମାତ୍ରେ ଆଖି ଆଗରେ ଝଲସି ଯାଏ ମୋ ପ୍ରେମ ଇତିହାସର ପ୍ରଥମ ପୃଷ୍ଠା୤ ସୀମା….. ଯାହାକୁ ପ୍ରଥମ ଦେଖାରୁ ପାଇଥିଲି ଅସୀମ ଭଲ, କରିବସିଥିଲି ସୀମାହୀନ ପ୍ରେମ୤ କିନ୍ତୁ ଗତକାଲି ଯେତେବେଳେ ତା ଗ୍ରିଟିଂସ୍‌ଟି ପାଇଲି ସେ ମୋତେ ସମ୍ପର୍କ ଯୋଡ଼ି ଲେଖିଥିଲା୤ ତା’ପରେ ଓଲଟାଇ ବସିଲି ଦ୍ବିତୀୟ ପୃଷ୍ଠା ‘ଦିପ୍ତି….. ଯେଉଁ ଦିପ୍ତିର ଦିପ୍ତି (ଆଭାସ)ରେ ମୋର ଦରଦି ମନର କ୍ଳାନ୍ତିର ଅବସାନ ଘଟିଥିଲା୤ ମୁଁ ତାକୁ ମନେ ମନେ ଭଲ ପାଇଥିଲି୤ ତା ସହିତ ନିତିଦିନ ଦେଖା ନିତିଦିନ କଥାବର୍ତ୍ତା ହେଉଥିଲା କିନ୍ତୁ ଗୋଟିଏ ବର୍ଷର ବ୍ୟବଧାନରେ ଯେତେବେଳେ ପୁନର୍ବାର ତା’ସହ ଦେଖାହେଲା ସେ ଉତ୍ତର ଦେଲା ଦାଦା ତୁମେ କିଏ ? ମୋତେ କେମିତି ଜାଣିଲ ? ତା’ର ଏଇ ପଦିଏ ଉତ୍ତର ଶୁଣି ଉଲ୍ଲାସର ଶିଉଳି ଲତାରେ ଦୋଳି ଖେଳୁଥିବା ଅବୁଝା ମନଟା ଠକ୍‌କିନା ଛିଣ୍ଡିଗଲା୤ ହୃଦୟର ଗନ୍ତାଘରେ ଜଳୁଥିବା ଖୁସିର ଦୀପାଳୀଟା ଧପ୍‌କିନା ଲିଭିଗଲା୤ ଏଇଟା କ’ଣ ପ୍ରେମ….. ନା….. ସମ୍ପର୍କ….. ଯଦି ସମ୍ପର୍କ ତେବେ କେଉଁ ସମ୍ପର୍କ….. ବନ୍ଧୁ- ଭଉଣୀ ନା ପ୍ରେମିକା………

ହଠାତ୍‌ ବସ୍‌ଟା ଅଟକିଗଲା୤ ବସ୍‌ ଅଟକିବା ଶବ୍ଦରେ ଭାଙ୍ଗିଗଲା ମୋ ଭାବନାଟି୤ ଦେଖିଲି ସମ୍ବଲପୁର ଆସିଗଲା୤ ତରତର ହୋଇ ବସ୍‌ରୁ ଓହ୍ଲାଇପଡ଼ି ମୋ ପଦ୍ମ ଚରଣ ବସ୍‌ଟି ଚାଲିଲା ନାନୀଘର ଆଡ଼କୁ୤ କିଛିବାଟ ଗଲାପରେ ଦେଖିଲି ମୋ ଆଗରେ ଆସୁଛି ଏକ ଶବ୤ ଗାଁରୁ ବାହାରି ଦେଖିଥିଲି ଗୋଟିଏ ଶବ ସେଇଟା ଥିଲା ମୋ ଡାହାଣ ପଟରେ କିନ୍ତୁ ଏହାତ ବାମ ପାଖରେ, କେଉଁଟା ଶୁଭର ଲକ୍ଷଣ କେଉଁଟା ଅଶୁଭ୤ ହଠାତ୍‌ ମନଭିତରେ ଭାବିବସିଲି ଅନେକ ଅଶୁଭ କଥା ହେଲେ ମୁଁ ମନକୁ ନିଜେ ସାନ୍ତ୍ବନା ଦେଲି ମୁଁ ତ ଭଗବାନଙ୍କୁ ବିଶ୍ବାସ କରେ ନାହିଁ, ଆଉ ଏଇଟା କେମିତି ବିଶ୍ବାସ କରିବି୤ ତଥାପି କାହିଁକି ଯେ, ଏ ଶବଟା ଦେଖିଲାକ୍ଷଣି ମୋ ମନଭିତରେ ଖେଳିଗଲା ଏକ ଭୀଷଣ ଶିହରଣ୤ ସେଇ ଶିହରଣକୁ ଆତଙ୍କିତ କରି ଦୂରରୁ ଭାସି ଆସିଛି “ରାମ ନାମ ସତ୍ୟ ହେ” ଆଉ ଏଇ ସ୍ବରର ଲହରିକୁ ଦମନ କରି ଛୁଟି ଆସୁଛି ମହିଳାମାନଙ୍କ କ୍ରନ୍ଦନ ରୋଳ୤ ଏହାକୁ ଅତିକ୍ରମ କରି ମନରେ ସାହସ ଓ ଦମ୍ଭ ଦେଇ ପହଞ୍ଚିଲି ନାନୀଘରେ୤ ନାନୀ କାଳେ ରାଗିଯିବ ବୋଲି ହଠାତ୍‌ ମମତା ବିଷୟରେ କିଛି ପଚାରି ପାରିଲି ନାହିଁ୤ ଲୋହିତ ଗୋଧୂଳିରେ ଅନ୍ଧକାର ବୋଳି ଦେଇ ଦିନମଣି ଲୁଚିଗଲେ ନିଶାବତୀ କୋଳରେ୤ ତଥାପି ନାନୀକୁ ପଚାରିପାରିଲିନି୤ ପଚାରିବି ପଚାରିବି ବୋଲି ରାତିସାରା ସୁଯୋଗ ଖୋଜିଲି ହେଲେ ପାରିଲିନି୤ ନିଦ୍ରାବତୀ ମୋ ସହିତ ଛଳନା କରି ଏମିତି ଭାବନାର ନାଆରେ ଭସାଇ ଦେଇ ନିଶାବତୀ ବିଦାୟ ନେଲେ ତଥାପି କହିପାରିଲିନି୤ ପୂର୍ବ ଆକାଶରେ ଲୋହିତ ବର୍ଣ୍ଣ ବିଛାଇଦେଲେ ଦିନମଣି, ମନରେ ଭରିଦେଲେ ନୂତନ ଦମ୍ଭ୤ ଅଚିହ୍ନା ପ୍ରେମିକାକୁ ଦେଖିବାର ଲିପ୍‌ସାଟାକୁ ସମ୍ଭାଳି ନପାରି ନାନୀକୁ ପଚାରିଦେଲି, ନାନୀ ମମତାକୁ ଟିକେ ଚିହ୍ନେଇ ଦେବୁ୤ ନାନୀ ଚୁପ୍‌ ରହିଗଲା୤ ଭାବିଲି ବୋଧହୁଏ ନାନୀ ରାଗିଗଲା୤ କିନ୍ତୁ ଅଶ୍ରୁଭରା ନୟନରେ ନାନୀ ଉତ୍ତର ଦେଲା- ଭାଇ, ମୁଁ ଜାଣେ ତୁ ମମତାକୁ ଦେଖିବାକୁ ଆସିଛୁ୤ ହେଲେ ଟିକେ ବିଳମ୍ବ କରିଦେଲୁ୤ ତୋ ଆସିବା ଆଗରୁ ମମତାର ପୁରୁଣା ପ୍ରେମିକ ବ୍ଲଡ କ୍ୟାନ୍‌ସର ତା’କୁ ମୃତ୍ୟୁର ସିନ୍ଦୁର ଲଗାଇ ବଧୁବେଶରେ ତୋ ଆଖି ଆଗରେ ନେଇଗଲା୤ ତୁ କ’ଣ କାଲି ଦେଖିନୁ କେମିତ ମୃତ୍ୟୁ ସବାରୀରେ ବସି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଯାଉଥିଲା…..

ସତରେ ନବବର୍ଷର ଅପୂର୍ବ ଦିପ୍ତି (ଶୋଭା) ଉପଭୋଗ କରି ମଧ୍ୟ ମୋ ଦରଦି-ମନର ଦିପ୍ତି (କ୍ଲାନ୍ତି) ଦୂର ହେଲା ନାହିଁ୤ ହରାଇଦେଲି ନବବର୍ଷର ସେ ଖୁସିର ସୀମା ! ଚୀରଦିନ ପାଇଁ ଅପରିଚି଼ତ ରହିଗଲା ସେ ଅଚି଼ହ୍ନା ପ୍ରେମିକା୤
-୦-

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. Manoj |  ଏପ୍ରିଲ୍ ୧୯, ୨୦୧୧ - ୭:୨୨ ପୂର୍ବାହ୍ନ

    Bhalata lagila Bandhu hele kichhi adha adhura pari lagila
    Kanhiki kejani mote ebbhali gapa bahut bhala lage,
    Paruchha jadi sethire aou kichh jodi mo manara abasos ku dura kara
    Dhnyabad…..
    MANOJ

  • ୨. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୨:୧୩ ଅପରାହ୍ନ

    ଗପ ଟି ଭଲଲାଗିଲା ୤ କିନ୍ତୁ ଗଳ୍ପ ର ମୂଖ୍ୟନାୟିକା ମମତା ବିଷୟରେ ଆଉଟିକେ ଅଧିକ ଲେଖିଥିଲେ ହୁଏତ ଆହୁରି ଅଧିକ ଭଲ ହୋଇଥାନ୍ତା ୤

  • ୩. sanat |  ମେ ୧୯, ୨୦୧୨ - ୭:୪୭ ପୂର୍ବାହ୍ନ

    khub bhala.

  • ୪. ଆଶୁତୋଷ ପାତ୍ର |  ମେ ୨୮, ୨୦୧୨ - ୧୨:୦୫ ଅପରାହ୍ନ

    ସୁନ୍ଦର ଲେଖା

  • ୫. କାହ୍ନୁ ଚରଣ ତ୍ରିପାଠୀ, ବ୍ରହ୍ମପୁର,ଧରାକୋଟ |  ଜାନୁଆରୀ ୨୫, ୨୦୧୩ - ୩:୧୬ ଅପରାହ୍ନ

    ଭଲ ଅଛି କିନ୍ତୁ ଗୋଟାଏ କଥା ବୁଝାପଡିଲାନି ଯେ ତାର ନାନୀ ଦୁଇ ବର୍ଷ ଧରି କିଛି ସାହାର୍ଯ୍ୟ କରି ପାରୀଲାନି

  • ୬. govinda, BRAHMAPUR |  ଜୁଲାଇ ୨୬, ୨୦୧୩ - ୯:୫୭ ପୂର୍ବାହ୍ନ

    nice&cool

  • ୭. ହରିରାମ, ଭୁବନେଶ୍ୱର |  ଜୁନ୍ ୨, ୨୦୧୪ - ୧:୨୪ ପୂର୍ବାହ୍ନ

    ଗଲ୍ଫ ଦୁଖାନ୍ତ ଅବଶ୍ୟ, କିନ୍ତୁ ସମୟର ମହତ୍ୱର ଶିକ୍ଷା ଦେଇଛି।

  • ୮. ରାକେଶ, ଭୁବନେଶ୍ବର |  ସେପ୍ଟେମ୍ବର୍ ୩, ୨୦୧୫ - ୨:୨୫ ଅପରାହ୍ନ

    ଏହା ସତ ଘଟଣା ନା ଗପ

  • ୯. ସୁଭମ୍ ଦାସ୍, bhubaneswar |  ଅକ୍ଟୋବର୍ ୪, ୨୦୧୫ - ୧୧:୩୧ ଅପରାହ୍ନ

    ଲୋହିତ ଗୋଧୂଳିରେ ଅନ୍ଧକାର ବୋଳି ଦେଇ ଦିନମଣି ଲୁଚିଗଲେ ନିଶାବତୀ କୋଳରେ…… wah ki rachana khusi heigala mana…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤